ଡିସେମ୍ବର ସୁଦ୍ଧା ଇନର ରିଙ୍ଗ ରୋଡ୍‌

ଅନୁଗୋଳ ଅଫିସ, ୨୮ା୨: ଅନୁଗୋଳ ସହର ପ୍ଲାନିଂରେ ଯୋଡିହେବ ଇନର ରିଙ୍ଗ ରୋଡ୍‌। ଜିଲାପାଳଙ୍କ ଏହି ପରିକଳ୍ପନା ପରେ ଏ ନେଇ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସର୍ଭେ ଆରମ୍ଭ ହୋଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ଯୋଜନାକୁ ରୂପାୟନ କରାଯିବ। ଫଳରେ ସହର ମଧ୍ୟରେ ଦେଖାଯାଉଥିବା ଟ୍ରାଫିକ୍‌ ସମସ୍ୟା ଦୂର ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଅନୁଗୋଳ ସହରର ୧୬ଟି ଛକରେ ମଙ୍ଗଳବାର ଅନୁଗୋଳ ପ୍ରଶାସନର ଅଧିକାରୀମାନେ ସର୍ଭେ କରିଛନ୍ତି। ଥାନା ଛକ ଠାରୁ ଆରମ୍ଭ ହୋଇ ରାଜା ଛକ, ମେଡିକାଲ ଛକ, ସେଣ୍ଟ୍ରାଲ ଲଜ ଛକ, ବଜାର ଛକ, ହରିମହୁରୀ ଛକ, ଗାନ୍ଧୀମାର୍ଗ ଛକ, ହୁଲୁରିସିଂହା, ହେମସୁରପଡ଼ା, କଲେଜ ଛକ, ପିଟିସି ଛକ, ଡିଆସି ଛକ, ଶିଶୁ ଉଦ୍ୟାନ ଛକ ଆଦି ଜାଗାରେ ସର୍ଭେ କରାଯାଇଛି। ଅନୁଗୋଳ ଉପଜିଲାପାଳ ବୈତୁରା ଦୀପଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ସର୍ଭେ କରିଥିଲା। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପରେ ଭାରିଯାନଗୁଡ଼ିକ ବାଇପାସ୍‌ରେ ଯାତାୟାତ କରିବ। ତେଣୁ ରିଙ୍ଗ ରୋଡ୍‌ ପିଟିସି ଛକରୁ ଆରମ୍ଭ ହୋଇ ଶିମିଳିପଡ଼ା ଛକ, ଡିଆସି ଛକ, ଗାନ୍ଧୀମାର୍ଗ ଛକ, ହୁଲୁରିସିଂହା ଛକ ଓ ହୁଲୁରିସିଂହା ଗ୍ରାମ ଭିତରେ ପଶି ଲିଙ୍ଗରାଯୋଡ଼ି ଛକ, ମାଟିଆସାହି ଛକ, ହାଟଛକ, କଲେଜ ଛକ, ଇଣ୍ଡଷ୍ଟ୍ରିଆଲ ଛକ, ତାମ୍ରିତ୍‌ କଲୋନୀ ଭିତରେ ପଶି ପୁଣି ପିଟିସିରେ ମିଶିବ। ଏହାଦ୍ୱାର ସହର ମଧ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ଦୂର ହୋଇପାରିବ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଅଧିକାରୀମାନଙ୍କ ସହ ବୈଠକ ପରେ ଏହି ସର୍ଭେ କରାଯାଉଛି। ଏ ନେଇ ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ଜବର ଦଖଲ ଉଚ୍ଛେଦ କରାଯିବ। ଏହି ରିଙ୍ଗରୋଡ୍‌ ଦେଇ ଲୋକେ ସହର ପରିକ୍ରମା କରିବା ସହ ଶାନ୍ତ ପରିବେଶ ମଧ୍ୟରେ ମନଫୂର୍ତ୍ତି କରିବାର ଅନେକ ସୁଯୋଗ ପାଇପାରିବେ। ସେହିଭଳି ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସକୁ ମଧ୍ୟ ଏହି ରିଙ୍ଗ ରୋଡରୁ ସଂଯୋଗୀକରଣ ରାସ୍ତା କରାଯିବ। ଫଳରେ ସହରରେ ଗହଳି ହେବ ନାହିଁ। କି ଟ୍ରାଫିକ୍‌ ସମସ୍ୟା ଉପୁଜିବ ନାହିଁ। ଏହି ସର୍ଭେ ସମୟରେ ଉପଜିଲାପାଳ ଦୀପଙ୍କ ସହ ଅନୁଗୋଳ ତହସିଲଦାର ବବିତା ମିଶ୍ର, ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଡେପୁଟି କଲେକ୍ଟର ଇସାନୀ ପଣ୍ଡା, ଆସିଷ୍ଟାଣ୍ଟ କଲେକ୍ଟର ସୁକାନ୍ତ ସାହୁ, ତାମଡା ସଚିବ ରାଜୀବ ଲୋଚନ ବେହେରା, ଅନୁଗୋଳ ଥାନା ଏସ୍‌ଆଇ ଅମିତ୍‌ ମିଶ୍ର, ଆରଡି, ଏନ୍‌ଏଚଏଆଇ, ପିଡବ୍ଲ୍ୟୁଡି, ବିଦ୍ୟୁତ୍‌ ବିଭାଗ ଅଧିକାରୀ ପ୍ରମୁଖ ଏହି ସର୍ଭେରେ ସାମିଲ ହୋଇଥିଲେ। ଏହି ସର୍ଭେ ଶେଷ ହେବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଜିଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି। ସେଠାରୁ ଅନୁମୋଦନ ଆସିବା ପରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ଉପଜିଲାପାଳ ବଇତୁରା ଦୀପ କହିଛନ୍ତି, ଏହି ରିଙ୍ଗ ରୋଡ୍‌ କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ ହେବ। ବିଭିନ୍ନ କଳାକୃତି ସହ ସୌନ୍ଦର୍ଯ୍ୟକରଣ କରାଯିବାକୁ ଥିବାରୁ ଲୋକମାନେ ଏଥିରୁ ମନୋରଞ୍ଜନର ସୁଯୋଗ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

ଶିକ୍ଷାର ଗୁଣାତ୍ମକ ଉନ୍ନତି ଶିକ୍ଷାର୍ଥୀଙ୍କ ଫଳାଫଳ ସମୀକ୍ଷା ଉପରେ ଗୁରୁତ୍ୱ

ଥୁଆମୂଳ ରାମପୁର, ୧୩।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଭବାନୀପାଟଣା ଆନୁକୂଲ୍ୟରେ ଥୁଆମୂଳ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପ୍ରକାଶ ୩.୦’…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?