Posted inଜାତୀୟ

ଅଭିଜିତ ଦୀପକେଙ୍କୁ ଭାଜପାରୁ ମିଳୁଛି ଧମକ, ଦଳରେ ଯୋଗ ନଦେଲେ….

ନୂଆଦିଲ୍ଲୀ,୩୧।୭: ସିଜେପି ନେତା ଅଭିଜିତ୍‌ ଦୀପକେ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ ତାଙ୍କୁ ମିଳିଥିବା ପ୍ରସ୍ତାବ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଧମକପୂର୍ଣ୍ଣ ଥିଲା। ଅଭିଜିତ୍‌ଙ୍କ କହିବା ଅନୁଯାୟୀ, ତାଙ୍କୁ କୁହାଯାଇଥିଲା ଯେ ଭାଜପାରେ ଯୋଗ ଦେଲେ ତାଙ୍କର ଓ ତାଙ୍କ ପରିବାରର ଭବିଷ୍ୟତ ସୁରକ୍ଷିତ ଓ ସୁଖମୟ ହେବ। ଏହାକୁ ପ୍ରତ୍ୟାଖ୍ୟାନ କରି ସେ ପ୍ରଶ୍ନ କରିଛନ୍ତି, ‘ମୁଁ ମୋଦି ଓ ଶାହାଙ୍କ ନାତି ବୟସର। ପିଲାଙ୍କୁ ଧମକାଇବା ଯଦି ରାଜନୀତି, ତେବେ ସେହି କ୍ଷମତାର ମୂଲ୍ୟ କ’ଣ? ଆନ୍ଦୋଳନକାରୀ ଯୁବପିଢ଼ିଙ୍କ ସଂସ୍କାର ଭ୍ରଷ୍ଟ ବୋଲି ବାବା ରାମଦେବ ଦେଇଥିବା ବକ୍ତବ୍ୟ ଉପରେ କଟାକ୍ଷ କରି ଅଭିଜିତ୍‌ କହିଛନ୍ତି, ଲୋକତନ୍ତ୍ର, ଶିକ୍ଷା ଓ ନିଜ ଭବିଷ୍ୟତ ପାଇଁ ଲଢ଼େଇ କରିବା ଯଦି ଅପସଂସ୍କୃତି, ତେବେ ସେମାନେ ସେହି କାମ ଜାରି ରଖିବେ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ପତଞ୍ଜଳିର ଭ୍ରମାତ୍ମକ ବିଜ୍ଞାପନ ଓ ଦ୍ରବ୍ୟଗୁଡ଼ିକ ଉପରେ ଲଗାଯାଇଥିବା କଟକଣା କଥା ମନେପକାଇ ଦେଇ ଅଭିଜିତ୍‌ କହିଛନ୍ତି, ଅନ୍ୟକୁ ଉପଦେଶ ଦେବା ପୂର୍ବରୁ ରାମଦେବ ନିଜ ସଂସ୍ଥାର ତ୍ରୁଟି ସୁଧାରିବା ଉଚିତ। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ନିର୍ଦ୍ଦେଶରେ ଦିଲ୍ଲୀରେ ଜୁଲାଇ ୨୦ରେ ଛାତ୍ରଙ୍କ ଉପରେ ପୋଲିସ ବଳପ୍ରୟୋଗ କରିଥିଲା, ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଅଭିଜିତ୍‌ କହିଛନ୍ତି। ସେ ଆହୁରି କହିଛନ୍ତି, ଦେଶରେ ଗଣତନ୍ତ୍ର ଏବେ ବିପଦରେ। ଦେଶର ବଡ଼ ବଡ଼ ସଂସ୍ଥାଗୁଡ଼ିକ ଏକଚ୍ଛତ୍ରବାଦକୁ ରୋକିବା ପରିବର୍ତ୍ତେ ନୀରବଦଦ୍ରଷ୍ଟା ସାଜିଛନ୍ତି।

ଏହାକୁ ରୋକିବା ପାଇଁ କେବଳ ବିରୋଧୀ ଦଳ ନୁହେଁ, ସାଧାରଣ ଜନତାଙ୍କୁ ମଧ୍ୟ ଏକାଠି ହେବାକୁ ପଡ଼ିବ। ବିଦେଶରୁ ଫଣ୍ଡିଂ ଅଭିଯୋଗ ଉପରେ ପ୍ରଶ୍ନ ହେବାରୁ ଅଭିଜିତ୍‌ କହିଛନ୍ତି, ‘ଯଦି ସିଜେପି ଆନ୍ଦୋଳନକୁ ବିଦେଶରୁ ଫଣ୍ଡିଂ ମିଳୁଛି ବୋଲି କୁହାଯାଉଛି, ତେବେ ଏହା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିଫଳତା। ଯଦି ସେ ଏହା ରୋକିପାରୁନାହାନ୍ତି, ତେବେ ସେ କି ପ୍ରକାର ‘ଚାଣକ୍ୟ’?

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?