Posted inଜାତୀୟ

୧୦ ବର୍ଷ ପୂର୍ବରୁ ସତର୍କ କରାଯାଇଥିଲା

କୋଝିକୋଡ/ନୂଆଦିଲ୍ଲୀ, ୯।୮: କୋଝିକୋଡ ବିମାନବନ୍ଦରର ଟେବୁଲ-ଟପ୍‌ ରନ୍‌ଓ୍ବେ ବିମାନ ଅବତରଣ ପାଇଁ ବିପଦ ବୋଲି ୧୦ ବର୍ଷ ପୂର୍ବରୁ ସତର୍କ କରିଦିଆଯାଇଥିଲା। ୨୦୧୦ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଏକ ବିମାନ ମାଙ୍ଗାଲୋରରେ ଦୁର୍ଘଟଣାଗ୍ରସ୍ତ ହୋଇ ୧୬୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ବିମାନଟି ରନ୍‌ଓ୍ବେ ବାହାରକୁ ଚାଲିଯିବାରୁ ଏଭଳି ଦୁର୍ଘଟଣା ଘଟିଥିଲା। ସେତେବେଳେ ପ୍ରଥମ ଥର ଲାଗି ରନ୍‌ଓ୍ବେକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ଏହାର ତଦନ୍ତ କରିଥିବା ପୂର୍ବତନ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ବି.ଏନ୍‌. ଗୋଖ୍‌ଲେ ଟେବୁଲ୍‌-ଟପ୍‌ ରନ୍‌ଓ୍ବେରେ ବିମାନ ଉଡ଼ାଣ ଓ ଅବତରଣ ବେଳେ ବିପଦ ରହିଥିବା ନେଇ ସତର୍କ କରାଇଥିଲେ। ଏଭଳି ରନ୍‌ଓ୍ବେରେ ଅଧିକ ଦକ୍ଷତା ଓ ସତର୍କତାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଶୁକ୍ରବାରର ବିମାନ ଦୁର୍ଘଟଣା ୨୦୧୦ର ଉକ୍ତ ଘଟଣାକୁ ମନେ ପକାଇଦେଇଛି।
ନୋଟିସ କରିଥିଲା ଡିଜିସିଏ
କୋଝିକୋଡ ବିମାନବନ୍ଦର ରନ୍‌ଓ୍ବେ, ଆପ୍ରୋନ୍‌ ସମେତ ବିଭିନ୍ନ ସ୍ଥାନରେ ଗୁରୁତର ସୁରକ୍ଷାଜନିତ ତ୍ରୁଟି ଥିବା ଜଣାପଡ଼ିବା ପରେ ଗତବର୍ଷ ଜୁଲାଇ ୧୧ରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏୟାରପୋର୍ଟ ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ରନ୍‌ଓ୍ବେରେ ଫାଟ ସାଙ୍ଗକୁ ପାଣି ଜମିବା ଓ ଅତ୍ୟଧିକ ରବର ଜମା ହେବା ଆଦିକୁ ନେଇ ଡିଜିସିଏ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ।
ଗତବର୍ଷ ଜୁଲାଇ ୨ରେ ସାଉଦି ଆରବର ଡମାମରୁ ଆସିଥିବା ଏୟାରଇଣ୍ଡିଆ ଏକ୍ସପ୍ରେସ୍‌ର ଏକ ବିମାନ କୋଝିକୋଡ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ସେତେବେଳେ ଜିଡିସିଏ କର୍ତ୍ତୃପକ୍ଷ ତଦନ୍ତ କରି ସୁରକ୍ଷାରେ ଗୁରୁତର ତ୍ରୁଟି ଥିବା ଜାଣିବାକୁ ପାଇଥିଲେ ଏବଂ ବିମାନବନ୍ଦର ନିର୍ଦ୍ଦେଶକ କେ. ଶ୍ରୀନିବାସ ରାଓଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଥିଲେ।
୧୦୦୦ ମିଟର ଦୂରରେ ଅବତରଣ କରିଥିଲା ବିମାନ
ଏୟାରଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ଦୁଇଖଣ୍ଡ ହେବା ପୂର୍ବରୁ କେରଳର କୋଝିକୋଡ ବିମାନବନ୍ଦର ରନ୍‌ଓ୍ବେ ଆରମ୍ଭର ୧୦୦୦ ମିଟର ଦୂରରେ ଟ୍ୟାକ୍ସିଓ୍ବେ ନିକଟରେ ଅବତରଣ କରିଥିଲା ବୋଲି ଭାରତର ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ଯୋଗୁ ପ୍ରଥମ ଅବତରଣ ଉଦ୍ୟମ ବେଳେ ପାଇଲଟ ୨୮ ନମ୍ବର ରନ୍‌ଓ୍ବେ ଦେଖିପାରି ନ ଥିଲେ। ଫଳରେ ସେ ୧୦ ନମ୍ବର ରନ୍‌ଓ୍ବେରେ ଅବତରଣ ପାଇଁ ଅନୁରୋଧ କରିଥିଲେ। ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର (ଏଟିସି) ସୂଚନା ଅନୁଯାୟୀ ବିମାନଟି ଟ୍ୟାକ୍ସିଓ୍ବେ ସି ନିକଟରେ ଅବତରଣ କରିଥିଲା। ରନ୍‌ଓ୍ବେର ଦୈର୍ଘ୍ୟ ୨୭୦୦ ମିଟର ହୋଇଥିବାବେଳେ ଏହା ୧୦୦୦ ମିଟର ପରେ ଅବତରଣ କରିବାରୁ ନିୟନ୍ତ୍ରଣ କରି ନ ପାରି ଟେବୁଲ-ଟପ୍‌ ରନ୍‌ଓ୍ବେ ବାହାରକୁ ଚାଲିଯାଇଥିଲା। ଫଳରେ ପାଖରେ ଥିବା ୩୫ ଫୁଟ ଗଭୀର ଖାତକୁ ଖସି ଦୁଇଖଣ୍ଡ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଛି।
୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା
କୋଝିକୋଡ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ପକ୍ଷରୁ ଘୋଷଣା କରାଯାଇଛି। ଶୁକ୍ରବାର ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ବିମାନରେ ୬ କର୍ମଚାରୀଙ୍କ ସମେତ ୧୯୦ ଜଣ ଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ, କେରଳ ରାଜ୍ୟପାଳ ଏବଂ ଏୟାର ଇଣ୍ଡିଆର ଅଧିକାରୀମାନେ କୋଝିକୋଡ ବିମାନବନ୍ଦରରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri