Posted inଫୁରସତ

ଘୋଡ଼ା ବଦଳରେ ଓଟ ଚଢ଼ି ବାହା ହେବାକୁ ଗଲେ ବର, କାରଣ ଜାଣିଲେ କରିବେ ପ୍ରଶଂସା

ମହାରାଷ୍ଟ୍ରରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ପ୍ରତିଦିନ ଏଠାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଶେଷକରି ମରାଠଓ୍ବାଡା ଏବଂ ପଶ୍ଚିମ ମହାରାଷ୍ଟ୍ରରେ ନୂଆ ପଜିଟିଭ୍‌ କେସ୍‌ ଅଧିକ ଆସୁଛି। ଏପରି ସ୍ଥିତିରେ ବିଡ୍‌ ଜିଲାରେ ଜଣେ ବର ନିଜର ବିବାହ ପାଇଁ ଭିନ୍ନ ଏକ ନିଷ୍ପତ୍ତି ନେଇଛନ୍ତି। କାରଣ କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେ ଓଟ ଚଢ଼ି କନ୍ୟାଘରକୁ ବରଯାତ୍ରୀ ନେଇ ଯାଇଛନ୍ତି।

କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଡର ସମସ୍ତଙ୍କ ମନରେ ରହିଛି। ବିଡ୍‌ ଜିଲାର ସାଲେଗାଓଁର ମହାଦେବ ସଖାରାମ ଓ୍ବରପେ ରୁହନ୍ତି। ତାଙ୍କ ପୁଅ ଓ୍ବରପେଙ୍କ ବିବାହ ବିଡ୍‌ ଜିଲାର ଐଶ୍ୱର୍ଯ୍ୟା ରଣଦିବେଙ୍କ ସହ ସମ୍ପନ୍ନ ହୋଇଛି। ୨୨ ବର୍ଷୀୟ ଅକ୍ଷୟ ପେସାରେ ଜଣେ ଖବରଦାତା। ସେ ୨୧ ବର୍ଷୀୟା ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଛନ୍ତି। ଐଶ୍ୱର୍ଯ୍ୟା ବିଏଡ୍‌ କରିଛନ୍ତି। ସେ ଶିକ୍ଷକତାରେ କ୍ୟାରିୟର କରିବାକୁ ଚାହାନ୍ତି।

ସୂଚନାଯୋଗ୍ୟ, ସାଲେଗାଓଁରେ ଗୋଟିଏ ବି କରୋନା ପଜିଟିଭ୍‌ କେସ ନାହିଁ। ତେଣୁ ଅକ୍ଷୟ ଏବଂ ତାଙ୍କ ପିତା ବିଶେଷ ସତର୍କତା ଅବଲମ୍ବନ ପାଇଁ ଏପରି ନିଷ୍ପତ୍ତି ନେଇଥିଲେ। ଅକ୍ଷୟଙ୍କ ପିତା ମହାରାଷ୍ଟ୍ର ସରକାରଙ୍କ ନିୟମ ଅନୁଯାୟୀ, ୫୦ ଭିତରେ ଅତିଥିଙ୍କୁ ସାଙ୍ଗରେ ନେଇଥିଲେ। ଅକ୍ଷୟ ନିଷ୍ପତ୍ତି ନେଇଥିଲେ ଘୋଡ଼ା ବଦଳରେ ସେ ଓଟ ଚଢ଼ି ବର ହୋଇଯିବେ। କାରଣ ଓଟର ଉଚ୍ଚତା ଅଧିକ। ତେଣୁ କରୋନା ସଂକ୍ରମଣର ଭୟ କମ୍‌ ରହିବ। ଓଟ ସବାର ପାଇଁ ତାଙ୍କୁ ୧୨୦୦୦ ଟଙ୍କା ଦେବାକୁ ପଡ଼ିଛି। ଐଶ୍ୱର୍ଯ୍ୟାଙ୍କ ଘର ପକ୍ଷରୁ ମଧ୍ୟ ବିଶେଷ ସତର୍କତା ଅବଲମ୍ବନ କରାଯାଇ ଏହି ବିବାହ ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri