Posted inଖେଳ

ମହିଳା ଆଇପିଏଲ୍‌ ନେଇ ଗାଙ୍ଗୁଲିଙ୍କ ଘୋଷଣା

ନୂଆଦିଲ୍ଳୀ,୨।୮(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମହିଳା ସଂସ୍କରଣ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଏ ନେଇ ଘୋଷଣା କରିଛନ୍ତି। ମହିଳା ଆଇପିଏଲ ବା ଚ୍ୟାଲେଞ୍ଜର୍ସ ସିରିଜ୍‌ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି।
ପୁରୁଷ ଆଇପିଏଲ୍‌ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ କିମ୍ବା ୧୦ ମଧ୍ୟରେ ଆୟୋଜନ ହେବ। ଫାଇନାଲ ତାରିଖ ଏପର୍ଯ୍ୟନ୍ତ ଅବଶ୍ୟ ଘୋଷଣା କରାଯାଇ ନାହିଁ। ମହିଳା ଆଇପିଏଲ୍‌ ମଧ୍ୟ ଏହି କାର୍ଯ୍ୟସୂଚୀ ସହ ମେଳ ଖାଇବ ବୋଲି ଗାଙ୍ଗୁଲି କହିଛନ୍ତି। ମହିଳା ଆଇପିଏଲ୍‌ ଆୟୋଜନ ନେଇ ଆମେ କାର୍ଯ୍ୟ କରୁଛୁ ଓ ଜାତୀୟ ମହିଳା ଦଳ ନେଇ ମଧ୍ୟ ଆମର ଯୋଜନା ରହିଛି ବୋଲି ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲ ବୈଠକ ପୂର୍ବରୁ ସେ କହିଛନ୍ତି। ମହିଳା ଚ୍ୟାଲେଞ୍ଜର ଟ୍ରଫି ଗତବର୍ଷ ଭଳି ଆଇପିଏଲ୍‌ର ଅନ୍ତିମ ପର୍ଯ୍ୟାୟରେ ଆୟୋଜନ ହେବ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ନଭେମ୍ବର ୧ରୁ ୧୦ ମଧ୍ୟରେ ମହିଳା ଚ୍ୟାଲେଞ୍ଜର ସିରିଜ ଆୟୋଜନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପୂର୍ବରୁ ଏକ କ୍ୟାମ୍ପର ମଧ୍ୟ ଆୟୋଜନ ହେବ। ଚୁକ୍ତିବଦ୍ଧ ମହିଳା ଖେଳାଳିଙ୍କ ପାଇଁ କ୍ୟାମ୍ପ ଆୟୋଜନ ହେବ। ଦେଶରେ ଦେଖାଦେଇଥିବା କରୋନ ସ୍ଥିତି ଯୋଗୁ ଏଥିରେ ବିଳମ୍ବ ହୋଇଛି ବୋଲି ଗାଙ୍ଗୁଲି କହିଛନ୍ତି। କୋଭିଡ୍‌-୧୯ କାରଣରୁ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ମଧ୍ୟ ବନ୍ଦ ରହିବ। ଏହା ସତ୍ତ୍ୱେ ମହିଳା କ୍ରିକେଟରଙ୍କ ପାଇଁ କ୍ୟାମ୍ପ ଆୟୋଜନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୁଣି ନ୍ୟୁଜିଲାଣ୍ଡରେ ଦିନିକିଆ ବିଶ୍ୱକପ୍‌ ଖେଳିବା ପୂର୍ବରୁ ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏକ ପୂରା ସୀମିତ ଓଭର ସିରିଜ ଖେଳିବା ନେଇ ବିସିସିଆଇ କ୍ରିକେଟ ଅପରେଶନ ଟିମ୍‌ କାର୍ଯ୍ୟସୂଚୀ ସ୍ଥିର କରିବାକୁ ପ୍ରୟାୟ ଆରମ୍ଭ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଡ଼ିଆରେ ନାଚିଲେ କୋହଲି, ରୋହିତ

ଆଇପିଏଲ ୨୦୨୧ର ଗୀତ ପ୍ରକାଶ ପାଇଛି। ‘ଇଣ୍ଡିଆ କା ଆପ୍‌ନା ମନ୍ତ୍ର’ ନାମକ ଏହି ଗୀତ ଏକ ମିନିଟ ତିରିଶ ସେକେଣ୍ଡର ହୋଇଛି। ଆନ୍ଥେମର ଭିଡିଓ...

ସୁନ୍ଦରଙ୍କ ଲଟେରି: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାହାରିଲେ ଏହି ପ୍ରମୁଖ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୧: ରବିନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରୁ ବାହାର ହୋଇଛନ୍ତି। ସମୟରେ ଫିଟ୍‌ ହେଉ ନ ଥିବା...

ଓଡ଼ିଶାରୁ ଭାଗନେବେ ୧୩ ପ୍ରତିଯୋଗୀ

ଭୁବନେଶ୍ୱର, ୨୫ା୩(କ୍ରୀଡ଼ା ପ୍ରତିନିଧି):  ହରିୟାଣାର କର୍ନଲଠାରେ ଜାତୀୟ ହ୍ବିଲଚେୟାର ଫେନ୍ସିଂ ପ୍ରତିଯୋଗିତା ଚଳିତ ମାସ ୨୫ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାରୁ ୧୩...

ଜାନୁୟାରୀରେ ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଟୁରରେ ଯିବ

ନୂଆଦିଲ୍ଲୀ,୩୧।୧୨(ପି.ଟି.): ଖୁବ୍‌ଶୀଘ୍ର ଭାରତୀୟ ମହିଳା ହକି ଦଳ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। ଜାନୁୟାରୀରେ ମହିଳା ଦଳ ଆର୍ଜେଣ୍ଟିନା ଟୁର କରିବ। ଏଥିସହିତ ଭାରତୀୟ...

ପୁଣି ଥରେ ଚୌକା-ଛକା ମାରୁଥିବା ନଜର ଆସିବେ ରାଇନା, ଏହି ପ୍ରମୁଖ ଟୁର୍ନାମେଣ୍ଟରେ…

ନୂଆଦିଲ୍ଲୀ,୫।୩: ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ସୁରେଶ ରାଇନା ଲିଜେଣ୍ଡ୍ସ ଲିଗ୍‌(ଏଲ୍‌ଏଲ୍‌ସି) କ୍ରିକେଟ୍‌ରେ ଅଂଶଗ୍ରହଣ କରିବାକୁ ନିଶ୍ଚିତ କରିଛନ୍ତି। ମାର୍ଚ୍ଚ ୧୦ରେ ଦୋହାରେ ଏଲ୍‌ଏଲ୍‌ସି ୨୦୨୩ର...

କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲ ୩୧ରୁ: ଦେବାଶିଷ ଭାରତୀୟ ଚ୍ୟାଲେଞ୍ଜର ନେତୃତ୍ୱ ନେବେ

ଭୁବନେଶ୍ୱର, ୨୯।୫(କ୍ରୀଡ଼ା ପ୍ରତିନିଧି)- କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲର ଦ୍ୱାଦଶ ସଂସ୍କରଣ ଚଳିତମାସ ୩୧ ତାରିଖରୁ ଆରମ୍ଭ ହେବ। କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଏହା ଜୁନ...

ସାନିଆଙ୍କୁ ଫେଡ୍‌ କପ୍‌ ହାର୍ଟ ଆଓ୍ବାର୍ଡ

ନୂଆଦିଲ୍ଲୀ, ୧୨ା୫ (ପି.ଟି.)-ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ପ୍ରଥମ ଭାରତୀୟ ଭାବେ ଫେଡ୍‌ କପ୍‌ ହାର୍ଟ ଆଓ୍ବାର୍ଡ ଜିତିଛନ୍ତି। ମାତୃତ୍ୱ ଲାଭ ପରେ ଟେନିସ...

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ଅଭିଷେକଙ୍କୁ ସ୍ବର୍ଣ୍ଣ, ସୌରଭଙ୍କୁ ବ୍ରୋଞ୍ଜ

ରିଓ ଡି’ ଜାନିରୋ,୩୦।୮: ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ସହ ବ୍ରୋଞ୍ଜ...

Advertisement
Archives

Model This Week