ଜଳ ଓ ସୁସ୍ଥ ଜୀବନ

ସମଗ୍ର ପୃଥିବୀ ପୃଷ୍ଠରେ ଜୀବଜଗତ ସୃଷ୍ଟି ହେବା ଦିନଠାରୁ ଆଜି ସୁଦ୍ଧା ଜୀବବିଜ୍ଞାନ ଇତିହାସ ପୃଷ୍ଠାକୁ ଆମେ ଅନୁଧ୍ୟାନ କଲେ ଜାଣିପାରିବା ଯେ, ପରିବେଶ ଓ ପ୍ରକୃତି ହିଁ ଜୀବଜଗତର ରକ୍ଷାକର୍ତ୍ତା । ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ମତରେ ପ୍ରକୃତିର ପୃଥିବୀ, ଜଳ, ତେଜ, ବାୟୁ, ଆକାଶ ଏହି ‘ପଞ୍ଚମହାଭୂତ’ରୁ ମନୁଷ୍ୟ ସୃଷ୍ଟି l ମୃତ୍ୟୁ ପରେ ମଧ୍ୟ ମନୁଷ୍ୟ ଶରୀର ଏହି ପଞ୍ଚମହାଭୂତରେ ଲୀନ ହେବା ଧ୍ରୁବସତ୍ୟ। ଏଥିମଧ୍ୟରୁ ‘ଜଳ’ର ଆବଶ୍ୟକତା ମନୁଷ୍ୟର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସର୍ବାଧିକ l କଥାରେ ଅଛି ‘ଜଳ ହିଁ ଜୀବନ’ ।  ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ଜଳକୁ ପ୍ରାକୃତିକ ଚିକିତ୍ସାର ଏକ ମୁଖ୍ୟ ଅଂଶ ରୂପେ ଗ୍ରହଣ କରାଯାଇ ଶରୀର ସୁରକ୍ଷା ନିମନ୍ତେ ବିଭିନ୍ନ ଉପାୟ ବର୍ଣ୍ଣନା କରାଯାଇଛି; ଯାହାକୁ ‘ଜଳ ଚିକିତ୍ସା’ (water therapy) କୁହାଯାଏ। ପ୍ରାଚୀନ କାଳରେ ଏହି ପ୍ରାକୃତିକ ଚିକିତ୍ସା ଦ୍ୱାରା ବହୁରୋଗକୁ ପ୍ରଶମନ କରାଯାଉଥିଲା। କ୍ରମଶଃ ଚିକିତ୍ସା ବିଜ୍ଞାନର ଉନ୍ନତିରେ ଆମେ ଧୀରେ ଧୀରେ ଏହି ଚିକିତ୍ସା ପଦ୍ଧତିକୁ ଭୁଲିଯାଉଛେ। ମନୁଷ୍ୟ ଶରୀରରେ ବିଭିନ୍ନ କାରଣରୁ ବିଷାକ୍ତ, ଦୂଷିତ ତଥା ବିଜାତୀୟ ପଦାର୍ଥ ଏକତ୍ରିତ ହେବା ଦ୍ୱାରା ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ। ଏସବୁ ଏକତ୍ର ହେବାର ମୁଖ୍ୟ ସ୍ଥାନ ହେଉଛି ପେଟ। ପେଟ ଠିକ୍‌ ଥିଲେ ଶରୀର ଠିକ୍‌ ଥାଏ। ତେଣୁ ଶରୀରରୁ ଦୂଷିତ ପଦାର୍ଥ ଝାଡ଼ା ଓ ପରିସ୍ରା ଦ୍ୱାରା ହିଁ ପେଟରୁ ନିଷ୍କାସନ ହେବା ଉଚିତ, ନଚେତ ଶରୀର ରୋଗାକ୍ରାନ୍ତ ହୋଇଥାଏ। ଶରୀରରୁ ଉକ୍ତ ଦୂଷିତ ପଦାର୍ଥକୁ ‘ଜଳ ଚିକିତ୍ସା’ ଦ୍ୱାରା ହିଁ ବାହାରକରି ଶରୀର ସୁସ୍ଥ ରଖିବା ଆବଶ୍ୟକ।
ଅଜୀର୍ଣ୍ଣ ହେଲେ ପାଣି ପିଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ l ଖାଦ୍ୟ ଖାଇବାର କିଛି ସମୟ ପରେ ପାଣି ପିଇଲେ ଶରୀର ସୁସ୍ଥ ରହିଥାଏ l ଖାଦ୍ୟ ଖାଇବା ପରେ ପରେ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମରେ ବାଧା ସୃଷ୍ଟି ହୋଇଥାଏ।
ଜଳ ଚିକିତ୍ସା ଅନୁଯାୟୀ ଶରୀର ପାଇଁ ପରିଷ୍କାର ଥଣ୍ଡା ଜଳ ଓ ଉଷୁମ ଜଳର ବ୍ୟବହାର ଦ୍ୱାରା ବିଭିନ୍ନ ରୋଗରୁ ଉପଶମ ମିଳିଥାଏ। ଶରୀରର କୌଣସି ଅଙ୍ଗପ୍ରତ୍ୟଙ୍ଗ ନିଆଁରେ ପୋଡ଼ିଗଲେ କିମ୍ବା ଗରମପାଣି ପଡିଗଲେ ପୀଡା ଉପଶମ ନିମନ୍ତେ ଉକ୍ତ ଅଙ୍ଗକୁ ଥଣ୍ଡା ପାଣିରେ ବୁଡାଇ ରଖିବା ଉଚିତ, ଯଦ୍ଦ୍ବାରା ତୁରନ୍ତ ଉପଶମ ମିଳିବା ସହ ଆଉ ଫୋଟକା ହେବାର ଆଶଙ୍କା ନ ଥାଏ। ଇଞ୍ଜେକସନ ଦେବାପରେ ଉକ୍ତ ସ୍ଥାନ ଫୁଲିବା ଓ ପୀଡା ହେଲେ ସେହି ସ୍ଥାନରେ ଥଣ୍ଡା ପାଣିର ଓଦା କପଡା କିମ୍ବା ବରଫ ଲଗାଇଲେ ଫୁଲାକମିବା ସହ ତୁରନ୍ତ ଉପଶମ ମିଳେ। ସେହିପରି ଶରୀରରେ ଗଣ୍ଠି ବ୍ୟଥା, ଅଣ୍ଟା ବ୍ୟଥା, ଆଣ୍ଠୁ ବ୍ୟଥା ଆଦିରେ ଗରମ ସେକ ଦେଲେ ତୁରନ୍ତ ଉପଶମ ମିଳିଥାଏ। ରାତ୍ରିରେ ଭଲ ନିଦ ନ ଆସିଲେ ଉଷୁମ ପାଣିରେ ପାଦକୁ କିଛି ସମୟ ବୁଡାଇ ରଖି ଶୁଖିଲା କପଡାରେ ପୋଛି ଶୟନ କଲେ ଉତ୍ତମ ନିଦ ହୋଇଥାଏ l ଉଷୁମ ଜଳରେ ଲୁଣ ପକାଇ କିଛି ସମୟ ପାଦକୁ ବୁଡାଇ ରଖିବାଦ୍ୱାରା ପାଦର ଯାବତୀୟ ରୋଗ ଭଲ ହେବାସହ ପାଦ ଫାଟିବାରୁ ରକ୍ଷା ମିଳିଥାଏ।
ଉତ୍ତମ ସ୍ବାସ୍ଥ୍ୟ ପାଇଁ ଜଳକୁ ବିଭିନ୍ନ ଉପାୟରେ ପାନୀୟ ଜଳଭାବେ ବ୍ୟବହାର କରିବା ପ୍ରଣାଳୀ ରହିଛି। ଶରୀର ପାଇଁ ସର୍ବଶ୍ରେଷ୍ଠ ପାନୀୟ ନିମନ୍ତେ କୌଣସି ତମ୍ବାପାତ୍ର, ତମ୍ବାଯାର ଓ ତମ୍ବା ବୋତଲରେ ପାଣି ରଖି ପିଇବା ପଦ୍ଧତି ସାରା ପୃଥିବୀରେ ବହୁ ପ୍ରାଚୀନ l ଭାରତ, ଇଟାଲୀ, ରୋମ, ଗ୍ରୀସ, ସୋମାଲିଆ, ଇଜିପ୍ଟ, ଆଦି ବିଭିନ୍ନ ଦେଶରେ ତମ୍ବା ପାତ୍ରରେ ପାଣି ରଖି ପିଇବା ବହୁ ଯୁଗରୁ ଚଳିଆସୁଛି।
ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ମତରେ ପାଣିକୁ ଭଲଭାବେ ଫୁଟାଇ ଥଣ୍ଡା କରି ଛାଣି କିଛି ସମୟ ତମ୍ବା ପାତ୍ରରେ ରଖି ଖାଲିପେଟରେ ପ୍ରାୟତଃ ଏକରୁ ଦୁଇ ଗ୍ଲାସ ପିଇବା ଦ୍ୱାରା ଶରୀରର ବହୁ ଦୂଷିତ ପଦାର୍ଥ ନିଷ୍କାସନ ହେବାସହ ବହୁ ରୋଗରୁ ରକ୍ଷା ମିଳେ l କାରଣ ତମ୍ବାପାତ୍ରରେ ଜଳକୁ ଅତିକମ୍‌ରେ ୬-୮ ଘଣ୍ଟା ରଖିବା ଦ୍ୱାରା ପାଣି ଜୀବାଣୁ ମୁକ୍ତ ହୁଏ l ତମ୍ବା ଏପରି ଏକ ଧାତୁ ଯାହାକି ପାଣିକୁ ଜୀବାଣୁ ମୁକ୍ତ କରିଥାଏ l ଉକ୍ତ ପାଣିକୁ ପିଇବା ଦ୍ୱାରା ଶରୀରରେ ରୋଗପ୍ରତିରୋଧକଶକ୍ତି ବୃଦ୍ଧି ପାଇଥାଏ ।
ତମ୍ବା ପାତ୍ରରେ ରଖାଯାଇଥିବା ଜଳ ପ୍ରାତଃକାଳରେ ପିଇବା ଦ୍ୱାରା ଶରୀରରେ ବାତ,ପିତ୍ତ,କଫ, ତ୍ରିଦୋଷର ସମାନତା ଆସିଥାଏ; ଯଦ୍ଦ୍ବାରା ଉତ୍ତମରୂପେ ଖାଦ୍ୟ ହଜମ ହେବା, ବିଭିନ୍ନ ଚର୍ମ ରୋଗ ଦୂରହେବା, ମନରେ ପ୍ରଫୁଲ୍ଲତା ଆସିବା, ପ୍ରଜନନ କ୍ଷମତା ବୃଦ୍ଧିପାଇବା, ମସ୍ତିଷ୍କ ସୁସ୍ଥ ରହିବା, ହୃଦ୍‌ରୋଗ ତଥା ରକ୍ତଚାପକୁ ନିୟନ୍ତ୍ରିତ ରଖିବା, ମେଦ ବୃଦ୍ଧି, ସାଇନୋସାଇଟସକୁ ନିୟନ୍ତ୍ରଣ ରଖିବା, ପେଟରେ ଅମ୍ଳ ସୃଷ୍ଟି ନ ହେବା, ଝାଡା ପରିଷ୍କାର ହେବା,ଡାଇବେଟିସ୍‌ ଆଦି ବିଭିନ୍ନ ମାରାତ୍ମକ ତଥା ଜଟିଳ ରୋଗକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ, କିନ୍ତୁ ତମ୍ବା ପାତ୍ରରେ ଅତ୍ୟଧିକ ସମୟ କିମ୍ବା ଧାରାବାହିକ ଭାବେ ପାଣିରଖି ପିଇବା ଦ୍ୱାରା, ବାନ୍ତି ଆସିବା, ପେଟ ବ୍ୟଥା, ମୁଣ୍ଡ ବୁଲାଇବା ଏବଂ ଲିଭର ଓ କିଡ୍‌ନୀ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ଥାଏ। ତେଣୁ ବ୍ୟବହାର କରୁଥିବା ତମ୍ବା ପାତ୍ରକୁ ଭଲ ଭାବେ ପରିଷ୍କାର କରି ଜଳ ରଖି ପିଇବା ଉଚିତ।
ଚିକିତ୍ସା ଶାସ୍ତ୍ର ମତରେ ବୟସ୍କ ମନୁଷ୍ୟର ଶରୀର ଓଜନର ୬୦ଭାଗ ହେଉଛି ଜଳ। ଜନ୍ମିତ ଶିଶୁର ଓଜନର ୮୦ ଭାଗ ହିଁ ଜଳ l ମସ୍ତିଷ୍କ ଓ ହୃଦୟରେ ୭୩ ଭାଗ, ଫୁସ୍‌ଫୁସ୍‌ରେ ୮୩ ଭାଗ, ଚର୍ମରେ ୬୪ ଭାଗ, ମାଂସପେଶୀ ଓ ବୃକ୍‌କରେ ୭୯ ଭାଗ, ହାଡ଼ରେ ୩୧ ଭାଗ, ରକ୍ତରେ ୫୦ ଭାଗ ଜଳ ରହିଥାଏ ।ଏସବୁକୁ ଆମେ ଲକ୍ଷ୍ୟ କଲେ ଜାଣିପାରିବା ଯେ ଆମ ଶରୀରର ଅଧିକାଂଶ ଭାଗ ହିଁ ଜଳ। ତେଣୁ ସ୍ବଚ୍ଛ ଜଳ ସୁସ୍ଥ ଶରୀର ଗଠନ ପାଇଁ ଅମୃତ ତୁଲ୍ୟ।
ପ୍ରକୃତରେ ପ୍ରକୃତିଦତ୍ତ ସ୍ବାଭାବିକ ତାପମାତ୍ରାର ଜଳ ସେବନ ଶରୀର ପାଇଁ ସ୍ବାସ୍ଥ୍ୟକାରକ l ଜଳକୁ ଫୁଟାଇ ଉଷୁମଥିବା ବେଳେ ପିଇବା ଉଚିତ।
ଗ୍ରୀଷ୍ମ ଋତୁରେ ଫ୍ରିଜ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ l ବରଂ ମାଟି ପାତ୍ରରେ ପରିଷ୍କାର ଜଳ ରଖି ପିଇବା ଦ୍ୱାରା ଏହା ସ୍ବାସ୍ଥ୍ୟପ୍ରଦ।
ଜଣେ ପୁରୁଷ ଦୈନିକ ୩.୭ ଲିଟର, ଜଣେ ମହିଳା ୨.୭ ଲିଟର ପାଣି ପିଇବା ଆବଶ୍ୟକ। ଖାଦ୍ୟ ଖାଇବା ପୂର୍ବରୁ ଓ ପରେ ପରେ ମାତ୍ରାଧିକ ପାଣି ପିଇବା ଅନୁଚିତ।
ଉପରୋକ୍ତ ଜଳ ସମ୍ବନ୍ଧୀୟ ସମସ୍ତ ବିଷୟକୁ ଆମେ ଅନୁଧ୍ୟାନ କଲେ ଜାଣିପାରିବା ଯେ ଜଳ ଆମ ଜୀବନର ଏକ ମୁଖ୍ୟ ଉପାଦାନ। ତେଣୁ ଏହି ପ୍ରକୃତିଦତ୍ତ ଜଳରାଶିକୁ ଆମେ, ଆମ ପରିବାର,ତଥା ସାମାଜିକ ସ୍ତରରେ ସମସ୍ତେ ଏକତ୍ରିତ ହୋଇ ନିଜନିଜର ନିକଟରେ ରହିଥିବା କୂପ, ପୋଖରୀ ଏବଂ ବିଭିନ୍ନ ନଦୀ, ନାଳ, କେନାଲ, ହ୍ରଦ, ସମୁଦ୍ରକୁ ପରିଷ୍କାର ରଖିବାପାଇଁ ପ୍ରୟାସ ଜାରିରଖିବା ଜରୁରୀ। ଜଳ ପରିଷ୍କାର ରହିଲେ ଆମେ ଓ ଆମ ସମାଜ ସୁସ୍ଥ ରହିବା ସହ ସାଧାରଣ ଜୀବନ ଧାରଣ ପ୍ରକ୍ରିୟା ସ୍ବାଭାବିକ ରହିବା ସହିତ ଏକ ରୋଗ ମୁକ୍ତ ସମାଜ ଗଠନ ଓ ସୁସ୍ଥ ଜୀବନ ଗଢ଼ି ତୋଳିବାରେ ସହାୟକ ହୋଇପାରିବ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୯୯୩୭୬୪୦୯୬୮


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

‘ଅତିକମରେ ୧୦ଟି ସନ୍ତାନ ଜନ୍ମ କରନ୍ତୁ’ – ହିନ୍ଦୁମାନଙ୍କୁ ଏମିତି କହିଲେ ମୌଲାନା ସାଜିଦ ରଶିଦି, ଉଠିଲାଣି ବିବାଦ

ନୂଆଦିଲ୍ଲୀ,୫।୧୦: ଇମାମ ଆସୋସିଏସନର ସଭାପତି ମୌଲାନା ସାଜିଦ ରଶିଦି ସନ୍ତାନ ଜନ୍ମ କରିବା ସମ୍ବନ୍ଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସଂଘ ଏବଂ ଅନ୍ୟ କିଛି ସଂଗଠନ…

ଫ୍ଲାଇଦୁବାଇ କକ୍‌ପିଟ୍‌ ଆକ୍ରମଣ ମାମଲାରେ ଚାଞ୍ଚଲ୍ୟକର ଖୁଲାସା; ସତ ମାନିଲେ ଓମାନୀ ପାଇଲଟ, ଉଭୟ ଇଞ୍ଜିନ୍ ବନ୍ଦ କରି….

ନୂଆଦିଲ୍ଲୀ,୫ା୧୦:ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇର ଫ୍ଲାଇଟ୍‌ FZ1073ର କକ୍‌ପିଟ୍‌ ଆକ୍ରମଣ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପ୍ଟେମ୍ବର ୩୦ରେ ଘଟିଥିବା ଏହି…

ଦଳ ଛାଡ଼ିଥିବା ନେତାଙ୍କୁ ମମତାଙ୍କ ଅଲ୍ଟିମେଟମ; ୧୫ ଦିନ ଭିତରେ ଫେରିଆସ, ନହେଲେ…..

କୋଲକାତା,୫ା୧୦: ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ଉତ୍ତର ଦିନାଜପୁର ଜିଲା ଚୋପଡ଼ାରେ ମମତା ବାନାର୍ଜୀ ସମର୍ଥିତ ତୃଣମୂଳ କଂଗ୍ରେସ ନିଜର ସାଂଗଠନିକ ଶକ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?