ଜଙ୍ଗଲରେ ଜଳ ସଙ୍କଟ, ବିପଦରେ ବନ୍ୟପ୍ରାଣୀ

ସରୁନି ଜଳାଶୟ କାମ

କେନ୍ଦୁଝର,୧୮।୪(ସ୍ବ.ପ୍ର.) ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ଜଳ ସୁବିଧା ପାଇଁ ବନ ବିଭାଗ ପକ୍ଷରୁ ଜଳାଶୟ ଖନନ କରାଯାଉଛି। ତେବେ ଉପଯୁକ୍ତ ତଦାରଖ ଅଭାବରୁ ଠିକ୍‌ ସମୟରେ ନିର୍ମାଣ କାର୍ଯ୍ୟ ସରୁ ନ ଥିବାରୁ ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ପାଇଁ ଜଳସଙ୍କଟ ଦେଖାଦେଇଛି। ପୂର୍ବରୁ ନିର୍ମିତ ଜଳାଶୟ ଠିକ୍‌ ସ୍ଥାନରେ ନ ଥିବାରୁ କାମରେ ଲାଗୁନାହିଁ। ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ବନ୍ୟପ୍ରାଣୀ ବିପଦରେ ପଡ଼ିଛନ୍ତି।
ପ୍ରକାଶ ଯେ, କାମ୍ପା ପାଣ୍ଠିରୁ ବଡ଼ବିଲ ରେଞ୍ଜ ନାଲଦା ସେକ୍ସନ ଉଲିବୁର ସଂରକ୍ଷିତ ଜଙ୍ଗଲରେ ୨ଟି ଜଳାଶୟ ଏବଂ ଗୁଆଲି ସେକ୍ସନ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଏବଂ ଓମ୍ବାଡ୍‌ସି ପାଣ୍ଠିରୁ ଚମ୍ପୁଆ ରେଞ୍ଜ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ପୋଖରୀ ପାଇଁ ବନ ବିଭାଗ ପକ୍ଷରୁ ଗତ ଡିସେମ୍ବରରେ ଟେଣ୍ଡର କରାଯାଇଥିଲା। ତେବେ ଖରା ଦିନ ପୂର୍ବରୁ ଏହି କାମ ଶେଷ ହେବା କଥା। ବିଳମ୍ବରେ କାମ ଆରମ୍ଭ ହେବାରୁ କାମ ସରିପାରିନାହିଁ। କାମ ସରି ନ ଥିବାବେଳେ ଠିକାଦାରଙ୍କୁ ସମ୍ପୂର୍ଣ୍ଣ ବିଲ ପଇଠ କରାଯାଇଥିବା ଅଭିଯୋଗ ହୋଇଛି। କାମ ଶେଷ ନ ହୋଇ ଫରେଷ୍ଟର କିପରି ମାପଚୁପ କଲେ ଏବଂ ରେଞ୍ଜର କିପରି ଅର୍ଥ ପଇଠ କଲେ ତାହା ତଦନ୍ତ ସାପେକ୍ଷ। ଅଗ୍ରୀମ ଭାଉଚର କରି ଜଳାଶୟ ଗୁଡ଼ିକରେ ଅର୍ଥ ପଇଠ ହୋଇଥିବାବେଳେ ବାସ୍ତବରେ କାମ ଅଧପନ୍ତରିଆ ରହିଛି। ଏ ନେଇ ବଡ଼ବିଲ ରେଞ୍ଜ ଅଧିକାରୀ ଅମୂଲ୍ୟ ସେନାପତି କହିଛନ୍ତି, ୨୦୨୨-୨୩ ରେ ୭ ଟି କାମ ଆରମ୍ଭ କରାଯାଇଥିଲା। ସବୁ କାମ ସରିଛି ଓ ବିଲ ପୈଠ ହୋଇଛି।
ଅନ୍ୟପକ୍ଷେ ଜିଲାରେ ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚତ୍ଥିବା ବେଳେ ବର୍ଷା ହେଉ ନ ଥିବାରୁ ଜଳସଂକଟ ଦେଖାଦେଉଛି। କୂଅ, ପୋଖରୀ, ନଦୀନାଳ, କେନାଲ ଆଦିରେ ଜଳ ପରିମାଣ କମିଯାଇଛି। ଜଳ ସମସ୍ୟା ପାଇଁ ବନ୍ୟପ୍ରାଣୀ ଜଙ୍ଗଲରୁ ବାହାରି ଏଣେ ତେଣେ ଜଳ ପାଇଁ ପଳାଉଛନ୍ତି ଓ ଅନେକ ଗାଁ ମୁହଁା ହେଉଛନ୍ତି। ଫଳରେ ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ତିକ୍ତତା ବଢୁଛି। ଏଭଳି ପରିସ୍ଥିତିରେ ବନ ବିଭାଗ ପକ୍ଷରୁ ସତର୍କତା ବା ଆଗୁଆ ବ୍ୟବସ୍ଥା କରାଯାଉ ନ ଥିବାରୁ ବନ୍ୟଜନ୍ତୁ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ପରିବେଶବିତ୍‌ ଅକ୍ଷୟ ପଟ୍ଟନାୟକ କହିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ହୋଇଥିବା କାମର ଯାଞ୍ଚ କରାଗଲେ ବହୁ ଅନିୟମିତତା ପଦାକୁ ଆସିବ ବୋଲି ମତ ପ୍ରକାଶ ପାଉଛି। ଜିଲାରେ କେତେ ଜଳାଶୟ ନିର୍ମାଣ ହୋଇଛି ସେ ନେଇ ଡିଏଫ୍‌ଓ ଧନ୍‌ରାଜ ଏଚ୍‌.ଡିଙ୍କୁ ତଥ୍ୟ ମାଗିଥିଲେ ହେଁ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri