କଅଁଳ ବୟସରେ ପେଟ ଚିନ୍ତା

ଭଞ୍ଜନଗର,୩ା୩(ଡି.ଏନ.ଏ) ରୋଗରେ ପଡ଼ି ମା’ ଚାଲିଗଲା ପରେ ଦୁଇ ଝିଅ ଓ ଗୋଟିଏ ପୁଅକୁ ବାପା ଠିକ୍‌ ଭାବେ ପଚାରିଲେନି। ମା’ ଛେଉଣ୍ଡ ଏହି ପିଲାମାନେ ଏବେ ଆଈଙ୍କ ପାଖରେ ଅଛନ୍ତି। ଆଈ ଜାଳେଣି କାଠ ବିକି ପରିବାର ଚଳାଉଛନ୍ତି। ଏଭଳି ସ୍ଥିତିରେ ତାଙ୍କ ବଡ଼ ନାତୁଣିକୁ ମଧ୍ୟ ଉଉଣୀ ଭାଇ ଓ ଆଈଙ୍କ ପେଟ ପୋଷିବା ଚିନ୍ତା ଘାରିଛି। ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡିରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଜଗନ୍ନାଥପ୍ରସାଦ ବ୍ଲକ ନିମପଦରର ଲକ୍ଷ୍ମୀ ନାୟକଙ୍କ କୌଣସି ଏକ ରୋଗରେ ବର୍ଷକ ତଳେ ମୃତ୍ୟୁ ଘଟିଛି। ୩ ପିଲାଙ୍କୁ ବାପା ଠିକ୍‌ ଭାବେ ପଚାରି ନ ଥିଲେ। ତେଣୁ ଲକ୍ଷ୍ମୀଙ୍କ ମା’ ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡିର ପଙ୍କଜ ନାଇକ ନାତି ନାତୁଣିଙ୍କୁ ଘରକୁ ନେଇ ଆସିଥିଲେ। ବିଧବା ପଙ୍କଜ ଜାଳେଣି କାଠ ବିକି ଏବେ ପରିବାର ଚଳାଇବା ସହ ନାତି ନାତୁଣୀଙ୍କ କଥା ମଧ୍ୟ ବୁଝୁଛନ୍ତି । ଆଈଙ୍କୁ ଆର୍ଥିକ କ୍ଷେତ୍ରରେ ସାହାର୍ଯ୍ୟ କରିବା ପାଇଁ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବଡ଼ନାତୁଣି ନନ୍ଦିନୀ ମଝିରେ ମଝିରେ ଜଙ୍ଗଲକୁ କାଠ ପାଇଁ ଯାଉଛନ୍ତି। ନନ୍ଦିନୀ କାଠ ମୁଣ୍ଡାଇ ଭଞ୍ଜନଗର-ଆସିକା ଜାତୀୟ ରାଜପଥରେ ଆସୁଥିବା ବେଳେ ଜଣେ ସାମାଜିକ କର୍ମୀ ତାଙ୍କ ଫଟୋ ଉଠାଇ ସେ ଫେସ୍‌ବୁକ୍‌ରେ ସେୟାର କରିଥିଲେ। ଏହି ଫଟୋ ଭାଇରାଲ ସହ ବିଭିନ୍ନ ମନ୍ତବ୍ୟ ଆସିଥିଲା। ଏ ନେଇ ନନ୍ଦିନୀଙ୍କ ଆଈ ପଙ୍କଜଙ୍କୁ ପଚାରିବାରେ ସେ କହିଛନ୍ତି, ଝିଅ ମୃତ୍ୟୁ ପରେ ଜ୍ୱାଇଁ ପିଲାମାନଙ୍କୁ ନ ପଚରିବାରୁ ସେମାନଙ୍କୁ ଆଣି ଘରେ ରଖିଛି। ଗତ ମାସରେ ଝିଅର ଶ୍ରାଦ୍ଧ ପାଇଁ ତାଙ୍କ ଘରକୁ ଯାଇ ସମସ୍ତ କାମ କରି ପୁଣି ନାତି ନାତୁଣିକୁ ଧରି ଗାଁକୁ ଆସିଲି। ଜଙ୍ଗଲକୁ କାଠ ପାଇଁ ଯିବାବେଳେ ଘରେ ନାତି ନାତୁଣିକୁ ଛାଡ଼ି ଯାଉଛି । ବଡ଼ ନାତୁଣି ବେଳେ ବେଳ ଜଙ୍ଗଲକୁ ଯାଇ କାଠ ଆଣୁଛି । ବିଧବା ଭତ୍ତା ଓ ଅନ୍ୟ ସରକାରୀ ସୁବିଧା ପାଉଥିଲେ ବି ତାହା ଅଣ୍ଟୁନି ବୋଲି ପଙ୍କଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଘୋଡାହାଡ଼ ଡ଼୍ୟାମ ଇକୋ ଟୁରିଜିମ ପ୍ରକଳ୍ପ ନେଇ ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା, ବିକାଶ….

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଘୋଡାହାଡ଼ ଡ଼୍ୟାମ ପାର୍ଶ୍ଵରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପାର୍କ ଏବଂ ବନ ବିଭାଗ ପକ୍ଷରୁ ନିର୍ମାଣ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେଶନ ପାଇଁ ଚାଷୀ…

ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରତିଯୋଗିତା

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ସ୍ବାୟତ ଶାସନ ଦିବସ ପାଳନ କରାଯିବ। ଏନେଇ ସୋମବାର ଏନଏସି କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri