Posted inଜାତୀୟ

୧୦ ବର୍ଷ ପୂର୍ବରୁ ସତର୍କ କରାଯାଇଥିଲା

କୋଝିକୋଡ/ନୂଆଦିଲ୍ଲୀ, ୯।୮: କୋଝିକୋଡ ବିମାନବନ୍ଦରର ଟେବୁଲ-ଟପ୍‌ ରନ୍‌ଓ୍ବେ ବିମାନ ଅବତରଣ ପାଇଁ ବିପଦ ବୋଲି ୧୦ ବର୍ଷ ପୂର୍ବରୁ ସତର୍କ କରିଦିଆଯାଇଥିଲା। ୨୦୧୦ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଏକ ବିମାନ ମାଙ୍ଗାଲୋରରେ ଦୁର୍ଘଟଣାଗ୍ରସ୍ତ ହୋଇ ୧୬୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ବିମାନଟି ରନ୍‌ଓ୍ବେ ବାହାରକୁ ଚାଲିଯିବାରୁ ଏଭଳି ଦୁର୍ଘଟଣା ଘଟିଥିଲା। ସେତେବେଳେ ପ୍ରଥମ ଥର ଲାଗି ରନ୍‌ଓ୍ବେକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ଏହାର ତଦନ୍ତ କରିଥିବା ପୂର୍ବତନ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ବି.ଏନ୍‌. ଗୋଖ୍‌ଲେ ଟେବୁଲ୍‌-ଟପ୍‌ ରନ୍‌ଓ୍ବେରେ ବିମାନ ଉଡ଼ାଣ ଓ ଅବତରଣ ବେଳେ ବିପଦ ରହିଥିବା ନେଇ ସତର୍କ କରାଇଥିଲେ। ଏଭଳି ରନ୍‌ଓ୍ବେରେ ଅଧିକ ଦକ୍ଷତା ଓ ସତର୍କତାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଶୁକ୍ରବାରର ବିମାନ ଦୁର୍ଘଟଣା ୨୦୧୦ର ଉକ୍ତ ଘଟଣାକୁ ମନେ ପକାଇଦେଇଛି।
ନୋଟିସ କରିଥିଲା ଡିଜିସିଏ
କୋଝିକୋଡ ବିମାନବନ୍ଦର ରନ୍‌ଓ୍ବେ, ଆପ୍ରୋନ୍‌ ସମେତ ବିଭିନ୍ନ ସ୍ଥାନରେ ଗୁରୁତର ସୁରକ୍ଷାଜନିତ ତ୍ରୁଟି ଥିବା ଜଣାପଡ଼ିବା ପରେ ଗତବର୍ଷ ଜୁଲାଇ ୧୧ରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏୟାରପୋର୍ଟ ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ରନ୍‌ଓ୍ବେରେ ଫାଟ ସାଙ୍ଗକୁ ପାଣି ଜମିବା ଓ ଅତ୍ୟଧିକ ରବର ଜମା ହେବା ଆଦିକୁ ନେଇ ଡିଜିସିଏ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ।
ଗତବର୍ଷ ଜୁଲାଇ ୨ରେ ସାଉଦି ଆରବର ଡମାମରୁ ଆସିଥିବା ଏୟାରଇଣ୍ଡିଆ ଏକ୍ସପ୍ରେସ୍‌ର ଏକ ବିମାନ କୋଝିକୋଡ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ସେତେବେଳେ ଜିଡିସିଏ କର୍ତ୍ତୃପକ୍ଷ ତଦନ୍ତ କରି ସୁରକ୍ଷାରେ ଗୁରୁତର ତ୍ରୁଟି ଥିବା ଜାଣିବାକୁ ପାଇଥିଲେ ଏବଂ ବିମାନବନ୍ଦର ନିର୍ଦ୍ଦେଶକ କେ. ଶ୍ରୀନିବାସ ରାଓଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଥିଲେ।
୧୦୦୦ ମିଟର ଦୂରରେ ଅବତରଣ କରିଥିଲା ବିମାନ
ଏୟାରଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ଦୁଇଖଣ୍ଡ ହେବା ପୂର୍ବରୁ କେରଳର କୋଝିକୋଡ ବିମାନବନ୍ଦର ରନ୍‌ଓ୍ବେ ଆରମ୍ଭର ୧୦୦୦ ମିଟର ଦୂରରେ ଟ୍ୟାକ୍ସିଓ୍ବେ ନିକଟରେ ଅବତରଣ କରିଥିଲା ବୋଲି ଭାରତର ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ଯୋଗୁ ପ୍ରଥମ ଅବତରଣ ଉଦ୍ୟମ ବେଳେ ପାଇଲଟ ୨୮ ନମ୍ବର ରନ୍‌ଓ୍ବେ ଦେଖିପାରି ନ ଥିଲେ। ଫଳରେ ସେ ୧୦ ନମ୍ବର ରନ୍‌ଓ୍ବେରେ ଅବତରଣ ପାଇଁ ଅନୁରୋଧ କରିଥିଲେ। ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର (ଏଟିସି) ସୂଚନା ଅନୁଯାୟୀ ବିମାନଟି ଟ୍ୟାକ୍ସିଓ୍ବେ ସି ନିକଟରେ ଅବତରଣ କରିଥିଲା। ରନ୍‌ଓ୍ବେର ଦୈର୍ଘ୍ୟ ୨୭୦୦ ମିଟର ହୋଇଥିବାବେଳେ ଏହା ୧୦୦୦ ମିଟର ପରେ ଅବତରଣ କରିବାରୁ ନିୟନ୍ତ୍ରଣ କରି ନ ପାରି ଟେବୁଲ-ଟପ୍‌ ରନ୍‌ଓ୍ବେ ବାହାରକୁ ଚାଲିଯାଇଥିଲା। ଫଳରେ ପାଖରେ ଥିବା ୩୫ ଫୁଟ ଗଭୀର ଖାତକୁ ଖସି ଦୁଇଖଣ୍ଡ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଛି।
୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା
କୋଝିକୋଡ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ପକ୍ଷରୁ ଘୋଷଣା କରାଯାଇଛି। ଶୁକ୍ରବାର ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ବିମାନରେ ୬ କର୍ମଚାରୀଙ୍କ ସମେତ ୧୯୦ ଜଣ ଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ, କେରଳ ରାଜ୍ୟପାଳ ଏବଂ ଏୟାର ଇଣ୍ଡିଆର ଅଧିକାରୀମାନେ କୋଝିକୋଡ ବିମାନବନ୍ଦରରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?