ଯୁଦ୍ଧ ଓ ସଂସ୍କୃତି

ନିକଟରେ ଟାଇମ୍ସ ଲିଟେରାରି ସପ୍ଲିମେଣ୍ଟରେ ୟୁକ୍ରେନ୍‌ ଓପନାସିକ, ପ୍ରାବନ୍ଧିକ ତଥା କବି ଓକ୍‌ସାନା ଜାବୁଝକୋଙ୍କର ଏକ ରୋଚକ ପ୍ରବନ୍ଧ ପ୍ରକାଶ ପାଇଥିଲା। ଏଥିରେ ରୁଷିଆର ଅସଭ୍ୟ ଆଚରଣକୁ ସ୍ବୀକାର କରୁ ନ ଥିବାରୁ ପାଶ୍ଚାତ୍ୟ ପାଠକମାନଙ୍କୁ ସେ ସମାଲୋଚନା କରିଥିଲେ। ଜାବୁଝକୋଙ୍କ ଯୁକ୍ତିରେ, ଅନେକେ ବିଶ୍ୱାସ କରନ୍ତି ଯେ, ଫାୟୋଡର ଦୋସ୍ତୋଭସ୍କିଙ୍କ ଭଳି ରୁଷୀୟ ଲେଖକମାନେ ମାନବବାଦୀ ୟୁରୋପୀୟ ମୂଲ୍ୟବୋଧକୁ ପ୍ରକାଶ କରିଥିଲେ। ତାଙ୍କ ମତେରେ ସେମାନେ ବାସ୍ତବରେ ରୁଷିଆର ବର୍ବରତାକୁ ଗଭୀର ଭାବେ ଅନୁଧ୍ୟାନ କରିନାହାନ୍ତି। ଜାବୁଝକୋ ବିଶ୍ୱାସ କରନ୍ତି ଯେ, ରୁଷିଆର ସାହିତ୍ୟ ଏକ ପୁରାତନ ସଂସ୍କୃତିକୁ ପ୍ରତିପାଦିତ କରେ, ଯେଉଁଥିରେ ସାମାନ୍ୟ ଘୃଣା ପ୍ରକାଶ ପାଇଛି। ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ଏକ କ୍ରୂର ଏବଂ ଦୀର୍ଘକାଳ ଧରି ରହିଥିବା ଘୃଣା ଓ ଈର୍ଷାର ପରିପ୍ରକାଶ ବୋଲି ବୁଝାଯାଇପାରେ। ତେବେ ଅତୀତରୁ ଏହି ପ୍ରକାର ସାଂସ୍କୃତିକ ବିଶ୍ଳେଷଣ ଲାଗି ରହିଛି। ତୃତୀୟ ରିଚ୍‌ ବା ନାଜି ଜର୍ମାନୀର ତୃତୀୟ ସାମ୍ରାଜ୍ୟ ଲୁଥରଙ୍କଠାରୁ ଆରମ୍ଭ କରି ହିଟଲରଙ୍କ ପର୍ଯ୍ୟନ୍ତ ଏହାକୁ ଉପସ୍ଥାପନ କରାଯାଉଥିଲା। କିନ୍ତୁ ଏହାର ପ୍ରାମାଣିକ ସିଦ୍ଧାନ୍ତ ମିଳିଲା ପରେ ଜଣାପଡ଼ିିଲା ଯେ, ହିଟଲରଙ୍କ ଜନ୍ମର ୩୫୦ ବର୍ଷ ପୂର୍ବରୁ ଲୁଥରଙ୍କ ୟୁହୁଦୀ ବିରୋଧୀ ମନୋଭାବ ନାଜିବାଦର ମଞ୍ଜି ବୁଣିଥିଲା।
୧୯୪୦ ଦଶନ୍ଧିରେ ଜାପାନ ଉପରେ ଅନେକ ଏଭଳି ସମାନ ପ୍ରକାର ବିଚାରଧାରା ଏପରିକି ଏହାଠାରୁ ଅଧିକ ଦୋଷ ଲଦି ଦେଇଥିଲେ। ଜାପାନରେ ହିଟଲରଙ୍କ ଭଳି ଜଣେ ଏକଚ୍ଛତ୍ରବାଦୀ କିମ୍ବା ନାଜି ଭଳି ପାର୍ଟି ନ ଥିବାରୁ, ସମାଲୋଚକମାନେ ଏହାର ବିଂଶ ଶତାବ୍ଦୀର ଦୃଢ ସୈନ୍ୟବାଦ ପାଇଁ ଦେଶର ସଂସ୍କୃତିକୁ ଦାୟୀ କରିଥିଲେ। ଜର୍ମାନମାନେ ସେମାନଙ୍କ ପ୍ରାଣଘାତୀ ସଂସ୍କୃତିରୁ କୌଣସି ପ୍ରକାରେ ମୋଜାରତ ଏବଂ ଗୋଥିଙ୍କ ୟୁରୋପୀୟ ପରମ୍ପରାକୁ ଫେରି ଆସିଥିବାବେଳେ, ଜାପାନ କଥିତ ରୂପେ ସେମିତି ରହିଗଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକାର ସେନା ଅଧିକାରୀମାନେ ଜାପାନର ସାମରିକ ମାନସିକତା ଓ ସମାନ୍ତବାଦର ସୂଚକ ଯଥା; କାବୁକି ନାଟକ, ଖଣ୍ଡାଯୁଦ୍ଧ ଡ୍ରାମା ଏବଂ ଏପରିକି ପବିତ୍ର ମାଉଣ୍ଟ ଫିଜିର ଛବି ଉପରେ କଟକଣା ଲଗାଇଲେ। ଏହା ଜାପାନୀମାନଙ୍କୁ ଉତ୍ତେଜିତ କଲା, କିନ୍ତୁ ଅଧିକାଂଶ ଲୋକ ଯୁଦ୍ଧ ପରେ ଅତ୍ୟନ୍ତ ଖରାପ ସ୍ଥିତିରେ ବଞ୍ଚୁଥିବାରୁ ଏହି କଟକଣା ଉପରେ ସ୍ବର ଉଠି ନ ଥିଲା। ତେବେ ତାହା କୌଣସି ପ୍ରକାରେ ଏହାକୁ ଶୀଘ୍ର ଉଠାଇ ନିଆଗଲା। ଏବେ କିନ୍ତୁ ଉଭୟ ଜର୍ମାନୀ ଏବଂ ଜାପାନରେ ଦୃଢ଼ ବାମପନ୍ଥୀ ଗୋଷ୍ଠୀ ସାମରିକବାଦକୁ ଚାରିଆଡେ ଗର୍ବର ସହ କହିଚାଲିଛନ୍ତି। ଅଧିକାଂଶ ପାଶ୍ଚାତ୍ୟ ଗଣତନ୍ତ୍ରରେ ଏମିତି ବି ହେଉଛି। ସୈନ୍ୟବାଦ ନ ଥିଲେ ଜାପାନର ସାମରିକ ବିଚାରଧାରା କିମ୍ବା ସମକାଳୀନ ଜର୍ମାନୀର ଜାତିଗତ ବର୍ବରତା ଦେଖିବା କଷ୍ଟକର ହୋଇଥାଆନ୍ତା। ଅନ୍ୟପକ୍ଷେ, ଉଭୟ ଦେଶ ଏବେ ଅତ୍ୟନ୍ତ ଶାନ୍ତ। ଜର୍ମାନୀ ଏବେ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକ ତୁଳନାରେ ଅଧିକ ପ୍ରବାସୀ ଓ ଶରଣାର୍ଥୀଙ୍କୁ ସେମାନେ ସ୍ବାଗତ କରୁଛନ୍ତି। ଏହାର ମାନେ ନୁହେଁ ଯେ ସାଂସ୍କୃୃତିକ ପୁନର୍ଶିକ୍ଷା ଏଠି କାମ କରିଛି। ବରଂ ଏଥିରୁ ବୁଝାପଡ଼ୁଛି ଯେ, ସାଂସ୍କୃତିକ ବିଶ୍ଳେଷଣକୁ ସବୁବେଳେ ଭୁଲ୍‌ ବାଟରେ ନିଆଯାଉଥିଲା।
ବିଶ୍ୱ ଇତିହାସ ଉପରେ କରାଯାଇଥିବା ସର୍ଭେରୁ ଜଣାପଡ଼ିିଛି ଯେ, ବର୍ବର ଆଚରଣ ଓ ପ୍ରାଣଘାତୀ ଶାସନଗୁଡ଼ିକ ଯେକୌଣସିଠାରେ ବି ମୁଣ୍ଡ ଟେକିପାରେ। ସପ୍ତଦଶ ଶତାବ୍ଦୀରେ ୩୦ ବର୍ଷର ଯୁଦ୍ଧ ମଧ୍ୟରେ କେତେକ ଦେଶର ନେତା ସବୁଠୁ ଖରାପ ଏକଚ୍ଛତ୍ରବାଦ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଯେତେବେଳେ ସାଧାରଣ ଲୋକଙ୍କ ସମର୍ଥନ ପାଉଥିବା ରାଜନେତା ଓ ଏକଚ୍ଛତ୍ରବାଦୀମାନେ ସେମାନଙ୍କ ଉଗ୍ର ଭାବ ପ୍ରଦର୍ଶନ କରିଥାଆନ୍ତି ଏବଂ ସେମାନଙ୍କ ଅଜ୍ଞାନୀ ତଥା ଅହଂକାରୀ ପ୍ରବୃତ୍ତି ଆରମ୍ଭ କରିଦିଅନ୍ତି ସେତେବେଳେ ଅତି ସଭ୍ୟତାସମ୍ପନ୍ନ ଲୋକ ବି ବର୍ବର ହୋଇଯାଆନ୍ତି। ସୈନ୍ୟମାନେ ଅନ୍ୟ ଦେଶକୁ ଆକ୍ରମଣ କରିବା ସମୟରେ ବହୁ ସମୟରେ ବଳାକତ୍ାର,ନିର୍ଯାତନା ଏବଂ ଗଣହତ୍ୟା ଭଳି କାର୍ଯ୍ୟ କରିଥାନ୍ତି। ଶତ୍ରୁକୁ ଭୟଭୀତ କରିବା ଏବଂ ଆମ୍‌ତ୍ସମର୍ପଣ କରିବା ଲଗି କମାଣ୍ଡିଂ ଅଧିକାରୀମାନେ ବହୁ ସମୟରେ ଏହି କାର୍ଯ୍ୟଗୁଡ଼ିକ ଉତ୍ସାହିତ କରିଥାନ୍ତି। ଅଧିକାରୀମାନେ ଅନେକ ସମୟରେ ଶୃଙ୍ଖଳା ଭଙ୍ଗ ଓ ନିଜ ଉପରୁ ନିୟନ୍ତ୍ରଣ ହରାଇବା ଦ୍ୱାରା ଏହା ଘଟିଥାଏ। ଜାପାନ ଓ ଜର୍ମାନୀବାସୀ ଏହା ଭଲ ଭାବେ ଜାଣିଛନ୍ତି। ସର୍ବିୟା, କୋରିଆ, ଆମେରିକା, ରୁଷିିଆ ଓ ଆହୁରି ଅନେକ ଦେଶର ଲୋକ ଏ ସମ୍ପର୍କରେ ଅବଗତ।
ଅନ୍ୟମାନଙ୍କ ତୁଳନାରେ କେତେକ ଦେଶର ରାଜନୈତିକ ଦମନମୂଳକ ଶାସନର ଲମ୍ବା ଇତିହାସ ରହିଛି। ଏହି ପରିପ୍ରେକ୍ଷୀରେ ରୁଷିଆ ଭାଗ୍ୟଶାଳୀ ନୁହେଁ। ଜଣେ କହିପାରନ୍ତି ଯେ, ରାଜତନ୍ତ୍ରଙ୍କଠାରୁ ଭ୍ଲାଡିମିର ପୁଟିନ୍‌ଙ୍କ ପର୍ଯ୍ୟନ୍ତ ଦମନମୂଳକ ଶାସନରେ ରୁଷିଆନ ଅର୍ଥୋଡକ୍ସ ଚର୍ଚ୍ଚର ଶକ୍ତିଶାଳୀ ତତ୍ତ୍ୱଗୁଡ଼ିକର ଭାଗୀଦାରି ରହିଆସିଛି। ଏଣୁ ପୁଟିନ ଶାସନକୁ କୁଶାସନ ବୋଲି ଦାବି କରିବା ଏବଂ ରୁଷିଆ ସଂସ୍କୃତିର ପରିଣାମ ଯୋଗୁ ଏହା ଲୁଥର ଅବା ହିଟଲରଙ୍କ ଶାସନ ଫାଶରେ ପଡ଼ିଗଲା ବୋଲି ଦାବି କରିବା ସ୍ବାଭାବିକ। ଯୁଦ୍ଧ ପରେ ଜର୍ମାନୀ ଏବଂ ଜାପାନ ଦେଖାଇ ଦେଇଛନ୍ତି କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ଏବଂ ଜାତୀୟ ଛବିକୁ ଖୁବ୍‌ ଶୀଘ୍ର ପରିବର୍ତ୍ତନ କରାଯାଇପାରିବ। ରୁଷୀୟ ସଂସ୍କୃତିର ଅତ୍ୟଧିକ ପ୍ରତିବଦ୍ଧତାକୁ ପୁଟିନଙ୍କ ଆକ୍ରମଣ ବର୍ବରତା ଏବଂ ୟୁକ୍ରେନରେ ଯୁଦ୍ଧର ଭୟଙ୍କର ସ୍ଥିତିର ମୂଳ କାରଣ ବୋଲି କହିବା ଯେତିକି କ୍ଷତିକାରକ ସେତିକି ପଥଭ୍ରଷ୍ଟତାକୁ ସୂଚାଉଛି। ରୁଷିଆର ସମସ୍ତ ସଂସ୍କୃତି ବୃହତ୍‌ ଏବଂ ଏହାକୁ ପରିବର୍ତ୍ତନ କରିବା କଷ୍ଟକର। ୟୁରୋପୀୟ ଜ୍ଞାନ ସେଣ୍ଟ ପିଟର୍ସବର୍ଗ ଏବଂ ଅନେକ ରୁଷୀୟ ଲେଖକ, କମ୍ପୋଜରମାନଙ୍କୁ ଠିକ୍‌ ରାସ୍ତାରେ ରଖିଛି ଏବଂ ଏହାର କଳାକାରମାନେ ଫ୍ରାନ୍ସ, ବ୍ରିଟେନ ଏବଂ ଜର୍ମାନୀରୁ ପ୍ରେରଣା ପାଇଛନ୍ତି। ହେଲେ ରୁଷୀୟ ସଂସ୍କୃତିର ଐତିହାସିକ ଦିଗ ପାଶ୍ଚାତ୍ୟ ସଂସ୍କୃତିର ସନ୍ଦେହାମତ୍କ ଓ ଅଗ୍ରହଣୀୟତା ହୋଇ ରହିଛି। ଅହଂକାରୀ, ପତନଶୀଳ ଓ ଭ୍ରଷ୍ଟ ପାଶ୍ଚାତ୍ୟ ଆଧିପତ୍ୟ ବିିସ୍ତାର କରିବାକୁ ଏବଂ ସେମାନଙ୍କ ଗର୍ବିତ ଭାବକୁ ଚପାଇଦେବା ଲାଗି ବାହାରିଛି ବୋଲି ପୁଟିନ୍‌ ତାଙ୍କ ଲୋକଙ୍କୁ ଅନୁଭବ କରାଇବାକୁ ଚାହିଁଛନ୍ତି। ପୁଟିନଙ୍କ ମନ୍ତବ୍ୟ ୧୯୪୧ରେ ଜର୍ମାନୀର ସୋଭିଏଟ ସଂଘ ଉପରେ ଆକ୍ରମଣର ଭୟଙ୍କର ସ୍ମୃତିକୁ ଉଜାଗର କରିଛି।
ୟୁକ୍ରେନ୍‌ ଯୁଦ୍ଧକୁ ଏବେ ବିବାଦ ଭାବେ ବିବେଚନା କରିବା ଯୋଗୁ କେବଳ ପୁଟିନଙ୍କ ଶାସନ ନୁହେଁ ବରଂ ରୁଷିଆର ସଂସ୍କୃତି ଏବଂ ସବୁ ରୁଷୀୟଙ୍କୁ ଶ୍ରତ୍ରୁଭାବେ ଦେଖାଯାଉଛି। ଏଭଳି ବିଚାର ସବୁ ରୁଷୀୟମାନଙ୍କୁ ପୁଟିନ ତାଙ୍କ ସପକ୍ଷରେ ଆଣିବା ଲାଗି ଚାହିଁବା ସ୍ବାଭାବିକ। ଏହା ସେହି ପ୍ରକାର ପ୍ରବୃତ୍ତି ବୃଦ୍ଧି କରିବ, ଯାହା ଯୁଦ୍ଧ ପରେ ମେଣ୍ଟଶକ୍ତି ଅତ୍ୟାବଶ୍ୟକ ତଥା ଅପରିବର୍ତ୍ତନୀୟ ଜାତୀୟ ଚରିତ୍ରର ପ୍ରତୀକ ଭାବେ ଜାପାନ ଓ ଜର୍ମାନୀକୁ ଭୁଲ ବୁଝିଥିଲେ। ୍‌ଆମେ ଏଭଳି ଭୁଲ୍‌ କରିବା ଉଚିତ ନୁହେଁ। ଆମେ ରୁଷିଆ କିମ୍ବା ଏହା ସଂସ୍କୃତିକୁ ଦୋଷ ଦେବା ଅନୁଚିତ। ଏହା ବଦଳରେ ଆମେ ରୁଷିଆର କଳା, ନୃତ୍ୟ, ସାହିତ୍ୟକୁ ଉତ୍ସାହର ସହ ପାଳନ କରିବା ଉଚିତ । ସବୁ ରୁଷୀୟ ନୁହନ୍ତି , ପୁଟିନ ଏବଂ ତାଙ୍କ ନିକଟତର ଲୋକମାନେ ଯେଉଁମାନେ ରୁଷିଆକୁ ବିଷାକ୍ତ କରିଛନ୍ତି ସେମାନଙ୍କୁ ନିନ୍ଦା କରିବା ଦରକାର।

– ଇଆନ ବୁରୁମା
ଲେଖକ, ଦି ଚର୍ଚ୍ଚିଲ କମ୍ପ୍ଲେକ୍ସ


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

ମାନବଜାତିର ଭବିଷ୍ୟତ ପାଇଁ ଶିକ୍ଷାର ଭୂମିକା

ଶିକ୍ଷା ହେଉଛି ମାନବ ସଭ୍ୟତାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିଥିବା ସବୁଠାରୁ ଦୃଢ଼ ସେତୁ। ପ୍ରାଚୀନ କାଳରେ ଯେତେବେଳେ ଶ୍ରେଣୀକକ୍ଷର କୌଣସି ନିର୍ଦ୍ଦିଷ୍ଟ କାନ୍ଥ ନ ଥିଲା,…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?