କାର୍ଯ୍ୟରେ ଲାଗୁନି ଗୋଷ୍ଠୀ ଶୌଚାଳୟ

ଖଜୁରିପଡ଼ା,୧।୩:  ଜନସାଧାରଣଙ୍କ ହିତ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ପରବର୍ତ୍ତୀ ସମୟରେ ଯୋଜନା ସବୁ କୌଣସି କାର୍ଯ୍ୟରେ ଲାଗୁ ନାହିଁ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି ପ୍ରତ୍ୟେକ ପଞ୍ଚାୟତରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟ। ଖଜୁରିପଡ଼ା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ୩ ଲକ୍ଷ ଟଙ୍କା ଲେଖାଏ ଖର୍ଚ୍ଚ କରି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି। କାରଣ ମଳମୁକ୍ତ ପଞ୍ଚାୟତ ଗଠନ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କୌଣସି ଜନସାଧାରଣ କିମ୍ବା ରାସ୍ତା ବାଟରେ ଯିବା ଆସିବା କରୁଥିବା ଯାତ୍ରୀ ହେଉ ଅବା ପର୍ଯ୍ୟଟକ ମାନେ ଯେମିତି ଶୌଚ ହେବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେ ଦିଗରେ ଦୃଷ୍ଟି ରଖି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ ମାଧ୍ୟମରେ ପ୍ରତ୍ୟେକ ଲୋକଙ୍କୁ ପାଇଖାନା ଦେବା ସହିତ ବିଭିନ୍ନ ଦାର୍ଶନିକ ସ୍ଥାନ, ଯାତ୍ରୀ ବିଶ୍ରାମ ଗୃହ କିମ୍ବା ପର୍ଯ୍ୟଟନ ସ୍ଥଳୀ ହେଉ ଅବା ପଞ୍ଚାୟତ ଗୁଡ଼ିକର ସଦର ମହକୁମା ଠାରେ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରିଛନ୍ତି। ସେଗୁଡିକ ବ୍ୟବହାର ପରିବର୍ତ୍ତେ ମାସ ମାସ ଧରି ତାଲା ପଡ଼ି ରହିଛି । ଯାହାଦ୍ୱାରା ଲୋକମାନେ ବାହାରେ ଖୋଲା ପଡ଼ିଆରେ ପରିସ୍ରା ଏବଂ ମଳତ୍ୟାଗ କରୁଛନ୍ତି। ବାହାରେ ଅସନା ହେଉଥିବା ଯୋଗୁ ପରିବେଶ ପରିଚ୍ଛନ୍ନ ସଫା ସୁତୁରା ରହୁ ନାହିଁ। ଗୋଷ୍ଠୀ ଶୌଚାଳୟ ଗୁଡିକରେ ଉଇ ହୁଙ୍କା ଲାଗିଲାଣି। ଅନ୍ୟପକ୍ଷରେ ସରକାର ସ୍ବଚ୍ଛ ଭାରତ ମିଶନ ମାଧ୍ୟମରେ ଗାଁ ଠୁ ସହର ସଫା ସୁତୁରା ରଖିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେହି ସ୍ବପ୍ନକୁ ଦାୟିତ୍ୱ ନେଇଥିବା ଅଧିକାରୀ ମାନେ ଭାଙ୍ଗି ଚୂର୍‌ ମାର କରି ଦେଉଥିବା ପରିଲକ୍ଷିତ ହେଉଛି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri