ଡିସେମ୍ବର ସୁଦ୍ଧା ଇନର ରିଙ୍ଗ ରୋଡ୍‌

ଅନୁଗୋଳ ଅଫିସ, ୨୮ା୨: ଅନୁଗୋଳ ସହର ପ୍ଲାନିଂରେ ଯୋଡିହେବ ଇନର ରିଙ୍ଗ ରୋଡ୍‌। ଜିଲାପାଳଙ୍କ ଏହି ପରିକଳ୍ପନା ପରେ ଏ ନେଇ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସର୍ଭେ ଆରମ୍ଭ ହୋଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ଯୋଜନାକୁ ରୂପାୟନ କରାଯିବ। ଫଳରେ ସହର ମଧ୍ୟରେ ଦେଖାଯାଉଥିବା ଟ୍ରାଫିକ୍‌ ସମସ୍ୟା ଦୂର ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଅନୁଗୋଳ ସହରର ୧୬ଟି ଛକରେ ମଙ୍ଗଳବାର ଅନୁଗୋଳ ପ୍ରଶାସନର ଅଧିକାରୀମାନେ ସର୍ଭେ କରିଛନ୍ତି। ଥାନା ଛକ ଠାରୁ ଆରମ୍ଭ ହୋଇ ରାଜା ଛକ, ମେଡିକାଲ ଛକ, ସେଣ୍ଟ୍ରାଲ ଲଜ ଛକ, ବଜାର ଛକ, ହରିମହୁରୀ ଛକ, ଗାନ୍ଧୀମାର୍ଗ ଛକ, ହୁଲୁରିସିଂହା, ହେମସୁରପଡ଼ା, କଲେଜ ଛକ, ପିଟିସି ଛକ, ଡିଆସି ଛକ, ଶିଶୁ ଉଦ୍ୟାନ ଛକ ଆଦି ଜାଗାରେ ସର୍ଭେ କରାଯାଇଛି। ଅନୁଗୋଳ ଉପଜିଲାପାଳ ବୈତୁରା ଦୀପଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ସର୍ଭେ କରିଥିଲା। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପରେ ଭାରିଯାନଗୁଡ଼ିକ ବାଇପାସ୍‌ରେ ଯାତାୟାତ କରିବ। ତେଣୁ ରିଙ୍ଗ ରୋଡ୍‌ ପିଟିସି ଛକରୁ ଆରମ୍ଭ ହୋଇ ଶିମିଳିପଡ଼ା ଛକ, ଡିଆସି ଛକ, ଗାନ୍ଧୀମାର୍ଗ ଛକ, ହୁଲୁରିସିଂହା ଛକ ଓ ହୁଲୁରିସିଂହା ଗ୍ରାମ ଭିତରେ ପଶି ଲିଙ୍ଗରାଯୋଡ଼ି ଛକ, ମାଟିଆସାହି ଛକ, ହାଟଛକ, କଲେଜ ଛକ, ଇଣ୍ଡଷ୍ଟ୍ରିଆଲ ଛକ, ତାମ୍ରିତ୍‌ କଲୋନୀ ଭିତରେ ପଶି ପୁଣି ପିଟିସିରେ ମିଶିବ। ଏହାଦ୍ୱାର ସହର ମଧ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ଦୂର ହୋଇପାରିବ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଅଧିକାରୀମାନଙ୍କ ସହ ବୈଠକ ପରେ ଏହି ସର୍ଭେ କରାଯାଉଛି। ଏ ନେଇ ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ଜବର ଦଖଲ ଉଚ୍ଛେଦ କରାଯିବ। ଏହି ରିଙ୍ଗରୋଡ୍‌ ଦେଇ ଲୋକେ ସହର ପରିକ୍ରମା କରିବା ସହ ଶାନ୍ତ ପରିବେଶ ମଧ୍ୟରେ ମନଫୂର୍ତ୍ତି କରିବାର ଅନେକ ସୁଯୋଗ ପାଇପାରିବେ। ସେହିଭଳି ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସକୁ ମଧ୍ୟ ଏହି ରିଙ୍ଗ ରୋଡରୁ ସଂଯୋଗୀକରଣ ରାସ୍ତା କରାଯିବ। ଫଳରେ ସହରରେ ଗହଳି ହେବ ନାହିଁ। କି ଟ୍ରାଫିକ୍‌ ସମସ୍ୟା ଉପୁଜିବ ନାହିଁ। ଏହି ସର୍ଭେ ସମୟରେ ଉପଜିଲାପାଳ ଦୀପଙ୍କ ସହ ଅନୁଗୋଳ ତହସିଲଦାର ବବିତା ମିଶ୍ର, ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଡେପୁଟି କଲେକ୍ଟର ଇସାନୀ ପଣ୍ଡା, ଆସିଷ୍ଟାଣ୍ଟ କଲେକ୍ଟର ସୁକାନ୍ତ ସାହୁ, ତାମଡା ସଚିବ ରାଜୀବ ଲୋଚନ ବେହେରା, ଅନୁଗୋଳ ଥାନା ଏସ୍‌ଆଇ ଅମିତ୍‌ ମିଶ୍ର, ଆରଡି, ଏନ୍‌ଏଚଏଆଇ, ପିଡବ୍ଲ୍ୟୁଡି, ବିଦ୍ୟୁତ୍‌ ବିଭାଗ ଅଧିକାରୀ ପ୍ରମୁଖ ଏହି ସର୍ଭେରେ ସାମିଲ ହୋଇଥିଲେ। ଏହି ସର୍ଭେ ଶେଷ ହେବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଜିଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି। ସେଠାରୁ ଅନୁମୋଦନ ଆସିବା ପରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ଉପଜିଲାପାଳ ବଇତୁରା ଦୀପ କହିଛନ୍ତି, ଏହି ରିଙ୍ଗ ରୋଡ୍‌ କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ ହେବ। ବିଭିନ୍ନ କଳାକୃତି ସହ ସୌନ୍ଦର୍ଯ୍ୟକରଣ କରାଯିବାକୁ ଥିବାରୁ ଲୋକମାନେ ଏଥିରୁ ମନୋରଞ୍ଜନର ସୁଯୋଗ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

ଆସୁଛନ୍ତି ମୋଦି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବରଗଡ଼,୧୦।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମୋଦି...

ଅନୁକୂଳ ହେଲା ରଥକାଠ, ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ

ପୁରୀ,୧୦।୫: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁକ୍ରବାର ରଥକାଠ ଅନୁକୁଳ ହୋଇଛି । ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇଛି । ଏଥିସହ...

ଭାଜପାର ମୋଟର ସାଇକେଲ ରାଲି

କେସିଙ୍ଗା,୧୦।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବୋରିଙ୍ଗପଦର ଠାରୁ ସହରର ବଗାଡ଼ ଯାଏ ଭାଜପାର ମୋଟର ସାଇକେଲ ରାଲି ଟାଉନ ସଭାପତି ମଗନ ସିନ୍ଦୁରଙ୍କ...

ଜଙ୍ଗଲରେ ନିଆଁ ଲଗାଇ ପୋଡୁ ଚାଷ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା

ଦାରିଙ୍ଗବାଡ଼ି,୧୦।୫(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନିଆଁ ଲିଭିବାର ନାଁ ଧରୁନି। କେତେବେକେ ଶିକାର ଉଦ୍ଦେଶ୍ୟରେ ତ କେତେବେଳେ ପୋଡୁ ଚାଷ ପାଇଁ...

କ୍ରିକେଟ ଖେଳୁଥିବା ବେଳେ ଟଳିପଡିଲେ ଯୁବକ, ଅଂଶୁଘାତ ଆଶଙ୍କା

ବ୍ରହ୍ମପୁର,୧୦ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅଧୀନ ଖଲ୍ଲିକୋଟ କଲେଜ ଖେଳପଡ଼ିଆରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଖେଳୁଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri