ଚେତାବନୀ: ତାତିରେ ପ୍ରତିବର୍ଷ ମରିବେ ୯୦ ହଜାରରୁ ଅଧିକ ୟୁରୋପୀୟ, ପଦକ୍ଷେପ ଗ୍ରହଣକୁ ଗୁରୁତ୍ୱ…

କୋପେନହେଗେନ,୯।୧୧ : ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ବହୁ ଦେଶର କ୍ଷତି ଘଟିଛି। ୟୁରୋପ ମଧ୍ୟ ଅନେକ କ୍ଷତି ସହିଛି। ବର୍ତ୍ତମାନ ୟୁରୋପୀୟ ପରିବେଶ ଏଜେନ୍ସି (ଇଇଏ) ଉତ୍ତାପ ତରଙ୍ଗ ବିଷୟରେ ଚେତାବନୀ ଦେଇଛି। ଏଜେନ୍ସି କହିଛି ଯେ ଯଦି କିଛି ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ଶତାବ୍ଦୀ ଶେଷ ସୁଦ୍ଧା ପ୍ରତିବର୍ଷ ୯୦ ହଜାର ୟୁରୋପୀୟଙ୍କ ମୃତ୍ୟୁ ଅତ୍ୟଧିକ ତାତି ଲହରରେ ଘଟିବାର ଆଶଙ୍କା ରହିଛି। ପରିବେଶ ଏଜେନ୍ସି କହିଛି ଯେ ଯଦି ଏହାକୁ ଅବହେଳା କରାଯାଏ ତେବେ ୨୧୦୦୦ ସୁଦ୍ଧା ୩ ଡିଗ୍ରୀ ସେଲସିୟସ ତାପମାତ୍ରା ବଢ଼ିବାର ପୂର୍ବାନୁମାନ କରାଯାଇଛି। ଗ୍ଲୋବାଲ ୱାର୍ମିଂକୁ ଦୃଷ୍ଟିରେ ରଖି ଅତ୍ୟଧିକ ଉତ୍ତାପରୁ ପ୍ରତିବର୍ଷ ଏଭଳି ସ୍ଥିତି ସୃଷ୍ଟି ହେବ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏକ ରିପୋର୍ଟ ଅନୁଯାୟୀ ବିଭିନ୍ନ ଦେଶ ବିଶ୍ୱ ତାପମାତ୍ରାକୁ ହ୍ରାସ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଲକ୍ଷ୍ୟ ହାସଲ କଲେ ବାର୍ଷିକ ୩୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଅତ୍ୟଧିକ ଉତ୍ତାପ ଯୋଗୁ ବଞ୍ଚିବାର ଆଶା ରହିଛି।

ବୀମା ତଥ୍ୟକୁ ଦର୍ଶାଇ ପରିବେଶ ଏଜେନ୍ସି କହିଛି ଯେ ୧୯୮୦ ରୁ ୨୦୨୦ ମଧ୍ୟରେ ଅତ୍ୟଧିକ ଉତ୍ତାପରେ ୧,୨୯,୦୦୦ ୟୁରୋପୀୟଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଉତ୍ତାପ ଓ ଜନସଂଖ୍ୟା ବୃଦ୍ଧି ତଥା ଜଳବାୟୁ ପରିବର୍ତ୍ତନ ସହିତ ଜଡିତ ସହରୀକରଣ ବଢ଼ିବା ଯୋଗୁ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ ଗରମ ପାଗ ଯୋଗୁଁ ଚଳିତ ବର୍ଷ ୟୁରୋପରେ ଅତି କମରେ ୧୫ ହଜାର ଲୋକଙ୍କର ମୃତ୍ୟୁ ଘଟିଛି।

ଏଜେନ୍ସି ଅନୁଯାୟୀ, ରେକର୍ଡ ଆରମ୍ଭ ହେବା ପରଠାରୁ ଜୁନ ରୁ ଅଗଷ୍ଟ ତିନି ମାସ ୟୁରୋପରେ ସବୁଠାରୁ ଗରମ ଥିଲା। ଏଥିସହ ଅସାଧାରଣ ଉଚ୍ଚ ତାପମାତ୍ରା ମଧ୍ୟଯୁଗ ପରଠାରୁ ମହାଦ୍ୱୀପର ସବୁଠାରୁ ଖରାପ ମରୁଡ଼ି ସୃଷ୍ଟି କରିଛି। ଉତ୍ତାପର ବିପଦକୁ ଛାଡି ପରିବେଶ ଏଜେନ୍ସି କହିଛି ଯେ ଜଳବାୟୁ ପରିବର୍ତ୍ତନ ୟୁରୋପରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ସଂକ୍ରାମକ ରୋଗର ଆଶଙ୍କା ବଢ଼ାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ମସ୍କୋରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri