ସମ୍ପଦର ସ୍ବତ୍ୱବାନ ସମୁଦ୍ର

ଡ. ଅଜୟ କୁମାର ପାତ୍ର

ଭାରତର ତିନି ପାର୍ଶ୍ୱରେ ସମୁଦ୍ର ତଥା ମହାସମୁଦ୍ର ଘେରି ରହିଛି। ଆମର ଜଳ ସମ୍ପଦ ଯେତେ ଅଧିକ ସମୃଦ୍ଧ ହେବ, ଅଧିକ ବ୍ୟାପକ ହେବ, ନୂତନ ଭୂତାଣୁ ବା ଜୀବାଣୁ ପ୍ରତିଷେଧକ ଔଷଧର ଉଦ୍ଭାବନ, ଅର୍ଥନୈତିକ ବିକାଶ, ସାମାଜିକ ନବୀକରଣ, ସ୍ବାସ୍ଥ୍ୟ ଓ ଶିକ୍ଷାର ଅଭିବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ପରି ବିବିଧ ଆହ୍ବାନଗୁଡ଼ିକ ସହ ଖାପ ଖୁଆଇ ଚଳିବାର ସୁଯୋଗ ମଧ୍ୟ ସେତେ ଅଧିକ ହେବ। ଜୀବସତ୍ତାର ପ୍ରଥମ ଉତ୍ସ ହେଉଛି ସମୁଦ୍ର। ଏମୋବା ଭଳି ଏକକୋଷୀ ପ୍ରାଣୀଠାରୁ ଆରମ୍ଭ କରି ବହୁକୋଷୀ ଉନ୍ନତ ମେରୁଦଣ୍ଡୀ ପ୍ରାଣୀ, ପୁନଶ୍ଚ ଏକକୋଷୀ ଉଦ୍ଭିଦଠୁ ଆରମ୍ଭ କରି ବହୁକୋଷୀ ଉଦ୍ଭିଦର ସୃଷ୍ଟି ସମୁଦ୍ର ପାଣିରୁ। ସମୁଦ୍ରରେ ପରିପୂର୍ଣ୍ଣ ହୋଇ ରହିଛି ଅତୁଳନୀୟ ଜଳ ସମ୍ପଦ। ଆମେ ଆମର ସମୁଦ୍ର ସଂସ୍କୃତିକୁ ଠିକ୍‌ ଭାବରେ ଅନୁଧ୍ୟାନ କଲେ ଜାଣିପାରିବା ଯେ ସମୁଦ୍ର ମନ୍ଥନ ସମୟରେ ଦେବୀ ଲକ୍ଷ୍ମୀ ଓ ସରସ୍ବତୀଙ୍କ ଆବିର୍ଭାବ ହୁଏ। ଲକ୍ଷ୍ମୀ ଧନସମ୍ପଦର ଅଧିକାରିଣୀ ଓ ସରସ୍ବତୀ ଜ୍ଞାନର। ଅର୍ଥାତ୍‌ ସମ୍ପଦ ଓ ସମ୍ମାନ, ଜ୍ଞାନ ଓ ଗରିମାର ଉତ୍ସ ହେଉଛି ସମୁଦ୍ର। ସମୁଦ୍ର ମନ୍ଥନ ସମୟରେ ମଧ୍ୟ ଅନାବଶ୍ୟକ ପଦାର୍ଥ ହିସାବରେ ଗରଳ ନିର୍ଗତ ହୁଏ। ଏହାର ତାତ୍ପର୍ଯ୍ୟ ହେଲା ଯେ ଯେପରି ଖାଦ୍ୟର ରନ୍ଧନ ପ୍ରକ୍ରିୟା ସମୟରେ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଦରକାର ହୋଇଥାଏ ଓ ନିର୍ଗତ ଧୂଆଁ, ଅନାବଶ୍ୟକ ପଦାର୍ଥ ହିସାବରେ ବାୟୁରେ ମିଶିଯାଏ। ସମୁଦ୍ର ମନ୍ଥନ ଆମକୁ ଶିଖାଇଛି ଯେ କୌଣସି କାର୍ଯ୍ୟରେ ଦରକାରୀ ଓ ଅଦରକାରୀ ପଦାର୍ଥ ଉଭୟ ସୃଷ୍ଟି ହୁଏ।
ସମଗ୍ର ଦେଶୀୟ ତଥା ବିଦେଶୀୟ ଚାହିଦାର ପ୍ରାୟ ଶତକଡ଼ା ୭୫ ଭାଗ ମାଛ ସମୁଦ୍ରରୁ ମିଳିଥାଏ। ସେହିପରି ୮୫ ଭାଗ ଚିଙ୍ଗୁଡ଼ି ସମୁଦ୍ରରୁ ମିଳିଥାଏ। ଉଭୟ ମାଛ ଓ ଚିଙ୍ଗୁଡ଼ି ଦେଶୀୟ ଓ ବିଦେଶୀୟର ଶତକଡ଼ା ୭୦ ଭାଗ ପୁଷ୍ଟିସାର ଯୋଗାଇଥାଏ। ସେହିପରି ଶୈବାଳ ଓ ଜଳଜକୀଟଠୁ ୬୫ଭାଗ ଔଷଧୀକରଣ ସାମଗ୍ରୀ ମିଳିଥାଏ। ଅଧିକନ୍ତୁ ସାମୁଦ୍ରିକ ଲୁଣିମାଛ, ସିଲ୍‌ମାଛ ତଥା ତିମି ମାଛର ଚର୍ବିରେ ଭରପୂର ରହିଛି ହୃଦ୍‌ରୋଗର ଅମୋଘ ଔଷଧୀକରଣ ପଦାର୍ଥ, ଓମେଗା-୩ -ଫ୍ୟାଟିଏସିଡ। ଏତଦ୍‌ବ୍ୟତୀତ ସମୁଦ୍ରରେ ପରିପୂର୍ଣ୍ଣ ରହିଛି ଅତୁଳନୀୟ ଶାମୁକା, କଙ୍କଡ଼ା ଭଳି ପଦାର୍ଥ; ଯାହାର ମୂଲ୍ୟାଙ୍କନ କରିବା ସହଜ ନୁହେଁ। ସମୁଦ୍ରରୁ ମଧ୍ୟ ମିଳିଥାଏ ଅମୂଲ୍ୟ ନୀଳରକ୍ତ ବିଶିଷ୍ଟ ଅମେରୁଦଣ୍ଡୀ ପ୍ରାଣୀ ଲିମୁଲାସ (କିଙ୍ଗ କ୍ରବ), ଯାହାର ରକ୍ତରସରୁ ତିଆରି କରାଯାଏ କରୋନା ଭଳି ଭୂତାଣୁକୁ ପରାସ୍ତ କରିବାର ଆତ୍ମ ପ୍ରତିରୋଧ ଶକ୍ତି, ପ୍ରତିପିଣ୍ଡ (ଆଣ୍ଟିବଡି) ଔଷଧ, ‘ଲାଲ୍‌’।
ସାମୁଦ୍ରିକ ମାଛ, ଚିଙ୍ଗୁଡ଼ି, ଶାମୁକା ଓ କଙ୍କଡ଼ା ଆଦି ଦରକାରୀ ଜୀବ ରପ୍ତାନି କରି ଦେଶ ବୈଦେଶିକ ମୁଦ୍ରା ଅର୍ଜନ କରି ଦେଶକୁ ସମୃଦ୍ଧ କରିବାରେ ସାହାଯ୍ୟ କରେ। ଦେଶର ସୁଦୀର୍ଘ ସମୁଦ୍ରତଟ ପର୍ଯ୍ୟଟନ ସ୍ଥଳରେ ରୂପାନ୍ତରିତ ହେବା ଫଳରେ ଦେଶ ଓ ବିଦେଶର ଅସଂଖ୍ୟ ପର୍ଯ୍ୟଟକଙ୍କର ଭିଡ଼ ବର୍ଷସାରା ଲାଗିଥାଏ। ସେଥିରୁ ଅନେକ ବ୍ୟବସାୟିକ ଲାଭ ହୋଇଥାଏ। ସମୁଦ୍ରତଟର ଝାଉଁବଣ ତଥା ହେନ୍ତାଳବଣର ଉପସ୍ଥିତି ଲଘୁଚାପଜନିତ ମହାବାତ୍ୟାକୁ ପ୍ରତିହତ କରିପାରେ। ମଣିଷ ଜାତିର ଦରକାରୀ ଲୁଣ ସମୁଦ୍ର ପାଣିରୁ ମିଳିଥାଏ। ଦେଶର ଅଭ୍ୟନ୍ତରକୁ ଶୀତଳ ବାୟୁ ପ୍ରଦାନ କରିବା ଓ ବର୍ଷା ଯୋଗାଇବାରେ (ଜଳ ଚକ୍ର) ସମୁଦ୍ର ଶତପ୍ରତିଶତ ଭୂମିକା ଗ୍ରହଣ କରିଥାଏ। ସମୁଦ୍ର ନ ଥିଲେ ସ୍ଥଳଭାଗ ମରୁଭୂମିରେ ପରିଣତ ହୋଇ ଥାଆନ୍ତା। ସ୍ଥଳଚର ପ୍ରାଣୀର ଉତ୍ପତ୍ତି ହୋଇ ନ ଥାଆନ୍ତା। ମନେରଖନ୍ତୁ, ବିଶ୍ୱର ଶତକଡା ୭୦ ଭାଗ ଜୀବ ଓ ଉଦ୍ଭିଦ କେବଳ ସମୁଦ୍ର ଓ ମହାସମୁଦ୍ରରେ ବାସ କରନ୍ତି। ସମୁଦ୍ରର ସହଯୋଗ ନେଇ ବିବର୍ତ୍ତନବାଦ ଆଗେଇ ଚାଲିଛି। ଫଳରେ ଏକକୋଷୀ ପ୍ରାଣୀଠୁ ବା ଉଦ୍ଭିଦଠୁ ଆରମ୍ଭ କରି ବହୁ କୋଷୀ ମଣିଷ ତଥା ବଟବୃକ୍ଷ ସୃଷ୍ଟିର ସମ୍ଭବ ହୋଇପାରିଛି। ଆମ ଭାରତୀୟ ସଭ୍ୟତାର କେନ୍ଦ୍ରସ୍ଥଳ ହେଉଛି ସମୁଦ୍ର। ସମୁଦ୍ର ବିନା ସଭ୍ୟତା ଆଗେଇ ପାରିବ ନାହିଁ କି ସୃଷ୍ଟି ସମ୍ଭବ ନୁହେଁ।
ସ୍ଥଳଭାଗରୁ ଜୀବଜନ୍ତୁ ତଥା ଶିଳ୍ପ କାରଖାନାଜନିତ ଉତ୍ପନ୍ନ ଟନ୍‌ ଟନ୍‌ ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ଦୂଷିତ ଗ୍ୟାସକୁ ସମୁଦ୍ର ତା’ର ସ୍ବାଭାବିକ ଗୁଣ ଦ୍ୱାରା ନିଜ ଶରୀରରେ ଦ୍ରବୀଭୂତ କରାଇ ସ୍ଥଳ ବାୟୁମଣ୍ଡଳକୁ ନିର୍ମଳ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ। ପରିସଂଖ୍ୟାନରୁ ଜଣାଯାଇଛି ଯେ, ଉତ୍ପନ୍ନ ଦୂଷିତ ବାୟୁର ପ୍ରାୟ ୬୦ ପ୍ରତିଶତ ସମୁଦ୍ର ପାଣିରେ ଦ୍ରବୀଭୂତ ହୋଇଥାଏ। ସମଗ୍ର ମଣିଷ ଶରୀରର ଶତକଡା ୭୦ ପ୍ରତିଶତ ପୁଷ୍ଟିସାର ସମୁଦ୍ର ପାଣିରୁ ମିଳିଥାଏ। ବିଶ୍ୱାସ କରାଯାଉଛି ଯେ, ଯଦି କୌଣସି କାରଣରୁ ସ୍ଥଳଭାଗ ଅତ୍ୟନ୍ତ ଉତ୍ତପ୍ତ ହୋଇଯାଏ (ପ୍ରାୟ ୫୦ ଡିଗ୍ରୀ ସେଲିସିୟସ ବା ଊର୍ଦ୍ଧ୍ୱ), ସେତେବେଳେ ମଣିଷ ନିଶ୍ଚିତ ବଞ୍ଚିବା ପାଇଁ ସମୁଦ୍ରରେ ଆଶ୍ରୟ ନେବ। ଆଜିଠୁ ମଣିଷ ସମୁଦ୍ର ତଳର ସହର ଗଠନ କରିବାରେ ପରିଯୋଜନା ଆରମ୍ଭ କରିସାରିଲାଣି।
ଯଥାର୍ଥରେ କହିବାକୁ ଗଲେ, ସ୍ଥଳଚର ପ୍ରାଣୀ ଓ ଉଦ୍ଭିଦର ଜୀବନ ନାଟିକା ସାମୁଦ୍ରିକ ପରିବେଶ ସହିତ ବନ୍ଧା। ବିଶ୍ୱ ଅର୍ଥନୀତିର ଅନୂ୍ୟନ ୪୦ ପ୍ରତିଶତ ଏବଂ ଦରିଦ୍ରମାନଙ୍କ ଆବଶ୍ୟକତାର ପ୍ରାୟ ୮୦ ପ୍ରତିଶତ ଜୈବ ସମ୍ବଳରୁ ହିଁ ମିଳିଥାଏ। ସେଥିମଧ୍ୟରୁ ପ୍ରାୟ ୭୦ ପ୍ରତିଶତ କେବଳ ସମୁଦ୍ରରୁ ମିଳିଥାଏ। ଜୈବ ବିବିଧତା ହେଉଛି ରୋଗର ନିୟନ୍ତ୍ରଣକାରୀ, ବର୍ଜ୍ୟବସ୍ତୁର ପୁନଃ ଚକ୍ରଣକାରୀ ଏବଂ ଏକ ଶକ୍ତିଶାଳୀ ଅଙ୍ଗାରକ ଧରି ରଖି ତାହାକୁ ସାଇତି ରଖିପାରିବାର ଶ୍ରେଷ୍ଠ ବ୍ୟବସ୍ଥା। କୋଟି କୋଟି ବର୍ଷ ହେଲା ସମୁଦ୍ର ମଣିଷ ଜାତିକୁ ସମୃଦ୍ଧ ଜୈବବିବିଧତା ଯୋଗାଇ ଆସୁଅଛି। ଏହାକୁ ସୁରକ୍ଷିତ ରଖିପାରିଲେ ମଣିଷ ତଥା ଜୀବ ସମାଜ ତିଷ୍ଠିପାରିବ, ଯଦି ଅସୁରକ୍ଷିତ କରେ ତେବେ ପ୍ରଳୟ ଦିଗକୁ ଦୌଡ଼ିବ।
ଆମର ବିଶାଳ ଜଳଭାଗ; ମଣିଷକୃତ ଜଙ୍ଗଲ ଧ୍ୱଂସ, କଳକାରଖାନାଜନିତ ବର୍ଜ୍ୟବସ୍ତୁ, ଅସମ୍ଭବ କୀଟମରା ଔଷଧର ବହୁଳ ପ୍ରୟୋଗ, ତୈଳବାହୀ ଜାହାଜରୁ ନିସୃତ କ୍ଷତିକାରକ ତୈଳ ସ୍ତର, ଯୁଦ୍ଧଘାଟିର ନିର୍ମାଣ ଆଦି ବିବିଧ ଜୈବବିବିଧତା ବିରୁଦ୍ଧ କାର୍ଯ୍ୟ ହିଁ ସମୁଦ୍ର ପାଣିକୁ ଦୂଷିତ କରୁଛି; ଫଳରେ ଫନୀ, ଅମ୍ଫନ, ନିର୍ଯ୍ୟାସ ଓ ମହାବାତ୍ୟା ଆଜି ୪୪.୨ ଡିଗ୍ରୀ ଭଳି ଉଚ୍ଚ ତାପମାତ୍ରା ସୃଷ୍ଟିର କାରଣ ହୋଇଛି। ପ୍ରଦୂଷଣ ପ୍ରଭାବରେ ସମୁଦ୍ର ଆଜି ପାଗଳ। ତେଣୁ ଆଗୁଆ ସତର୍କ ହୋଇ ସଂକଳ୍ପବଦ୍ଧ ଭାବରେ ସାମୁଦ୍ରିକ ପ୍ରଦୂଷଣ ମୁକ୍ତ କଲେ ଜୀବଜଗତ ତିଷ୍ଠିପାରିବ, ଅନ୍ୟଥା ସମଗ୍ର ଜୀବଜଗତ ଧ୍ୱଂସର ପଥ ସୁଗମ ହୋଇଯିବ।
ପୁଲିଜର ପୁରସ୍କାରପ୍ରାପ୍ତ ଏଲିଜାବେଥ କୋଲବେଟ୍‌ ତାଙ୍କର ‘ସିକ୍ସଥ ଏକ୍‌ସଷ୍ଟିଙ୍କସନ୍‌’ ପୁସ୍ତକରେ ଉଲ୍ଲେଖ କରିଛନ୍ତି: ”ପୃଥିବୀ ଏହାର ସୁଦୀର୍ଘ ଇତିହାସରେ ପାଞ୍ଚ ପାଞ୍ଚ
ଥର ଜୈବବିବିଧତାର ସାମଗ୍ରିକ ବିଲୁପ୍ତିର ସମ୍ମୁଖୀନ ହୋଇଛି।“ କେତେକ ବିଶିଷ୍ଟ ବିଜ୍ଞାନୀମାନେ ବିଶ୍ୱାସ କରନ୍ତି ଯେ, ୨୫୨୦ ଲକ୍ଷ ବର୍ଷ ପୂର୍ବେ ସଂଘଟିତ ‘ଦି ଗ୍ରେଟ୍‌ ଡାଇଙ୍ଗ୍‌’ ପରି ପୃଥିବୀର ୯୫ ପ୍ରତିଶତକ ପ୍ରାଣୀ ବିଲୁପ୍ତ ହୋଇଯିବାର ସମୟ ହୁଏତ ‘ଷଷ୍ଠ ସାମଗ୍ରିକ ବିଲୁପ୍ତ’ ପ୍ରକ୍ରିୟା ସୃଷ୍ଟି ହୋଇପାରେ।
ମୋ: ୦୯୪୩୮୬୨୧୩୯୧


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri