Posted inଜାତୀୟ

ଖୁବ୍‌ଶୀଘ୍ର ଫେରିବ ଡାକୋଟା ବିମାନ

ନୂଆଦିଲ୍ଲୀ,୨୪।୪: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଉଡ଼ାଇଥିବା ଡାକୋଟା ବିମାନ ଚଳିତ ବର୍ଷ ଶେଷ ସୁଦ୍ଧା ଭୁବନେଶ୍ୱର ଫେରିବ ବୋଲି ଆଶା କରାଯାଉଛି। ଏବେ ବିମାନଟି ଅଚଳ ଅବସ୍ଥାରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ପଡ଼ିରହିଛି। ଏହାକୁ ଖୋଲି ସଡ଼କପଥରେ ଭୁବନେଶ୍ୱର ଆଣି ପୁଣିଥରେ ଯୋଡ଼ିବା ପରେ ଆବଶ୍ୟକ ମରାମତି ଓ ରଙ୍ଗ କରାଯାଇ ଏକ ପ୍ରମୁଖ ସ୍ଥାନରେ ରଖାଯିବ। ଏହି କାର୍ଯ୍ୟ ଲାଗ ରାଜ୍ୟ ସରକାର ଟେଣ୍ଡର ଡାକିଥିଲେ।
ବିଜୁବାବୁ ୧୯୪୭ ଜୁଲାଇ ୨୧ରେ ଡାକୋଟା ବିମାନରେ ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ଉଦ୍ଧାର କରିଥିଲେ। ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଡାକୋଟା ବିମାନ ଓଡ଼ିଶା ଲୋକଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରେ। ଏହାକୁ ଆଣିବା ପାଇଁ ପୂର୍ବରୁ ଯୋଜନା ହୋଇଥିଲେ ହେଁ କୋଭିଡ୍‌ ମହାମାରୀ ଯୋଗୁ ପ୍ରକ୍ରିୟା ବିଳମ୍ବିତ ହୋଇଛି। ଏବେ ଟେଣ୍ଡର ଚାଲିଛି। ବର୍ଷ ଶେଷ ସୁଦ୍ଧା ଏହାକୁ ଅଣାଯାଇପାରେ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏବଂ ଭାରତର ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କଠାରୁ ଆବଶ୍ୟକ ମଞ୍ଜୁରୀ ମିଳିସାରିଛି। କୋଲକାତା ବିମାନବନ୍ଦରରୁ କେତେକ ସୁରକ୍ଷାଗତ ମଞ୍ଜୁରୀ ଅଣାଯିବ। ଡାକୋଟା ବିମାନକୁ ରଖିବା ପାଇଁ ଭୁବନେଶ୍ୱରରେ ଜାଗା ଚିହ୍ନଟ ହୋଇଛି।
ପ୍ରକାଶ ଯେ, ୧୯୪୭ରେ ଡଚ୍‌ମାନେ ପୁନର୍ବାର ଇଣ୍ଡୋନେସିଆକୁ ଦଖଲ କରିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ କଳିଙ୍ଗ ଏୟାରଲାଇନ୍ସର ଦକ୍ଷ ପାଇଲଟ ବିଜୁବାବୁଙ୍କୁ ବିମାନରେ ଜାଭା ଯାଇ ସୁକର୍ଣ୍ଣଙ୍କୁ ଉଦ୍ଧାର କରିବା ନିମନ୍ତେ ଜବାହରଲାଲ୍‌ ନେହେରୁ କହିଥିଲେ। ଡଚ୍‌ମାନେ ଉକ୍ତ ବିମାନକୁ ଗୁଳିକରି ଖସାଇବାକୁ ଧମକ ଦେଇଥିଲେ। ଯଦି ତାଙ୍କ ବିମାନକୁ ଖସାଇ ଦିଆଯାଏ, ତେବେ ନେଦରଲାଣ୍ଡସ୍‌ର କୌଣସି ବିମାନକୁ ନିରାପଦର ସହିତ ଭାରତ ଉପରେ ଉଡ଼ିବାକୁ ଦିଆଯିବ ନାହିଁ ବୋଲି ବିଜୁବାବୁ କହିଥିଲେ। ତାଙ୍କର ଏଭଳି ଚେତାବନୀ ପରେ ଡଚ୍‌ କର୍ତ୍ତୃପକ୍ଷ ବିମାନରେ ଇଣ୍ଡୋନେସିଆ ନେତାଙ୍କୁ ନେବା ଲାଗି ଅନୁମତି ଦେଇଥିଲେ। ବିଜୁବାବୁଙ୍କର ଏହି ଦୁଃସାହସିକତା ପାଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ‘ଭୂମିପୁତ୍ର’ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri