Posted inଜାତୀୟ

ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ପୁଣି ଶୀର୍ଷରେ ବେଙ୍ଗାଲୁରୁ ଆଇଆଇଏସ୍‌ସି…

ନୂଆଦିଲ୍ଲୀ/ଲଣ୍ଡନ, ୯।୬ : ଦେଶର ଶ୍ରେଷ୍ଠ ଏବଂ ଦକ୍ଷିଣ ଏସିଆର ଉଦୀୟମାନ ବିଶ୍ୱବିଦ୍ୟାଳୟ ଭାବରେ କର୍ନାଟକର ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ (ଆଇଆଇଏସ୍‌ସି)କୁ ପୁଣି ଥରେ ସମ୍ମାନିତ କରାଯାଇଛି।

ଏହି ତାଲିକାରେ ଆଇଆଇଟି ବମ୍ବେ ଦ୍ୱିତୀୟ ଏବଂ ଆଇଆଇଟି ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ବୁଧବାର-ଗୁରୁବାରର ବିଳମ୍ବିତ ରାତି ୧ଟା ୩୦ରେ ଲଣ୍ଡନରେ କ୍ୟୁଏସ୍‌ ୱାଲର୍‌ଡ ୟୁନିଭରସିଟି ରାଙ୍କିଙ୍ଗ ୨୦୨୩ ରିଲିଜ ହୋଇଥିଲା । ଏଥିରେ, ଆଇଆଇଏସ୍‌ସ ବେଙ୍ଗାଲୁରୁ ବିଶ୍ୱର ଉଚ୍ଚଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ୧୫୫ ତମ ସ୍ଥାନରେ ରହିଛି ।

୨୦୨୨ ରାଙ୍କିଙ୍ଗ ରେ, ବେଙ୍ଗାଲୁରୁ ଆଇଆଇଏସ୍‌ସି ୧୮୬ ତମ ସ୍ଥାନରେ ରହିଥିଲା। ଗୋଟିଏ ବର୍ଷରେ ବେଙ୍ଗାଲୁରୁ ଆଇଆଇଏସ୍‌ସିର ରାଙ୍କିଙ୍ଗରେ ୩୧ ସ୍ଥାନ ବୃଦ୍ଧି ଘଟିଛି। ଅନୁସନ୍ଧାନ କ୍ଷେତ୍ରରେ ବେଙ୍ଗାଲୁରୁ ଆଇଆଇଏସ୍‌ସ ୧୦୦ ପ୍ରତିଶତ ସ୍କୋର ପାଇଛି। ଆଇଆଇଟି ବମ୍ବେ ଏବଂ ଆଇଆଇଟି ଦିଲ୍ଲୀ ମଧ୍ୟ ଏହି ତାଲିକାରେ ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛନ୍ତି।

ଚଳିତ ଥର ରାଙ୍କିଙ୍ଗରେ ୧୨ ଟି ବିଶ୍ୱବିଦ୍ୟାଳୟର ସ୍ଥିତିରେ ଉନ୍ନତି ହୋଇଥିବାବେଳେ ଅନ୍ୟ ୧୨ ଟିର ସ୍ଥିତି ସମାନ ରହିଛି। ୧୦ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ହ୍ରାସ ଘଟିଛି । ଏଥର ସାତୋଟି ନୂତନ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି।

ଆଇଆଇଟି ବମ୍ବେ ପାଞ୍ଚଟି ସ୍ଥାନ ଉପରକୁ ଉଠିଛି। ସେହିପରି ଆଇଆଇଟି ଦିଲ୍ଲୀର ୧୧ଟି ସ୍ଥାନ ଉପରକୁ ଆସିଛି। ଆଇଆଇଟି ଦିଲ୍ଲୀ ତାଲିକାରେ ପ୍ରଥମ ଥର ପାଇଁ ଭାରତର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ତୃତୀୟ ସ୍ଥାନ ସୁରକ୍ଷିତ କରିବାରେ ସଫଳ ହୋଇଛି। ଏକାଡେମିକ ପ୍ରତିଷ୍ଠା ମାନଦଣ୍ଡରେ ସମୁଦାୟ ୪୧ ଟି ଭାରତୀୟ ବିଶ୍ୱବିଦ୍ୟାଳୟ ପ୍ରବେଶ କରିଛି।

ଏଥିରେ ଆଇଆଇଟି ବମ୍ବେ ୧୭୨ ତମ ଏବଂ ଆଇଆଇଟି ଦିଲ୍ଲୀ ୧୭୪ ତମ ସ୍ଥାନରେ ରହିଛନ୍ତି। ଆଇଆଇଟି କାନପୁର, ଆଇଆଇଟି ଖଡ଼ଗପୁର ଭଲ ପ୍ରଦର୍ଶନ କରିଥିବାବେଳେ ଆଇଆଇଟି ରୁର୍‌କି ମଧ୍ୟ ପ୍ରଥମ ଥର ପାଇଁ ୧୩ ଟି ସ୍ଥାନ ଉପରକୁ ଉଠି ୩୬୯ ସ୍ଥାନରେ ରହିଛି। ଆଇଆଇଟି ଗୁଆହାଟି ୧୧ ଟି ସ୍ଥାନ ଉପରେ ରହିଛି। ଏହାର ୩୮୪ ସ୍ଥାନରେ ଅଛି। ଆଇଆଇଟି ଇନ୍ଦୋର ବିଶ୍ୱରେ ୩୯୬ ତମ ସ୍ଥାନରେ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଲହର ପିଲାଙ୍କ ପାଇଁ ବିପଦ

ନୂଆଦିଲ୍ଲୀ,୧୬।୭: ପିଲାମାନେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି। ସେମାନଙ୍କୁ ସୁରକ୍ଷିତ ରଖିବା ଲାଗି ଆମକୁ ଉପଯୁକ୍ତ ଯୋଜନା ଦରକାର। ବର୍ତ୍ତମାନ ଦେଶର କୋଭିଡ୍‌-୧୯ ସ୍ଥିତି ସମ୍ପର୍କରେ ଆୟୋଜିତ...

୧୧ ମାସ ପରେ ସ୍କୁଲ ଆସିଥିବା ପିଲାଙ୍କୁ ପୁଷ୍ପ ବୃଷ୍ଟି କରି କରାଗଲା ସ୍ୱାଗତ

ଲକ୍ଷ୍ନୌ,୧ ।୩: କରୋନା ମାହାମାରୀ କାରଣରୁ ପାଖାପାଖି ୧୧ ମାସ ହେବ ଅଧିକାଂଶ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଦୀର୍ଘଦିନ ପରେ ସ୍କୁଲ ଆସିଥିବା...

ପ୍ରେମ ବିବାହ କରିବାରୁ ଝିଅ-ଜ୍ୱାଇଁଙ୍କୁ ଗୁଳି ମାରିଲେ ପରିବାର ଲୋକେ

ଜଳନ୍ଧର,୧୫।୯: ପଞ୍ଜାବର ତରନତାରନରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିବାରୁ ଝିଅ-ଜ୍ୱାଇଁଙ୍କୁ ଗୁଳି ମାରିଛନ୍ତି ଯୁବତୀଙ୍କ ପରିବାର ଲୋକେ। ଫଳରେ ଦୁଇଜଣଙ୍କ ମୃତ୍ୟୁ...

ଔଷଧକୁ ଜହର କରିପାରେ ଏହି ଦୁଇଟି ମିଠା ସ୍ବାଦଯୁକ୍ତ ରାସାୟନିକ ପଦାର୍ଥ,କର୍ନାଟକ ସରକାରଙ୍କ ଚେତାବନୀ…

ବେଙ୍ଗାଲୁରୁ,୧୧।୧୦ : ଭାରତରେ ତିଆରି କଫ ସିରପ ଯୋଗୁଁ ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁକୁ ନେଇ ସମସ୍ୟା ଲାଗି ରହିଛି। ବର୍ତ୍ତମାନ ଔଷଧ...

ମୁଁ ଚାଇନିଜ ନୁହେଁ, ଭାରତୀୟ ମୁସଲମାନ: ଫାରୁକ ଅବଦୁଲ୍ଲା

ଜମ୍ମୁ,୧୩ ।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଦେଶରେ ମୁସଲମାନଙ୍କ ସହ କଥିତ ଦୁର୍ବ୍ୟବହାରର ଅଭିଯୋଗ ଆଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।...

କଂଗ୍ରେସ ଛାଡିଲେ ପୁଣି ୩ ନେତା

ଶ୍ରୀନଗର,୨୯।୮: ସୋମବାର ଜମ୍ମୁକଶ୍ମୀର କଂଗ୍ରେସର ତିନିଜଣ ନେତା ଦଳ ଛାଡିଛନ୍ତି। ନିକଟରେ କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ପୂର୍ବତନ ଉପବାଚସ୍ପତି...

ନୂଆ ମହାମାରୀ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଭାରତ…

ନୂଆଦିଲ୍ଲୀ,୨୬।୧୦ : ସମଗ୍ର ବିଶ୍ୱରେ କରୋନାର ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଭାରତ ସରକାର ପରବର୍ତ୍ତୀ ସମ୍ଭାବ୍ୟ ମହାମାରୀ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।...

ବାରାକ ଓବାମାଙ୍କ ପୁସ୍ତକରେ ରାହୁଲ, ମନମୋହନଙ୍କ ବିଷୟରେ ଆଲୋଚନା

ଓ୍ବାଶିଂଟନ,୧୩।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନୂତନ ପୁସ୍ତକ ‘ଏ ପ୍ରମିଜଡ୍‌ ଲ୍ୟାଣ୍ଡ୍‌’ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଓବାମାଙ୍କ ନୂତନ ପୁସ୍ତକରେ କେରଳର...

Advertisement
Archives

Model This Week