ଅଭିଯୁକ୍ତଙ୍କ ଘରୁ ପୁଣି ମିଳିଲା ମାରଣାସ୍ତ୍ର

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ରାଜଧାନୀରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିଥିବା କେବିଏନ୍‌ ଗ୍ୟାଙ୍ଗ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରୁଛି କମିଶନରେଟ ପୋଲିସ। ଶନିବାରଠାରୁ ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ୨ ଦିନିଆ ରିମାଣ୍ଡରେ ଆଣି ପୋଲିସ ମାରଥନ୍‌ ଜେରା କରିଥିଲା। ଅଭିଯୁକ୍ତ ରାହୁଲ ଜେନା, ରାଜେଶ ବେହେରା ଓରଫ ଚେଙ୍ଗ, ସୁମନ କୁମାର ପରିଡ଼ା, ସନାତନ ବେହେରା ଓରଫ ସନିଆ ଓ ନରେନ୍ଦ୍ର କୁମାର ଜେନାଙ୍କୁ ପୃଥକ ଭାବେ ପଚରାଉଚରା କରାଇଥିଲା। ସେମାନଙ୍କ ବୟାନ ଆଧାରଣରେ ରବିବାର ପୁଣି ୨ଟି ଖେଳନା ବନ୍ଧୁକ, ଗୋଟିଏ ବାଇକ୍‌ କ୍ରାଙ୍କ୍‌, ୨ଟି ଖଣ୍ଡା, ଗୋଟିଏ ଭୁଜାଲି ଜବତ ହୋଇଛି। ପୂର୍ବରୁ କେବିଏନ୍‌ ଗ୍ୟାଙ୍ଗରେ ୨୯ଜଣ ସଦସ୍ୟ ଥିବା ପୋଲିସ କହିଥିଲା। ହେଲେ ଏବେ ଉକ୍ତ ଗ୍ୟାଙ୍ଗରେ ୩୦ଜଣ ସଦସ୍ୟ ଥିବା ପୋଲିସ ଜାଣିବାକୁ ପାଇଛି। ଗ୍ୟାଙ୍ଗ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ ହାସଲ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ତଥା ଗ୍ୟାଙ୍ଗର ମାଷ୍ଚରମାଇଣ୍ଡ ବୁବୁ ଜେନାଙ୍କ ସମ୍ପର୍କରେ ଏଯାବତ୍‌ ସାମାନ୍ୟତମ ସୂଚନା ମିଳିପାରୁ ନାହିଁ। ତେବେ ଏମାନେ ଯେଉଁ ବନ୍ଧୁକ ଧରି ଭିଡିଓ ଭାଇରାଲ କରିଥିଲେ ତାହା ଖେଳନା ବୋଲି ପୋଲିସ ସ୍ପଷ୍ଟ କରିଛି।
ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇ ବିଭିନ୍ନ ତଥ୍ୟ ହାସଲ କରାଯାଇଛି। ତାଙ୍କ ସାଙ୍ଗରେ କିଏ କିଏ ରହୁଥିଲେ, ସେମାନେ କେଉଁଠି ବସି ଖଟି କରୁଥିଲେ, ଭିଡିଓ ଶୁଟିଂ ଓ ଏଡିଟିଂ କେମିତି କରିଛନ୍ତି, ସୋସିଆଲ୍‌ ମିଡିଆରେ ଅପଲୋଡ୍‌ କିଏ କରିଛି, ସେମାନଙ୍କୁ ଜେରାବେଳେ ଏଭଳି ବିଭିନ୍ନ ତଥ୍ୟ ଆମେ ସଂଗ୍ରହ କରିଛୁ। ସେମାନେ ଦେଖେଇ ହୋଇ ଜନସାଧାରଣଙ୍କୁ ଭୟଭୀତ କରୁଥିଲେ। ତେବେ ଆଉ ଯେଉଁ ସଦସ୍ୟଙ୍କ ଘରେ ମାରଣାସ୍ତ୍ର ରହିଛି ସେସବୁକୁ ଜବତ କରାଯିବ। ଆବଶ୍ୟକ ପଡିଲେ ଏମାନଙ୍କୁ ପୁନର୍ବାର ରିମାଣ୍ଡରେ ଆଣାଯିବ। ଗ୍ୟାଙ୍ଗର ଫେରାର ସଦସ୍ୟଙ୍କୁ ଖୁବ୍‌ଶ୍ରୀଘ୍ର ଧରିବାକୁ ଚେଷ୍ଟା ଚାଲିଛି ବୋଲି ସେ କହିଛନ୍ତି।
ମାଷ୍ଟରମାଇଣ୍ଡ ବୁବୁଙ୍କ ନେତୃତ୍ୱରେ ୩୦ରୁ ଊର୍ଦ୍ଧ୍ୱ ସଦସ୍ୟଙ୍କୁ ନେଇ ରାଜଧାନୀରେ କେବିଏନ୍‌ ଗ୍ୟାଙ୍ଗ ମୁଣ୍ଡ ଟେକିଥିଲା। ସେମାନେ ଅପରାଧ ଘଟାଇବା ସହ ଲୋକଙ୍କ ମନରେ ଭୟ ସୃଷ୍ଟି କରିବାକୁ ଖଣ୍ଡା, ଭୁଜାଲି ବୁଲାଇ ଗୁଳି ଫୁଟାଇ ଭିଡ଼ିଓକୁ ଭାଇରାଲ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଉଥିଲେ। ଲୁଟ୍‌ପାଟ କରିବା ସହ ଦାଦାବଟି ମଧ୍ୟ ମାଗିବା ଆରମ୍ଭ କରିଥିଲେ। ଏୟାରପୋର୍ଟ ଥାନା ପୋଖରୀପୁଟ ଅଞ୍ଚଳରେ ଅଭିଯୁକ୍ତ ଚେଙ୍ଗ ରହୁଥିବା ଘର ଭାଙ୍ଗି ପୋଲିସ ଏକ ଖଣ୍ଡା ଜବତ କରିଥିଲା। ତା’ପର ଦିନ ବୁବୁଙ୍କ ଘରେ ମଧ୍ୟ ପୋଲିସ ଚଢାଉ କରିଥିଲା। ଚେଙ୍ଗ ଓ ସନିଆ ଭୟଭୀତ ହୋଇ ମଙ୍ଗଳବାର କୋର୍ଟରେ ଆତ୍ମସମର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପଙ୍କ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କଲେ ନିରଞ୍ଜନ, କହିଲେ ଆମେ ଅହିଂସା ନୀତିରେ ବିଶ୍ୱାସ କରୁ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ପ୍ରଦୀପ ମାଝିଙ୍କ ମନ୍ତବ୍ୟରେ ମୁଁ ଦୁଃଖିତ। ସେ ଭାବବିହ୍ବଳ ହୋଇ ଏଭଳି କଥା କହିଛନ୍ତି। ପିସିସି ସଭାପତି ଭାବେ ମୁଁ ଏଥିରେ ଦୁଃଖ ପ୍ରକାଶ...

ମାଗଣାରେ ପାଞ୍ଚଟଙ୍କିଆ ଖାଦ୍ୟ ନ ଦେବାରୁ ମାଡ଼ମାରି ଢାଳିଦେଲେ ଯୁବକ, ଥାନାରେ ଅଭିଯୋଗ

ରଣପୁର, ୨୭।୫(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ସରକାରୀ ଡାକ୍ତରଖାନା ପରିସରରେ ରହିଛି ପାଞ୍ଚଟଙ୍କିଆ ଆହାର କେନ୍ଦ୍ର। ସୋମବାର ଉକ୍ତ କେନ୍ଦ୍ରର କର୍ମଚାରୀମାନେ ଜଣେ ଯୁବକଙ୍କୁ ମାଗଣାରେ...

ବଳଶାଳୀ ବିଲ୍‌ଡରଙ୍କ ବଡ଼ କାରନାମା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର, ପୁଣି ଜବରଦଖଲ ଉଦ୍ୟମ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଭୁବନେଶ୍ୱରରେ ଏବେ ଜମି ଦର ଆକାଶଛୁଆଁ। ଜଣେ ସାଧାରଣ ବର୍ଗର ଲୋକ ପାଇଁ ଭୁବନେଶ୍ୱରରେ ଜମି କିଣିବା ସ୍ବପ୍ନ। ଏପରି ସ୍ଥଳେ କେତେକ ଅସାଧୁ...

ମାନବାଧିକାର ଉଲ୍ଲଂଘନକାରୀ ଏଠି ପଦବୀର ମାଲିକ : କଂଗ୍ରେସ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଜନସାଧାରଣଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ ତଥା ପୋଲିସକୁ ଲୋକାଭିମୁଖୀ କରିବା ପାଇଁ ଦେଶରେ ବିଭିନ୍ନ ନ୍ୟାୟିକ ଓ ଅର୍ଦ୍ଧନ୍ୟାୟିକ ପ୍ରତିଷ୍ଠାନ କାର୍ଯ୍ୟକରୁଛି। କିନ୍ତୁ...

CORONAVIRUS UPDATE: ଭୁବନେଶ୍ୱରରେ ଆଉ ଜଣେ କରୋନା ପଜିଟିଭ୍‌, ୧୮୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ରବିବାର ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଆକ୍ରାନ୍ତ...

ପଢ଼ାଖର୍ଚ୍ଚ ପାଇଁ ରମାଦେବୀର ବଣ୍ଡା ଛାତ୍ରୀ ଦିନମଜୁରିଆ

ମାଲକାନଗିରି,୩୧।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ବଣ୍ଡାଘାଟିର ୫ ପଞ୍ଚାୟତରେ ୩୫ରୁ ଊର୍ଦ୍ଧ୍ୱ ଗ୍ରାମରେ ବଣ୍ଡା ଜନଜାତି ବସବାସ କରୁଛନ୍ତି। ଗତବର୍ଷ ମାଲକାନଗିରି ଜିଲାରେ...

ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ଅଚାନକ ଚଢ଼ାଉ: ଧରାପଡ଼ିଲେ ୮ ଅଣଛାତ୍ର

କଟକ ଅଫିସ,୨୯।୮: ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ବୁଧବାର ରାତି ପ୍ରାୟ ୧୦ଟାରେ କୁଳପତି ପ୍ରଫେସର ଈଶାନ କୁମାର ପାତ୍ର ଅଚାନକ ଚଢ଼ାଉ କରିଛନ୍ତି। ଏହି ସମୟରେ ବିଶ୍ୱବିଦ୍ୟାଳୟ...

ଅନ୍‌ଲାଇନ୍‌ରେ ମାଟ୍ରିକ ସାର୍ଟିଫିକେଟ୍‌

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷା ମେ’ ୩ରୁ ଆରମ୍ଭ ହୋଇ ମେ’ ୧୫ରେ ସରିବ। ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ମାଟ୍ରିକ ସାର୍ଟିଫିକେଟ୍‌ ମିଳିବ। ସାର୍ଟିଫିକେଟ୍‌ ସହ ସମସ୍ତ...

Advertisement
Archives

Model This Week