ଏହି ରାଜ୍ୟରେ ମେ’୩୦ ଯାଏ ଲକ୍‌ଡାଉନ

କୋଲକାତା,୧୫।୫: ରାଜ୍ୟରେ ବର୍ଦ୍ଧିତ କରୋନା ମାମଲାକୁ ଦେଖି ପଶ୍ଚିମବଙ୍ଗ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରିଛନ୍ତି। ରାଜ୍ୟରେ ମେ’ ୧୬ରୁ ୩୦ ମେ’ ଯାଏ ଲକ୍‌ଡାଉନ ଘୋଷଣା କରାଯାଇଛି। ଲକ୍‌ଡାଉନ ପାଇଁ ମୁଖ୍ୟ ଶାସନ ସଚିବ ଅଲ୍‌ପନ ବନ୍ଦୋପଧ୍ୟାୟ ଏକ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହି ସମୟରେ କ’ଣ କଟକଣା ରହିବ ଓ କ’ଣ କୋହଳ କରାଯିବ ସେନେଇ ଉଲ୍ଲେଖ କରାଯାଇଛି। ତେବେ ଲକ୍‌ଡାଉନ୍‌ରେ କେବଳ ଜରୁରୀ ସେବା ଜାରି ରହିବ ଏବଂ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିବ। ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ଫଳ ପନିପରିବା, ରାଶନ ଦୋକାନଗୁଡ଼ିକ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଏବଂ ମିଠା ଦୋକାନ ସନ୍ଧ୍ୟା ୫ଟା ଯାଏ ଖୋଲାରହିବ। ସେହିପରି ବ୍ୟାଙ୍କ ସେବା ସକାଳ ୧୦ଟାରୁ ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ଜାରି ରହିବ। ଏଥିସହ ରାତି ୯ଟାରୁ ସକାଳ ୫ଟା ଯାଏ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ସମୟରେ ଲୋକଙ୍କ ଗତିବିଧି ଉପରେ ରୋକୋ ଲଗାଯାଇଛି। ଧାର୍ମିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟ ଉପରେ ମଧ୍ୟ କଟକଣା ଲଗାଯାଇଛି। ଏତଦ୍‌ ବ୍ୟତୀତ ଲୋକାଲ ଟ୍ରେନ୍‌, ମେଟ୍ରୋ, ବସ୍‌, ଟ୍ରେନ ସେବା ଆଦି ବନ୍ଦ ରହିବ। ଅନ୍ୟପଟେ ବିବାହରେ ୫୦ ଓ ଅନ୍ତିମ ସଂସ୍କାରରେ ୨୦ଜଣଙ୍କୁ ସାମିଲ ହେବାକୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା: ପ୍ରଭାବିତ ହେବ ଏ ସବୁ ଅଞ୍ଚଳ, ସୂଚନା ଦେଲେ…

ଭୁବନେଶ୍ୱର, ୨୮।୭: ଉତ୍ତର ଓଡ଼ିଶାରେ ଗତ ୨୪ ଘଣ୍ଟାରେ ବାଦଲ ଫଟା ବର୍ଷା ହୋଇଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ଜନଜୀବନ…

ସର୍ପ ଦଂଶନରେ ଚାଲିଗଲା ବର୍ଷୀୟାନ ସଂଗଠକଙ୍କ ଜୀବନ: ଅଞ୍ଚଳ ଜଣେ ମୂରବୀଙ୍କୁ ହରାଇଲା ବୋଲି କହିଲେ…

  ପାଟଣା ୨୮।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷା ଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ବେଜ (୮୫) ଙ୍କ…

ପରିବାର ନିୟୋଜନ ଅସ୍ତ୍ରୋପଚାର ବାଟବଣା: ଅସ୍ତ୍ରୋପଚାର ତ୍ରୁଟିରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ):ଛୋଟ ପରିବାର, ସୁଖୀ ପରିବାର। ଏହି ଶ୍ଲୋଗାନ ଦେଇ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହି ଅସ୍ତ୍ରୋପଚାର କେବଳ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ…

ଥରହର… ୭.୧ ତୀବ୍ରତାର ଭୂକମ୍ପ ଝଟକା, ସୁନାମି ଆଲର୍ଟ ଜାରି

ଟୋକିଓ,୨୮।୭: ଜାପାନର କ୍ୟୁଶୁ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରହିଥିବା ବେଳେ ୩.୨୮ ଫୁଟ ଉଚ୍ଚତା ପର୍ଯ୍ୟନ୍ତ…

ଥାନା ଭିତରେ ଜନ୍ମ ଦିନ, ବିବାହ ବାର୍ଷିକୀ କେକ୍‌ କଟା, ଫଟୋ ଭାଇରାଲ୍‌

ଗୋପ,୨୮।୭(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ଥାନା ପରିସରରେ ଜନ୍ମ ଦିନ ଏବଂ ବିବାହ ବାର୍ଷିକୀ ଲାଗି କେକ କଟା ଘଟଣା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ…

ଇସ୍ତଫା ଦେଲେ ସ୍ବିଗି ଇନଷ୍ଟାମାର୍ଟର ସିଇଓ ଅମିତେଶ ଝା; ଦାୟିତ୍ୱ ନେବେ ନନ୍ଦିତା ସିହ୍ନା

ନୂଆଦିଲ୍ଲୀ,୨୮।୭: ସ୍ବିଗି ଇନଷ୍ଟାମାର୍ଟରେ ଏକ ବଡ଼ ପରିବର୍ତ୍ତନ ଆସିଛି। କମ୍ପାନୀର ସିଇଓ ଅମିତେଶ କୁମାର ଝା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ, ନନ୍ଦିତା…

ବିଷ ଦେଇ ଟ୍ରମ୍ପଙ୍କ ପରିବାରକୁ ହତ୍ୟା କରିବାକୁ ରଚାଯାଉଛି ଷଡ଼ଯନ୍ତ୍ର! ହେଲେ ଏହା ପଛରେ କାହାର ରହିଛି ହାତ? ଜାଣନ୍ତୁ…

ଓ୍ବାଶିଂଟନ,୨୮।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନର ଏକ ଅତ୍ୟନ୍ତ ଚିନ୍ତାଜନକ ଏବଂ ଚାଞ୍ଚଲ୍ୟକର ପ୍ରଚାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri