ଯୁଦ୍ଧ ଓ ସଂସ୍କୃତି

ନିକଟରେ ଟାଇମ୍ସ ଲିଟେରାରି ସପ୍ଲିମେଣ୍ଟରେ ୟୁକ୍ରେନ୍‌ ଓପନାସିକ, ପ୍ରାବନ୍ଧିକ ତଥା କବି ଓକ୍‌ସାନା ଜାବୁଝକୋଙ୍କର ଏକ ରୋଚକ ପ୍ରବନ୍ଧ ପ୍ରକାଶ ପାଇଥିଲା। ଏଥିରେ ରୁଷିଆର ଅସଭ୍ୟ ଆଚରଣକୁ ସ୍ବୀକାର କରୁ ନ ଥିବାରୁ ପାଶ୍ଚାତ୍ୟ ପାଠକମାନଙ୍କୁ ସେ ସମାଲୋଚନା କରିଥିଲେ। ଜାବୁଝକୋଙ୍କ ଯୁକ୍ତିରେ, ଅନେକେ ବିଶ୍ୱାସ କରନ୍ତି ଯେ, ଫାୟୋଡର ଦୋସ୍ତୋଭସ୍କିଙ୍କ ଭଳି ରୁଷୀୟ ଲେଖକମାନେ ମାନବବାଦୀ ୟୁରୋପୀୟ ମୂଲ୍ୟବୋଧକୁ ପ୍ରକାଶ କରିଥିଲେ। ତାଙ୍କ ମତେରେ ସେମାନେ ବାସ୍ତବରେ ରୁଷିଆର ବର୍ବରତାକୁ ଗଭୀର ଭାବେ ଅନୁଧ୍ୟାନ କରିନାହାନ୍ତି। ଜାବୁଝକୋ ବିଶ୍ୱାସ କରନ୍ତି ଯେ, ରୁଷିଆର ସାହିତ୍ୟ ଏକ ପୁରାତନ ସଂସ୍କୃତିକୁ ପ୍ରତିପାଦିତ କରେ, ଯେଉଁଥିରେ ସାମାନ୍ୟ ଘୃଣା ପ୍ରକାଶ ପାଇଛି। ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ଏକ କ୍ରୂର ଏବଂ ଦୀର୍ଘକାଳ ଧରି ରହିଥିବା ଘୃଣା ଓ ଈର୍ଷାର ପରିପ୍ରକାଶ ବୋଲି ବୁଝାଯାଇପାରେ। ତେବେ ଅତୀତରୁ ଏହି ପ୍ରକାର ସାଂସ୍କୃତିକ ବିଶ୍ଳେଷଣ ଲାଗି ରହିଛି। ତୃତୀୟ ରିଚ୍‌ ବା ନାଜି ଜର୍ମାନୀର ତୃତୀୟ ସାମ୍ରାଜ୍ୟ ଲୁଥରଙ୍କଠାରୁ ଆରମ୍ଭ କରି ହିଟଲରଙ୍କ ପର୍ଯ୍ୟନ୍ତ ଏହାକୁ ଉପସ୍ଥାପନ କରାଯାଉଥିଲା। କିନ୍ତୁ ଏହାର ପ୍ରାମାଣିକ ସିଦ୍ଧାନ୍ତ ମିଳିଲା ପରେ ଜଣାପଡ଼ିିଲା ଯେ, ହିଟଲରଙ୍କ ଜନ୍ମର ୩୫୦ ବର୍ଷ ପୂର୍ବରୁ ଲୁଥରଙ୍କ ୟୁହୁଦୀ ବିରୋଧୀ ମନୋଭାବ ନାଜିବାଦର ମଞ୍ଜି ବୁଣିଥିଲା।
୧୯୪୦ ଦଶନ୍ଧିରେ ଜାପାନ ଉପରେ ଅନେକ ଏଭଳି ସମାନ ପ୍ରକାର ବିଚାରଧାରା ଏପରିକି ଏହାଠାରୁ ଅଧିକ ଦୋଷ ଲଦି ଦେଇଥିଲେ। ଜାପାନରେ ହିଟଲରଙ୍କ ଭଳି ଜଣେ ଏକଚ୍ଛତ୍ରବାଦୀ କିମ୍ବା ନାଜି ଭଳି ପାର୍ଟି ନ ଥିବାରୁ, ସମାଲୋଚକମାନେ ଏହାର ବିଂଶ ଶତାବ୍ଦୀର ଦୃଢ ସୈନ୍ୟବାଦ ପାଇଁ ଦେଶର ସଂସ୍କୃତିକୁ ଦାୟୀ କରିଥିଲେ। ଜର୍ମାନମାନେ ସେମାନଙ୍କ ପ୍ରାଣଘାତୀ ସଂସ୍କୃତିରୁ କୌଣସି ପ୍ରକାରେ ମୋଜାରତ ଏବଂ ଗୋଥିଙ୍କ ୟୁରୋପୀୟ ପରମ୍ପରାକୁ ଫେରି ଆସିଥିବାବେଳେ, ଜାପାନ କଥିତ ରୂପେ ସେମିତି ରହିଗଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକାର ସେନା ଅଧିକାରୀମାନେ ଜାପାନର ସାମରିକ ମାନସିକତା ଓ ସମାନ୍ତବାଦର ସୂଚକ ଯଥା; କାବୁକି ନାଟକ, ଖଣ୍ଡାଯୁଦ୍ଧ ଡ୍ରାମା ଏବଂ ଏପରିକି ପବିତ୍ର ମାଉଣ୍ଟ ଫିଜିର ଛବି ଉପରେ କଟକଣା ଲଗାଇଲେ। ଏହା ଜାପାନୀମାନଙ୍କୁ ଉତ୍ତେଜିତ କଲା, କିନ୍ତୁ ଅଧିକାଂଶ ଲୋକ ଯୁଦ୍ଧ ପରେ ଅତ୍ୟନ୍ତ ଖରାପ ସ୍ଥିତିରେ ବଞ୍ଚୁଥିବାରୁ ଏହି କଟକଣା ଉପରେ ସ୍ବର ଉଠି ନ ଥିଲା। ତେବେ ତାହା କୌଣସି ପ୍ରକାରେ ଏହାକୁ ଶୀଘ୍ର ଉଠାଇ ନିଆଗଲା। ଏବେ କିନ୍ତୁ ଉଭୟ ଜର୍ମାନୀ ଏବଂ ଜାପାନରେ ଦୃଢ଼ ବାମପନ୍ଥୀ ଗୋଷ୍ଠୀ ସାମରିକବାଦକୁ ଚାରିଆଡେ ଗର୍ବର ସହ କହିଚାଲିଛନ୍ତି। ଅଧିକାଂଶ ପାଶ୍ଚାତ୍ୟ ଗଣତନ୍ତ୍ରରେ ଏମିତି ବି ହେଉଛି। ସୈନ୍ୟବାଦ ନ ଥିଲେ ଜାପାନର ସାମରିକ ବିଚାରଧାରା କିମ୍ବା ସମକାଳୀନ ଜର୍ମାନୀର ଜାତିଗତ ବର୍ବରତା ଦେଖିବା କଷ୍ଟକର ହୋଇଥାଆନ୍ତା। ଅନ୍ୟପକ୍ଷେ, ଉଭୟ ଦେଶ ଏବେ ଅତ୍ୟନ୍ତ ଶାନ୍ତ। ଜର୍ମାନୀ ଏବେ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକ ତୁଳନାରେ ଅଧିକ ପ୍ରବାସୀ ଓ ଶରଣାର୍ଥୀଙ୍କୁ ସେମାନେ ସ୍ବାଗତ କରୁଛନ୍ତି। ଏହାର ମାନେ ନୁହେଁ ଯେ ସାଂସ୍କୃୃତିକ ପୁନର୍ଶିକ୍ଷା ଏଠି କାମ କରିଛି। ବରଂ ଏଥିରୁ ବୁଝାପଡ଼ୁଛି ଯେ, ସାଂସ୍କୃତିକ ବିଶ୍ଳେଷଣକୁ ସବୁବେଳେ ଭୁଲ୍‌ ବାଟରେ ନିଆଯାଉଥିଲା।
ବିଶ୍ୱ ଇତିହାସ ଉପରେ କରାଯାଇଥିବା ସର୍ଭେରୁ ଜଣାପଡ଼ିିଛି ଯେ, ବର୍ବର ଆଚରଣ ଓ ପ୍ରାଣଘାତୀ ଶାସନଗୁଡ଼ିକ ଯେକୌଣସିଠାରେ ବି ମୁଣ୍ଡ ଟେକିପାରେ। ସପ୍ତଦଶ ଶତାବ୍ଦୀରେ ୩୦ ବର୍ଷର ଯୁଦ୍ଧ ମଧ୍ୟରେ କେତେକ ଦେଶର ନେତା ସବୁଠୁ ଖରାପ ଏକଚ୍ଛତ୍ରବାଦ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଯେତେବେଳେ ସାଧାରଣ ଲୋକଙ୍କ ସମର୍ଥନ ପାଉଥିବା ରାଜନେତା ଓ ଏକଚ୍ଛତ୍ରବାଦୀମାନେ ସେମାନଙ୍କ ଉଗ୍ର ଭାବ ପ୍ରଦର୍ଶନ କରିଥାଆନ୍ତି ଏବଂ ସେମାନଙ୍କ ଅଜ୍ଞାନୀ ତଥା ଅହଂକାରୀ ପ୍ରବୃତ୍ତି ଆରମ୍ଭ କରିଦିଅନ୍ତି ସେତେବେଳେ ଅତି ସଭ୍ୟତାସମ୍ପନ୍ନ ଲୋକ ବି ବର୍ବର ହୋଇଯାଆନ୍ତି। ସୈନ୍ୟମାନେ ଅନ୍ୟ ଦେଶକୁ ଆକ୍ରମଣ କରିବା ସମୟରେ ବହୁ ସମୟରେ ବଳାକତ୍ାର,ନିର୍ଯାତନା ଏବଂ ଗଣହତ୍ୟା ଭଳି କାର୍ଯ୍ୟ କରିଥାନ୍ତି। ଶତ୍ରୁକୁ ଭୟଭୀତ କରିବା ଏବଂ ଆମ୍‌ତ୍ସମର୍ପଣ କରିବା ଲଗି କମାଣ୍ଡିଂ ଅଧିକାରୀମାନେ ବହୁ ସମୟରେ ଏହି କାର୍ଯ୍ୟଗୁଡ଼ିକ ଉତ୍ସାହିତ କରିଥାନ୍ତି। ଅଧିକାରୀମାନେ ଅନେକ ସମୟରେ ଶୃଙ୍ଖଳା ଭଙ୍ଗ ଓ ନିଜ ଉପରୁ ନିୟନ୍ତ୍ରଣ ହରାଇବା ଦ୍ୱାରା ଏହା ଘଟିଥାଏ। ଜାପାନ ଓ ଜର୍ମାନୀବାସୀ ଏହା ଭଲ ଭାବେ ଜାଣିଛନ୍ତି। ସର୍ବିୟା, କୋରିଆ, ଆମେରିକା, ରୁଷିିଆ ଓ ଆହୁରି ଅନେକ ଦେଶର ଲୋକ ଏ ସମ୍ପର୍କରେ ଅବଗତ।
ଅନ୍ୟମାନଙ୍କ ତୁଳନାରେ କେତେକ ଦେଶର ରାଜନୈତିକ ଦମନମୂଳକ ଶାସନର ଲମ୍ବା ଇତିହାସ ରହିଛି। ଏହି ପରିପ୍ରେକ୍ଷୀରେ ରୁଷିଆ ଭାଗ୍ୟଶାଳୀ ନୁହେଁ। ଜଣେ କହିପାରନ୍ତି ଯେ, ରାଜତନ୍ତ୍ରଙ୍କଠାରୁ ଭ୍ଲାଡିମିର ପୁଟିନ୍‌ଙ୍କ ପର୍ଯ୍ୟନ୍ତ ଦମନମୂଳକ ଶାସନରେ ରୁଷିଆନ ଅର୍ଥୋଡକ୍ସ ଚର୍ଚ୍ଚର ଶକ୍ତିଶାଳୀ ତତ୍ତ୍ୱଗୁଡ଼ିକର ଭାଗୀଦାରି ରହିଆସିଛି। ଏଣୁ ପୁଟିନ ଶାସନକୁ କୁଶାସନ ବୋଲି ଦାବି କରିବା ଏବଂ ରୁଷିଆ ସଂସ୍କୃତିର ପରିଣାମ ଯୋଗୁ ଏହା ଲୁଥର ଅବା ହିଟଲରଙ୍କ ଶାସନ ଫାଶରେ ପଡ଼ିଗଲା ବୋଲି ଦାବି କରିବା ସ୍ବାଭାବିକ। ଯୁଦ୍ଧ ପରେ ଜର୍ମାନୀ ଏବଂ ଜାପାନ ଦେଖାଇ ଦେଇଛନ୍ତି କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ଏବଂ ଜାତୀୟ ଛବିକୁ ଖୁବ୍‌ ଶୀଘ୍ର ପରିବର୍ତ୍ତନ କରାଯାଇପାରିବ। ରୁଷୀୟ ସଂସ୍କୃତିର ଅତ୍ୟଧିକ ପ୍ରତିବଦ୍ଧତାକୁ ପୁଟିନଙ୍କ ଆକ୍ରମଣ ବର୍ବରତା ଏବଂ ୟୁକ୍ରେନରେ ଯୁଦ୍ଧର ଭୟଙ୍କର ସ୍ଥିତିର ମୂଳ କାରଣ ବୋଲି କହିବା ଯେତିକି କ୍ଷତିକାରକ ସେତିକି ପଥଭ୍ରଷ୍ଟତାକୁ ସୂଚାଉଛି। ରୁଷିଆର ସମସ୍ତ ସଂସ୍କୃତି ବୃହତ୍‌ ଏବଂ ଏହାକୁ ପରିବର୍ତ୍ତନ କରିବା କଷ୍ଟକର। ୟୁରୋପୀୟ ଜ୍ଞାନ ସେଣ୍ଟ ପିଟର୍ସବର୍ଗ ଏବଂ ଅନେକ ରୁଷୀୟ ଲେଖକ, କମ୍ପୋଜରମାନଙ୍କୁ ଠିକ୍‌ ରାସ୍ତାରେ ରଖିଛି ଏବଂ ଏହାର କଳାକାରମାନେ ଫ୍ରାନ୍ସ, ବ୍ରିଟେନ ଏବଂ ଜର୍ମାନୀରୁ ପ୍ରେରଣା ପାଇଛନ୍ତି। ହେଲେ ରୁଷୀୟ ସଂସ୍କୃତିର ଐତିହାସିକ ଦିଗ ପାଶ୍ଚାତ୍ୟ ସଂସ୍କୃତିର ସନ୍ଦେହାମତ୍କ ଓ ଅଗ୍ରହଣୀୟତା ହୋଇ ରହିଛି। ଅହଂକାରୀ, ପତନଶୀଳ ଓ ଭ୍ରଷ୍ଟ ପାଶ୍ଚାତ୍ୟ ଆଧିପତ୍ୟ ବିିସ୍ତାର କରିବାକୁ ଏବଂ ସେମାନଙ୍କ ଗର୍ବିତ ଭାବକୁ ଚପାଇଦେବା ଲାଗି ବାହାରିଛି ବୋଲି ପୁଟିନ୍‌ ତାଙ୍କ ଲୋକଙ୍କୁ ଅନୁଭବ କରାଇବାକୁ ଚାହିଁଛନ୍ତି। ପୁଟିନଙ୍କ ମନ୍ତବ୍ୟ ୧୯୪୧ରେ ଜର୍ମାନୀର ସୋଭିଏଟ ସଂଘ ଉପରେ ଆକ୍ରମଣର ଭୟଙ୍କର ସ୍ମୃତିକୁ ଉଜାଗର କରିଛି।
ୟୁକ୍ରେନ୍‌ ଯୁଦ୍ଧକୁ ଏବେ ବିବାଦ ଭାବେ ବିବେଚନା କରିବା ଯୋଗୁ କେବଳ ପୁଟିନଙ୍କ ଶାସନ ନୁହେଁ ବରଂ ରୁଷିଆର ସଂସ୍କୃତି ଏବଂ ସବୁ ରୁଷୀୟଙ୍କୁ ଶ୍ରତ୍ରୁଭାବେ ଦେଖାଯାଉଛି। ଏଭଳି ବିଚାର ସବୁ ରୁଷୀୟମାନଙ୍କୁ ପୁଟିନ ତାଙ୍କ ସପକ୍ଷରେ ଆଣିବା ଲାଗି ଚାହିଁବା ସ୍ବାଭାବିକ। ଏହା ସେହି ପ୍ରକାର ପ୍ରବୃତ୍ତି ବୃଦ୍ଧି କରିବ, ଯାହା ଯୁଦ୍ଧ ପରେ ମେଣ୍ଟଶକ୍ତି ଅତ୍ୟାବଶ୍ୟକ ତଥା ଅପରିବର୍ତ୍ତନୀୟ ଜାତୀୟ ଚରିତ୍ରର ପ୍ରତୀକ ଭାବେ ଜାପାନ ଓ ଜର୍ମାନୀକୁ ଭୁଲ ବୁଝିଥିଲେ। ୍‌ଆମେ ଏଭଳି ଭୁଲ୍‌ କରିବା ଉଚିତ ନୁହେଁ। ଆମେ ରୁଷିଆ କିମ୍ବା ଏହା ସଂସ୍କୃତିକୁ ଦୋଷ ଦେବା ଅନୁଚିତ। ଏହା ବଦଳରେ ଆମେ ରୁଷିଆର କଳା, ନୃତ୍ୟ, ସାହିତ୍ୟକୁ ଉତ୍ସାହର ସହ ପାଳନ କରିବା ଉଚିତ । ସବୁ ରୁଷୀୟ ନୁହନ୍ତି , ପୁଟିନ ଏବଂ ତାଙ୍କ ନିକଟତର ଲୋକମାନେ ଯେଉଁମାନେ ରୁଷିଆକୁ ବିଷାକ୍ତ କରିଛନ୍ତି ସେମାନଙ୍କୁ ନିନ୍ଦା କରିବା ଦରକାର।

– ଇଆନ ବୁରୁମା
ଲେଖକ, ଦି ଚର୍ଚ୍ଚିଲ କମ୍ପ୍ଲେକ୍ସ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

୧୨ ବର୍ଷ ବୟସରେ ବାହା ହୋଇ ନିଜସ୍ବ ଉଦ୍ୟମରେ ଶିକ୍ଷାଲାଭ କରିବା ସହ ମହିଳାମାନଙ୍କୁ ନେଇ ଗ୍ରାମାଞ୍ଚଳ ନ୍ୟୁଜ୍‌ ନେଟ୍‌ଓ୍ବର୍କ ଚଳାଇବା କିଛି କମ୍‌ କଥା...

କଲେରା, ପାଣି ଓ ଖଣି

ସହଦେବ ସାହୁ କାହାକୁ ‘ସ୍ମାର୍ଟ’ କହିଲା ବେଳେ ଆମ ମନ ଭିତରେ ଠକ ବୋଲି ଗୋଟିଏ ଧାରଣା ଆସେ। ଆମ ରାଜ୍ୟ ସରକାର ସବୁ କାମରେ...

କେବଳ ଧ୍ୱନି, କମାଣ ନାହିଁ

ସ୍ବଦେଶୀ ପ୍ରତିରକ୍ଷା ଉତ୍ପାଦକୁ ବଢ଼ାଇବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ୧୦୧ଟି ଉପକରଣ ଆମଦାନୀ ଉପରେ ଖୁବ୍‌ ଶୀଘ୍ର ପ୍ରତିବନ୍ଧକ ଲଗାଯିବ ବୋଲି ଘୋଷଣା କରିଛି। ପ୍ରତିରକ୍ଷା...

ରକ୍ଷକ ଯଦି ଭକ୍ଷକ ହୁଏ

ବିମଳ ପ୍ରସନ୍ନ ଦାସ   ଆଉ କେତୋଟି ଦିନ ପରେ ବର୍ଷ ୨୦୨୨ ବିଦାୟ ନେବ। ମାତ୍ର ସମୟର ବାଲୁକାରେ କେତେ ଘଟଣା, ଅଘଟଣ, ଦୁର୍ଘଟଣାର...

ଭାରତୀୟ ସଂସ୍କୃତି ଓ ମହାମାରୀ

ଡା. ଗୋପାଳ ଚନ୍ଦ୍ର ଦାଶ ବିଗତ କିଛି ମାସ ଧରି ସମଗ୍ର ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ହେବାରେ ଲାଗିଛି। ପ୍ରଭାବଶାଳୀ ଚାଇନା, ସ୍ପେନ୍‌, ଫ୍ରାନ୍ସ,...

୬ ବର୍ଷ ପରେ

ବିମୁଦ୍ରୀକରଣକୁ ୮ ନଭେମ୍ବର ୨୦୨୨ରେ ୬ ବର୍ଷ ପୂରିଲା। ଏହି ସମୟ ମଧ୍ୟରେ ଭାରତର ଅର୍ଥନୀତି କେଉଁ ସ୍ତରକୁ ଖସିଛି, ତାହା ପ୍ରତ୍ୟେକ ଦେଶବାସୀ ଦୈନନ୍ଦିନ...

ଆମ ଖାଦ୍ୟାଭ୍ୟାସ ଓ ପରିବେଶ

ମଣିଷଙ୍କର ଖାଦ୍ୟାଭ୍ୟାସ ଅତି ନିଆରା। ଖାଦ୍ୟାଭ୍ୟାସ ଦୃଷ୍ଟିରୁ ମଣିଷମାନେ ୪ଶ୍ରେଣୀରେ ବିଭକ୍ତ। କେବଳ ଉଦ୍ଭିଦଜାତ ଖାଦ୍ୟପଦାର୍ଥ ଖାଉଥିବା ଲୋକଙ୍କୁ ନିରାମିଷାଶୀ ବା ଶାକାହାରୀ, ସେହିଭଳି କେବଳ...

ମଣିଷରୁ ଦେବତା ନା ଅସୁର

ପ୍ର. ରମେଶ ଚନ୍ଦ୍ର ପରିଡ଼ା ଧରାପୃଷ୍ଠରେ ଜୀବଜଗତର ବିକାଶ ସମ୍ପର୍କରେ ଡାର୍‌ଉଇନ୍‌ଙ୍କ ବିବର୍ତ୍ତନ ମତବାଦକୁ ଏବେ ମଧ୍ୟ ସର୍ବଶ୍ରେଷ୍ଠ ବୋଲି ଗଣନା କରାଯାଏ। ଏଥିଅନୁସାରେ ପରିବେଶ...

Advertisement
Archives

Model This Week