ଧାନ ନ ଉଠିଲେ ଅଫିସରଙ୍କୁ ଛାଡିବୁ ନାହିଁ

ପଦ୍ମପୁର,୧୮।୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ବିତିଯାଇଛି। ଅନ୍ୟପକ୍ଷେ ଧାନବିକ୍ରି ସରି ନ ଥିବାବେଳେ ଜିଲାର ଅନେକ ମଣ୍ଡିକୁ ବନ୍ଦ କରି ଦିଆଯାଇଛି। ସେହିପରି ଖୋଲାଥିବା ଅନ୍ୟ ସମସ୍ତ ମଣ୍ଡିକୁ ବନ୍ଦ କରିବା ପାଇଁ ମଧ୍ୟ ଯୋଗାଣ ବିଭାଗ ନିଷ୍ପତ୍ତି ନେଇ ବିଭାଗୀୟ ଅଧିକାରୀଙ୍କୁ ଚିଠି କରିଛି। ତେବେ ଧାନ ଉଠାଣ ଦାବିରେ ଦୀର୍ଘ ୮ ଦିନ ହେଲା ଚାଷୀମାନେ ପଦ୍ମପୁର ଉପଜିଲାପାଳ ଅଫିସ ଆଗରେ ଧାନ ରଖି ଦିନରାତି ଧାରଣାରେ ବସିଥିବା ବେଳେ ପ୍ରଶାସନ ଚାଷୀଙ୍କ ଧାନ ଉଠାଇବା ବଦଳରେ ଖୋଲାଥିବା ମଣ୍ଡିକୁ ବନ୍ଦ କରିବା ଯୋଜନା ଚାଷୀଙ୍କ ଆନ୍ଦୋଳନ ତାତି ଆହୁରି ବଢ଼ିଯାଇଛି। ଗୁରୁବାର ସନ୍ଧ୍ୟାରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ(ଚିଫ୍‌ ସିଏସଓ) ରଜନୀକାନ୍ତ ଦାଶ ଏବଂ ସମବାୟ ଉପନିବନ୍ଧକ (ଡିଆରସିଏସ) ଭକ୍ତବନ୍ଧୁ ସାହୁ ଚାଷୀଙ୍କ ଧାରଣାସ୍ଥଳକୁ ପହଞ୍ଚିଥିଲେ। ମାତ୍ର ବିକ୍ରି ହୋଇପାରି ନ ଥିବା ଧାନ ଉଠାଣ ନେଇ କିଛି ଠୋସ୍‌ ପ୍ରତିଶ୍ରୁତି ଦେଇ ନ ଥିଲେ । ଫଳରେ ଚାଷୀମାନେ ଚିଫ୍‌ ସିଏସ୍‌ଓ ଦାଶ ଏବଂ ଡିଆର୍‌ସିଏ ସାହୁଙ୍କୁ ଘେରିଯାଇ ଧାରଣାସ୍ଥଳରେ ଅଟକ ରଖିଛନ୍ତି । ପଦ୍ମପୁର ଆର୍‌ଏମ୍‌ସିର ମଣ୍ଡି ତଥା ଉପଜିଲାପାଳ ଅଫିସ ଆଗରେ ଗଦା ହୋଇଥିବା ଧାନ ଉଠା ନ ଯିବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ କିମ୍ବା ଅଫିସରଙ୍କୁ ଛାଡ଼ିବେ ନାହିଁ ବୋଲି ଧାରଣାରତ ଚାଷୀମାନେ ଅଟଳ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri