ଦୁର୍ବଳ ରାଷ୍ଟ୍ରପତି ଯୁଦ୍ଧ କରିପାରନ୍ତି

ବେଜିଂ, ୨୪ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ ବାଜିମାରିବା ପରେ ଚାଇନା ଅଧିକ ଚିନ୍ତିତ ହୋଇପଡ଼ିଛି। ବାଇଡେନ୍‌ ବିଜୟୀ ହେବା ପରେ ବେଜିଂ ସହ ଆମେରିକାର ସମ୍ପର୍କ ସୁଧୁରିବ ଭାବିବା ଠିକ୍‌ ନୁହେଁ ବୋଲି ଚାଇନାର ବୈଦେଶିକ ନୀତି ଉପଦେଷ୍ଟା ଝେଙ୍ଗ୍‌ ୟୋଙ୍ଗନିଆନ୍‌ କହିଛନ୍ତି। ଆମେରିକା ବିରୋଧରେ ସତର୍କ ରହିବା ଓ ପ୍ରତ୍ୟେକ ସୁଯୋଗର ଲାଭ ଉଠାଇବା ପାଇଁ ଚାଇନା ସରକାର ସର୍ବଦା ପ୍ରସ୍ତୁତ ରହିବାକୁୂ ସେ ପରାମର୍ଶ ଦେଇଛନ୍ତି।
ଥିଙ୍କ୍‌ଟ୍ୟାଙ୍କ୍‌ ‘ଆଡ୍‌ଭାନ୍ସଡ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ଲୋବାଲ ଆଣ୍ଡ୍‌ କଣ୍ଟେପରାରି ଚାଇନା ଷ୍ଟଡିଜ୍‌’ର ଡିନ୍‌ ଝେଙ୍ଗ୍‌ କହିଛନ୍ତି, ପୁରୁଣା ଭଲଦିନ ଆଉ ନାହିଁ। ଶୀତଳ ଯୁଦ୍ଧ ମାନସିକତା ଆମେରିକାର ରହିଛି। ହ୍ବାଇଟ୍‌ହାଉସ୍‌କୁ ଆସିବା ପରେ ବାଇଡେନ୍‌ ସୁଯୋଗର ଫାଇଦା ଉଠାଇବା ଲାଗି ପ୍ରୟାସ କରିବେ। ସେ ଆମେରିକାର ଜଣେ ଦୁର୍ବଳ ଓ ସବୁଠୁ ବୟସ୍କ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଘରୋଇ ସମସ୍ୟାର ସମାଧାନ ଲାଗି କୂଟନୈତିକ ପଦକ୍ଷେପ ସେ ଗ୍ରହଣ କରି ଚାଇନା ବିରୋଧରେ କଠୋର ପଦକ୍ଷେପ ନେଇପାରନ୍ତି। ଟ୍ରମ୍ପ ଯୁଦ୍ଧ ଲାଗି ଆଗ୍ରହୀ ନ ଥିଲେ, ହେଲେ ବାଇଡେନ ଯୁଦ୍ଧ କରିପାରନ୍ତି ବୋଲି ଝେଙ୍ଗ୍‌ ଆଶଙ୍କା ବ୍ୟକ୍ତ କରିଛନ୍ତି। ପୂର୍ବରୁ ବାଇଡେନ୍‌ ଚାଇନାକୁ ଦୋଷ ଦେବା ସହ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କୁ ହତ୍ୟାକାରୀ କହିଥିଲେ। କୋଭିଡ୍‌-୧୯, ମାନବାଧିକାର ପ୍ରସଙ୍ଗ ଓ ବାଣିଜ୍ୟ ଯୁଦ୍ଧକୁ ନେଇ ଦୁଇଦେଶ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି। କଂଗ୍ରେସରେ ଚାଇନା ବିରୋଧରେ ୩୦୦ ଅଲଗା ଅଲଗା ବିଲ୍‌ ପଡ଼ିରହିଛି। ରିପବ୍ଲିକାନ୍‌ ଓ ଡେମୋକ୍ରାଟ୍‌ ଏହାକୁ ସମର୍ଥନ କରିଆସୁଛନ୍ତି। ତେଣୁ ବାଇଡେନ୍‌ଙ୍କ ରାଷ୍ଟ୍ରପତିତ୍ୱ କାଳରେ ଆମେରିକା- ଚାଇନା ସମ୍ପର୍କ ବିଗିଡ଼ିବା ଆଶଙ୍କା ରହିଛି। ଏସବୁକୁ ନେଇ ଚାଇନା ସତର୍କତାର ସହ କାର୍ଯ୍ୟ କରିବାକୁ ବୈଦେଶିକ ନୀତି ବିଶେଷଜ୍ଞ ଝେଙ୍ଗ୍‌ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ଏଣ୍ଟ୍ରି କଲେ ଆଶିଫା ଭୁଟ୍ଟୋ ଜରଦାରୀ

ଇସଲାମାବାଦ,୧୯।୩: ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀଙ୍କ ସାନ ସାନ ଝିଅ ଆଶିଫା ଅଲି ଜରଦାରୀ ପାକିସ୍ତାନ ରାଜନୀତିରେ ପ୍ରବେଶ କରିଛନ୍ତି। ସିନ୍ଧ ପ୍ରଦେଶର ଜାତୀୟ...

ହଠାତ୍‌ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଭେଟିବାକୁ ପହଞ୍ଚିଲେ ଓବାମା

ଲଣ୍ଡନ,୧୯।୩: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପରି ଏକ ଅତ୍ୟାଧୁନିକ ବିଷୟ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇ ରହଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ...

ଡିପ୍ରେସନ୍‌ ଦୂର କରିବା ପାଇଁ ଏମିତି କାମ କରନ୍ତି ଏଲନ ମସ୍କ

କାଲିଫର୍ନିଆ,୧୯।୩: ଅରବପତି ଏଲନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବେ ଡିପ୍ରେସନ ପାଇଁ ସେ କେଟାମାଇନ ଭଳି ଔଷଧ ବ୍ୟବହାର କରୁଥିବା ଖବର...

ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଆଫଗାନିସ୍ତାନ

କାବୁଲ,୧୯।୩: ଆଫଗାନିସ୍ତାନରେ ପାକିସ୍ତାନୀ ଏୟାର ଷ୍ଟ୍ରାଇକକୁ ତାଲିବାନ ମୁହଁତୋଡ ଜବାବ ଦେଇଛି। ତାଲିବାନ ସୈନ୍ୟମାନେ ଡୁରାଣ୍ଡ ଲାଇନ ନିକଟରେ ପାକିସ୍ତାନୀ ସାମରିକ ପୋଷ୍ଟକୁ ଧ୍ୱଂସ କରିଛନ୍ତି।...

ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍‌ କଲା ପାକିସ୍ତାନ

ଇସ୍‌ଲାମାବାଦ/କାବୁଲ,୧୮।୩: ପାକିସ୍ତାନ ସୋମବାର ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍‌ କରିବାରୁ ୩ ପିଲାଙ୍କ ସମେତ ୮ଜଣଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନର ବିଭିନ୍ନ ସହରଗୁଡ଼ିକରେ ଆତଙ୍କବାଦୀ ଆକ୍ରମଣ ବଢ଼ୁଥିବାରୁ...

ଏକତରଫା ବିଜୟ ହାସଲ କଲେ ଭ୍ଲାଡିମିର ପୁଟିନ: ଲଗାତର ପଞ୍ଚମଥର ପାଇଁ ହେବେ ରାଷ୍ଟ୍ରପତି

ମସ୍କୋ,୧୮।୩: ଭ୍ଲାଡିମିର ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପୁଟିନ ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ପ୍ରାରମ୍ଭିକ ଧାରା ଅନୁଯାୟୀ...

ତୃତୀୟ ବିଶ୍ୱଯୁଦ୍ଧ ଧମକ ଦେଲେ ଭ୍ଲାଡିମିର ପୁଟିନ

ମସ୍କୋ,୧୮।୩: ରୁଷିଆ ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଡିମିର ପୁଟିନ ଏକ ବଡ଼ ବିଜୟ ହାସଲ କରିଛନ୍ତି। ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି...

ଅନିଶ୍ଚିତତାରେ ଋଷି ସୁନକଙ୍କ ନେତୃତ୍ୱ

ଲଣ୍ଡନ,୧୮।୩(ପି.ଟି.): ଚଳିତବର୍ଷ ଶେଷ ଭାଗରେ ବ୍ରିଟେନ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଶାସକ ଦଳ କଞ୍ଜରଭେଟିଭ୍‌ ପାର୍ଟିରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ଦାବି...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri