Posted inଜାତୀୟ

ପଶ୍ଚିମବଙ୍ଗ ଭାଜପାରେ ବଢ଼ୁଛି ଅନ୍ତର୍ଦ୍ୱନ୍ଦ୍ୱ

କୋଲକାତା,୨୪।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜିତ ହେବାର ବର୍ଷେ ମଧ୍ୟରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ନିର୍ବାଚନରେ ଭାଜପା ଭୋଟ ହାର ହ୍ରାସ ପାଇଚାଲିଛି। ଫଳରେ ଦଳୀୟ ନେତା ଓ କର୍ମୀମାନଙ୍କୁ ଏକାଠି ରଖିବା ପାଇଁ ଭାଜପା ରାଜ୍ୟ ଶାଖା ସଂଘର୍ଷ ଚଳାଇଛି। ବିଧାନସଭା ନିର୍ବାଚନ ପରାଜୟର ଝଟ୍‌କାକୁ ଦଳ ଭୁଲିପାରି ନ ଥିବାବେଳେ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ଦେଖାଦେଲାଣି। ରାଜ୍ୟ ନେତୃତ୍ୱଙ୍କ କାର୍ଯ୍ୟକୁ ଅନେକ ନେତା ବିରୋଧ କରିବା ଆରମ୍ଭ କଲେଣି। ରାଜ୍ୟ ସଂଗଠନକୁ ଏକାଠି ରଖିବା ଲାଗି ଭାଜପା କେନ୍ଦ୍ରୀୟ ନେତୃତ୍ୱ ଉଦ୍ୟମ କରିଥିଲେ ହେଁ ତାହା ସଫଳ ହେଲା ଭଳି ଲାଗୁନାହିଁ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ସମ୍ଭାବ୍ୟ ଗସ୍ତ ଉପରେ ସମସ୍ତଙ୍କର ନଜର ରହିଛି। ଶାହା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବାବେଳେ ପଶ୍ଚିମବଙ୍ଗରେ ଦଳୀୟ ସଂଗଠନ ବଢ଼ାଇବାରେ ମୁଖ୍ୟ ଭୂମିକା ନେଇଥିଲେ।
ଦଳରେ ଯାହା ଘଟିଯାଇଛି ତାହା ଦୁର୍ଭାଗ୍ୟଜନକ। ଏହା ସମସ୍ତଙ୍କୁ ଅଡ଼ୁଆରେ ପକାଇଛି। ସମସ୍ୟା ସମାଧାନ ଲାଗି ଦଳୀୟ ନେତୃତ୍ୱ ଉଦ୍ୟମ ଚଳାଇଛନ୍ତି ବୋଲି ଭାଜପା ରାଜ୍ୟ ମୁଖପାତ୍ର ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି। ବିଧାନସଭା ନିର୍ବାଚନ ପରାଜୟ ପରେ ବାବୁଲ ସୁପ୍ରିୟୋ, ମୁକୁଲ ରାୟ ପ୍ରମୁଖ ଶୀର୍ଷ ନେତା ଦଳ ଛାଡ଼ି ଟିଏମ୍‌ସିରେ ଯୋଗଦେବା ଭାଜପାକୁ ଶକ୍ତ ଝଟ୍‌କା ହୋଇଥିଲା। ଏବେ ଦଳ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଜୋର୍‌ ଧରିଛି। ସମସ୍ୟା ସମ୍ପର୍କରେ ଗଣମାଧ୍ୟମକୁ ନ କହି ତାଙ୍କୁ ଜଣାଇବାକୁ ଭାଜପା ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସଂଗଠନ ଦାୟିତ୍ୱରେ ଥିବା ନେତାଙ୍କ ବିରୋଧରେ ଅଭିଯୋଗ ଆସୁଥିବାରୁ ଦଳରେ ଆତ୍ମସମୀକ୍ଷା ପାଇଁ ଭାଜପା ରାଷ୍ଟ୍ରୀୟ ସମ୍ପାଦକ ଅନୁପମ ହାଜରା ନିକଟରେ ଆହ୍ବାନ ଦେଇଥିଲେ। ରାଜ୍ୟ ନେତୃତ୍ୱ ଗଣତାନ୍ତ୍ରିକ ଢଙ୍ଗରେ କାର୍ଯ୍ୟ କରୁ ନ ଥିବାରୁ ଅଭିଜ୍ଞ ନେତାମାନେ ଦୂରେଇଯିବାକୁ ଚେଷ୍ଟା କରୁଛନ୍ତି। ନୂଆ ରାଜ୍ୟ ସଭାପତି ସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ନୁହନ୍ତି ବୋଲି ହାଜରା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri