Odisha Elections 2024

ରାସ୍ତା, ପାଣି ସୁବିଧା ନ ହେଲେ ଭୋଟ ଦେବୁନି

ରାୟଗଡ଼ା,୧୦।୫(ଭାଗ୍ୟଶ୍ରୀ ମିଶ୍ର ): ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଆଜି ବି ଅନେକ ଅଞ୍ଚଳ ଅପହଞ୍ଚ l କଲ୍ୟାଣସିଂପୁରର ୧୫ ନମ୍ବର ୱାର୍ଡରେ ଥିବା ଘାଗୁଡ଼ିମାଳ ଏବଂ ଲୋହରା ସାହିକୁ ଆଜି ସୁଦ୍ଧା ଉପଯୁକ୍ତ ରାସ୍ତା ନିର୍ମାଣ ହୋଇପାରି ନାହିଁ । କଲ୍ୟାଣସିଂପୁର ବଜାରରୁ ମାତ୍ର ୨ କି.ମି. ଦୂରରେ ଅବସ୍ଥିତ ଏହି ସାହି ବାସିନ୍ଦା ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ସେହିପରି ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ପାଣି ସମସ୍ୟାର ମଧ୍ୟ ସମାଧାନ ହେଉନାହିଁ। ଗ୍ରାମକୁ ପକ୍କାରାସ୍ତା ନିର୍ମାଣ ପାଇଁ ପ୍ରଶାସନଠାରୁ ଆରମ୍ଭକରି ରାଜନେତାଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କିଛି ସୁଫଳ ମିଳି ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। କେବଳ ନିର୍ବାଚନ ଆସିଲେ ଜନପ୍ରତିନିଧି ଗାଁକୁ ଆସି ମାଳ ମାଳ ପ୍ରତିଶ୍ରୁତି ଦେଇ ଚାଲିଯାଉଛନ୍ତି । ନିର୍ବାଚନ ପରେ ଆଉ କୌଣସି ନେତା କି ମନ୍ତ୍ରୀଙ୍କ ଦେଖା ମିଳୁ ନ ଥିବା ଗ୍ରାମବାସୀ କହିଛନ୍ତି। ୨୦୧୯ ନିର୍ବାଚନ ସମୟରେ ଭୋଟ ବର୍ଜନ ଚେତାବନୀ ଦେଇଥିଲୁ। ଏହାପରେ ଜନପ୍ରତିନିଧି ଗ୍ରାମକୁ ଆସି ରାସ୍ତା କରିବାର ପ୍ରତିଶ୍ରୁତି ଦେବା ପରେ ଭୋଟ ଦେଇଥିଲୁ। ହେଲେ ଉକ୍ତ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି। ଏବେ ପୁଣି ନିର୍ବାଚନ ଆସିବାରୁ ବିଭିନ୍ନ ଦଳର ରାଜନେତା ଗାଁକୁ ଆସି ଭୋଟ ଦେବା ପାଇଁ ପ୍ରଚାର କରୁଛନ୍ତି। ହେଲେ ଗାଁକୁ ରାସ୍ତା ଏବଂ ପାଣି ସମସ୍ୟା ସମାଧାନ ନ ହେଲା ପର୍ଯ୍ୟନ୍ତ ଭୋଟ ଦେବେନାହିଁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଲୋହରା ସାହିରେ ୧୩ଟି ପରିବାର ପ୍ରାୟ ୬୦ଜଣ ରହୁଥିବା ବେଳେ ଘାଗୁଡ଼ିମାଳରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି। ହେଲେ ଉକ୍ତ ୨ ଗାଁକୁ ପକ୍କା ରାସ୍ତା ନ ଥିବାରୁ ଯାତାୟାତ ପାଇଁ ଲୋକେ ବହୁ ହଇରାଣ ହେଉଛନ୍ତି। ଲୋହରା ସାହିରେ ୬୦ରୁ ଊର୍ଦ୍ଧ୍ୱ ଲୋକ ରହୁଥିବା ବେଳେ ସାହିରେ ମାତ୍ର ଗୋଟିଏ ନଳକୂପ ରହିଛି। ତେବେ ଉକ୍ତ ନଳକୂପରୁ ୫ ରୁ ୬ ହାଣ୍ଡି ପାଣି ବାହାରିବା ପରେ ଗୋଳିଆ ପାଣି ଆସୁଛି । ଅନ୍ୟ ବ୍ୟବସ୍ଥା ନ ଥିବାରୁ ବାଧ୍ୟହୋଇ ଉକ୍ତ ଗୋଳିଆପାଣି ଛାଣି ବ୍ୟବହାର କରୁଥିବା ସାହି ବାସନ୍ଦା କହିଛନ୍ତି। ନଳକୂପ ଖରାପ ହେଲେ ନାଳ ଉପରେ ନିର୍ଭର କରିବାକୁ ପଡ଼ୁଛି। ସେହିପରି ବର୍ଷା ପବନରେ ବିଦ୍ୟୁତ୍‌ ତାର ଛିଣ୍ଡିଲେ କି ଫ୍ୟୁଜ୍‌ ଗଲେ ବିଭାଗୀୟ ଅଧିକାରୀ ଶୁଣୁନାହାନ୍ତି। ଫଳରେ ଅଞ୍ଚଳବାସୀ ଚାନ୍ଦାକରି ଏହାକୁ ମରାମତି କରିଥାନ୍ତି ବୋଲି ଗ୍ରାମର କାଡରାକା ଭାମିନି, ନିତୁ ସାରକା, ଈଶ୍ୱରୀ ପ୍ରାସ୍କା, ରିବିକା କାଡରାକା, ସାରକା ଶିଲକା, ଅଟକା ମାଝି ବେଣୀ ପ୍ରମୁଖ ଅଭିଯୋଗ କରିଛନ୍ତି।
ସେହିପରି ଘାଗୁଡ଼ିମାଳରେ ୨୫୦ରୁ ଊର୍ଦ୍ଧ୍ୱ ଲୋକ ରହୁଥିବାବେଳେ ପାନୀୟ ଜଳ ପାଇଁ ଗୋଟେ ସୋଲାର ବୋର୍‌ୱେଲ ରହିଛି । ହେଲେ ଘରେ ପାଇପ୍‌ ଲାଗିଥିଲେ ମଧ୍ୟ ଜଳ ସଂଯୋଗ ହୋଇନାହିଁ l ଫଳରେ ଗ୍ରୀଷ୍ମଋତୁରେ ଜଳକଷ୍ଟ ଭୋଗୁଥିବା ଗ୍ରାମବାସୀ କହିଛନ୍ତି। ସେହିପରି ଗାଁକୁ ପକ୍କା ରାସ୍ତା ନ ଥିବାରୁ ଉଭୟ ଘାଗୁଡ଼ିମାଳ ଏବଂ ଲୋହରା ସାହିକୁ ଆମ୍ବୁଲାନ୍ସ ମଧ୍ୟ ଆସୁନାହିଁ । ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୋହି ନେବାକୁ ପଡ଼ୁଛି। ଗ୍ରାମର ବିକାଶ ପାଇଁ ଅନେକ ଥର ସରପଞ୍ଚଙ୍କୁ ଜଣାଇଲେ ସୁଦ୍ଧା ସେ କର୍ଣ୍ଣପାତ କରୁ ନ ଥିବା ଗ୍ରାମର ୱାର୍ଡମେମ୍ବର ମିଥୁନ କାଡରାକା କହିଛନ୍ତି । ଫଳରେ ଗ୍ରାମବାସୀ ମିଳିତ ଭାବେ ରାସ୍ତାରେ ପଥର, ଇଟା ଓ ମାଟି ପକାଇ ସମତୁଲ କରିଛନ୍ତି। ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ପିଲାମାନେ ୩ କି.ମି. ଦୂର କଲ୍ୟାଣସିଂପୁରକୁ ଯାଇ ନ ପାରି ପ୍ରି ସ୍କୁଲ ଶିକ୍ଷାରୁ ବଞ୍ଚତ୍ତ ରହୁଛନ୍ତି। ତେଣୁ ଗ୍ରାମରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ସ୍ଥାପନ କରିବାକୁ ମଧ୍ୟ ଅଞ୍ଚଳବାସୀ ଦାବି କରିଛନ୍ତି। ତେବେ ଚଳିତ ନିର୍ବାଚନ ପ୍ରଚାର ପାଇଁ କୌଣସି ନେତା ମନ୍ତ୍ରୀଙ୍କର ପାଦ ସେମାନଙ୍କ ଗ୍ରାମରେ ପଡି ନ ଥିବା ଗ୍ରାମବାସୀ କହିଛନ୍ତି। ଭୋଟ ଦେବା ପାଇଁ ଗ୍ରାମରେ ବୁଥ୍‌ କରାଯିବ। ହେଲେ ଅଞ୍ଚଳର ବିକାଶ କରା ନ ଗଲେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ କେସିଂପୁର ବିଡିଓ ମନୀଷା ଦାସଙ୍କୁ ଯୋଗାଯୋଗ କରିବାରୁ ସେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି, ତଥାପି ଅଞ୍ଚଳବାସୀଙ୍କ ସହ ଆଲୋଚନାକରି କାର୍ଯ୍ୟ କରାଯିବ କହି ଗ୍ରାମବାସୀଙ୍କୁ ବୁଝାଇବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

ମର୍ମନ୍ତୁଦ ଦୁର୍ଘଟଣା: ମା’, ବାପାଙ୍କ ସହ ୨ ସନ୍ତାନ ମୃତ

ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅଧୀନ ପିଙ୍ଗୁଆ ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ...

ସୁନ୍ଦରଗଡ ଜିଲାରେ ମଧ୍ୟାହ୍ନ ୧ଟା ସୁଦ୍ଧା ୩୬.୩୨%ମତଦାନ

ସୁନ୍ଦରଗଡ,୨୦।୫(ଜୟ ନାରାୟଣ ମେଣ୍ଡୁଳି)ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ସୁନ୍ଦରଗଡ ଜିଲାରେ ଶାନ୍ତି ଶ୍ରୁଙ୍ଖଳାର ସହ ଆରମ୍ଭ ହୋଇଛି।...

ସରସରା ହତ୍ୟାକାଣ୍ଡ ନିର୍ବାଚନୀ ହିଂସା ନୁହେଁ: ସ୍ପଷ୍ଟ କଲେ ଜିଲାପାଳ, ଆଇଜି

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ପ୍ରକ୍ରିୟା ଚାଲିଛି। ତେବେ ଗୋଟିଏ ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri