ଜଙ୍ଗଲରେ ଜଳ ସଙ୍କଟ, ବିପଦରେ ବନ୍ୟପ୍ରାଣୀ

ସରୁନି ଜଳାଶୟ କାମ

କେନ୍ଦୁଝର,୧୮।୪(ସ୍ବ.ପ୍ର.) ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ଜଳ ସୁବିଧା ପାଇଁ ବନ ବିଭାଗ ପକ୍ଷରୁ ଜଳାଶୟ ଖନନ କରାଯାଉଛି। ତେବେ ଉପଯୁକ୍ତ ତଦାରଖ ଅଭାବରୁ ଠିକ୍‌ ସମୟରେ ନିର୍ମାଣ କାର୍ଯ୍ୟ ସରୁ ନ ଥିବାରୁ ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ପାଇଁ ଜଳସଙ୍କଟ ଦେଖାଦେଇଛି। ପୂର୍ବରୁ ନିର୍ମିତ ଜଳାଶୟ ଠିକ୍‌ ସ୍ଥାନରେ ନ ଥିବାରୁ କାମରେ ଲାଗୁନାହିଁ। ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ବନ୍ୟପ୍ରାଣୀ ବିପଦରେ ପଡ଼ିଛନ୍ତି।
ପ୍ରକାଶ ଯେ, କାମ୍ପା ପାଣ୍ଠିରୁ ବଡ଼ବିଲ ରେଞ୍ଜ ନାଲଦା ସେକ୍ସନ ଉଲିବୁର ସଂରକ୍ଷିତ ଜଙ୍ଗଲରେ ୨ଟି ଜଳାଶୟ ଏବଂ ଗୁଆଲି ସେକ୍ସନ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଏବଂ ଓମ୍ବାଡ୍‌ସି ପାଣ୍ଠିରୁ ଚମ୍ପୁଆ ରେଞ୍ଜ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ପୋଖରୀ ପାଇଁ ବନ ବିଭାଗ ପକ୍ଷରୁ ଗତ ଡିସେମ୍ବରରେ ଟେଣ୍ଡର କରାଯାଇଥିଲା। ତେବେ ଖରା ଦିନ ପୂର୍ବରୁ ଏହି କାମ ଶେଷ ହେବା କଥା। ବିଳମ୍ବରେ କାମ ଆରମ୍ଭ ହେବାରୁ କାମ ସରିପାରିନାହିଁ। କାମ ସରି ନ ଥିବାବେଳେ ଠିକାଦାରଙ୍କୁ ସମ୍ପୂର୍ଣ୍ଣ ବିଲ ପଇଠ କରାଯାଇଥିବା ଅଭିଯୋଗ ହୋଇଛି। କାମ ଶେଷ ନ ହୋଇ ଫରେଷ୍ଟର କିପରି ମାପଚୁପ କଲେ ଏବଂ ରେଞ୍ଜର କିପରି ଅର୍ଥ ପଇଠ କଲେ ତାହା ତଦନ୍ତ ସାପେକ୍ଷ। ଅଗ୍ରୀମ ଭାଉଚର କରି ଜଳାଶୟ ଗୁଡ଼ିକରେ ଅର୍ଥ ପଇଠ ହୋଇଥିବାବେଳେ ବାସ୍ତବରେ କାମ ଅଧପନ୍ତରିଆ ରହିଛି। ଏ ନେଇ ବଡ଼ବିଲ ରେଞ୍ଜ ଅଧିକାରୀ ଅମୂଲ୍ୟ ସେନାପତି କହିଛନ୍ତି, ୨୦୨୨-୨୩ ରେ ୭ ଟି କାମ ଆରମ୍ଭ କରାଯାଇଥିଲା। ସବୁ କାମ ସରିଛି ଓ ବିଲ ପୈଠ ହୋଇଛି।
ଅନ୍ୟପକ୍ଷେ ଜିଲାରେ ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚତ୍ଥିବା ବେଳେ ବର୍ଷା ହେଉ ନ ଥିବାରୁ ଜଳସଂକଟ ଦେଖାଦେଉଛି। କୂଅ, ପୋଖରୀ, ନଦୀନାଳ, କେନାଲ ଆଦିରେ ଜଳ ପରିମାଣ କମିଯାଇଛି। ଜଳ ସମସ୍ୟା ପାଇଁ ବନ୍ୟପ୍ରାଣୀ ଜଙ୍ଗଲରୁ ବାହାରି ଏଣେ ତେଣେ ଜଳ ପାଇଁ ପଳାଉଛନ୍ତି ଓ ଅନେକ ଗାଁ ମୁହଁା ହେଉଛନ୍ତି। ଫଳରେ ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ତିକ୍ତତା ବଢୁଛି। ଏଭଳି ପରିସ୍ଥିତିରେ ବନ ବିଭାଗ ପକ୍ଷରୁ ସତର୍କତା ବା ଆଗୁଆ ବ୍ୟବସ୍ଥା କରାଯାଉ ନ ଥିବାରୁ ବନ୍ୟଜନ୍ତୁ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ପରିବେଶବିତ୍‌ ଅକ୍ଷୟ ପଟ୍ଟନାୟକ କହିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ହୋଇଥିବା କାମର ଯାଞ୍ଚ କରାଗଲେ ବହୁ ଅନିୟମିତତା ପଦାକୁ ଆସିବ ବୋଲି ମତ ପ୍ରକାଶ ପାଉଛି। ଜିଲାରେ କେତେ ଜଳାଶୟ ନିର୍ମାଣ ହୋଇଛି ସେ ନେଇ ଡିଏଫ୍‌ଓ ଧନ୍‌ରାଜ ଏଚ୍‌.ଡିଙ୍କୁ ତଥ୍ୟ ମାଗିଥିଲେ ହେଁ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri