Posted inଜାତୀୟ

ଏଏପିକୁ ଆମେ ଭରସା କରିପାରିବୁ ନାହିଁ: ସନ୍ଦୀପ ଦୀକ୍ଷିତ

ନୂଆଦିଲ୍ଲୀ,୧୮।୮: ଦିଲ୍ଲୀର ୭ଟି ଲୋକ ସଭା ଆସନରେ ଆମ ଆଦମୀ ପାର୍ଟି (ଏଏପି) ସହିତ ମିଳିତ ମେଣ୍ଟ କରିବାକୁ ନେଇ କଂଗ୍ରେସ ଚିନ୍ତାରେ ଅଛି। ଏଏପି ସହ ମେଣ୍ଟ କରିବ ନ ଏକୁଟିଆ ଲଢିବ ସେନେଇ କଂଗ୍ରେସ ଏବେ ଅଡ଼ୁଆ ସ୍ଥିତିରେ ଅଛି। ନିକଟରେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ କଂଗ୍ରେସ ଏକୁଟିଆ ଲଢିବ ବୋଲି ସୂଚନା ଦେଇଥିଲେ। ତାଙ୍କ ମନ୍ତବ୍ୟ ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନେଇ ପ୍ରଶ୍ନବାଚୀ ଉଠିଛି। କାରଣ ଏହି ମେଣ୍ଟରେ ଉଭୟ କଂଗ୍ରେସ ଏବଂ ଏଏପି ଅଛନ୍ତି।
ଦୀକ୍ଷିତ ନିଜ ମନ୍ତବ୍ୟକୁ ସୁଧାରିବାକୁ ଯାଇ ଶୁକ୍ରବାର କହିଛନ୍ତି, ଦିଲ୍ଲୀର ସମସ୍ତ ୭ଟି ଆସନରେ ଲୋକ ସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି କଂଗ୍ରେସ କହି ନାହିଁ। ଆମ ଦଳ କହିଛି ଯେ ଆମେ ସମସ୍ତ ୭ଟି ଆସନ ପାଇଁ ପ୍ରସ୍ତୁତ ହେବୁ। ପ୍ରତ୍ୟେକ ଦଳ ଦ୍ୱାରା ନିର୍ବାଚନ ପ୍ରସ୍ତୁତି କରାଯାଇଥାଏ। ମିଳିତ ମେଣ୍ଟ ପରେ, କେଉଁ ଆସନରେ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ସ୍ଥିର ହେବ। ଦୁଇ ଦିନ ପୂର୍ବେ ହୋଇଥିବା କଂଗ୍ରେସ ନେତାଙ୍କ ବୈଠକ ଆମ ଦଳକୁ ମଜଭୁତ କରିବା ବିଷୟରେ ଥିଲା। ସେହି କଂଗ୍ରେସ ବୈଠକରେ ମିଳିତ ମେଣ୍ଟ ଉପରେ ଆଲୋଚନା ହୋଇ ନ ଥିଲା।
୨୦୨୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଆହୁରି କହିଛନ୍ତି ଯେ, ଆମେ ଏହି ଦଳ (ଏଏପି) ଉପରେ ଭରସା କରିପାରିବୁ ନାହିଁ। ସେମାନଙ୍କ ରାଜନୀତିରେ ଦୁର୍ନୀତି ରହିଛି। ଆମ ଆଦମୀ ପାର୍ଟି ଅବୁଝା। ସେ ଆମ ଭାଷା ବୁଝିପାରନ୍ତି ନାହିଁ।
ବୁଧବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଏମ୍‌ପି ରାହୁଲ ଗାନ୍ଧୀ ଦିଲ୍ଲୀର ବରିଷ୍ଠ ଦଳର ନେତାଙ୍କ ସହ ଏକ ବୈଠକ କରିଥିଲେ। ସନ୍ଦୀପ ଦୀକ୍ଷିତ ମଧ୍ୟ ଏହି ବୈଠକରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri