Advertisement
Posted inଜାତୀୟ

ମୋଦିଙ୍କ ଭଳି ମିଥ୍ୟା ପ୍ରତିଶ୍ରୁତି ଦେଇପାରିବୁ ନାହିଁ, ଯାହା କହିଛୁ ପୂରଣ କରିବୁ: ଖାର୍ଗେ

ଶିମଲା,୯।୧୧: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି। ଭିନ୍ନ ଦଳ ପକ୍ଷରୁ ଭୋଟରଙ୍କ ମନ ଜିଣିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି। ଏହି କ୍ରମରେ ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶିମଲାଙ୍କ ବାନୁତୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି, କଂଗ୍ରେସ ଦଳ ହିମାଚଳ ପ୍ରଦେଶରେ ସରକାର ଗଠନ କରିବ। ପୁରୁଣା ପେନସନ ଯୋଜନାର ପୁନରୁଦ୍ଧାର ସହିତ ସମସ୍ତ ପ୍ରତିଶ୍ରୁତି ପୂରଣ ହେବ। ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି କଂଗ୍ରେସ ଏପରି ପ୍ରତିଶ୍ରୁତି ଦେଇ ନାହିଁ ଯାହା ପୂରଣ ହୋଇପାରିବ ନାହିଁ। ଆମେ କେବେ ମିଥ୍ୟା ପ୍ରତିଶ୍ରୁତି ଦେବାକୁ ଚେଷ୍ଟା କରୁନାହିଁ। ଭାଜପା ହିମାଚଳ ପ୍ରଦେଶର ଲୋକଙ୍କୁ ବୋକା ବନାଇ ପାରିବ ନାହିଁ,କାରଣ ଏଠାରେ ଲୋକମାନେ ଶିକ୍ଷିତ। ଅଧ୍ୟକ୍ଷ ହେବା ପରେ ଏହା ଖାର୍ଗେଙ୍କ ପ୍ରଥମ ନିର୍ବାଚନୀ ସଭା ଥିଲା।
ସୂଚନାଯୋଗ୍ୟ, ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନଭେମ୍ବର ୧୨ରେ ଅନୁଷ୍ଠିତ ହେବ। ନଭେମ୍ବର ୮ରେ ଫଳାଫଳ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗତ ୫ ବର୍ଷ ଧରି ଦେଶରେ ମୋଦି ସରକାର ଲାଗୁ କରିଛନ୍ତି ସୁପର ଏମରଜେନ୍ସି: ମମତା ବାନାର୍ଜୀ

କୋଲକତା,୨୫।୬: ଆଜିକୁ ୪୪ ବର୍ଷ ତଳେ ୧୯୭୫ ଜୁନ୍‌ ୨୫ ମଧ୍ୟରାତ୍ରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଏମରଜେନ୍ସି ବା ଜରୁରୀକାଳୀନ ପରିସ୍ଥିତି...

‘କଂଗ୍ରେସ ଯୋଗୁ ଡେମ୍‌ଚୋକ୍‌ ଯାଏ ମାଡ଼ିଆସିଥିଲା ଚାଇନା’

ଲେହ,୧୯ା୮(ପି.ଟି.): କଂଗ୍ରେସ ଶାସନ ଅମଳରେ ପ୍ରତିରକ୍ଷା ନୀତିରେ ଲଦାଖକୁ ଉପଯୁକ୍ତ ଗୁରୁତ୍ୱ ଦିଆଯାଇ ନ ଥିବାରୁ ଚାଇନା ଡେମ୍‌ଚୋକ୍‌ ସେକ୍ଟର ପର୍ଯ୍ୟନ୍ତ ମାଡ଼ିଆସିଛି। ଅନୁଚ୍ଛେଦ ୩୭୦...

୪୦୭ ବର୍ଷରେ ଭାରତୀୟ ନୌସେନା

ନୂଆଦିଲ୍ଲୀ, ୪।୧୨: ଭାରତୀୟ ନୌସେନାକୁ ଇତିମଧ୍ୟରେ ପୂରିଛି ୪ଶହ ୭ ବର୍ଷ। ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧରେ ନୌସେନାର ବୀରତ୍ୱ ପାଇଁ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ...

୫ ମାସରେ ୩୧ ଥର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ଏହି ମହିଳା

ଜୟପୁର,୨୩।୧: ରାଜସ୍ଥାନର ଭରତପୁରର ଜଣେ ୩୫ ବର୍ଷୀୟା ମହିଳା ୫ ମାସ ଭିତରେ ୩୧ ଥର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ଡାକ୍ତରଙ୍କ...

ଏଏପି ଖବର ପ୍ରକାଶ ନ କରିବାକୁ ଗଣମାଧ୍ୟମ ଉପରେ ଚାପ ପକାଉଛନ୍ତି ମୋଦି

ନୂଆଦିଲ୍ଲୀ,୧୯।୯: ଗୁଜରାଟ ବିଧାନସଭା ନିର୍ବାଚନରେ ହାରିଯିବା ଭୟ ଏବେ ଭାଜପା ନେତାମାନଙ୍କୁ ବିଚଳିତ କରିଛି। ସେମାନେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତାମାନଙ୍କ ବିରୋଧରେ ମିଛ...

କଶ୍ମୀରରେ ପ୍ରବେଶ କଲା କରୋନା ଭାଇରସ: ସଂକ୍ରମିତଙ୍କ ସଂଖ୍ୟା ୪୨

ନୂଆଦିଲ୍ଲୀ,୯।୩: କରୋନା ଭାଇରସ ଧୀରେ ଧୀରେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ସୋମବାର ଜମ୍ମୁ-କଶ୍ମୀରରେ ଜଣେ ୮୩ ବର୍ଷୀୟା ବୃଦ୍ଧା କରୋନା ଭାଇରସରେ ସଂକ୍ରମିତ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ସଲମାନଙ୍କ ଭଉଣୀ!

ମଣ୍ଡି,୨୨।୬: ମାୟାନଗରୀ ମୁମ୍ବାଇରୁ ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କ ଭଉଣୀ ଅର୍ପିତା ଓ ତାଙ୍କ ସ୍ବାମୀ ଆୟୁଷ ଶର୍ମା ଓ ୨ସନ୍ତାନଙ୍କ ସହ ହିମାଚଳ ପ୍ରଦେଶର...

ପେଟ୍ରୋଲ, ଡିଜେଲ ଦର କମାଇବାକୁ ସିନ୍ଧେଙ୍କ ଘୋଷଣା

ମୁମ୍ବାଇ, ୫ା୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଧେ ଆସ୍ଥାଭୋଟ ଜିତିବା ପରେ ରାଜ୍ୟବାସୀଙ୍କ ପାଇ ଏକ ବଡ଼ ଘୋଷଣା କରିଛନ୍ତି। ପେଟ୍ରୋଲ, ଡିଜେଲ ଦର...

Advertisement
Archives

Model This Week