ବିପଦରେ ପଡ଼ିପାରନ୍ତି ସଚେତନକାରୀ

ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କ ଉପରେ ନଜର ରଖିବାକୁ ସାଧାରଣ ଲୋକ କିମ୍ବା ସତର୍କ ନାଗରିକଙ୍କ ସହଯୋଗ ଲୋଡାଯାଇଛି। ଏଥିପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ନେକ୍ସଟ ଜେନ୍‌ ଏମ୍‌ ପରିବହନ ଆପ୍ଲିକେଶନରେ ‘ସିଟିଜେନ ସେଣ୍ଟିନେଲ’ ନାମକ ଆପ୍‌ର ବିକଳ୍ପ ରଖାଯାଇଛି। ସଚେତନ ନାଗରିକ ରାସ୍ତାରେ ହେଲ୍‌ମେଟ ନ ପିନ୍ଧି ଯାଉଥିବା ବା ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ଅମାନିଆ ଚାଳକଙ୍କ ଫଟୋ ଅବା ଭିଡିଓକୁ ଉକ୍ତ ଆପ୍‌ରେ ଅପ୍‌ଲୋଡ୍‌ କରିପାରିବେ। ସମ୍ପୃକ୍ତ ନାଗରିକଙ୍କ ତଥ୍ୟ ଆଧାରରେ ପରିବହନ ବିଭାଗ ତା’ର ଯାଞ୍ଚ କରି ସମ୍ପୃକ୍ତ ଗାଡି ଚାଳକଙ୍କ ନିକଟକୁ ଇ-ଚାଲାଣ ପଠାଇବ। ତେବେ ଏହି ବ୍ୟବସ୍ଥାକୁ କେହି କେହି ସ୍ବାଗତଯୋଗ୍ୟ ପଦକ୍ଷେପ କହୁଥିବାବେଳେ ଅଧିକାଂଶ ସମାଲୋଚନା କରୁଛନ୍ତି। ଏହି ବ୍ୟବସ୍ଥା ଅମାନିଆ ଓ ଫଟୋ ଉଠାଇଥିବା ସଚେତନ ନାଗରିକଙ୍କ ମଧ୍ୟରେ ମାର୍‌ପିଟି ଭଳି ସମସ୍ୟା ଉପୁଜିବାର ସମ୍ଭାବନା ରହିଛି। ସଚେତନକାରିକ ବିପଦରେ ପଡିପାରନ୍ତି। ତେଣୁ ସେମାନଙ୍କୁ ସୁରକ୍ଷା କିଏ ଦେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆକ୍ରୋଶର ଶିକାର
ହେବା ସମ୍ଭାବନା ରହିଛି
ଜନସାଧାରଣ ହେଲମେଟ ପିନ୍ଧି ନ ଥିବା ବ୍ୟକ୍ତିଙ୍କ ଫଟୋ ଉଠାଇ ପୋର୍ଟାଲରେ ଅପ୍‌ଲୋଡ କରିବା ଦ୍ୱାରା ସମାଜରେ ବିଶୃଙ୍ଖଳା ସୃଷ୍ଟି ହେବ। ରାସ୍ତାରେ ମାର୍‌ପିଟ ଓ ଗଣ୍ଡଗୋଳ ଭଳି ପରିସ୍ଥିତି ଉପୁଜି। ଏହାସହ ସମାଜରେ ପରସ୍ପରଙ୍କ ମଧ୍ୟରେ ଥିବା ବନ୍ଧୁତା ଶତ୍ରୁତାରେ ପରିଣତ ହେବାର ମଧ୍ୟ ଆଶଙ୍କା ରହିଛି। ଟ୍ରାଫିକ ପୋଲିସ କର୍ମଚାରୀଙ୍କ ପାଖରେ କ୍ଷମତା ରହିଛି। ସେହି କ୍ଷମତା ଆଧାରରେ ସେମାନେ ହେଲ୍‌ମେଟ ନ ପିନ୍ଧିଥିବା ଗାଡ଼ି ଚାଳକଙ୍କୁ ଅଟକାଇ ତାଗିଦ କରିବା ସହ ଜରିମାନା ଆଦାୟ କରୁଛନ୍ତି। ସେମାନଙ୍କୁ ଉଲ୍ଲଂଘନକାରୀ ହଇରାଣ କରିବାକୁ ସାହସ କରୁନାହାନ୍ତି। ଯଦି ସାଧାରଣ ବ୍ୟକ୍ତି ହେଲ୍‌ମେଟ ନ ପିନ୍ଧିଥିବା ଜନସାଧାରଣଙ୍କୁ ଅଟକାଇ, ଫଟୋ ବା ଭିଡ଼ିଓ ଉତ୍ତୋଳନ କରନ୍ତି, ତେବେ ସେମାନେ ପରବର୍ତ୍ତୀ ସମୟରେ ଆକ୍ରୋଶର ଶିକାର ହେବାର ସମ୍ଭାବନା ରହିଛି।
-ରାଜୀବ କୁମାର ତ୍ରିପାଠୀ, ଭୁବନେଶ୍ୱର
ଅଧିକ ଅନୁଶୀଳନ ଦରକାର
ହେଲମେଟ ପିନ୍ଧି ନ ଥିବା ବ୍ୟକ୍ତି ବା ଉଲ୍ଲଂଘନକାରୀଙ୍କ ପାଇଁ ସରକାରଙ୍କ ଏ ପଦକ୍ଷେପ ସ୍ବାଗତଯୋଗ୍ୟ। ଅନେକ ସମୟରେ ଟ୍ରାଫିକ ପୋଲିସକୁ ଚକ୍‌ମା ଦେଇ ଉଲ୍ଲଂଘନକାରୀ ଖସିବାକୁ ଚେଷ୍ଟା କରନ୍ତି। ହେଲେ ଯେଉଁ ଲୋକମାନେ ଏମାନଙ୍କର ଫଟୋ ଉଠାଇବେ ସେମାନେ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ। ସଚେତନତା କରିବାକୁ ଯାଇ ଯେମିତି ନିଜେ ବିପଦରେ ନ ପଡ଼ନ୍ତୁ। ବ୍ୟକ୍ତିଗତ ମତରେ ଏହା ମଧ୍ୟ ଫଳପ୍ରଦ ହେବନାହିଁ। କାହିଁକି ନା ଲୋକ ନିଜ ନିଜ ଭିତରେ ବୁଝାଶୁଝା ହୋଇଯିବେ। ଏମିତିରେ ସାଧାରଣ ଲୋକ ଟି ସମୟ କାଢି କାହିଁକି ଏସବୁ କରିବ। ଯେକୌଣସି ପଦକ୍ଷେପ ନେବା ପୂର୍ବରୁ ଟିକେ ଅଧିକ ଅନୁଶୀଳନ ଦରକାର।
-ଗୌରହରି ସାହୁ, ଛାତ୍ର
ବିଶୃଙ୍ଖଳା, ହିଂସାକୁ ଜନ୍ମ ଦେବ
ଟ୍ରାଫିକ ନିୟମ ଖିଲାପକାରୀଙ୍କ ସମ୍ପର୍କରେ ଜନସାଧାରଣ ପରିବହନ ବିଭାଗକୁ ଫଟୋ ଓ ଭିଡିଓ ଉତ୍ତୋଳନ କରି ତଥ୍ୟ ଦେବା ନେଇ ଯେଉଁ ନୂଆ ପଦକ୍ଷେପ ସାମ୍ନାକୁ ଆସିଛି, ତାହା ବିଭାଗର ଏକ ଅତ୍ୟନ୍ତ ଦାୟିତ୍ୱହୀନତା ତଥା ନିର୍ବୋଧତାପୂର୍ଣ୍ଣ ନିଷ୍ପତ୍ତି। ଏହାକୁ ଲାଗୁ କରାଗଲେ କୁପରିଣାମ ନିହାତି ଭାବେ ଭୋଗିବାକୁ ପଡିବ । କୌଣସି ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ବ୍ୟବସ୍ଥା ରହିଛି। ସହଯୋଗ ଆଳରେ ସାଧାରଣ ଜନତାଙ୍କୁ ଏପରି ଅଧିକାର ପ୍ରଦାନ କରାଯିବା ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ସହ ହିଂସାକୁ ଜନ୍ମ ଦେବ। ବିଭିନ୍ନ ସ୍ଥାନରେ ଆଇନକୁ ହାତକୁ ନେଇ ଜନସାଧାରଣ ଆକ୍ରୋଶମୂଳକ ସ୍ଥିତି ସୃଷ୍ଟି କରିବେ। ଏପରି ଖିଲାପକାରୀଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ ବେଳେ ଦୁର୍ଘଟଣାର ଆଶଙ୍କାକୁ ମଧ୍ୟ ଏଡାଇ ହେବନାହିଁ। ଏପରି ସ୍ବେଚ୍ଛାକୃତ ଟ୍ରାଫିକ ଅଧିକାରୀ ହେବା ଆଳରେ ଜନସାଧାରଣ ଦୁର୍ଘଟଣାର ଶିକାର ହେବେ। ଗାଡିର ଫଟୋ ଉଠାଇବାବେଳେ ଗାଡି ଚାଳକ ଓ ଫଟୋ ଉତ୍ତୋଳନ କରୁଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ହିଂସା ଘଟିବା ମଧ୍ୟ ଏକ ପ୍ରକାର ସ୍ପଷ୍ଟ ଦୃଶ୍ୟମାନ। ଟ୍ରାଫିକ ହେଉ କିମ୍ବା କୌଣସି କ୍ଷେତ୍ରରେ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କେବଳ ପ୍ରାଧିକୃତ ବିଭାଗ ଓ ସମ୍ପୃକ୍ତ ଅଧିକାରୀଙ୍କ କ୍ଷମତା ରହିଛି। ଜନସାଧାରଣଙ୍କଠାରୁ ସହଯୋଗ ଆଳରେ ଏପରି କ୍ଷମତା ପ୍ରଦାନ କରିବା ଏକ ଭୟଙ୍କର ସ୍ଥିତିକୁ ଜନ୍ମ ଦେବ। ତେଣୁ ଏପରି ପଦକ୍ଷେପରୁ ପରିବହନ ବିଭାଗ ନିବୃତ୍ତ ରହୁ।
-ବିନୋଦ କୁମାର ବେହେରା, କେନ୍ଦ୍ରାପଡ଼ା।
ବିକଳ୍ପ ପଦକ୍ଷେପ ନିଆଯିବା ଦରକାର
ହେଲମେଟ ପିନ୍ଧି ନ ଥିବା ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ। ଏଥିଯୋଗୁ ବହୁ ଜୀବନ ରକ୍ଷା ପାଇିଯି। କିନ୍ତୁ ଏଥିପାଇଁ ପ୍ରଥମେ ଜନସାଧାରଣ ସର୍ତକ ଅବଲମ୍ବନ କରି ଅମାନିଆଙ୍କ ଫଟୋ ଉଠାଇବା ଆବଶ୍ୟକ। ଯଦି ଗାଡି ଚଳାଇବା ବେଳେ କୌଣସି ବ୍ୟକ୍ତି ମୋବାଇଲରେ ଫଟୋ ଉଠାନ୍ତି ତା’ହେଲେ ସେମାନେ ହିଁ ପ୍ରଥମେ ବିପଦରେ ପଡିବେ। ହେଲେ ସରକାରଙ୍କୁ ଅନ୍ୟ କେତେକ ପଦକ୍ଷେପ ନେବା ଦରକାର। ଫଟୋ ଉଠାଇବା ବ୍ୟକ୍ତିର ତଥ୍ୟ ଗୋପନୀୟରଖିବା ସହ ସୁରକ୍ଷା ଦେବା ନିହାତି ଦରକାର। ଉକ୍ତ ଫଟୋର ତଥ୍ୟର ସତ୍ୟତା ପରୀକ୍ଷା କରାଯିବା ଆବଶ୍ୟକ।
-ରୁଦ୍ର ନାରାୟଣ ମହାପାତ୍ର, ପ୍ରାଧ୍ୟାପକ, ସିଭିରମଣ ବିଶ୍ୱବିଦ୍ୟାଳୟ

ରିପୋର୍ଟ: ସୂର୍ଯ୍ୟକାନ୍ତ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?