ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ମା’ କୁକୁଡ଼ା ଓ ଛୁଆ କୁକୁଡ଼ାଗୁଡ଼ିକୁ ଦେଖିବାକୁ ମିଳୁଛି । ଛୁଆକୁକୁଡ଼ାଗୁଡ଼ିକୁ ଏକ ପକ୍ଷୀ ଆକ୍ରମଣ କରିବାକୁ ଆସୁଥିବା ବେଳେ ମା’ କୁକୁଡ଼ା ତା’ ସହ ଲଢ଼େଇ କରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Mother’s Power(MP) is far stronger than Horse Power(HP)… pic.twitter.com/JxPo9kEJ69
— Susanta Nanda IFS (@susantananda3) November 18, 2021