୩ୟ ପର୍ଯ୍ୟାୟର ୬ ଲୋକ ସଭା ଆସନରେ ଜିତୁଛୁ: ଭାଜପା

ଭୁବନେଶ୍ୱର, ୨୬।୫: ରାଜ୍ୟରେ ବର୍ତମାନ ୩ୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଓଡ଼ିଶାର ସାଧାରଣ ନାଗରିକ ସରକାର ପରିବର୍ତନ କରିବା ପାଇଁ ନିଷ୍ପତି ନେଇଥିବା ଜନମତରୁ ସ୍ପଷ୍ଟ ଜଣାପଡୁଛି। ଜୁନ୍‌ ୧୦ରେ ଭାଜପା ସରକାର ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ପୁଅ କିମ୍ବା ଝିଅ ହେବେ, ଏଥିରେ କୌଣସି ଦ୍ୱିମତ ନାହିଁ। ନୂତନ ଭୋଟର, ଯୁବପିଢ଼ି ତଥା ମାତୃଶକ୍ତି ଉତ୍ସାହର ସହ ମତଦାନ ସାବ୍ୟସ୍ତ କରିଛନ୍ତି। ଏହା ସ୍ପଷ୍ଟ ହେଉଛି ୩ୟ ପର୍ଯ୍ୟାୟର ୬ଟି ଲୋକ ସଭା ସମ୍ପୂର୍ଣ୍ଣ ରୂପେ ଭାଜପା ଜିତୁଛି। ଲୋକଙ୍କ ଉତ୍ସାହରୁ ସ୍ପଷ୍ଟ ହେଉଛି ଭାଜପା ସରକାର ସୁନିଶ୍ଚିତ। ଏଥିଲାଗି ରାଜ୍ୟବାସୀଙ୍କୁ ବିଶେଷ କରି ୬ ଲୋକ ସଭା ଏବଂ ବିଧାନସଭା ଭୋଟରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆସନ୍ତା ୧ରେ ହେବାକୁ ଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଭାଜପା ସର୍ବାଧିକ ଆସନ ଲାଭ କରିବ ବୋଲି ଭାଜପା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶନିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସମୀର କହିଛନ୍ତି ଯେ, ଗତ ୨ଦିନ ତଳେ ଡିଜି ପୋଲିସ ଓ ଶାସନ ସଚିବଙ୍କୁ ସେ ଏକ ଚିଠି ଲେଖିଥିଲେ କିନ୍ତୁ ଏଯାଏଁ କୌଣସି ଉତ୍ତର ଆସିନାହିଁ। ବିଜେଡି ମୁଖିଆ ‘ଫିଟ୍‌ ଆଣ୍ଡ୍‌ ଫାଇନ’ ଅଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ସେ କୌଣସି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପ୍ରଶ୍ନ କରି ନ ଥିଲେ। ସେ କହିଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଅଣଓଡ଼ିଆ ଗୁମାସ୍ତାଙ୍କ କବଳରେ ବନ୍ଧକ ଅଛନ୍ତି। ତାଙ୍କୁ ପୋଲିସ ଓ ମୁଖ୍ୟ ଶାସନ ସଚିବ ମୁକ୍ତ କରନ୍ତୁ। ସେହିପରି ଗଣମାଧ୍ୟମ ପ୍ରତିନିଧି ଏବଂ ଅବସରପ୍ରାପ୍ତ ବିଚାରପତିଙ୍କ ସହ ପୋଲିସ ଡିଜି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଆନ୍ତୁ, ବାର୍ତାଳାପ କରି ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ବନ୍ଧକ ରହିବା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ(ଡିଜି)ଙ୍କ ପଦକ୍ଷେପ ନେଇ ରାଜ୍ୟବାସୀ ଜାଣିବାକୁ ଉକତ୍ଣ୍ଠାର ସହ ଅନେକ ବସିଛନ୍ତି ବୋଲି ସମୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏତିକି ଦିନ ଯାଏ ବଢିଲା ସ୍କୁଲ ଛୁଟି

ଭୁବନେଶ୍ୱର,୧୭।୬: ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ବଳବତ୍ତର ରହିବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋମବାର ସୂଚନା ଦେଇଛନ୍ତି। ରାଜ୍ୟରେ...

ମିଶନ ଶକ୍ତି ଜାରି ରହିବ ନା ବନ୍ଦ ହୋଇଯିବ? ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୬: ମିଶନ ଶକ୍ତି ବିଭାଗର ଅଧିକାରୀଙ୍କ ସହ ସୋମବାର ଆଲୋଚନା ପରେ ବଡ଼ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡା।...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୧୭।୬: ଆଗକୁ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ବଡ଼ ପଦକ୍ଷେପ ନେଇଛି। ଦଳ ଆଗୁଆ ନିର୍ବାଚନୀ ପ୍ରସ୍ତୁତି...

ପାଣିପାଗ ବିଭାଗର ସୂଚନା, ଆଗାମୀ ୫ ଦିନ ଯାଏଁ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ଼୍ବର, ୧୭।୬: ଓଡ଼ିଶାର ଉପକୂଳ ଅଞ୍ଚଳରେ ଆହୁରି ୩ରୁ ୪ ଦିନ ତାତି ଅନୁଭୂତ ହେବ । ସମ୍ପୂର୍ଣ୍ଣ ଓଡ଼ିଶାରେ ମୌସୁମୀ ଅଗ୍ରସର ହେବାକୁ ଆହୁରି...

ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ: ‘କିଷାନ ସମ୍ମାନ ନିଧି ଯୋଜନା’ର କିସ୍ତି ଟଙ୍କା ବଣ୍ଟନ ଉତ୍ସବରେ ଦେବେ ଯୋଗ

ବରଗଡ଼,୧୭ା୬(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟଙ୍କା ବଣ୍ଟନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହେବ। ଏହି କ୍ରମରେ ବରଗଡ଼ରେ ହେବାକୁ...

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭।୬: ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଶଙ୍ଖ ଭବନରେ ବସିବ ବୈଠକ, ଚୟନ ହେବେ ବିଧାୟକ ଦଳ ନେତା

ଭୁବନେଶ଼୍ବର, ୧୭।୬: ଆସନ୍ତା ୧୯ ତାରିଖ ଦିନ ବିଜୁ ଜନତା ଦଳର ବିଧାୟକମାନଙ୍କୁ ନେଇ ବୈଠକ ବସିବ । ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଏହି...

ସ୍କୁଲ ଖୋଲିବ ନା ଘୁଞ୍ଚିବ ଛୁଟି: ଜାଣନ୍ତୁ କେବେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ୱର, ୧୭।୬: ରାଜ୍ୟରେ ଏବେ ଅସମ୍ଭାଳ ତାତି ଅନୁଭୂତ ହେଉଛି। ଓଡ଼ିଶାକୁ ଏଥର ଆଗଆ ମୌସୁମୀ ପ୍ରବେଶ କରିଥିଲେ ହେଁ ବର୍ଷା ଟିକେ ହେଉନାହିଁ। ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri