ଷ୍ଟାଣ୍ଡପୋଷ୍ଟରେ ଜଳ ଯୋଗାଣ ବନ୍ଦ

ବ୍ରହ୍ମପୁର ଅଫିସ,୧।୩:  ବ୍ରହ୍ମପୁର ସହରରେ ଜଳ ସଙ୍କଟର ସ୍ଥାୟୀ ସମାଧାନ ଓ ୨୪ ଘଣ୍ଟିଆ ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାନିବିଲି ବୃହତ୍‌ ପ୍ରକଳ୍ପ ନିମନ୍ତେ ନୂତନ ପଦକ୍ଷେପ ନିଆଯାଇଛି। କିନ୍ତୁ ଉକ୍ତ ପ୍ରକଳ୍ପରୁ ସମ୍ପୂର୍ଣ୍ଣ ଜଳ ଯୋଗାଣ ହୋଇ ନ ଥିବା ବେଳେ ସହରରେ ପୂର୍ବରୁ ଷ୍ଟାଣ୍ଡ ପୋଷ୍ଟରେ ଜଳ ଯୋଗାଣକୁ ଧୀରେ ଧୀରେ ବନ୍ଦ କରି ଦିଆଗଲାଣି । ଫଳରେ ବ୍ୟବସାୟ କରୁଥିବା ଲୋକେ, ବାଟୋଇ ଏବଂ ଅନ୍ୟମାନେ ପ୍ରଚଣ୍ଡ ଖରାରେ ଡହଳ ବିକଳ ହେଉଛନ୍ତି । ଆସନ୍ତା ଜୁନ ସୁଦ୍ଧା ସହରବାସୀ ୨୪ ଘଣ୍ଟିଆ ପିଇବା ପାଣି ପାଇପାରିବେ ବୋଲି ସୂଚନା ମିଳିଛି। ତେବେ ୨୪ ଘଣ୍ଟିଆ ପିଇବା ପାଣି ଯୋଗାଣ ଆଳରେ ସହରର ମୁଖ୍ୟ ଛକ ସମେତ ସାହିରେ ଥିବା ଷ୍ଟାଣ୍ଡ ପୋଷ୍ଟଗୁଡିକରୁ ଜଳ ଯୋଗାଣ ବିଚ୍ଛିନ୍ନ କରାଯାଇଛି। ଆଗାମୀ ଦିନରେ ସହରରେ ଥିବା ସମସ୍ତ ଷ୍ଟାଣ୍ଡ ପୋଷ୍ଟ ପାଇପ୍‌ ଲାଇନ ବିଚ୍ଛିନ୍ନ କରାଯିବ ବୋଲି ଜଣାପଡିଛି। ଯାହାକୁ ନେଇ ବହୁ ବ୍ୟବସାୟୀ ଓ ସାଧାରଣ ଜନତା ଅସନ୍ତୋଷ ପ୍ରକାଶ କରିଛନ୍ତି।
ସହରର ମୁଖ୍ୟ ଛକ ସମେତ ସାହିଗୁଡିକୁ ମିଶାଇ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଷ୍ଟାଣ୍ଡ ପୋଷ୍ଟ ରହିଛି। ବିଶେଷ କରି ବସ୍‌ ରହଣି ସ୍ଥଳରେ ଥିବା ଷ୍ଟାଣ୍ଡ ପୋଷ୍ଟଗୁଡିକରୁ ବହୁ ଦୂର ଦୂରାନ୍ତରୁ ଆସୁଥିବା ଲୋକେ ଓ ପଥଚାରୀମାନେ ପିଇବା ପାଣି ପାଇପାରୁଥିଲେ। ଅନ୍ୟପଟେ ସାହିଗୁଡିକରେ ଥିବା ଷ୍ଟାଣ୍ଡ ପୋଷ୍ଟରୁ ମଧ୍ୟ ବିଶୁଦ୍ଧ ପାଣି ପାଇବାରୁ ସାହି ବାସିନ୍ଦା ଉପକୃତ ହେଉଥିଲେ। ସହରର ମୁଖ୍ୟ ଛକରେ ଷ୍ଟାଣ୍ଡପୋଷ୍ଟ ଥିବାରୁ ବହୁ ବ୍ୟବସାୟୀ ନିତ୍ୟ ବ୍ୟବହାର ସହିତ ପିଇବା ନିମନ୍ତେ ମଧ୍ୟ ପାଣି ବ୍ୟବହାର କରୁଥିଲେ। କିନ୍ତୁ ଏବେଠାରୁ ନେହେରୁ ନଗର, ଇଞ୍ଜିନିୟରିଂ ସ୍କୁଲ ଛକ ଓ ଶିଳ୍ପାଞ୍ଚଳରେ ଥିବା ଷ୍ଟାଣ୍ଡ ପୋଷ୍ଟଗୁଡିକରୁ ପାଣି ବିଚ୍ଛିନ୍ନ ହୋଇଛି। ଫଳରେ ସ୍ଥାନୀୟ ବ୍ୟବସାୟୀ ପାନୀୟ ଜଳ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପଟେ ବହୁ ସାହିରେ ନୂତନ ପାଇପ୍‌ ଲାଇନ ପ୍ରତି ଘରକୁ ସଂଯୋଗ କରାଯାଇଛି, କିନ୍ତୁ ପାଣି ଆସୁ ନାହିଁ। ସାହିଗୁଡିକରେ ମଧ୍ୟ ଷ୍ଟାଣ୍ଡ ପୋଷ୍ଟ ଅଚଳ ଯୋଗୁ ଗରିବ ଲୋକେ ପିଇବା ପାଣିରୁ ବଞ୍ଚିିତ ହେଉଛନ୍ତି। ୨୪ ଘଣ୍ଟିଆ ଜଳ ଯୋଗାଣ ହେବା ଯାଏ ଷ୍ଟାଣ୍ଡ ପୋଷ୍ଟଗୁଡିକରେ ପିଇବା ପାଣି ସୁବିଧା ଯୋଗାଇ ଦେବା ପାଇଁ ଦାବି ହୋଇଛି।
ଏ ନେଇ ୱାଟ୍‌କୋ ମହାପ୍ରବନ୍ଧକ ଇଂ. ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାରୁ ଜନଗହଳି ଓ କେତେକ ଜରୁରିକାଳୀନ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ରଖାଯିବା ସହ ଏଥିରେ ମିଟର ସଂଯୋଗ କରାଯିବ। ଯେତିକି ପାଣି ବ୍ୟବହାର ହେବ ମିଟର ୟୁନିଟ ପିଛା ଟଙ୍କା ବିଇଏମ୍‌ସି ପୈଠ କରିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟପଟେ ବ୍ୟବସାୟିକ ଓ ଜନଗହଳି ପୂର୍ଣ୍ଣ ସ୍ଥାନଗୁଡିକରେ ଷ୍ଟାଣ୍ଡ ପୋଷ୍ଟଗୁଡିକ ପୂର୍ବଭଳି ରଖାଯିବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?