Posted inଫୁରସତ

ଅର୍ଥନୈତିକ ବିକାଶରେ ଜଳପଥ

ଶିକାରୀ ଜୀବନ ଛାଡ଼ି ମଣିଷ ଚାଷବାସ କରିବାପରେ ନିଜ ଆଖପାଖରେ ଥିବା ଜନବସତି ମଧ୍ୟରେ ଦେଣନେଣ କାରବାର ଆରମ୍ଭ କରିଥିଲା। ସେତେବେଳେ ଗୋଟିଏ ଜିନିଷ ବଦଳରେ ଅନ୍ୟ ଦ୍ରବ୍ୟର ଦେଣନେଣ କରାଯାଉଥିଲା। ଏଭଳି କାର୍ଯ୍ୟରେ ସ୍ଥଳପଥ ତୁଳନାରେ ଜଳପଥ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ସେବେଠାରୁ ମାନବ ସଭ୍ୟତାକୁ ବାଣିଜ୍ୟ କ୍ଷେତ୍ରରେ ଜଳପଥ ବହୁ ସହାୟତା ଯୋଗାଇ ଆସିଛି।
ଦେଶ ଦେଶ ମଧ୍ୟରେ ହେଉଥିବା ବାଣିଜ୍ୟ କାରବାରରେ ଜଳପଥର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜଳପଥରେ ମୋଟ ବାଣିଜ୍ୟର ୮୦ ପ୍ରତିଶତ ପରିବହନ କରାଯାଇଥାଏ। ବାଣିଜ୍ୟ ଲାଗି ଜଳପଥର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୧୯୪୮ରେ ଜାତିସଂଘ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ପରେ ୧୯୫୮ରେ ଇଣ୍ଟର-ଗଭର୍ନମେଣ୍ଟାଲ ମେରିଟାଇମ୍‌ କନସଲଟିଭ୍‌ ଅର୍ଗାନାଇଜେଶନ (ଆଇଏମ୍‌ସିଓ) ଗଠନ କରାଯାଇଥିଲା। ସେତେବେଳେ ଏହାର ସଦସ୍ୟ ସଂଖ୍ୟା ୨୧ ଥିବାବେଳେ ଏବେ ଏହା ୧୬୭ରେ ପହଞ୍ଚିଛି। ଏହାପରେ ୧୯୭୮ ମାର୍ଚ୍ଚ ୧୭ରେ ବିଶ୍ୱ ମେରିଟାଇମ୍‌ ଦିବସ ପାଳନ କରାଯାଇଥିଲା। ୧୯୮୨ରେ ଏହାକୁ ଅନ୍ତର୍ଜାତୀୟ ମେରିଟାଇମ୍‌ ଅର୍ଗାନାଇଜେଶନ ଭାବେ ନାମିତ କରାଯାଇଥିଲା।
ଜଳପଥର ଗୁରୁତ୍ୱ ଉପଲବ୍ଧି କରାଇବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ଶେଷ ଗୁରୁବାରକୁ ଓ୍ବାଲର୍‌ଡ ମେରିଟାଇମ୍‌ ଡେ’(ବିଶ୍ୱ ନୌବାଣିଜ୍ୟ ଦିବସ) ଭାବେ ପାଳନ କରାଯାଉଛି। ଚଳିତ ୨୦୨୧ରେ ଏହା ସେପ୍ଟେମ୍ବର ୩୦ରେ ପାଳନ କରାଯାଉଥିବାବେଳେ ବିଶ୍ୱବ୍ୟାପୀ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri