Posted inଜାତୀୟ

ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ପୁଣି ଶୀର୍ଷରେ ବେଙ୍ଗାଲୁରୁ ଆଇଆଇଏସ୍‌ସି…

ନୂଆଦିଲ୍ଲୀ/ଲଣ୍ଡନ, ୯।୬ : ଦେଶର ଶ୍ରେଷ୍ଠ ଏବଂ ଦକ୍ଷିଣ ଏସିଆର ଉଦୀୟମାନ ବିଶ୍ୱବିଦ୍ୟାଳୟ ଭାବରେ କର୍ନାଟକର ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ (ଆଇଆଇଏସ୍‌ସି)କୁ ପୁଣି ଥରେ ସମ୍ମାନିତ କରାଯାଇଛି।

ଏହି ତାଲିକାରେ ଆଇଆଇଟି ବମ୍ବେ ଦ୍ୱିତୀୟ ଏବଂ ଆଇଆଇଟି ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ବୁଧବାର-ଗୁରୁବାରର ବିଳମ୍ବିତ ରାତି ୧ଟା ୩୦ରେ ଲଣ୍ଡନରେ କ୍ୟୁଏସ୍‌ ୱାଲର୍‌ଡ ୟୁନିଭରସିଟି ରାଙ୍କିଙ୍ଗ ୨୦୨୩ ରିଲିଜ ହୋଇଥିଲା । ଏଥିରେ, ଆଇଆଇଏସ୍‌ସ ବେଙ୍ଗାଲୁରୁ ବିଶ୍ୱର ଉଚ୍ଚଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ୧୫୫ ତମ ସ୍ଥାନରେ ରହିଛି ।

୨୦୨୨ ରାଙ୍କିଙ୍ଗ ରେ, ବେଙ୍ଗାଲୁରୁ ଆଇଆଇଏସ୍‌ସି ୧୮୬ ତମ ସ୍ଥାନରେ ରହିଥିଲା। ଗୋଟିଏ ବର୍ଷରେ ବେଙ୍ଗାଲୁରୁ ଆଇଆଇଏସ୍‌ସିର ରାଙ୍କିଙ୍ଗରେ ୩୧ ସ୍ଥାନ ବୃଦ୍ଧି ଘଟିଛି। ଅନୁସନ୍ଧାନ କ୍ଷେତ୍ରରେ ବେଙ୍ଗାଲୁରୁ ଆଇଆଇଏସ୍‌ସ ୧୦୦ ପ୍ରତିଶତ ସ୍କୋର ପାଇଛି। ଆଇଆଇଟି ବମ୍ବେ ଏବଂ ଆଇଆଇଟି ଦିଲ୍ଲୀ ମଧ୍ୟ ଏହି ତାଲିକାରେ ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛନ୍ତି।

ଚଳିତ ଥର ରାଙ୍କିଙ୍ଗରେ ୧୨ ଟି ବିଶ୍ୱବିଦ୍ୟାଳୟର ସ୍ଥିତିରେ ଉନ୍ନତି ହୋଇଥିବାବେଳେ ଅନ୍ୟ ୧୨ ଟିର ସ୍ଥିତି ସମାନ ରହିଛି। ୧୦ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ହ୍ରାସ ଘଟିଛି । ଏଥର ସାତୋଟି ନୂତନ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି।

ଆଇଆଇଟି ବମ୍ବେ ପାଞ୍ଚଟି ସ୍ଥାନ ଉପରକୁ ଉଠିଛି। ସେହିପରି ଆଇଆଇଟି ଦିଲ୍ଲୀର ୧୧ଟି ସ୍ଥାନ ଉପରକୁ ଆସିଛି। ଆଇଆଇଟି ଦିଲ୍ଲୀ ତାଲିକାରେ ପ୍ରଥମ ଥର ପାଇଁ ଭାରତର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ତୃତୀୟ ସ୍ଥାନ ସୁରକ୍ଷିତ କରିବାରେ ସଫଳ ହୋଇଛି। ଏକାଡେମିକ ପ୍ରତିଷ୍ଠା ମାନଦଣ୍ଡରେ ସମୁଦାୟ ୪୧ ଟି ଭାରତୀୟ ବିଶ୍ୱବିଦ୍ୟାଳୟ ପ୍ରବେଶ କରିଛି।

ଏଥିରେ ଆଇଆଇଟି ବମ୍ବେ ୧୭୨ ତମ ଏବଂ ଆଇଆଇଟି ଦିଲ୍ଲୀ ୧୭୪ ତମ ସ୍ଥାନରେ ରହିଛନ୍ତି। ଆଇଆଇଟି କାନପୁର, ଆଇଆଇଟି ଖଡ଼ଗପୁର ଭଲ ପ୍ରଦର୍ଶନ କରିଥିବାବେଳେ ଆଇଆଇଟି ରୁର୍‌କି ମଧ୍ୟ ପ୍ରଥମ ଥର ପାଇଁ ୧୩ ଟି ସ୍ଥାନ ଉପରକୁ ଉଠି ୩୬୯ ସ୍ଥାନରେ ରହିଛି। ଆଇଆଇଟି ଗୁଆହାଟି ୧୧ ଟି ସ୍ଥାନ ଉପରେ ରହିଛି। ଏହାର ୩୮୪ ସ୍ଥାନରେ ଅଛି। ଆଇଆଇଟି ଇନ୍ଦୋର ବିଶ୍ୱରେ ୩୯୬ ତମ ସ୍ଥାନରେ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?