Posted inଫୁରସତ

ଘୋଡ଼ା ବଦଳରେ ଓଟ ଚଢ଼ି ବାହା ହେବାକୁ ଗଲେ ବର, କାରଣ ଜାଣିଲେ କରିବେ ପ୍ରଶଂସା

ମହାରାଷ୍ଟ୍ରରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ପ୍ରତିଦିନ ଏଠାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଶେଷକରି ମରାଠଓ୍ବାଡା ଏବଂ ପଶ୍ଚିମ ମହାରାଷ୍ଟ୍ରରେ ନୂଆ ପଜିଟିଭ୍‌ କେସ୍‌ ଅଧିକ ଆସୁଛି। ଏପରି ସ୍ଥିତିରେ ବିଡ୍‌ ଜିଲାରେ ଜଣେ ବର ନିଜର ବିବାହ ପାଇଁ ଭିନ୍ନ ଏକ ନିଷ୍ପତ୍ତି ନେଇଛନ୍ତି। କାରଣ କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେ ଓଟ ଚଢ଼ି କନ୍ୟାଘରକୁ ବରଯାତ୍ରୀ ନେଇ ଯାଇଛନ୍ତି।

କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଡର ସମସ୍ତଙ୍କ ମନରେ ରହିଛି। ବିଡ୍‌ ଜିଲାର ସାଲେଗାଓଁର ମହାଦେବ ସଖାରାମ ଓ୍ବରପେ ରୁହନ୍ତି। ତାଙ୍କ ପୁଅ ଓ୍ବରପେଙ୍କ ବିବାହ ବିଡ୍‌ ଜିଲାର ଐଶ୍ୱର୍ଯ୍ୟା ରଣଦିବେଙ୍କ ସହ ସମ୍ପନ୍ନ ହୋଇଛି। ୨୨ ବର୍ଷୀୟ ଅକ୍ଷୟ ପେସାରେ ଜଣେ ଖବରଦାତା। ସେ ୨୧ ବର୍ଷୀୟା ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଛନ୍ତି। ଐଶ୍ୱର୍ଯ୍ୟା ବିଏଡ୍‌ କରିଛନ୍ତି। ସେ ଶିକ୍ଷକତାରେ କ୍ୟାରିୟର କରିବାକୁ ଚାହାନ୍ତି।

ସୂଚନାଯୋଗ୍ୟ, ସାଲେଗାଓଁରେ ଗୋଟିଏ ବି କରୋନା ପଜିଟିଭ୍‌ କେସ ନାହିଁ। ତେଣୁ ଅକ୍ଷୟ ଏବଂ ତାଙ୍କ ପିତା ବିଶେଷ ସତର୍କତା ଅବଲମ୍ବନ ପାଇଁ ଏପରି ନିଷ୍ପତ୍ତି ନେଇଥିଲେ। ଅକ୍ଷୟଙ୍କ ପିତା ମହାରାଷ୍ଟ୍ର ସରକାରଙ୍କ ନିୟମ ଅନୁଯାୟୀ, ୫୦ ଭିତରେ ଅତିଥିଙ୍କୁ ସାଙ୍ଗରେ ନେଇଥିଲେ। ଅକ୍ଷୟ ନିଷ୍ପତ୍ତି ନେଇଥିଲେ ଘୋଡ଼ା ବଦଳରେ ସେ ଓଟ ଚଢ଼ି ବର ହୋଇଯିବେ। କାରଣ ଓଟର ଉଚ୍ଚତା ଅଧିକ। ତେଣୁ କରୋନା ସଂକ୍ରମଣର ଭୟ କମ୍‌ ରହିବ। ଓଟ ସବାର ପାଇଁ ତାଙ୍କୁ ୧୨୦୦୦ ଟଙ୍କା ଦେବାକୁ ପଡ଼ିଛି। ଐଶ୍ୱର୍ଯ୍ୟାଙ୍କ ଘର ପକ୍ଷରୁ ମଧ୍ୟ ବିଶେଷ ସତର୍କତା ଅବଲମ୍ବନ କରାଯାଇ ଏହି ବିବାହ ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri