ଜଳ ଯୋଗାଣ ପ୍ରକଳ୍ପରେ ତାଲା, ଗ୍ରାମବାସୀଙ୍କ ବିକ୍ଷୋଭ

ପାପଡ଼ାହାଣ୍ଡି,୩ା୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ପ୍ରଧାନିଗୁଡ଼ା ଗ୍ରାମରେ ଗ୍ରୀଷ୍ମ ପୂର୍ବରୁ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ତାଲା ଝୁଲୁଥିବାରୁ ଗତ ପାଞ୍ଚ ଦିନ ହେଲା ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ପ୍ରତିବାଦ ସ୍ବରୂପ ଗ୍ରାମବାସୀ ପ୍ରକଳ୍ପ ନିକଟରେ ବୁଧବାର ବିକ୍ଷୋଭ କରିଥିଲେ। ପ୍ରଶାସନ କୌଣସି ପଦକ୍ଷେପ ନ ନେଲେ ସେମାନେ ରାଜରାସ୍ତାକୁ ଓଲ୍ଲହାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଗ୍ରାମରେ ୪୦୦ରୁ ଊର୍ଦ୍ଧ୍ୱ ଓ ବାଙ୍କସର୍ଗି ଗ୍ରାମରେ ପ୍ରାୟ ୩୦୦ ପରିବାର ଅଛନ୍ତି। ସେମାନଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ଏହି ପ୍ରକଳ୍ପ କରାଯାଇଥିଲା। କିନ୍ତୁ ଗତ ୫ଦିନ ହେଲା ଟାଙ୍କିରେ ତାଲା ଝୁଲୁଛି। ଫଳରେ ଗ୍ରାମରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଉଭୟ ଗାଁରେ ଆବଶ୍ୟକ ନଳକୂପ ନ ଥିବାରୁ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ପାଣି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଟାଙ୍କିର ମୋଟର ଚାଳକ ମନମାନି କରି ତାଲା ପକାଇ ଦେଇଥିବାରୁ ପାଣି ଯୋଗାଣ ହୋଇପାରିନାହିଁ। ତାଙ୍କୁ ପାରିଶ୍ରମିକ ମିଳୁ ନ ଥିବାରୁ ସେ ତାଲା ପକାଇ ଦେଇଥିବା ପାଣି ମୋଟର ଚାଳକ କହୁଛନ୍ତି। ମୋଟର ଚାଳକ କାହାକୁ ବି ଚାବି ଦେଉ ନ ଥିବା ଗ୍ରାମବାସୀ କହିଛନ୍ତି। ସମସ୍ତଙ୍କୁ ଅବଗତ କରିବା ସତ୍ତ୍ୱେ ସବୁ ଚୁପ୍‌ ରହିଥିବା କହିଛନ୍ତି ଅସନ୍ତୋଷ ଗ୍ରାମବାସୀ। ଖରା ବଢୁଥିବାରୁ ଏବେ ଏପରି ଅବସ୍ଥା ଦେଖି ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗ୍ରାମର ନରେନ୍ଦ୍ର ଗୌଡ଼, ବୁଦୁ ଗୌଡ଼, ନନ୍ଦ ଗୌଡ଼, ତୁଲାରାମ ହରିଜନ, ସଦା ଗୌଡ଼, ଚୈତନ୍ୟ ଗୌଡ଼, ଘନ ଗୌଡ଼, ଜୟନ୍ତୀ ଗୌଡ଼, ରାମା ଗୌଡ଼, ବୈଦୀ ଗୌଡ଼, ଯମୁନା ଗୌଡ଼, ସୁଲଭାନନ୍ଦ ମହାପାତ୍ର ପ୍ରମୁଖ ପ୍ରଶାସନ ନିକଟରେ ସମସ୍ୟା ସମାଧାନ ଲାଗି ନିବେଦନ କରିଛନ୍ତି। ଏପରି ନ ହେଲେ ଆଗାମୀ ଦିନରେ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?