Posted inଜାତୀୟ

କେନ୍ଦ୍ର ନିୟନ୍ତ୍ରଣରେ ଓ୍ବେବ୍‌ ନ୍ୟୁଜ୍‌

ନୂଆଦିଲ୍ଲୀ,୧୨ା୧୧: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଓ୍ବେବ୍‌ ମିଡିଆ ପ୍ଲାଟ୍‌ଫର୍ମ ଓ ଅନ୍‌ଲାଇନ୍‌ରେ ପ୍ରଦର୍ଶିତ ଫିଲ୍ମ ତଥା ଅଡିଓ ଭିଜୁଆଲ କାର୍ଯ୍ୟକ୍ରମଗୁଡ଼ିକୁ ନିଜ ଅଧୀନକୁ ନେଇଛନ୍ତି। ଫଳରେ ଏଣିକି ଏହିସବୁ ଅନ୍‌ଲାଇନ୍‌ ପ୍ରୋଗ୍ରାମ ସୂଚନା ଓ ପ୍ରସାରଣ (ଆଇବି) ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ହେବ। ନଭେମ୍ବର ୯ରେ କ୍ୟାବିନେଟ ସେକ୍ରେଟାରିଏଟ୍‌ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ସରକାର ଆଲୋକେଶନ୍‌ ଅଫ୍‌ ବିଜ୍‌ନେସ୍‌ ରୁଲ୍ସ ବା କାର୍ଯ୍ୟ ଆବଣ୍ଟନ ନିୟମ, ୧୯୬୧ରେ ସଂଶୋଧନ ଆଣିଛନ୍ତି। ଏହାର ଦ୍ୱିତୀୟ ପରିଚ୍ଛେଦରେ ଅତିରିକ୍ତ ଭାବେ ଦୁଇଟି ଧାରା ୨୨ଏ ଓ ୨୨ବି ଯୋଡ଼ାଯାଇଛି। ତେଣୁ ଅନ୍‌ଲାଇନ୍‌ କଣ୍ଟେଣ୍ଟ ପ୍ରୋଭାଇଡରଙ୍କ ଦ୍ୱାରା ଉପଲବ୍ଧ ଫିଲ୍ମ ଓ ଦୃଶ୍ୟ ଶ୍ରାବ୍ୟ କାର୍ଯ୍ୟକ୍ରମ ଏବଂ ନ୍ୟୁଜ୍‌ ତଥା କରେଣ୍ଟ ଆଫାୟାର୍ସ ଉପରେ ସମ୍ପୂର୍ଣ୍ଣ ସରକାରୀ ନିୟନ୍ତ୍ରଣ ରହିବ।
ସୁଦର୍ଶନ ଟିଭିର ବିବାଦୀୟ ‘ୟୁପିଏସ୍‌ସି ଜିହାଦ’ କାର୍ଯ୍ୟକ୍ରମକୁ ନେଇ ନିକଟରେ ବିବାଦ ସୃଷ୍ଟି ହୋଇ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା। ଟେଲିଭିଜନ ଚ୍ୟାନେଲଗୁଡ଼ିକୁ ନିୟନ୍ତ୍ରଣ କରିବା ଲାଗି ଗାଇଡ୍‌ଲାଇନ୍‌ ପ୍ରସ୍ତୁତି ଉପରେ ସୁପ୍ରିମକୋର୍ଟ ବିଚାର କରୁଥିବାବେଳେ ଅଦାଲତରେ କେନ୍ଦ୍ର ସରକାର ନିଜ ଜବାବ ଦାଖଲ କରିଥିଲେ। ଡିଜିଟାଲ ମିଡିଆ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ତେଣୁ ଏହାକୁ ନିୟନ୍ତ୍ରଣ କରାଯିବା ଦରକାର ବୋଲି ସରକାର ଶୀର୍ଷ ଅଦାଲତଙ୍କୁ ଅବଗତ କରାଇଥିଲେ। ଉକ୍ତ ପ୍ରସ୍ତାବକୁ କାର୍ଯ୍ୟରେ ପରିଣତ କରିବାକୁ ଯାଇ ସରକାର ଉପରୋକ୍ତ ପଦକ୍ଷେପ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନଭେମ୍ବର ୧୦ରେ ଏକ ଗେଜେଟ୍‌ ନୋଟିଫିକେଶନ ଜାରି କରିଛନ୍ତି। ତଦନୁଯାୟୀ ନ୍ୟୁଜ୍‌ ଏବଂ କରେଣ୍ଟ ଆଫେୟାର୍ସକୁ ଫିଲ୍ମସ୍‌ ବର୍ଗରେ ରଖାଯାଇଛି।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ବର୍ତ୍ତମାନ ୯ଟି ବର୍ଗର କାର୍ଯ୍ୟକ୍ରମ ରହିଛି। ସେଗୁଡ଼ିକ ହେଲା ପ୍ରସାରଣ ନୀତି ଓ ପ୍ରଶାସନ, କେବୁଲ ଟିଭି ନୀତି, ରେଡିଓ, ଦୂରଦର୍ଶନ ଫିଲ୍ମସ୍‌, ବିଜ୍ଞାପନ ଓ ଭିଜୁଆଲ୍‌ ପବ୍ଲିସିଟି, ପ୍ରେସ୍‌, ପ୍ରକାଶନ, ଗବେଷଣା ଓ ସନ୍ଦର୍ଭ। ଏଥିରେ ଏବେ ସାମିଲ କରାଯାଇଥିବା ‘ଖବର ଓ ସାମ୍ପ୍ରତିକ ଘଟଣାବଳୀ’କୁ ଧାରା ୨୨ ପରେ ଯୋଡ଼ାଯାଇଛି, ଯାହାକି ପ୍ରେସ୍‌ ଅଧୀନରେ ନୁହେଁ, ବରଂ ‘ଫିଲ୍ମସ୍‌’ ସବ୍‌-କ୍ୟାଟେଗୋରିରେ ଆସୁଛି। ଏହା ଅଧୀନରେ ଫେସ୍‌ବୁକ୍‌, ଟୁଇଟର୍‌ ଓ ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ଆସୁଥିବା ଖବର ଉପରେ ସରକାରୀ ନିୟନ୍ତ୍ରଣ ରହିବ। ସେହିପରି ଫିଲ୍ମସ୍‌, ଅଡିଓ-ଭିଜୁଆଲ୍ସ ଓ ଅନ୍‌ଲାଇନ୍‌ ପ୍ଲାଟଫର୍ମଗୁଡ଼ିକର ଖବର ଏହାର ପରିସରଭୁକ୍ତ ହେବ।
ବର୍ତ୍ତମାନ ସୁଦ୍ଧା ଡିଜିଟାଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଆସୁଥିବାବେଳେ ପ୍ରିଣ୍ଟ, ଟେଲିଭିଜନ ଏବଂ ରେଡିଓ ଭଳି ମିଡିଆ ସୂଚନା ଓ ପ୍ରସାରଣ ଅଧୀନରେ ରହିଥିଲା। ପ୍ରସାରିତ କଣ୍ଟେଣ୍ଟ ବା ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ଲାଗି କୌଣସି ସ୍ପଷ୍ଟ ନିୟମ ନ ଥିବାରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହାକୁ ନିଜ ଅଧୀନକୁ ନେବା ପାଇଁ ଚାହିଁଥିଲା। ନୂଆ ନୋଟିଫିକେଶନର ତାତ୍ପର୍ଯ୍ୟ ହେଉଛି ନେଟ୍‌ଫ୍ଲିକ୍ସ, ଆମାଜନ୍‌ ପ୍ରାଇମ୍‌, ହଟ୍‌ଷ୍ଟାର ଭଳି ଅନ୍‌ଲାଇନ୍‌ କ୍ୟୁରେଟେଡ୍‌ କଣ୍ଟେଣ୍ଟ ପ୍ରୋଭାଇଡର୍ସ (ଓସିସିପି)ଙ୍କ ପକ୍ଷରୁ ଓଭର ଟୁ ଟ୍ୟାପ୍‌ (ଓଟିଟି) ପ୍ଲାଟ୍‌ଫର୍ମରେ ପ୍ରଦର୍ଶିତ କଣ୍ଟେଣ୍ଟ ମଧ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନକୁ ଆସିବ। ତେବେ ୟୁଟ୍ୟୁବ୍‌ ଓ ଫେସ୍‌ବୁକ୍‌ରେ ବ୍ୟକ୍ତିଗତ ଭାବେ ପ୍ରସାରିତ କଣ୍ଟେଣ୍ଟଗୁଡ଼ିକ ପୂର୍ବ ଭଳି ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ରହିବ।
ସୂଚନାଯୋଗ୍ୟ, ଗତ ମାସରେ ପ୍ରକାଶିତ ଏକ ପ୍ରେସ୍‌ ରିଲିଜ୍‌ରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଥିଲା ଯେ, ନିକଟ ଭବିଷ୍ୟତରେ ଡିଜିଟାଲ ମିଡିଆ ଜର୍ନାଲିଷ୍ଟମାନଙ୍କୁ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ଆକ୍ରେଡିଶନ ଦିଆଯାଇପାରେ। ଏପରି ପ୍ଲାଟଫର୍ମଗୁଡ଼ିକ ମୁଖ୍ୟସ୍ରୋତର ଗଣମାଧ୍ୟମ ଭାବେ ପରିଗଣିତ ହୋଇ ସରକାରୀ ବିଜ୍ଞାପନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ତେଣୁ ସରକାରଙ୍କ ସଦ୍ୟ ପଦକ୍ଷେପକୁ ବିଜ୍ଞାପନ ନିୟନ୍ତ୍ରଣ ଜରିଆରେ ଅନ୍‌ଲାଇନ୍‌ ନ୍ୟୁଜ୍‌ ଉପରେ ଲଗାମ ବୋଲି କେତେକ ମହଲରେ ସମାଲୋଚନା କରାଯାଉଛି। ଏଠାରେ ସ୍ମରଣ କରାଯାଇପାରେ ଯେ, ୨୦୧୮ରେ ସ୍ମୃତି ଇରାନୀ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିବାବେଳେ ଫେକ୍‌ ନ୍ୟୁଜ୍‌ ପ୍ରସାର କଲେ ସମ୍ପୃକ୍ତ ସାମ୍ବାଦିକଙ୍କ ପ୍ରେସ୍‌ ଆକ୍ରେଡିଶନକୁ ରଦ୍ଦ କରିବା ପାଇଁ ନୂଆ ନିୟମ ଆଣିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଡ୍ୟାମେଜ୍‌ କଣ୍ଟ୍ରୋଲ କରିଥିଲା। ପିଏମ୍‌ଓ ହସ୍ତକ୍ଷେପ କରିବା ପରେ ବିବାଦୀୟ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?