ଜଳ ସଂରକ୍ଷଣ

ଆମେ ଜାଣୁ ଯେ ଜଳ ହିଁ ଜୀବନ। ଜଳ ବିନା ମଣିଷ ବଞ୍ଚିବା ଅସମ୍ଭବ। ଆମ ସମସ୍ତଙ୍କ ଗୋଟିଏ ଧାରଣା ଧରାପୃଷ୍ଠ ଜଳମୟ। କିନ୍ତୁ ପୃଥିବୀର ସମୁଦାୟ ଜଳର ୯୭ ପ୍ରତିଶତ ଜଳ ମହାସାଗରରେ ଅଛି, ଯାହା ବ୍ୟବହାର ଉପଯୋଗୀ ନୁହେଁ। ମାତ୍ର ତିନି ଭାଗ ଜଳ ହେଉଛି ମଧୁର ଜଳ, ଯାହାକୁ ଆମେ ନିତ୍ୟ ବ୍ୟବହାର କରିପାରିବା। ସେହିପରି ଆମ ଦେଶରେ ଭୂତଳ ଜଳ ସବୁ ଅଞ୍ଚଳରେ ସମାନ ଅନୁପାତରେ ନାହିଁ। କେଉଁଠି ମାତ୍ର କେଇ ଫୁଟ ଗଭୀରରେ ଅଛି ତ ଆଉ କେଉଁଠି ଶହ ଶହ ଫୁଟ ଗଭୀର ଖନନ କଲେ ମଧ୍ୟ ଜଳ ବୁନ୍ଦାଏ ନାହିଁ। ଏ ଦୃଷ୍ଟି କୋଣରୁ ସବୁ ଅଞ୍ଚଳରେ ଜଳ ସଂରକ୍ଷଣ ଓ ଏହାର ସୁପରିଚାଳନା ଅତ୍ୟନ୍ତ ଜରୁରୀ ମନେ ହୁଏ।
ଆମ ଦେଶରେ ଆମେ ଯଦି ପାନୀୟ ଜଳର ସ୍ଥିତିକୁ ଆକଳନ କରିବା ତାହେଲେ ଏହା ଅତ୍ୟନ୍ତ ଶୋଚନୀୟ ଅଟେ। ବର୍ତ୍ତମାନ ଆମ ଦେଶରେ ପାନୀୟ ଜଳର ସଙ୍କଟ କେବଳ ସହରାଞ୍ଚଳ ବା ବସ୍ତି ବାସିନ୍ଦାମାନଙ୍କ ପାଇଁ ନୁହେଁ ବରଂ ଏହା ଅନେକ ଗାଁରେ ମଧ୍ୟ ଦେଖାଯାଉଛି। ବିଶେଷ ଭାବରେ ଗ୍ରୀଷ୍ମ ଋତୁରେ ଏହାର ସଙ୍କଟ ଅଧିକରୁ ଅଧିକ ଗାଁ ଓ ସହରକୁ ପ୍ରସାରିତ ହୁଏ। ଏପରିକି ପାନୀୟ ଜଳ ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେଲେ ଯାଇ ଲୋକେ ପାନୀୟ ଜଳ ପାଉଛନ୍ତି।
ଆଗକାଳରେ ଲୋକେ ବର୍ଷାଜଳ ସଂରକ୍ଷଣ କରିବା ପାଇଁ ସ୍ବଚ୍ଛଳ ଲୋକ ତଥା ଗାଁର ଗୌନ୍ତିଆ, ଜମିଦାରମାନେ ନିଜେ ନିଜେ ବନ୍ଧ, ପୋଖରୀ ଖୋଳୁଥିଲେ। ପରେ କୃଷିକାର୍ଯ୍ୟ ତଥା ଗାଧୁଆ ପାଧୁଆ କରିବା ପାଇଁ ମଧ୍ୟ ଜଳ ବ୍ୟବହାର କରାଗଲା। ବର୍ଷାଜଳ ସଂରକ୍ଷଣ ପାଇଁ ବହୁବିଧ ପଦ୍ଧତି ଅବଲମ୍ବନ କରାଯାଉଥିଲେ ମଧ୍ୟ ଆମେ ତାକୁ ଯଥେଷ୍ଟ ପରିମାଣରେ ପାଳନ କରୁନାହୁଁ। ଏପରିକି ଜଳ ସଂରକ୍ଷଣ ପ୍ରତି ଆମେ ଆଦୌ ଧ୍ୟାନ ଦେଉ ନାହଁୁ କହିଲେ ଚଳେ। ଆମ ପାଇଁ କେତେ ଜଳ ମୁଣ୍ଡ ପିଛା ଅଛି ,ଏହାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଯେଉଁ ଅଞ୍ଚଳର ଜନସଂଖ୍ୟା ଯେତେ ବେଶି ସେହି ଅଞ୍ଚଳରେ ଜଳର ପରିମାଣ ସେତିକି କମ୍‌। ଭାରତ ସରକାରଙ୍କ ଜଳ ଜୀବନ ମିଶନର ଏକ ଆକଳନ ଅନୁସାରେ ଜଣାଯାଏ ଯେ ଆମ ଦେଶରେ ମୁଣ୍ଡ ପିଛା ଜଳର ପରିମାଣ କ୍ରମାଗତ ଭାବରେ କମିବାରେ ଲାଗିଛ। ଦେଶରେ ମୁଣ୍ଡପିଛା ଜଳର ପରିମାଣ ୨୦୦୧ ମସିହାରେ ୧୮୧୬ କ୍ୟୁବିକ ମିଟର ଥିବାବେଳେ ୨୦୧୧ ମସିହାରେ ୧୫୪୫ କ୍ୟୁବିକ ମିଟରକୁ କମିଆସିଛି। ଏହାର ପରିମାଣ ୨୦୩୧ ମସିହା ସୁଦ୍ଧା ୧୩୬୭ କ୍ୟୁବିକ ମିଟରକୁ କମିବାର ସମ୍ଭାବନା ରହିଛି। ତେବେ ଏ କ୍ଷେତ୍ରରେ ଜନସଂଖ୍ୟା ବୃଦ୍ଧି ଯେତେ ପରିମାଣରେ ଦାୟୀ ତାଠୁ ଅଧିକ ଜନସଚେତନତାର ଅଭାବ ବୋଲି ବିଚାର କରାଯାଏ। ଜଳ ଜୀବନ ମିଶନର ଏକ ତଥ୍ୟ ଅନୁସାରେ ଆମ ଦେଶରେ ଥିବା ସହରାଞ୍ଚଳରେ ଆମକୁ ପ୍ରତ୍ୟହ ମୁଣ୍ଡପିଛା ୧୩୫ ଲିଟର ଓ ଗ୍ରାମାଞ୍ଚଳରେ ୫୫ ଲିଟର ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ହିଁ କେବଳ ଜଳ ବ୍ୟବହାର କରିବା। ଏହାର ସୁପରିଚାଳନା ଆମର ଦାୟିତ୍ୱ ହେବା ଆବଶ୍ୟକ। ଯଦି ପ୍ରତ୍ୟେକ ବ୍ୟକ୍ତି ଦୈନିକ ୧୦ ଲିଟର ଜଳ ସଂରକ୍ଷଣ କରିପାରିବେ ତାହେଲେ ଏହା ଆମ ଦେଶର ବିକାଶ ଓ ଅଭିବୃଦ୍ଧିରେ ଅନେକ ପରିମାଣରେ ସହାୟକ ହେବ।
ଆମେ କେଉଁ ପଦ୍ଧତିରେ ଜଳ ସଂରକ୍ଷଣ କରିପାରିବା ଆସନ୍ତୁ ସଂକ୍ଷେପରେ ଜାଣିବା।
-ଆମେ ଗାଧୋଉଥିବା ଜଳର ପରିମାଣରୁ ପ୍ରତ୍ୟହ ୧ ରୁ ୫ ଲିଟର କମ କରିପାରିବା।
-ଆମେ ଦୈନିକ ଲୁଗାଧୁଆ ପାଇଁ ଆବଶ୍ୟକ ମୁତାବକ ଜଳ ବ୍ୟବହାର କରନ୍ତୁ। ତା’ସହ ଶୌଚ ସମୟରେ ଅଯଥା ଜଳ ନଷ୍ଟ କରନ୍ତୁ ନାହିଁ। ଏଥିରୁ ବଳକା ଜଳକୁ ଆମ ବଗିଚାରେ ଦେଲେ ଦୈନିକ ୧୦ ରୁ ୨୦ ଲିଟର ଜଳ ସଂରକ୍ଷଣ ହେବ।
-ଆମେ ଘରେ ଯଦି ସବୁ ସମୟରେ ଆମର ପାଇପ ଓ ନଳକୁ ଠିକ୍‌ ରଖିବା ତାହେଲେ ଦୈନିକ ଅନ୍ତତଃ ୨ ରୁ ୫ ଲିଟର ଜଳ ସଂରକ୍ଷଣ କରିପାରିବା।
-ଆମେ ଦାନ୍ତ ଘଷିବା, ହାତ ଧୋଉଥିବା ସମୟରେ, ବାସନକୁସନ ମାଜିବା ବେଳେ ଯଦି ଠିକ୍‌ ଭାବରେ ଟ୍ୟାପ୍‌ର ପରିଚାଳନା କରାଯାଏ, ତାହେଲେ ଅନ୍ତତଃ ଦିନକୁ ୨ ରୁ ୩ ଲିଟର ଜଳ ସଂରକ୍ଷଣ କରିପାରିବା।
-କେବଳ ଆମେ ସତର୍କ ହେଲେ ପ୍ରତିଦିନ ୧୦ ଲିଟର ଜଳ ନିଶ୍ଚୟ ସଂରକ୍ଷଣ କରିପାରିବା।
ଯଦି ଆମେ ଜଳ ସଂରକ୍ଷଣରେ ହେଳା କରିବା ତାହେଲେ ଜଳକ୍ଳିଷ୍ଟତା ଧୀରେ ଧୀରେ ସମଗ୍ର ପୃଥିବୀକୁ ନିଶ୍ଚିତ ଭାବରେ କବଳିତ କରିବ। ମଣିଷକୁ ଆଗାମୀ ଦିନରେ ଜଳର ମହାସଙ୍କଟ ଦେଇ ଯିବାକୁ ପଡ଼ିବ। ତାହେଲେ ଆସନ୍ତୁ, ଆମେ ସମସ୍ତେ ସତର୍କ ହେବା ଓ ଜଳ ସଂରକ୍ଷଣରେ ସହଭାଗୀ ହେବା। ଦିଲ୍ଲୀ, ଚେନ୍ନାଇ ଭଳି ଆମ ଦେଶର ପ୍ରାୟ ୨୧ଟି ସହରରେ ଭୂତଳ ଜଳର ସ୍ତର ଅତ୍ୟନ୍ତ ଶୋଚନୀୟ ଭାବରେ ହ୍ରାସ ପାଉଛି ଓ ଏହା ଯଦି ଆହୁରି ହ୍ରାସ ପାଏ ତାହେଲେ ସ୍ଥିତି ଅସମ୍ଭାଳ ହେବାର ସମ୍ଭାବନା ରହିଛି। ଆମେ ଯଦି ସମସ୍ତେ ପରିବେଶର ସୁରକ୍ଷା, ବୃକ୍ଷ ରୋପଣ ତଥା ଜଳ ସଂରକ୍ଷଣ ଦିଗରେ ପ୍ରୟାସ କରିବା ତାହେଲେ ହିମବାହ ସଂରକ୍ଷଣ ନିଶ୍ଚୟ ହେବ।

ବିରାଟ ରାଜା ପଧାନ
-ବେଁକମୁରା, ପଣ୍ଡରି, ବନହରପାଲି, ଝାରସୁଗୁଡ଼ା
ମୋ: ୯୪୩୯୯୮୯୯୪୧


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

୨୩ OAS ଅଧିକାରୀଙ୍କୁ ରଥଯାତ୍ରା ଦାୟିତ୍ୱ

ଭୁବନେଶ୍ୱର,୩୦।୬: ଆଗକୁ ବିଶ୍ୱ ପ୍ରସିଦ୍ଧ ପୁରୀରଥଯାତ୍ରା। ରଥଯାତ୍ରା ସୁପରିଚାଳନା ପାଇଁ ୨୩ OAS ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି…

ଟ୍ରମ୍ପଙ୍କୁ ବଡ଼ ଝଟ୍‌କା: ଜନ୍ମଗତ ନାଗରିକତା ଉପରେ ରୋକ ଲଗାଇବା ଆବେଦନକୁ ଖାରଜ କଲେ US ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୬: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟ୍‌କା ଦେଇ ଆମେରିକା (US) ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ୟୁନାଇଟେଡ୍ ଷ୍ଟେଟ୍ସରେ ‘ଜନ୍ମଗତ ନାଗରିକତା’ (ବର୍ଥରାଇଟ୍ ସିଟିଜନସିପ୍) ଉପରେ…

ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର! ଏଣିକି ଚାଟ୍‌ ପାଇଁ ଦେବାକୁ ପଡ଼ିବନି ମୋବାଇଲ୍ ନମ୍ବର

ନୂଆଦିଲ୍ଲୀ,୩୦।୬: ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ବହୁତ ବଡ଼ ଖବର ସାମ୍ନାକୁ ଆସିଛି! ଏଣିକି କାହା ସହିତ ଚାଟ୍‌ କରିବା ପାଇଁ ଆପଣଙ୍କୁ ନିଜର ବ୍ୟକ୍ତିଗତ ମୋବାଇଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri