Odisha Elections 2024

ଚାଷଜମିରେ ପହଞ୍ଚୁନି ପାଣି, ଚାଷୀ ନିରାଶ

ନିରାକାରପୁର,୧୦ା୫(ମାନସ ଚନ୍ଦ୍ର ପଟ୍ଟନାୟକ): ଚାଷ ଓ ଚାଷୀଙ୍କ ଉନ୍ନତ୍ତି ସରକାର ବିଭନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ତଳସ୍ତରରେ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତ ଦେଇ ଯାଇଥିବା କେନାଲ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏହି କେନାଲଟି ପୋତିହୋଇଯିବାରୁ ଏବେ ଚାଷୀଙ୍କ କାମରେ ଲାଗି ପାରୁନାହିଁ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
ସୂଚନାଥାଉ କି, ରାମେଶ୍ୱର ବ୍ୟାରେଜଠାରୁ ଲେଣ୍ଡୋ ପଞ୍ଚାୟତ ଅନ୍ତର୍ଗତ ଭୂଷଣ୍ଡପୋଖରୀ ଓ ଫୁଲଦୋଳ ପଡିଆ ଦେଇ କଣାସ ବ୍ଲକର ମୈତ୍ରତ୍ରିଲୋଚନପୁର ପର୍ଯ୍ୟନ୍ତ କେନାଲ ଖୋଳାଯାଇଥିଲା। ଏହି କେନାଲ ଯୋଗୁ ସ୍ଥାନୀୟ ଲେଣ୍ଡୋ ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର, ପାଟପୁର, ଆସେଲି, ଆରେଡି, ଅରାଞ୍ଚଳ ଏପରିକି କଣାସ ବ୍ଲକର ମୈତ୍ର-ତ୍ରିଲୋଚନପୁର ଆଦି ଅଞ୍ଚଳର ଚାଷୀମାନେ ଉପକୃତ ହେଉଥିଲେ। ଧାନ ଫସଲ ପରେ ଏହି କେନାଲ କୂଳବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ପନିପରିବା ଚାଷ କରି ଚାଷୀ ଉପକୃତ ହେଉଥିଲେ। ହେଲେ ଗତ ‘ଫନୀ’ ବାତ୍ୟା ପରଠାରୁ ବିଭାଗୀୟ ଅଧିକାରୀମାନଙ୍କ ଦୂରଦୃଷ୍ଟି ଅଭାବରୁ ଏବେ ଏହି କେନାଲ ପୋତି ହୋଇ ଅସ୍ତିତ୍ୱ ହରାଇ ବସିଛି। ଫଳରେ ଦୀର୍ଘ ୫ବର୍ଷ ହେବ ଏହି କେନାଲଟି ଲୋକଙ୍କ କାମରେ ଲାଗୁନାହିଁ। ତେବେ କେନାଲ ପୋତି ହୋଇଯିବାରୁ ଏବେ ବର୍ଷା ଜଳ କେନାଲକୁ ଯିବା ପରିବର୍ତ୍ତେ ବିଭିନ୍ନ ସ୍ଥାନରେ ଜମି ରହୁଛି। ଅନ୍ୟପଟେ ଆବଶ୍ୟକ ଅନୁସାରେ ଜମିକୁ ପାଣି ଯାଇ ନ ପାରିବାରୁ ଧାନଚାଷ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି ବୋଲି ଅଶୋକ କୁମାର ରାଉତରାୟ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସଦାଶିବ ପ୍ରଧାନ ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି। କେନାଲ ପୋତି ହୋଇଯାଇଥିବା ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏପରିକି ଉକ୍ତ କେନାଲର ପୁନଉଦ୍ଧାର ନ ହେବାରୁ ଲେଣ୍ଡୋ ଛକସ୍ଥିତ ନୂଆ ଜଗନ୍ନାଥ ସଡ଼କ ଠାରୁ ଫୁଲଦୋଳ ପଡିଆ ପର୍ଯ୍ୟନ୍ତ ଆସିଥିବା ଏହି କେନାଲର ଉଭୟ ପାର୍ଶ୍ୱ ଏବେ ଜବର ଦଖଲକାରୀଙ୍କ କବ୍‌ଜାରେ ରହିଛି। ସମୟକ୍ରମମେ ଏହି କେନାଲ ଅଧିକାଂଶ ସ୍ଥାନରେ ପୋତି ହୋଇଯିବାରୁ ଆଉ ଚାଷୀଙ୍କ କାର୍ଯ୍ୟରେ ଲାଗିପାରୁନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।ତୁରନ୍ତ ଉକ୍ତ କେନାଲର ପୁନଉଦ୍ଧାର ସହ ଜବରଦଖଲ ମୁକ୍ତ କରିବା ନିମନ୍ତେ ଚାଷୀ ସୁଶାନ୍ତ ବିଶ୍ୱାଳ, ମହେନ୍ଦ୍ର ବିଶ୍ୱାଳ, କେଦାର ଛୋଟରାୟ, ସଚ୍ଚି ବିଶ୍ୱାଳ, ଡମ୍ବରୁ ନାୟକ ପ୍ରମୁଖ ନିବେଦନ କରିଛନ୍ତି । ଏ ସମ୍ପର୍କରେ ଏସ୍‌ଡିଓ କୃଷ୍ଣ ଚନ୍ଦ୍ର ସେଠୀ କହିଛନ୍ତି, ନିର୍ବାଚନ କାର୍ଯ୍ୟ ସରିଲେ କେନାଲର ପୁନଉଦ୍ଧାର ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

ମର୍ମନ୍ତୁଦ ଦୁର୍ଘଟଣା: ମା’, ବାପାଙ୍କ ସହ ୨ ସନ୍ତାନ ମୃତ

ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅଧୀନ ପିଙ୍ଗୁଆ ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ...

ସୁନ୍ଦରଗଡ ଜିଲାରେ ମଧ୍ୟାହ୍ନ ୧ଟା ସୁଦ୍ଧା ୩୬.୩୨%ମତଦାନ

ସୁନ୍ଦରଗଡ,୨୦।୫(ଜୟ ନାରାୟଣ ମେଣ୍ଡୁଳି)ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ସୁନ୍ଦରଗଡ ଜିଲାରେ ଶାନ୍ତି ଶ୍ରୁଙ୍ଖଳାର ସହ ଆରମ୍ଭ ହୋଇଛି।...

ସରସରା ହତ୍ୟାକାଣ୍ଡ ନିର୍ବାଚନୀ ହିଂସା ନୁହେଁ: ସ୍ପଷ୍ଟ କଲେ ଜିଲାପାଳ, ଆଇଜି

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ପ୍ରକ୍ରିୟା ଚାଲିଛି। ତେବେ ଗୋଟିଏ ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri