Posted inଫୁରସତ

ସୁଟ୍‌ ବୁଟ୍‌ ପିନ୍ଧି ପାହାଡ ଚଢା

ପାହାଡ ଚଢାଳୀଙ୍କୁ ଉପଯୁକ୍ତ ପୋଷାକ ସହ ଅନେକ ସାବଧାନତା ଅବଲମ୍ବନ କରିବାକୁ ହୁଏ। ଅନେକ ପାହାଡଚଢା ସରଞ୍ଜାମ ବି ଧରିବାକୁ ହୁଏ। କାରଣ ଏସବୁ ବିନା ପାହାଡ ଚଢିବା ବିପଜ୍ଜନକ ହୋଇପାରେ। ତେବେ ଜାପାନର ନୋବୁତାକା ସାଦା ନାମକ ଜଣେ ବ୍ୟକ୍ତିଙ୍କୁ ଯେମିତି ପାହାଡ ଚଢିବା ଖେଳ ପରି ଲାଗେ। ସେ ଏସବୁ ସାବଧାନତା ଅବଲମ୍ବନ ନ କରି ମାଲେୟସିଆର ଉଚ୍ଚତମ ପର୍ବତ ମାଉଣ୍ଟ କନାବାଲୁକୁ ଥ୍ରୀ ପିସ୍‌ ସୁଟ୍‌ ଓ ଚମଡା ଜୋତା ପିନ୍ଧି ଚଢିଛନ୍ତି। ୪୯ ବର୍ଷୀୟ ସାଦା ଗତ ମାର୍ଚ୍ଚ ୨୨ ତାରିଖରେ ନିଜ ବ୍ରାଣ୍ଡର କଷ୍ଟମ୍‌ ମେଡ୍‌ ସୁଟ୍‌ ପିନ୍ଧି ପର୍ବତ ଚଢିଥିଲେ ଓ ଶିଖରରେ ବି ପହଞ୍ଚତ୍ଥିଲେ। ସମୁଦ୍ରପତନଠାରୁ ୪୦୯୫ ମିଟର ଉଚ୍ଚତାରେ ପହଞ୍ଚତ୍ ସେଠାରେ ସେ ନିଜ ବ୍ରାଣ୍ଡ ସେଇ ସୁଟ୍‌ର ଡିଜାଇନ୍‌କୁ ପ୍ରଦର୍ଶିତ କରିଥିଲେ। ସାଦା ଯେକି ପେସାରେ ଜଣେ ଟେଲର୍‌ ହାତରେ ଏକ ଅଫିସ୍‌ ବ୍ୟାଗ୍‌, ବେକରେ ଅଫିସ୍‌ ଆଇଡି କାର୍ଡ ଝୁଲାଇ ପ୍ରଫେଶନାଲ ଲୁକ୍‌ରେ ପର୍ବତ ଚଢିଥିଲେ। ସାଦା କୁହନ୍ତି, ପାହାଡ ଚଢିବାବେଳେ ଗରମ ଗୁଳୁ ଗୁଳି ସହ, ବର୍ଷା ବି ହୋଇଥିଲା। କିନ୍ତୁ ସାଦା ବ୍ରାଣ୍ଡର ଏହି କଷ୍ଟମ ମେଡ୍‌ ସୁଟ୍‌ ଉପରେ କିିଛି ପ୍ରଭାବ ପଡି ନ ଥିଲା। ଏତେ ପ୍ରତିକୁଳ ପରିସ୍ଥିତିରେ ପାହାଡ ଚଢି ଶିଖରରେ ପହଞ୍ଚତ୍ବା ପର୍ଯ୍ୟନ୍ତ ମୋର ଅଫିସ୍‌ ଲୁକ୍‌ ଖରାପ ହୋଇ ନ ଥିଲା। ଏମିତିକି ସେ ସମୟରେ ବି ମୁଁ ଏକ ବିଜନେସ୍‌ ମିଟିଂ ଆଟେଣ୍ଡ କରିବାଭଳି ସ୍ଥିତିରେ ଥିଲି।’ ସାଦା ଜଣେ ଆଡଭେଞ୍ଚର ପ୍ରିୟ ମଣିଷ। ସେ କେବଳ ପାହାଡ ଚଢା ନୁହେଁ ସ୍କୁବା ଡାଇଭିଂ, ମାରାଥନ୍‌ ଦୌଡ ଓ ସ୍କିଂ ବି କରନ୍ତି। ଆଉ ଏସବୁ କରିବାବେଳେ ସେ ନିଜ ବ୍ରାଣ୍ଡର ସୁଟ୍‌ ପିନ୍ଧନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?