ମିଳୁନି ମୂଲ୍ୟ, କ୍ଷତି ସହୁଛନ୍ତି ବୁଣାକାର

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): କରୋନାଜନିତ ଲକ୍‌ଡାଉନ ପାଇଁ ସମଗ୍ର ଓଡ଼ିଶାରେ ବୁଣାକାରମାନେ ଅସୁବିଧା ଭୋଗୁଛନ୍ତି। ମେଳା, ମହୋତ୍ସବ ଓ ପ୍ରଦର୍ଶନୀ ବନ୍ଦ ଥିବାରୁ ବୁଣାକାରଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି ହୋଇପାରୁନି। ଏଭଳି ସମୟରେ ବୁଣାକାର ଓ ହସ୍ତଶିଳ୍ପୀଙ୍କ ସାମଗ୍ରୀ କିଣିବାପାଇଁ ରାଜ୍ୟ ସରକାର ମାତ୍ର ୩୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ତେବେ ଏହା ସମୁଦ୍ରକୁ ଶଙ୍ଖେ ବୋଲି ଅଭିଯୋଗ କରିଛନ୍ତି ରାଜ୍ୟର ବୁଣାକାର। ବୁଣାକାରଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ପ୍ରତିଷ୍ଠାନ ବୟନିକା, ଉତ୍କଳିକା, ସେରିଫେଡ୍‌ ଓ ସମ୍ବଲପୁରୀ ବସ୍ତ୍ରାଳୟ ବୁଣାକାରଙ୍କ ନିକଟରୁ ବସ୍ତ୍ର କିଣିବାବେଳେ ପାତର ଅନ୍ତର କରୁଛନ୍ତି। ମନଇଚ୍ଛା ମୂଲ୍ୟ ନିର୍ଦ୍ଧାରଣ କରାଯାଉଥିବାରୁ ବୁଣାକାରମାନେ ବିପୁଳ କ୍ଷତି ସହୁଥିବା ମହାସଂଘ ଗୁରୁତର ଅଭିଯୋଗ ଉଠାଇଛି। ମହାସଂଘର କହିବା କଥା, ଗତ ଅଗଷ୍ଟରେ ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ରାଜ୍ୟର ପ୍ରସିଦ୍ଧ ବୟନ ଗ୍ରାମ ଗୋପାଳପୁର ବୁଣାକାରଙ୍କ ନାହିଁ ନ ଥିବା କ୍ଷତି କରିଥିଲା। ବନ୍ୟା ପାଣି ଘରେ ପଶିଯିବା ଦ୍ୱାରା ବହୁ ଲୋକଙ୍କ ଘର ସହ ତନ୍ତ, ସୂତା ଓ ଉପତ୍ାଦିତ ସାମଗ୍ରୀ ନଷ୍ଟ ହୋଇଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ କ୍ଷତିର ଆକଳନ କରାଯାଇଥିଲେ ମଧ୍ୟ ଏଯାବତ ବନ୍ୟାବିପନ୍ନଙ୍କୁ କ୍ଷତିପୂରଣ ଦିଆଗଲାନାହିଁ। ମୁଖ୍ୟମନ୍ତ୍ରୀ ପ୍ରତି ବୁଣାକାରଙ୍କୁ ୪୧୦୦ ଟଙ୍କା ଲେଖାଏ ବନ୍ୟା ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ମଧ୍ୟ ତାହା ବି ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସେହିଭଳି ରାଜ୍ୟ ବୁଣାକାରଙ୍କ ସାମାଜିକ ସୁରକ୍ଷା ପାଇଁ ମହାତ୍ମା ଗାନ୍ଧୀ ବୁଣାକାର ବୀମା ଯୋଜନା ପ୍ରଣୟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଯୋଜନାକୁ ବନ୍ଦ କରି ପ୍ରଧାନମନ୍ତ୍ରୀ ବୁଣାକାର ବୀମା ଯୋଜନା କାର୍ଯ୍ୟକାରୀ କରାଗଲା। ହେଲେ ସରକାର ଇତିମଧ୍ୟରେ ଏହି ବୀମା ଯୋଜନାକୁ ମଧ୍ୟ ବନ୍ଦ କରିଦେଇଛନ୍ତି। ବୁଣାକାରଙ୍କ ପାଇଁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସ୍ବାସ୍ଥ୍ୟ ବୀମା ଯୋଜନାକୁ ମଧ୍ୟ ୬ବର୍ଷ ହେବ ବନ୍ଦ କରି ଦିଆଯାଇଛି। ବାସଗୃହ ଏବଂ କର୍ମଶାଳା ନିର୍ମାଣ ପାଇଁ ପୂର୍ବରୁ ମିଳୁଥିବା ଆର୍ଥିକ ସହାୟତାକୁ ବି ବନ୍ଦ କରିଦିଆଯାଇଛି। ବୁଣାକାରଙ୍କ ଏହି ସମସ୍ୟାର ସମାଧାନ ଲାଗି ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର

ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ଅଙ୍କିତ ବାଲିୟାନ ହତ୍ୟାକାଣ୍ଡ: ୫ଦିନରେ ପୋଲିସ ଏନକାଉଣ୍ଟରରେ ୨ ସୁଟର ନିହତ

ଚଣ୍ଡିଗଡ଼,୩୧।୮: ଶାମଲି ପୋଲିସ ଏକ ଏନକାଉଣ୍ଟର ସମୟରେ ହରିୟାଣଭି ଗାୟକ ଅଙ୍କିତ ବାଲିୟାନଙ୍କ ହତ୍ୟାରେ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗୁଳି କରି ହତ୍ୟା କରିଛି। ଅଭିଯୁକ୍ତମାନଙ୍କୁ ସୁମିତ…

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାବେଳେ ବରଗଡ଼ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବର୍ଷା ହେବାର ଆଶଙ୍କା ଦେଖାଦେଇଛି।…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri