ଏଇ ଭାରତରେ

ସ୍ବେରେଜ ପାଇପ୍‌ରେ ଏକ ନିଆରା ଘର ତିଆରି କରୁଛନ୍ତି ତେଲଙ୍ଗାନାର ପିରଲା ମନସା ରେଡ୍ଡୀ। ସେ ପଞ୍ଜାବର ଲଭଲୀ ପ୍ରଫେଶନାଲ ୟୁନିଭର୍ସିଟିରୁ ସିଭିଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ସମ୍‌ନଭି କନଷ୍ଟ୍ରକ୍‌ସନ ଷ୍ଟାର୍ଟଅପ୍‌ ମାଧ୍ୟମରେ ନିର୍ମାଣ କରୁଥିବା ଏହି ଘରର ନାମ ରଖିତ୍ଛନ୍ତି ଓପଡ୍‌। ତେଲଙ୍ଗାନାର ବୋମ୍ମାକାଲ ଗାଁରେ ବଢ଼ିଥିବା ୨୩ ବର୍ଷୀୟ ପିରଲା ଉକ୍ତ ଘରକୁ ଷ୍ଟିଲ୍‌ ସ୍ବେରେଜ ପାଇପ୍‌, କଂକ୍ରିଟ ଏବଂ ସିମେଣ୍ଟରେ ନିର୍ମାଣ କରୁଛନ୍ତି। ସ୍ବେରେଜ ପାଇପ୍‌ ସିଦ୍ଦିବେଟ୍‌ର ଏକ କମ୍ପାନୀଠାରୁ ଯୋଗାଡ଼ କରୁଛନ୍ତି। ଓପଡ୍‌ ଘର ଦେଖିତ୍ବାକୁ ଗୋଲାକାର ଏବଂ ଏଥିତ୍ତ୍ରେ ତିନିଜଣ ରହିବାର ବ୍ୟବସ୍ଥା କରାଯାଇଛି। ଓପଡ୍‌ ଘର ନିର୍ମାଣ କରିବାକୁ ତାଙ୍କୁ ୧୫-୨୦ ଦିନ ଲାଗୁଛି। ଏଥିରେ କବାଟ ଓ ଝରକା ବି ରହୁଛି। ଘରର ଉଚ୍ଚତା ୭ ଫୁଟ୍‌ ଓ ଲମ୍ବା ୧୬ ଫୁଟ୍‌। ମାର୍ଚ୍ଚ,୨୦୨୧ରେ ପ୍ରଥମେ ଏହି ଘର ନିର୍ମାଣ ଆରମ୍ଭ କରି ୨୮ ତାରିଖ ସୁଦ୍ଧା ଶେଷ କରିଦେଇଥିତ୍ଲେ। ଏଥିରେ ବହୁତ କମ୍‌ ଖର୍ଚ୍ଚ ମଧ୍ୟ ହେଉଛି। ଏବେ ସୁଦ୍ଧା ସେ ୨୦୦ଟି ଘର ଲାଗି ଅର୍ଡର ପାଇସାରିଲେଣି। ଓ୍ବାନ୍‌ ବିଏଚ୍‌କେ, ଟୁ ବିଏଚ୍‌କେ କିମ୍ବା ଥ୍ରି ବିଏଚ୍‌କେ ଓପଡ୍‌ ଘର ନିର୍ମାଣ କରିବାକୁ ପିରଲା ଏବେ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri