ଦୁର୍ବଳ ରାଷ୍ଟ୍ରପତି ଯୁଦ୍ଧ କରିପାରନ୍ତି

ବେଜିଂ, ୨୪ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ ବାଜିମାରିବା ପରେ ଚାଇନା ଅଧିକ ଚିନ୍ତିତ ହୋଇପଡ଼ିଛି। ବାଇଡେନ୍‌ ବିଜୟୀ ହେବା ପରେ ବେଜିଂ ସହ ଆମେରିକାର ସମ୍ପର୍କ ସୁଧୁରିବ ଭାବିବା ଠିକ୍‌ ନୁହେଁ ବୋଲି ଚାଇନାର ବୈଦେଶିକ ନୀତି ଉପଦେଷ୍ଟା ଝେଙ୍ଗ୍‌ ୟୋଙ୍ଗନିଆନ୍‌ କହିଛନ୍ତି। ଆମେରିକା ବିରୋଧରେ ସତର୍କ ରହିବା ଓ ପ୍ରତ୍ୟେକ ସୁଯୋଗର ଲାଭ ଉଠାଇବା ପାଇଁ ଚାଇନା ସରକାର ସର୍ବଦା ପ୍ରସ୍ତୁତ ରହିବାକୁୂ ସେ ପରାମର୍ଶ ଦେଇଛନ୍ତି।
ଥିଙ୍କ୍‌ଟ୍ୟାଙ୍କ୍‌ ‘ଆଡ୍‌ଭାନ୍ସଡ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ଲୋବାଲ ଆଣ୍ଡ୍‌ କଣ୍ଟେପରାରି ଚାଇନା ଷ୍ଟଡିଜ୍‌’ର ଡିନ୍‌ ଝେଙ୍ଗ୍‌ କହିଛନ୍ତି, ପୁରୁଣା ଭଲଦିନ ଆଉ ନାହିଁ। ଶୀତଳ ଯୁଦ୍ଧ ମାନସିକତା ଆମେରିକାର ରହିଛି। ହ୍ବାଇଟ୍‌ହାଉସ୍‌କୁ ଆସିବା ପରେ ବାଇଡେନ୍‌ ସୁଯୋଗର ଫାଇଦା ଉଠାଇବା ଲାଗି ପ୍ରୟାସ କରିବେ। ସେ ଆମେରିକାର ଜଣେ ଦୁର୍ବଳ ଓ ସବୁଠୁ ବୟସ୍କ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଘରୋଇ ସମସ୍ୟାର ସମାଧାନ ଲାଗି କୂଟନୈତିକ ପଦକ୍ଷେପ ସେ ଗ୍ରହଣ କରି ଚାଇନା ବିରୋଧରେ କଠୋର ପଦକ୍ଷେପ ନେଇପାରନ୍ତି। ଟ୍ରମ୍ପ ଯୁଦ୍ଧ ଲାଗି ଆଗ୍ରହୀ ନ ଥିଲେ, ହେଲେ ବାଇଡେନ ଯୁଦ୍ଧ କରିପାରନ୍ତି ବୋଲି ଝେଙ୍ଗ୍‌ ଆଶଙ୍କା ବ୍ୟକ୍ତ କରିଛନ୍ତି। ପୂର୍ବରୁ ବାଇଡେନ୍‌ ଚାଇନାକୁ ଦୋଷ ଦେବା ସହ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କୁ ହତ୍ୟାକାରୀ କହିଥିଲେ। କୋଭିଡ୍‌-୧୯, ମାନବାଧିକାର ପ୍ରସଙ୍ଗ ଓ ବାଣିଜ୍ୟ ଯୁଦ୍ଧକୁ ନେଇ ଦୁଇଦେଶ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି। କଂଗ୍ରେସରେ ଚାଇନା ବିରୋଧରେ ୩୦୦ ଅଲଗା ଅଲଗା ବିଲ୍‌ ପଡ଼ିରହିଛି। ରିପବ୍ଲିକାନ୍‌ ଓ ଡେମୋକ୍ରାଟ୍‌ ଏହାକୁ ସମର୍ଥନ କରିଆସୁଛନ୍ତି। ତେଣୁ ବାଇଡେନ୍‌ଙ୍କ ରାଷ୍ଟ୍ରପତିତ୍ୱ କାଳରେ ଆମେରିକା- ଚାଇନା ସମ୍ପର୍କ ବିଗିଡ଼ିବା ଆଶଙ୍କା ରହିଛି। ଏସବୁକୁ ନେଇ ଚାଇନା ସତର୍କତାର ସହ କାର୍ଯ୍ୟ କରିବାକୁ ବୈଦେଶିକ ନୀତି ବିଶେଷଜ୍ଞ ଝେଙ୍ଗ୍‌ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?