ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ। ଜନପ୍ରତିନିଧି ଓ ଅଧିକାରୀମାନେ ୱାଟରପ୍ରୁଫ୍ ଟେଣ୍ଟ୍‌ ତଳେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ, ଅନ୍ୟପଟେ ଖୋଲା ଆକାଶ ତଳେ କାଦୁଅ, ନାଳିଆ ପାଣି ଓ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଦୀର୍ଘ ସମୟ ଠିଆ ହୋଇ ରହିଥିଲେ ଛାତ୍ରଛାତ୍ରୀ, ସାଧାରଣ ଲୋକ ଓ କାର୍ଯ୍ୟକ୍ରମ ପରିଚାଳକ।

ବ୍ଲକ ପ୍ରଶାସନର ଏଭଳି ଅବ୍ୟବସ୍ଥା ଓ ଅବହେଳା ଯୋଗୁ ଚଳିତ ସ୍ୱାଧୀନତା ଦିବସ ପାଳନ ସମାରୋହକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନର ନିଷ୍ପତ୍ତି ଯୋଗୁ ଡାକ୍ତରଖାନାର ନିରବତା ଭଙ୍ଗ ହେବା ସହ କଅଁଳ ଶିଶୁ ଓ ଛାତ୍ରୀଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଜମନକିରା ବ୍ଲକ ସଦର ମହକୁମାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପଡ଼ିଆରେ ସ୍ୱାଧୀନତା ଦିବସ ପାଳନ କରିବାକୁ ବ୍ଲକ ପ୍ରଶାସନ ଓ ଆୟୋଜକ କମିଟି ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକେ ଡାକ୍ତରଖାନା ଭଳି ଏକ ଶାନ୍ତ ଓ ସମ୍ବେଦନଶୀଳ ସ୍ଥାନରେ ଏପରି କାର୍ଯ୍ୟକ୍ରମ ନକରି ଅନ୍ୟ ଏକ ଉପଯୁକ୍ତ ସ୍ଥାନରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ସେହି ପରାମର୍ଶକୁ ଗୁରୁତ୍ୱ ଦିଆଯାଇନଥିବା ଅଭିଯୋଗ ହୋଇଛି।

ଲଗାଣ ବର୍ଷା ଯୋଗୁ ପଡ଼ିଆର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିଲା। ସମଗ୍ର ପରିସରରେ ପେଭର ବ୍ଲକ, ବାଲି ଓ ଗୋଡ଼ି ଜମା ହୋଇ ପଡ଼ିଥିବା ବେଳେ ବର୍ଷା ପାଣି ଜମି ଚାରିଆଡ଼େ କାଦୁଅ ଓ ଖାଲଖମା ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିରେ ପ୍ରଶାସନିକ ଅଧିକାରୀ ଓ ଅତିଥିମାନଙ୍କ ପାଇଁ ଶୁଖିଲା ମଞ୍ଚ ଉପରେ ୱାଟରପ୍ରୁଫ୍ ଟେଣ୍ଟ୍‌ର ବ୍ୟବସ୍ଥା କରାଯାଇଥିବା ବେଳେ, ଶହ ଶହ ଛାତ୍ରୀଛାତ୍ର ଓ ସାଧାରଣ ଲୋକଙ୍କୁ ଖୋଲା ଆକାଶ ତଳେ କାଦୁଅ, ନାଳିଆ ପାଣି ଓ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଧରି ଠିଆ ହୋଇ ରହିବାକୁ ପଡ଼ିଥିଲା।

ପ୍ରତିକୂଳ ପାଗ ଯୋଗୁ ପରେଡ୍ କାର୍ଯ୍ୟକ୍ରମ ମଧ୍ୟ ହୋଇପାରି ନ ଥିଲା। ଅନେକ ଛାତ୍ରଛାତ୍ରୀ କାଦୁଅ ଯୋଗୁ ଅତିଷ୍ଠ ହୋଇଥିଲେ। ତଥାପି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତାଗିଦ୍‌ରେ ସେମାନଙ୍କୁ ଠିଆ ହୋଇ ରହିବାକୁ ପଡ଼ିଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ, ଡାକ୍ତରଖାନା ଏକ ‘ସାଇଲେନ୍ସ ଜୋନ୍’ ବା ନିରବତା ଅଞ୍ଚଳ ହୋଇଥିବା ସତ୍ତ୍ୱେ ହସ୍ପିଟାଲ ପରିସରରେ ଆୟୋଜିତ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଉଚ୍ଚ ଶବ୍ଦ ବିଶିଷ୍ଟ ଲାଉଡ୍‌ସ୍ପିକର ବ୍ୟବହାର କରାଯାଇଥିଲା। ମାଇକ୍‌ର କର୍କଶ ଶବ୍ଦ ଚିକିତ୍ସାଧୀନ ଗୁରୁତର ରୋଗୀଙ୍କ ଶାରୀରିକ ଓ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇଥିବା ଅଭିଯୋଗ ହୋଇଛି।

ସ୍ୱାଧୀନତା ଦିବସ ଦିନ ଡାକ୍ତରଖାନାରେ କୌଣସି ଡାକ୍ତର ନଥିବା ସତ୍ତ୍ୱେ ପ୍ରାୟ ୫୦ରୁ ଅଧିକ ରୋଗୀ ସ୍ୱାସ୍ଥ୍ୟସେବା ପାଇଁ ଆସିଥିବା କୁହାଯାଇଛି। ତେବେ ପଡ଼ିଆରେ ସ୍ୱାଧୀନତା ଦିବସ ପରେଡ୍ କାର୍ଯ୍ୟକ୍ରମ ଥିବା ଯୋଗୁ ଅନେକ ରୋଗୀ ଡାକ୍ତରଖାନାକୁ ଆସିନଥିବା ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି। ଭବିଷ୍ୟତରେ ଡାକ୍ତରଖାନା ଭଳି ସମ୍ବେଦନଶୀଳ ସ୍ଥାନରେ ଏପରି କାର୍ଯ୍ୟକ୍ରମ ନକରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଏହି ସ୍ୱାଧୀନତା ଦିବସ ପାଳନ ଅବସରରେ ବ୍ଲକ ଅଧ୍ୟକ୍ଷା ଆଶ୍ରିତା ଭୋଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଡିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ପ୍ରବୀଣା ବିଲୁଙ୍ଗ, ଏବିଡିଓ ମହିମା ସାହୁ, ଅତିରିକ୍ତ ତହସିଲଦାର ସୌରଭ ସାହୁ, ଏବିଇଓ ଦେବକୀ ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟପ୍ରିୟ ସାହୁ, ସାଂସଦ ପ୍ରତିନିଧିଙ୍କ ସମେତ ବ୍ଲକର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ମଞ୍ଚାସୀନ ଓ ଉପସ୍ଥିତ ଥିଲେ।

ପ୍ରଥମେ ଛାତ୍ରୀମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ପରେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା। ନାରାୟଣ ପ୍ରଧାନ ଓ ରଞ୍ଜନ କୁମାର ମହାକୁଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଷ୍ଟାନ୍ନ ସଠିକ୍ ଭାବେ ବଣ୍ଟନ ହୋଇନଥିବା ଅଭିଯୋଗକୁ ନେଇ ଶିକ୍ଷାର୍ଥୀଙ୍କ ମହଲରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଶନିଙ୍କ ବକ୍ରୀ ଚଳନ: ୩ ରାଶି ପାଇଁ ଅକ୍ଟୋବରରେ କଠିନ ସମୟ! ପାଖରୁ ପଳାଇବ ଟଙ୍କା, ଘରକୁ ଆସିବ ଖରାପ ଖବର!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷରେ ଶନିଙ୍କୁ କର୍ମଫଳଦାତା ଓ ନ୍ୟାୟର ଦେବତା ଭାବେ ବିବେଚନା କରାଯାଏ। ଶନିଙ୍କ ଚଳନରେ ପରିବର୍ତ୍ତନ ହେଲେ ଏହା ସମସ୍ତ ରାଶି ଉପରେ ପ୍ରଭାବ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସୃଷ୍ଟି ହେଲା ତ୍ରିଗ୍ରହୀ ଯୋଗ: ଆଜିଠୁ ଆରମ୍ଭ ୩ ରାଶିଙ୍କ ଭଲଦିନ, ହେବେ ମାଲାମାଲ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ, ୨୦୨୬ ଅକ୍ଟୋବର ୧୭ରେ ସୂର୍ଯ୍ୟ ତୁଳା ରାଶିରେ ଗୋଚର କରିବେ। ଏହି ସମୟରେ ତୁଳା ରାଶିରେ ପୂର୍ବରୁ ଶୁକ୍ର ଓ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?