ଜଳକଷ୍ଟ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ

ସହରୀକରଣ, ଖାଦ୍ୟ ଉପତ୍ାଦନର ଚାପ, ଜନସଂଖ୍ୟା ବୃଦ୍ଧି ଏବଂ ନିର୍ମାଣ, ଘରୋଇ ଓ ଶକ୍ତି କ୍ଷେତ୍ରରେ ବଢ଼ୁଥିବା ଚାହିଦା ଯୋଗୁ ୨୦୩୦ ବେଳକୁ ବିଶ୍ୱ ୪୦% ଜଳ ସଙ୍କଟର ସମ୍ମୁଖୀନ ହେବ। ବିଶ୍ୱ ଜଳ ଦିବସରେ ଜାତିସଂଘ ଏହି ଚେତାବନୀ ଦେଇଛି। ଜାତିସଂଘ ଜାରି କରିଥିବା ବିଶ୍ୱ ଜଳ ରିପୋର୍ଟ-୨୦୨୩ରେ ଏହି ତଥ୍ୟ ସାମ୍ନାକୁ ଆସିଛି। ବିଶ୍ୱରେ ଜଳ ଆବଶ୍ୟକତା ପୂରଣ କରିବାକୁ ପର୍ଯ୍ୟାପ୍ତ ଜଳ ରହିଛି। କିନ୍ତୁ ଜଳ ବ୍ୟବହାରରେ ପରିବର୍ତ୍ତନ ବିନା ଏହା ସମ୍ଭବ ନୁହେଁ ବୋଲି ଜାତିସଂଘର ବାର୍ଷିକ ବିଶ୍ୱ ଜଳ ବିକାଶ ରିପୋର୍ଟ କହିଛି। ଜଳର ଠିକ୍‌ ମାନ ନିର୍ଦ୍ଧାରଣ, ତଦାରଖ ଓ କାର୍ଯ୍ୟକାରୀ କରା ନ ଗଲେ ଜଳାଭାବକୁ ରୋକାଯାଇପାରିବ ନାହିଁ। ରିପୋର୍ଟ ଅନୁସାରେ, ଜଳ ସଙ୍କଟର ସବୁଠୁ ବଡ଼ କାରଣ ସାଜିଛି ଜନସଂଖ୍ୟା ବୃଦ୍ଧି। ୨୦୫୦ ବେଳକୁ ଜନସଂଖ୍ୟା ୯୦୦ କୋଟି ଅତିକ୍ରମ କରିବ ବୋଲି ଆଶଙ୍କା କରାଯାଉଛି। ପ୍ରତିଦିନ ୭୪୮ ମିଲିଅନ୍‌ ଲୋକ ସ୍ବଚ୍ଛ ପାନୀୟ ଜଳର ଉତ୍ତମ ଓ ସୁରକ୍ଷିତ ସ୍ରୋତ ପାଇବାରୁ ବଞ୍ଚତ୍ତ। ଭୂତଳ ଜଳ ଭଣ୍ଡାର ହ୍ରାସ ଭାରତ, ଚାଇନା, ପାକିସ୍ତାନ, ନେପାଳ, ବାଂଲାଦେଶ ଭଳି ଦେଶ ପାଇଁ ବଡ଼ ସମସ୍ୟା ପାଲଟିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଠିକ୍‌ ସମୟରେ ବର୍ଷା ହେଉନାହିଁ। ଏସବୁ ଉତ୍କଟ ସମସ୍ୟା ଆଗାମୀ ଦିନରେ ଭୟଙ୍କର ରୂପ ନେବ।
ଖରାର ତାତି ଯେତିକି ବଢ଼େ, ଜଳକ୍ଳିଷ୍ଟ ଅଞ୍ଚଳରେ ପାନୀୟ ଜଳକଷ୍ଟ ସେତିକି ଉତ୍କଟ ହୋଇଥାଏ। ରାଜ୍ୟର କେତେକ ସ୍ଥାନରେ ପାଣି ମୁନ୍ଦିଏ ପାଇଁ ମହିଳାଙ୍କୁ ତିନିରୁ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଦୂର ସ୍ଥାନକୁ ଯିବାକୁ ପଡ଼େ। କେଉଁଠି ପାନୀୟ ଜଳର ଆଦୌ ବ୍ୟବସ୍ଥା ନାହିଁ ତ ଆଉ କେଉଁଠି ବ୍ୟବସ୍ଥା ଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। କେଉଁଠି ନଳକୂପ ଭାଙ୍ଗି ଅଚଳ ହୋଇପଡ଼ିଛି ତ ଆଉ କେଉଁଠି ଭୂତଳ ଜଳସ୍ତର କମି ଯାଇଥିବାରୁ ନଳକୂପରୁ ପାଣି ବାହାରୁ ନାହିଁ। ଆଉ କେଉଁଠି ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ସୁଦ୍ଧା ତାହା କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ।
ପ୍ରାୟ ପ୍ରତିବର୍ଷ ରାଜ୍ୟରେ ନିଦାଘ ଗ୍ରୀଷ୍ମ, ତା’ ସହ ପାନୀୟ ଜଳ ସମସ୍ୟାକୁ ସାଥିରେ ନେଇ ଆସେ। ପ୍ରତିବର୍ଷ ଏହାର ନିରାକରଣ ପାଇଁ ପଦକ୍ଷେପ ଘୋଷଣା କରାଯାଏ, ଅଥଚ ପରବର୍ତ୍ତୀ ବର୍ଷ ପୁଣି ସମସ୍ୟାର ପୁନରାବୃତ୍ତି ହୁଏ। ବିଡ଼ମ୍ବନାର ବିଷୟ ହେଲା, ପାନୀୟ ଜଳ ଯୋଗାଣ ପାଇଁ ଅନେକ ଯୋଜନା ଚାଲିଥିବା ଦାବି କରାଯାଉଛି, କିନ୍ତୁ ଅବସ୍ଥାରେ ଉନ୍ନତି ହେବା ପରିବର୍ତ୍ତେ ସ୍ଥିତି ଅଧିକ ବିଗିଡ଼ି ଚାଲିଛି। ଏ ସନ୍ଦର୍ଭରେ ଜନଗଣନା ରିପୋର୍ଟର ତଥ୍ୟକୁ ଉଦ୍ଧାର କରାଯାଇପାରେ। ପାନୀୟ ଜଳ ସ୍ଥିତି ନେଇ ଜନଗଣନା ରିପୋର୍ଟର ତୁଳନାତ୍ମକ ବିଶ୍ଳେଷଣ କଲେ ସ୍ଥିତିରେ ଅବନତି ସ୍ପଷ୍ଟ ଜଣାପଡ଼େ। ଦଶବର୍ଷ ତଳେ ରାଜ୍ୟର ୩୦.୮% ପରିବାରଙ୍କୁ ନିଜ ଘରଠାରୁ ୫୦୦ ମିଟରରୁ ଅଧିକ ଦୂରକୁ ଯାଇ ପାଣି ଆଣିବାକୁ ପଡ଼ୁଥିଲା। ୨୦୨୧ ବେଳକୁ ନିଜ ଘରଠାରୁ ୫୦୦ ମିଟରରୁ ଅଧିକ ଦୂର ଯାଇ ପାଣି ଆଣୁଥିବା ପରିବାରଙ୍କ ଭାଗ ୩୫.୪%କୁ ବୃଦ୍ଧି ପାଇଛି। ବର୍ତ୍ତମାନ ବି ରାଜ୍ୟର ମାତ୍ର ୨୨.୪୪% ପରିବାର ପାଇଁ ନିଜ ଘର ପରିସରରେ ପାନୀୟ ଜଳର ବ୍ୟବସ୍ଥା ଥିବା ବେଳେ ଅବଶିଷ୍ଟ ୭୭% ପରିବାରକୁ ପାଣି ପାଇଁ ଘରୁ ବାହାରକୁ ଯିବାକୁ ପଡ଼େ। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ୪୬,୭୩୨ଟି ଗ୍ରାମ ଅନ୍ତର୍ଗତ ମୋଟ ୧ ଲକ୍ଷ ୪୧ ହଜାର ୯୨୮ଟି ଜନବସତି ମଧ୍ୟରୁ ୮୧,୮୧୨ଟି ଜନବସତି ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଏହାର ଅର୍ଥ ହେଲା ବର୍ତ୍ତମାନ ବି ପ୍ରାୟ ୪୦% ଜନବସତି ଜଳକ୍ଳିଷ୍ଟ। ଏହାହିଁ ରାଜ୍ୟର ପାନୀୟ ଜଳ ସମସ୍ୟାର ଉତ୍କଟ ରୂପର ଚିତ୍ର ପ୍ରଦାନ କରୁଛି। ଏହା କେବଳ ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ବିଫଳତାର ସୂଚନା ଦେଉନାହିଁ, ସାମଗ୍ରିକ ଭାବେ ବିକାଶ ଓ ପ୍ରଗତି ନେଇ ଦାବି କେତେ ଫମ୍ପା ଓ ଅନ୍ତଃସାରଶୂନ୍ୟ ତାହାର ମଧ୍ୟ ଦୁର୍ଭାଗ୍ୟଜନକ ଇଙ୍ଗିତ।
ପାନୀୟ ଜଳ ବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଭିଜନ୍‌ ୨୦୨୩ ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅଧୀନରେ ରାଜ୍ୟର ସବୁ ଅଞ୍ଚଳକୁ ଫ୍ଲୋରୋସିସ୍‌ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି। ପ୍ରତି ବ୍ଲକର ୧୬୦୦ଟି ନଳକୂପ ଏବଂ ୫୮ଟି ପାଇପ୍‌ ଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଯୋଜନା ରହିଛି। ତେବେ ଏହାର କାର୍ଯ୍ୟକାରିତା କ୍ଷେତ୍ରରେ ଉଦାସୀନତା ଯୋଗୁ ଲକ୍ଷ୍ୟ ହାସଲ ନେଇ ସନ୍ଦେହ ଦେଖାଦେଇଛି। ଏହାଛଡ଼ା ତ୍ରୟୋଦଶ ଅର୍ଥ କମିଶନ ପାନୀୟ ଜଳ, ପରିମଳ ପାଇଁ ସ୍ବତନ୍ତ୍ର ଭାବେ ୨,୭୫୬ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଥିଲେ ସୁଦ୍ଧା ଏହାର ବିନିଯୋଗ ଆଦୌ ଉତ୍ସାହଜନକ ନୁହେଁ। ସାମ୍ପ୍ରତିକ ପାନୀୟ ଜଳ ସମସ୍ୟାର ମୁକାବିଲା ସରକାରୀ କଳ ପାଇଁ ଏକ ବଡ଼ ଆହ୍ବାନ। ଏଥିପାଇଁ ଉଭୟ ସ୍ବଳ୍ପମିଆଦୀ ଏବଂ ଦୀର୍ଘମିଆଦୀ ପଦକ୍ଷେପ ନିଆଯିବା ଆବଶ୍ୟକ। ପ୍ରଥମ, ସ୍ବଳ୍ପମିଆଦୀ ପଦକ୍ଷେପ ସ୍ବରୂପ ଯୁଦ୍ଧକାଳୀନ ଭିତ୍ତିରେ ଅନେକ ନଳକୂପର ମରାମତି କରାଯାଇ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଉ, ଦୂଷିତ ହୋଇଯାଇଥିବା ଜଳ ଉତ୍ସଗୁଡ଼ିକ ବିଶୋଧୀକରଣ ଏବଂ ଜଳକ୍ଳିଷ୍ଟ ଅଞ୍ଚଳରେ ନୂତନ ଗଭୀର ନଳକୂପ ଖନନ ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଉ। ଦୀର୍ଘମିଆଦୀ ପଦକ୍ଷେପ ସ୍ବରୂପ ପାନୀୟ ଜଳ ଯୋଗାଣ ନେଇ ପ୍ରସ୍ତୁତ ଭିଜନ ୨୦୨୩ ଏବଂ ଅନ୍ୟ ଯୋଜନାଗୁଡ଼ିକର ରୂପାୟନକୁ ତ୍ୱରାନ୍ବିତ କରାଯାଉ।
ଜଳ ସୃଷ୍ଟି ଆମ ହାତରେ ନାହିଁ, କିନ୍ତୁ ପ୍ରାକୃତିକ ସାଧନଗୁଡ଼ିକୁ ରକ୍ଷା କରିବା ଆମ କର୍ତ୍ତବ୍ୟ। ଜଳ ସଂରକ୍ଷଣ ପାଇଁ ଆବାଳବୃଦ୍ଧବନିତା ଶପଥ ନେଲେ ଏହି ସଙ୍କଟ କେତେକାଂଶରେ ଦୂର କରାଯାଇପାରେ। ସମ୍ପ୍ରତି ସମଗ୍ର ବିଶ୍ୱରେ ଉତ୍କଟ ଜଳାଭାବ ଦେଖାଯିବା ସହ ସେହି କ୍ରମରେ ଜଳ ପ୍ରଦୂଷଣ ଦେଖାଯାଉଛି। ଇଆଡ଼େ ଅବିଚାରିତ ଭାବେ ଜଳ ନଷ୍ଟ ହେଉଥିଲେ ମଧ୍ୟ ଆମମାନଙ୍କ ଭିତରେ ସେତେଟା ସଚେତନତା ବଢ଼ିନାହିଁ। ବ୍ୟାପକ ବୃକ୍ଷରୋପଣ ଓ ଜଳ ସୁରକ୍ଷା ପାଇଁ ଆମମାନଙ୍କ ଭିତରେ ସଚେତନତା ବଢ଼ିବା ଜରୁରୀ। ଜଳ ମାନବ ଜୀବନ ପାଇଁ ଗୁରୁତ୍ୱ ପ୍ରତିପାଦିତ ହୋଇପାରନ୍ତା।
ପାରାଦୀପ
ମୋ: ୯୪୩୭୦୨୨୦୬୧


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?