Posted inଫୁରସତ

ବିବାହ ଉତ୍ସବରେ ବରଯାତ୍ରୀଙ୍କୁ ବାସନ ଧୋଇବାକୁ କହିଲେ ବରକନ୍ୟା, କାରଣ ଜାଣିଲେ…

ବିବାହ ଉତ୍ସବରେ ନାଚ, ଗୀତ, ଖୁସି ମଜା ସାଧାରଣ କଥା। ମାତ୍ର ଏମିତି ଏକ ବିବାହ ଉତ୍ସବର କାହାଣୀ ଭାଇରାଲ ହେଉଛି, ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଯେଉଁ ବିବାହରେ ବରଯାତ୍ରୀଙ୍କୁ ଅଇଁଠା ବାସନ ଧୋଇବାକୁ ପଡ଼ିଛି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଜଣେ ବରଯାତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ଦେଖନ୍ତୁ ଶେଷରେ କ’ଣ ହେଲା। ସମସ୍ତ ବରଯାତ୍ରୀ ବାସନ ଧୋଇବା ନଜର ଆସିଛନ୍ତି।

ଜଣେ ୟୁଜର ଇଂଲଣ୍ଡରେ ହୋଇଥିବା ଏକ ବିବାହ କାହାଣୀ ପୋଷ୍ଟ କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ତାଙ୍କୁ ଏକ ଦାମୀ ଏବଂ ବିଳାସପୂର୍ଣ୍ଣ ବିବାହ ସମାରୋହରେ ନିମନ୍ତ୍ରଣ କରାଯାଇଥିଲା। ଯେଉଁଠିକୁ ଯାଇ ତାଙ୍କୁ କି ପ୍ରକାର ହଇରାଣ ହେବାକୁ ପଡ଼ିଥିଲା ସେ ବିଷୟରେ କହିଛନ୍ତି।

ୟୁଜର ଜଣକ ଲେଖିଛନ୍ତି, ଏହି ବିବାହ ସମାରୋହରେ ବହୁତ ପ୍ରକାର ଖାଦ୍ୟ ହୋଇଥିଲା। କିନ୍ତୁ କମ୍‌ ଥିଲା। କିଛି ଅତିଥି ଭୋକରେ ଥିଲେ। ଯେଉଁ ଅତିଥିମାନେ ଖାଇବା ଖାଇଥିଲେ, ତାଙ୍କୁ ବାସନ ମାଜିବାକୁ ପଡ଼ିଥିଲା। ବରକନ୍ୟାଙ୍କ ଇସାରାରେ ଜଣେ କର୍ମଚାରୀ ଏଠାକୁ ଆସି ବାସନ ମାଜିବାକୁ କହିଥିଲେ। କର୍ମଚାରୀ ଜଣକ ପହଞ୍ଚି କହିଥିଲେ, ଏକ ସର୍‌ପ୍ରାଇଜ ଅଛି। ମାତ୍ର ପହଞ୍ଚି ଦେଖିଲାବେଳକୁ ଅତିଥିଙ୍କୁ ବାସନ ମାଜିବାକୁ କହିଲେ। ପ୍ରଥମେ ବୁଝି ହେଲାନି ଇଏ କ’ଣ ହେଉଛି।

ୟୁଜର ଜଣକ କହିଛନ୍ତି, ବରକନ୍ୟା ବାସନ ଧୋଇବାକୁ କାହାକୁ ଡାକି ନ ଥିଲେ। ଏଥିପାଇଁ ସେ ଏପରି କଲେ ଖର୍ଚ୍ଚ ରହିଯାଉ। ବରକନ୍ୟା ନିଜ ବିବାହର ଅଧିକାଂଶ ଅର୍ଥ ବିବାହ ମଣ୍ଡପ ଏବଂ ଡ୍ରେସ୍‌ରେ ଖର୍ଚ୍ଚ କରିଛନ୍ତି। ଏଥିପାଇଁ ବରଯାତ୍ରୀଙ୍କୁ ବାସନ ମଜାରେ କାମରେ ଲଗାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହେଲିକପ୍ଟର ଭିତରେ ଅନନ୍ୟ ହୋଟେଲ: ଏଥିରେ ଯାହା ସବୁ ରହିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳେ ସ୍ଥାନ କିମ୍ବା ହୋଟେଲରେ ରହିବାକୁ ଚାହାନ୍ତି। ଯାହାର ଆଖପାଖ ପରିବେଶ ଆରାମଦାୟକ ହୋଇଥିବା ଦରକାର। ମାତ୍ର ସବୁବେଳେ...

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

ଆକାଶରୁ ଅଚାନକ ହେଲା ମାଛ ବର୍ଷା: ଆଉ ତା’ପରେ…

ତେହେରାନ: ଅନେକ ସମୟରେ ବର୍ଷା ହେଉଥିବାବେଳେ ଆକାଶରୁ କୁଆପଥର ଖସିଥାଏ। ଏହାକୁ କୁଆପଥର ବର୍ଷା କୁହାଯାଏ। ତେବେ ସେହିପରି ଭାବେ ଆକାଶରୁ ଅଚାନକ ମାଛ ବର୍ଷା...

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଲ୍ୟାପ୍‌ଟପ୍‌: ମିଳିଲା ଏମିତି କିଛି, ଗ୍ରାହକଙ୍କ ହେଶ୍‌ ଉଡିଲା

ନୂଆଦିଲ୍ଲୀ,୯।୫: ଅନଲାଇନ ଶପିଂ ଆପ୍‌ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଅନଲାଇନ ଆପଗୁଡ଼ିକର ବିଶ୍ୱସନୀୟତା ଧୀରେ ଧୀରେ ହ୍ରାସ ପାଉଛି। ଏହାର କାରଣ...

ପିଜା ଖାଇବାକୁ ବିମାନ ବୁକ୍‌ କରି ବିଦେଶରେ ପହଞ୍ଚିଲେ ଯୁବତୀ

ବାସ୍ତାବରେ ଧନୀମାନଙ୍କର ପରିଭାଷା କ’ଣ? ଏହାର ଅର୍ଥ ହେଲା ଧନୀଙ୍କ ପାଖରେ ଅର୍ଥର ଅଭାବ ନ ଥାଏ। ତେଣୁ ମନ ଯାହା ଚାହେଁ, ତାହା କରିଦିଅନ୍ତି।...

ବିବାହ କରିବେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶତାୟୁ ନାୟକ ଟେରେନ୍ସ

ୱାଶିଂଟନ୍‌: ଆମେରିକା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାହସର ସହ ଲଢ଼ିଥିବା ହେରୋଲ୍ଡ ଟେରେନ୍ସ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆସନ୍ତା ମାସ ଫ୍ରାନ୍ସରେ ନିଜ ପ୍ରେମିକା...

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri