୩ ଗାଁରେ ପାଣି ସଙ୍କଟ: ଟ୍ରାଏଲ ସରିଛି, କାର୍ଯ୍ୟକ୍ଷମ ହେଉନି ପାନୀୟ ପ୍ରକଳ୍ପ

ଲୋଇସିଂହା,୨୩।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ପାଇଁ ସମସ୍ତ ପ୍ରସ୍ତୁତି ସରି ଯାଇଛି। ଏପରି କି ପ୍ରକଳ୍ପରୁ ପାନୀୟ ଜଳ ଯୋଗାଣ ଟ୍ରାଏଲ ମଧ୍ୟ କରାଯାଇଛି। ଏହାସତ୍ତ୍ୱେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ ଅଗଲାପାଲି ,ଭାଲିଆମୁଣ୍ଡା ଓ ଭାଲୁପାଲି ଗାଁକୁ ପ୍ରକଳ୍ପରୁ ଜଳ ଯୋଗାଣ କରାଯାଉନାହିଁ। ଦିନକୁ ଦିନ ଖରା ତାତି ବଢି ଚାଲିଥିବା ବେଳେ ଏହି ଗାଁଗୁଡିକରେ ପିଇବା ପାଣି ପାଇଁ ହାହାକାର ପରିସ୍ଥିତି ଦେଖାଦେଇଛି। କାହା ସ୍ବାର୍ଥରେ ଏହି ପ୍ରକଳ୍ପ ବୋଲି ଲୋକେ କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ପ୍ରକାଶ ଯେ, ବାଦିବାହାଲ ପଞ୍ଚାୟତ ଅଧୀନ ଅଗଲାପାଲି, ଭାଲିଆମୁଣ୍ଡା ଓ ଭାଲୁପାଲିକୁ ଛେଲବାହାଲସ୍ଥିତ ସୁକତେଲ ନଦୀରୁ ପାଇପ ଜଳ ଯୋଗାଣ ପାଇଁ ପ୍ରକ୍ରିୟା ସରି ଯାଇଛି। ଭାଲିଆମୁଣ୍ଡା ସାପ୍ତାହିକ ବଜାରରେ ଓଭରହେଡ ଟାଙ୍କି ନିର୍ମାଣ ସହିତ ଗାଁ ଗାଁରେ ପାଇପ ପୋତା ଏବଂ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ନିର୍ମାଣ କରାଯାଇଛି। ପ୍ରକଳ୍ପରୁ ପାନୀୟ ଜଳ ଯୋଗାଣ ପାଇଁ ୨ ମାସ ତଳେ ଟ୍ରାଏଲ ସରିଯାଇଛି। ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ ସେ ନେଇ ୩ ଗାଁର ଲୋକେ ଚାତକ ପରି ଅନାଇଛନ୍ତି। ତେବେ ପ୍ରକଳ୍ପ ଚାଲୁ କରିବାରେ ବିଳମ୍ବ କରଯାଉଛି। ୩ ୱାର୍ଡ ବିଶିଷ୍ଟ ଅଗଲାପାଲି ଗାଁର ଜନସଂଖ୍ୟା ୧୬ ଶହ ହେବ। ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ପାଇପ ପୋତା ହେବା ସହ ବସ୍ତିରେ ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ନିର୍ମାଣ କରାଯାଇଛି। ପ୍ରକଳ୍ପରୁ ଜଳ ଯୋଗାଣ ହେଉ ନ ଥିବାରୁ ଗାଁ ଲୋକେ ନଳକୂପ ଉପରେ ନିର୍ଭର କରିଥନ୍ତି ା ଏବେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁ ଭୂତଳ ଜଳ ସ୍ତର କମି ଯାଉଥିବାରୁ ନଳକୂପରୁ ଆବଶ୍ୟକ ପାଣି ବାହାରୁ ନାହିଁ। ଫଳରେ ଗାଁ ଲୋକେ କୂଅ ପାଣି ପିଇବାକୁ ବାଧ୍ୟ ହେଉଥିବା ଗ୍ରାମର ଅଗଲାପାଲି ଗାଁର ପ୍ରଫୂଲ୍ଲ ମହାକୁର, ସୁନୀଲ ସାହୁ ଓ ଅନ୍ୟମାନେ ପ୍ରକାଶ କରିଛନ୍ତି। ପ୍ରକଳ୍ପ କାମ ସରି ଯାଇଛି ,ହେଲେ କ’ଣ ପାଇଁ ପ୍ରକଳ୍ପ ଚାଲୁ କରାଯାଉନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେହିପରି ଭାଲିଆମୁଣ୍ଡା, ବଳଦେବପୁର ଓ ଦଳିତ ବସ୍ତିକୁ ନେଇ ୨ ୱାର୍ଡ ବିଶିଷ୍ଟ ଭାଲିଆମୁଣ୍ଡା ଗାଁରେ ମଧ୍ୟ ସମାନ ପରିସ୍ଥିତି ଲାଗି ରହିଛି। ଏହି ଗାଁରେ ପ୍ରାୟ ୧୨ ଶହ ଲୋକ ବସବାସ କରୁଛନ୍ତି। ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନ ଥିବା ବେଳେ ଗାଁରେ ଥିବା ନଳକୂପରୁ ସହଜରେ ପାଣି ବାହାରୁନାହିଁ। ଏହାଛଡା ପାହାଡ ତଳେ ଥିବା ଭାଲୁପାଲି ଗାଁରେ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ସ୍ବପ୍ନ ପାଲଟିଛି। ବସା ଯାଇଥିବା ପାନୀୟ ଜଳ ପ୍ରକଳ୍ପ ସଫଳ ହୋଇ ନ ଥିବା ବେଳେ ଆଉ କେହି ପ୍ରକଳ୍ପ ପଞ୍ଚାୟତକୁ ହସ୍ତାନ୍ତର ହୋଇନାହିଁ ବୋଲି କହୁଛନ୍ତି। ବାଦିବାହାଲ ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ଏ ନେଇ ପ୍ରତିକ୍ରିୟା ମିଳିପାରିନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍ ।…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri