Posted inଖେଳ

ଟିଭିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୁମ୍ବନ ଦେଲେ ଆଫଗାନିସ୍ତାନ ପ୍ରଶଂସକ

ଦୁବାଇ,୨୯।୮: ଏସିଆ କପ୍‌ର ଏକ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟର ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ପ୍ରଥମେ ୩ଟି ଉଇକେଟ୍‌ ନେବା ପରେ ୩୩ ରନ୍‌ର ଏକ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ।
ଭାରତର ଏହି ବିଜୟ ପରେ ପ୍ରଶଂସକମାନେ ସେଲିବ୍ରେଶନ କରିଥିଲେ। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଭାରତ ବିଜୟର ସେଲିବ୍ରେଶନ ହୋଇଥିଲା। ଜଣେ ଆଫଗାନିସ୍ତାନ ପ୍ରଶଂସକ ପାକିସ୍ତାନ ବିପକ୍ଷରେ ଭାରତର ବିଜୟକୁ ନେଇ ବେଶ୍‌ ଖୁସି ଥିଲେ। ସେ ମ୍ୟାଚ୍‌ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିଭିରେ ଚୁମ୍ବନ ଦେଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓଟି ଆଫଗାନିସ୍ତାନର ଅଟେ। ଭିଡିଓରେ, ଭାରତର ବିଜୟ ପରେ ଜଣେ ଆଫଗାନିସ୍ତାନ ପ୍ରଶଂସକ ବସିଥିବା ସ୍ଥାନରୁ ଉଠି ଟିଭି ପରଦାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୁମ୍ବନ ଦେବା ପରେ ରୁମରୁ ବାହାରକୁ ଯାଉଥିବାର ଦେଖାଯାଇଛି। ସୋସିଆଲ ମିଡିଆରେ ଏହି ଭିଡିଓକୁ ବହୁତ ପସନ୍ଦ କରାଯାଉଛି ।
ଆଫଗାନିସ୍ତାନର ଦଳ ମଧ୍ୟ ଏସିଆ କପ ୨୦୨୨ ଟି-୨୦ ଟୁର୍ନାମେଣ୍ଟରେ ଭାଗ ନେଉଛି। ଶ୍ରୀଲଙ୍କା ଏବଂ ବାଂଲାଦେଶ ସହିତ ଆଫଗାନିସ୍ତାନକୁ ଗ୍ରୁପ ବିରେ ସ୍ଥାନିତ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୨ ଫିଫା ବିଶ୍ୱକପ୍:‌ ଅଧିକ ଭାରତୀୟ ଦର୍ଶକ ସାମିଲ ହେବା ନେଇ ଆୟୋଜକ ଆଶାବାଦୀ

ମୁମ୍ବାଇ,୨୯।୧୦(ପି.ଟି.): ମଧ୍ୟପ୍ରାଚ୍ୟର ପ୍ରଥମ ଦେଶ ଭାବେ କାତାର ୨୦୨୨ ବିଶ୍ୱକପ୍‌ ଆୟୋଜନ କରିବ। ଏହି ବିଶ୍ୱକପ୍‌ରେ ୨୦୧୮ ସଂସ୍କରଣ ତୁଳନାରେ ଅଧିକ ଭାରତୀୟ ମ୍ୟାଚ୍‌ ଦେଖିବେ...

ମାଲିଙ୍ଗା ମ୍ୟାଜିକ୍‌: ଶ୍ରୀଲଙ୍କାର ସାନ୍ତ୍ୱନାମୂଳକ ବିଜୟ

ପାଲିକେଲ,୭।୯- ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ୩୭ ରନରେ ବିଜୟୀ ହୋଇଛି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାସ୍ତ ହୋଇ...

ଜାଣନ୍ତୁ କେଉଁ ଖେଳାଳିଙ୍କ କେତେ ଦାମ୍‌

ବେଙ୍ଗାଲୁରୁ,୧୨ା୨: ବେଙ୍ଗାଲୁରୁଠାରେ ଶନିବାର ଆରମ୍ଭ ହୋଇଥିବା ଦୁଇଦିନିଆ ନିଲାମ କ୍ରୀଡ଼ା ପ୍ରକ୍ରିୟାରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟର୍‌ ଡେଭିଡ୍‌ ୱାର୍ନରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୬.୨୫ କୋଟି ଟଙ୍କାରେ...

ଧୋନୀଙ୍କ ଉପରେ ରାଗିଲେ କୋହଲିଙ୍କ ଫ୍ୟାନ

ନୂଆଦିଲ୍ଲୀ,୯।୧: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ପାକିସ୍ତାନ ପେସର ହାରିସ ରଫଙ୍କୁ ଉପହାର ସ୍ବରୂପ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଜର୍ସି...

ପାକିସ୍ତାନ ଗସ୍ତ ପୂର୍ବରୁ ଶ୍ରୀଲଙ୍କା ଦଳକୁ ଆତଙ୍କବାଦୀ ଆକ୍ରମଣ ଧମକ

କଲମ୍ବୋ, ୧୨।୯ (ଏଏଫ୍‌ପି)- ଆଗାମୀ ପାକିସ୍ତାନ ଗସ୍ତ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍‌ ଦଳକୁ ଆତଙ୍କବାଦୀ ଆକ୍ରମଣ ଧମକ ମିଳିଛି। ଶ୍ରୀଲଙ୍କା କ୍ରିକେଟ୍‌ (ଏସ୍‌ଏଲ୍‌) ପକ୍ଷରୁ ବୁଧବାର...

କୋହଲିଙ୍କ ନୂଆ ସେଲିବ୍ରେସନ୍‌ ଷ୍ଟାଇଲ୍‌: ପ୍ରଶଂସକଙ୍କୁ ଆସୁଛି ପସନ୍ଦ

ଓଭାଲ୍‌,୭।୯:ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଇଂଲଣ୍ଡକୁ ୧୫୭ ରନ୍‌ରେ ପରାସ୍ତ କରି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୨-୧ରେ ଆଗୁଆ ରହିଛି। ଏହି...

ଟସ୍‌ ଜିତିଲା ଜିଟି, ବ୍ୟାଟିଂ ନିଷ୍ପତ୍ତି…

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ବିପକ୍ଷରେ ଗୁଜରାଟ ଟାଇଟନ୍ସ(ଜିଟି) ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ...

ଷ୍ଟୁଆର୍ଟ ବକ୍ସଟର ଓଡ଼ିଶା ଏଫ୍‌ସିର ମୁଖ୍ୟ କୋଚ୍‌

ଭୁବନେଶ୍ୱର, ୧୯।୬(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ସପ୍ତମ ସଂସ୍କରଣ ପୂର୍ବରୁ ଷ୍ଟୁଆର୍ଟ ବକ୍ସଟରଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି ଓଡ଼ିଶା ଏଫ୍‌ସି। ଅଭିଜ୍ଞ ବକ୍ସଟରଙ୍କ...

Advertisement
Archives

Model This Week