Posted inଖେଳ

ନିୟମ ସମ୍ପର୍କରେ ଅବଗତ ନ ଥିଲେ ରାଇନା

ନୂଆଦିଲ୍ଲୀ,୨୨।୧୨: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ମୁମ୍ବାଇରେ କୋଭିଡ୍‌-୧୯ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ସ୍ଥାନୀୟ ନିୟମ ସମ୍ପର୍କରେ ଅବଗତ ନ ଥିବାରୁ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଥିବା ସିଏସ୍‌କେ ଷ୍ଟାରଙ୍କ ପକ୍ଷରୁ କୁହାଯାଇଛି।

ଜେଡ୍‌ବ୍ଲ୍ୟୁ ମାରିଅଟଠାରେ ଚାଲିଥିବା ପାର୍ଟିରେ ମଙ୍ଗଳବାର ଅଧରାତିରେ ଚଢ଼ାଉ କରି ୩୪ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏମାନଙ୍କ ମଧ୍ୟରେ ଥିଲେ ରାଇନା। ପାର୍ଟିରେ ବହୁ ସଂଖ୍ୟାରେ ଲୋକମାନେ ମାସ୍କ ପିନ୍ଧି ନ ଥିଲେ ଓ ସୋସିଆଲ ଡିଷ୍ଟାନ୍ସ ମଧ୍ୟ ପାଳନ କରୁ ନ ଥିଲେ। ଏ ଭଳି କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରୁଥିବା ଖବର ପାଇ ରାତି ୩ ଟାରେ ଚଢ଼ାଉ କରିଥିଲା ଗାମଦେବୀ ଓ ସହରର ଥାନା ଅଧିକାରୀ।

ରାଇନା ଏକ ଶୁଟ ପାଇଁ ମୁମ୍ବାଇ ଆସିଥିଲେ, ଯାହାକି କିଛି ସମୟ ପାଇଁ ସ୍ଥଗିତ କରାଯାଇଥିଲା। ଏହି ସମୟରେ ଜଣେ ସାଙ୍ଗ ତାଙ୍କୁ ରାତ୍ରି ଭୋଜନ ଲାଗି ସେହି ପାର୍ଟିକୁ ଆମନ୍ତ୍ରଣ କରିଥିଲେ। ସ୍ଥାନୀୟ ସମୟ ଓ ନିୟମ ସମ୍ପର୍କରେ ଅବଗତ ନ ଥିଲେ ରାଇନା। ସେ ଏହା ଜାଣିଶୁଣି କରି ନ ଥିବା ତାଙ୍କ ମ୍ୟାନେଜମେଣ୍ଟ କମ୍ପାନୀ ପକ୍ଷରୁ କୁହାଯାଇଛି। ଉଲ୍ଲେଖଥାଉ କି, ରାଇନାଙ୍କ ବ୍ୟତୀତ ଗାୟକ ଗୁରୁ ରାନଧ୍ୱା, ସୁସେନ ରୋଶନ ଖାନଙ୍କ ଭଳି ବଡ଼ ବଡ଼ ସେଲିବ୍ରେଟିଙ୍କୁ ପୋଲିସ ଗିରଫ କରିଥିଲା। ଆଉ କିଛି ସେଲିବ୍ରିଟି ପୋଲିସ ଚଢ଼ାଉ ବେଳେ ପଛ ବାଟ ଦେଇ ବାହାରକୁ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାସନ ରଏ ୨ ମ୍ୟାଚ୍‌ରୁ ବାଦ୍‌

ମାଞ୍ଚେଷ୍ଟର, ୧୭।୬(ଏଏଫ୍‌ପି)- ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପର୍ବରୁ ଘରୋଇ ଇଂଲଣ୍ଡ ଦଳକୁ ସୋମବାର ଶକ୍ତ ଧକ୍କା ଲାଗିଛି। ଇନ୍‌ଫର୍ମ ଓପନର୍‌ ଜାସନ ରଏ ଆଘାତଜନିତ ସମସ୍ୟା...

ଖୁବ୍‌ଶୀଘ୍ର ଏହି କ୍ରିକେଟର୍‌ଙ୍କ ଘରେ ବାଜିବ ସାହାନାଇ

ସିଡନୀ,୧୨।୯: ଅଷ୍ଟ୍ରେଲିଆର ଅଲରାଉଣ୍ଡର ମିଚେଲ ମାର୍ଶ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଗର୍ଲଫ୍ରେଣ୍ଡ ଗ୍ରେଟା ମ୍ୟାକଙ୍କ ସହ ମିଚେଶଙ୍କ ନିର୍ବନ୍ଧ ଶେଷ ହୋଇଛି।...

ନ୍ୟୁଜିଲାଣ୍ଡ କ୍ରୀଡ଼ାମନ୍ତ୍ରୀଙ୍କ ଟୁଇଟ୍‌କୁ ନେଇ ଚର୍ଚ୍ଚା: ସୁପର ଓଭର ବ୍ୟାନ୍‌ ପାଇଁ ଆସିବ ବିଲ୍‌

ହାମିଲଟନ,୩୦।୧: ହାମିଲଟନର ଶେଡନ ପାର୍କରେ ଟିମ ଇଣ୍ଡିଆ ସୁପର୍‌ ଓଭରରେ ଚମତ୍କାର ବିଜୟ ସହ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମଥର ଦ୍ୱିପାକ୍ଷିକ ଟି-୨୦ ସିରିଜ ଜିତି ଇତିହାସ...

କରୋନା ଆକ୍ରାନ୍ତ ହେଲେ ଏହି ୨ କ୍ରିକେଟର୍‌

ଜୋହାନ୍ସବର୍ଗ, ୨୦।୮: ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ୨ ଜଣ ଖେଳାଳି କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ପକ୍ଷରୁ...

ମାର୍ଚ୍ଚ ୩: କ୍ରିକେଟ ଇତିହାସର ସବୁଠାରୁ କଳା ଦିନ; ଘଟିଥିଲା ଏଭଳି କିଛି ଯେ ଭୁଲିବା ଆଜି ବି ମୁସ୍କିଲ

ନୂଆଦିଲ୍ଲୀ,୩।୩: ଆଜିର ଦିନକୁ କ୍ରିକେଟ ଇତିହାସର ସବୁଠାରୁ କଳା ଦିନ ବୋଲି ବିବେଚନା କରାଯାଏ। କାରଣ ୨୦୦୯ ମସିହା ମାର୍ଚ୍ଚ ୩ ତାରିଖରେ କିଛି ଏଭଳି...

ପ୍ରଥମ ଟେଷ୍ଟରୁ ପାଟିନସନ ବାସନ୍ଦ

ସିଡନୀ,୧୭।୧୧(ଏଏଫ୍‌ପି): ବ୍ରିସ୍‌ବେନ୍‌ରେ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜେମ୍ସ ପାଟିନସନ ବାସନ୍ଦ ହୋଇଛନ୍ତି।...

ରିଜିଜୁଙ୍କୁ ଅନୁରୋଧ କଲେ ମାଲହୋତ୍ରା

ନୂଆଦିଲ୍ଲୀ, ୨୮ା୬ (ପି.ଟି.): ଦେଶର ୫୪ଟି ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଉପରୁ ବର୍ଷକ ପାଇଁ ସ୍ବୀକୃତି ପ୍ରତ୍ୟାହାର କରାଯାଇଥିବାରୁ ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଅଫ୍‌ ସ୍ପୋଟର୍‌ସ...

ଆଥ୍‌ଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ: ପି.ଟି. ଉଷା, ରାନ୍ଧଓ୍ବା ଚୟନ କମିଟି ମୁଖ୍ୟ

ନୂଆଦିଲ୍ଲୀ, ୨୫।୩(ପି.ଟି.)-  ସ୍ପ୍ରିଣ୍ଟ କୁଇନ୍‌ ପି.ଟି. ଉଷା ଏବଂ ହର୍ଡଲ୍ସ ଗ୍ରେଟ୍‌ ଗୁରବଚନ ସିଂ ରାନ୍ଧଓ୍ବା ଯଥାକ୍ରମେ ଜୁନିୟର ଏବଂ ସିନିୟର ଚୟନ କମିଟି ଅଧ୍ୟକ୍ଷ...

Advertisement
Archives

Model This Week