ଆଜିଠୁ ବୟସ୍କଙ୍କୁ ଟିକା

ଭୁବନେଶ୍ୱର, ୧।୩(ବ୍ୟୁରୋ): ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ସୋମବାରଠାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ବୟସ୍କ ଲୋକ ଟିକା ନେବେ। ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କୁ ପ୍ରାଥମିକତା ଦିଆଯିବା ସହ ବହୁବିଧ ରୋଗ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ମଧ୍ୟ ଟିକା ନେବେ। ପ୍ରାୟ ୨୭ କୋଟି ଲୋକଙ୍କୁ କୋଭିଡ୍‌ ଟିକା ଦେବା ଲାଗି ଲକ୍ଷ୍ୟ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ହେଉଛନ୍ତି ୧୦ କୋଟି। ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ସରକାରୀ ହସ୍ପିଟାଲରେ ମାଗଣା ଟିକା ନେଇପାରିବେ। କିନ୍ତୁ ଘରୋଇ ହସ୍ପିଟାଲରେ ୨୫୦ ଟଙ୍କା ଦେବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ରାଜ୍ୟରେ ସରକାରୀ ହସ୍ପିଟାଲ ବ୍ୟତୀତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଅଧୀନରେ ଥିବା ୧୮୩ ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରାଇଭେଟ୍‌ କୋଭିଡ୍‌ ଭ୍ୟାକ୍ସିନେଶନ ସେଣ୍ଟର (ପିସିଭିସି) କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ୨୨ଟି ହସ୍ପିଟାଲରେ ଟିକାକରଣ ହେବ। ୧୨ଟି ସରକାରୀ ହସ୍ପିଟାଲ ଥିବାବେଳେ ୧୦ ଘରୋଇ ହସ୍ପିଟାଲ ରହିଛି। ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବାକୁ ଥିବାବେଳେ ରାଜ୍ୟର ଅନ୍ୟସ୍ଥାନରେ କୋଭିସିଲ୍ଡ୍‌ ଟିକା ଦିଆଯିବ। ସପ୍ତାହକୁ ୫ଦିନ ଟିକାକରଣ କରାଯିବ। ଅତିରିକ୍ତ ଟିକା କର୍ମୀ ଓ ଯାଞ୍ଚକାରୀଙ୍କୁ ଚିହ୍ନଟ କରି ତାଲିମ ଦିଆଯାଇଛି। ପ୍ରତି ବ୍ଲକ ଓ ସହରାଞ୍ଚଳରେ ୬/୭ଟି ମୋବାଇଲ ଟିକା ଟିମ୍‌ ରହିବ। ଅନ୍ୟ ସ୍ବାସ୍ଥ୍ୟ ସେବାରେ ନିୟୋଜିତ ଏଏନ୍‌ଏମ୍‌ଙ୍କୁ ଟିକାକରଣ କାର୍ଯ୍ୟରେ ଲଗାଯିବ ନାହିଁ। ବ୍ଲକ୍‌ସ୍ତରରେ ଟିକା ଗଚ୍ଛିତ, ଯୋଗାଣ କାର୍ଯ୍ୟ ସୁନିୟନ୍ତ୍ରିତ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଟିକା ନେବା ପାଇଁ ଦୁଇଟି ଉପାୟରେ ପଞ୍ଜୀକରଣ କରାଯିବ। କୋଓ୍ବିନ୍‌ ପୋର୍ଟାଲରେ ଓ ଟିକାକରଣ କେନ୍ଦ୍ରରେ ମଧ୍ୟ ପଞ୍ଜୀକରଣ କରି ବୟସ୍କ ଓ ଗୁରୁତର ରୋଗୀ ଟିକା ନେଇପାରିବେ। ତେବେ ସେମାନେ ଗୁରୁତର ରୋଗରେ ପୀଡ଼ିତ ଥିବା ନେଇ ଏକ ଡାକ୍ତରୀ ସାର୍ଟିଫିକେଟ୍‌ ଦେବାକୁ ପଡ଼ିବ। ଯେଉଁମାନେ ପଞ୍ଜୀକରଣ କରିପାରି ନ ଥିବେ, ସେମାନେ ପ୍ରମାଣପତ୍ର ଦେଖାଇ ଟିକାକରଣ କେନ୍ଦ୍ରରେ ସିଧାସଳଖ ନାମ ପଞ୍ଜୀକରଣ କରି ଟିକା ନେଇପାରିବେ।
ସୂଚନାଯୋଗ୍ୟ, ସାରା ଦେଶରେ ଜାନୁୟାରୀ ୧୬ରୁ କୋଭିଡ୍‌ ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା। ଏହାପରେ ଫେବୃୟାରୀ ପ୍ରଥମ ସପ୍ତାହରୁ କୋଭିଡ୍‌ ସମ୍ମୁଖ ଯୋଦ୍ଧାଙ୍କୁ ଟିକାଦାନ ଆରମ୍ଭ ହୋଇଥିଲା। ଏବେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?