ପେଟ୍ରୋଲରେ ପାଣି

ଭୁବନେଶ୍ୱର,(ବ୍ୟୁରୋ): ଗତ କିଛି ମାସ ଧରି ପେଟ୍ରୋଲ ଓ ଡିଜେଲ୍‌ ଦର ବଢ଼ିବାରେ ଲାଗିଛି। ଲିଟର ପିଛା ଦର ୧୦୦ ଟଙ୍କା ଛୁଇଁବାକୁ ବସିଲାଣି। ଜରୁରୀ କାମ ନ ଥିଲେ ଲୋକେ ପେଟ୍ରୋଲ ପକାଇବାକୁ ବହୁବାର ଚିନ୍ତା କରୁଛନ୍ତି ା
ଏଭଳି ସମୟରେ କିଛି ଲାଭଖୋର ପେଟ୍ରୋଲ ପମ୍ପ ମାଲିକ ଓ କର୍ମଚାରୀ ଅପମିଶ୍ରିତ ପେଟ୍ରୋଲ୍‌ ବିକ୍ରି କରି ଲୋକଙ୍କୁ ଚୂନ ଲଗାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବୁଧବାର ସ୍ଥାନୀୟ ବରମୁଣ୍ଡାସ୍ଥିତ ଏଚ୍‌ପି ପେଟ୍ରୋଲ ପମ୍ପରେ ପେଟ୍ରୋଲରେ ପାଣି ମିଶାଇ ଅପମିଶ୍ରଣ କରାଯାଉଥିବା ଜଣାପଡ଼ିବାପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶହଶହ ଲୋକ ପାଣି ମିଶା ପେଟ୍ରୋଲ୍‌ ବୋତଲ ଧରି ପେଟ୍ରୋଲ ପମ୍ପରେ ବିକ୍ଷୋଭ କରିବା ସହ ଅପମିଶ୍ରଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଖବରପାଇ ଖଣ୍ଡଗିରି ଓ ଭରତପୁର ଥାନା ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିବା ସହ ପେଟ୍ରୋଲ ପମ୍ପକୁ ସିଲ୍‌ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏଥିସହ ଉକ୍ତ ପେଟ୍ରୋଲ୍‌ ପମ୍ପର ମ୍ୟାନେଜରଙ୍କୁ ଥାନାରେ ଅଟକ ରଖାଯାଇ ତେଲର ନମୁନା ଯାଞ୍ଚ ପାଇଁ ପଠାଯାଇଥିବା ପୋଲିସ ସୂଚନା ଦେଇଛି।
ଯେ, ନୟାପଲ୍ଲୀ ଥାନା ସାଲିଆ ସାହିର ସନ୍ତୋଷ କୁମାର ଦାସ ଉକ୍ତ ପେଟ୍ରୋଲ୍‌ ପମ୍ପରୁ ମଙ୍ଗଳବାର ବାଇକରେ ୨୨୦ ଟଙ୍କାର ପେଟ୍ରୋଲ ପକାଇଥିଲେ। ପେଟ୍ରୋଲ୍‌ ପକାଇ କିଛି ବାଟ ଯିବା ପରେ ତାଙ୍କ ଗାଡ଼ି ବନ୍ଦ ହୋଇଯାଇଥିଲା। ଗାଡ଼ି କାହିଁକି ବନ୍ଦ ହେଲା ବୋଲି ସେ ଗ୍ୟାରେଜକୁ ନେଇ ଦେଖିବାବେଳକୁ ଗାଡ଼ି ଟାଙ୍କିରେ ପାଣି ମିଶା ପେଟ୍ରୋଲ ଭର୍ତ୍ତି ଥିବା ଜାଣିବାକୁ ପାଇଥିଲେ। ଏନେଇ ସନ୍ତୋଷ ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କୁ ଜଣାଇଥିଲେ। ଖାଲି ସନ୍ତୋଷ ନୁହନ୍ତି, ଏପରି ଶତାଧିକ ବାଇକ ଓ କାର୍‌ ଚାଳକ ପାଣି ମିଶା ପେଟ୍ରୋଲ ପକାଇ ନାନାଦି ହଇରାଣ ହେବା ଜଣାପଡ଼ିବା ପରେ ପେଟ୍ରୋଲ ପମ୍ପରେ ଭିଡ଼ ଜମାଇଥିଲେ। ମ୍ୟାନେଜର ପେଟ୍ରୋଲ ପମ୍ପର ଟାଙ୍କିକୁ ଚେକ୍‌ କରିବା ପରେ ସେଥିରେ ପାଣି ଥିବା ଜାଣିବାକୁ ପାଇଥିଲେ। ଏହାପରେ ଲୋକମାନଙ୍କ ଭିତରେ ଉତ୍ତେଜନା ଦେଖାଯିବା ସହ ପ୍ରାୟ ୨ ଶହ ଲୋକ ଧାରଣା ଦେଇଥିଲେ। ଖଣ୍ଡଗିରି ଥନା ପୋଲିସ ପହଞ୍ଚତ୍ ଟାଙ୍କିର ମ୍ୟାନେଜରଙ୍କୁ ଥାନାକୁ ଉଠାଇନେଇଥିଲା। ଏଥିସହ ଲୋକଙ୍କୁ ବୁଝାଶୁଝା କରିବା ସହ ଟାଙ୍କି ସିଲ୍‌ କରିବା ପରେ ପରିସ୍ଥିିତି ଶାନ୍ତ ପଡ଼ିଥିଲା। ରାଜଧାନୀରେ ପେଟ୍ରୋଲ ପମ୍ପଗୁଡ଼ିକରେ ଅପମିଶ୍ରଣ କରୁଥିବା ବ୍ୟକ୍ତିବିଶେଷଙ୍କ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଲୋକେ ଦାବି କରିଥିଲେ। ପୋଲିସ ଲୋକଙ୍କ ଅଭିଯୋଗ ମୁତାବକ ପେଟ୍ରୋଲର ମାନ ଯାଞ୍ଚ କରିବା ନିମନ୍ତେ ଲାବୋରେଟୋରିକୁ ପଠାଇଛି। ଏଥିସହ ତେଲ ଟ୍ରାନ୍ସପୋର୍ଟ ସମୟରେ ଅପମଶ୍ରିତ ହୋଇଛି ନା ରିଟେଲରଙ୍କୁ ଦେବା ପୂର୍ବରୁ ଅପମିଶ୍ରିତ ହୋଇଛି ସେନେଇ ତଦନ୍ତ ଜାରି ରହିଥିବା ଭରତପୁର ଥାନା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

ମ୍ୟାଚ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାଇଲେ ଇଂଲଣ୍ଡ ଖେଳାଳି, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୧୧।୭: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହରାଇ ସାରିଛି, କିନ୍ତୁ ଆଜି ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ…

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ମୋଦି ରହୁଥିବା ହୋଟେଲରେ ପଶିଲେ ବିକ୍ଷୋଭକାରୀ, ଆଉ ତା’ପରେ…

ମେଲ୍‌ବୋର୍ନ,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ବୁଧବାର ସେଠାରେ ପହଞ୍ଚତ୍ବାର କିଛି ସମୟ ପରେ ମେଲ୍‌ବୋର୍ନର ଏକ ହୋଟେଲରେ ଜଣେ ଅତି…

ଡ୍ରାଗନର ନୂଆ ଚାଲ: ଚାଇନାର ନଦୀବନ୍ଧ ଭାରତ ପାଇଁ ସାଜିବ କି ବଡ଼ ବିପଦ?

ବେଜିଂ,୧୧ା୭: ତିବ୍ବତର ୟାରଲୁଙ୍ଗ୍‌ ସାଙ୍ଗପୋ ନଦୀରେ ଚାଇନା ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଉକ୍ତ ନଦୀବନ୍ଧ ପ୍ରତି ପ୍ରାକୃତିକ ବିପଦ ରହିଥିବା ଚାଇନା ସରକାରଙ୍କ…

ସଚିନଙ୍କ ସହ ୱିମ୍ବଲଡନ ଦେଖିବାକୁ ଗଲେ ଶୁବମନ ଗିଲ୍‌: ଲୋକେ କହିଲେ…

ନୂଆଦିଲ୍ଲୀ,୧୧।୭: ଭାରତର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ୱିମ୍ବଲଡନରେ ରୟାଲ ବକ୍ସରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ତାଙ୍କ ସ୍ତ୍ରୀ ଅଞ୍ଜଳିଙ୍କ…

IND vs ENG: ବାହାନା ପରେ ବାହାନା… ଟିମ ଇଣ୍ଡିଆର ଦୁଃଖଦ ଅବସ୍ଥା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୧୧।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ପାଖରେ ଅସୀମ ବାହାନା ଥିବା ପରି ମନେହୁଏ। ସେ ଏବେ ଆଉ ଏକ ବାହାନା ବାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri