ଭିନ୍ନ ଦେଖାଯିବାକୁ ଚାହୁଁଥିଲେ, ଏଥର…

ସ୍ବାଧୀନତା ଦିବସ ଅବସରରେ ଟିକେ ଭିନ୍ନ ଦେଖାଯିବାକୁ କିଏ କେତେ ଉପାୟ ଆପଣାଇଥାନ୍ତି। କିଏ ଟ୍ରାଇ କଲର୍‌ ଆଉଟ୍‌ଫିଟ୍‌ ପିନ୍ଧନ୍ତି ତ କିଏ ଟ୍ରାଇ କଲର୍‌ ଆସେସରିଜରେ ନିଜକୁ ସଜାଇବାକୁ ପସନ୍ଦ କରିଥାନ୍ତି। ତଥାପି ବି ବେଳେବେଳେ କିଛି ନା କିଛି ଭୁଲ୍‌ ଭଟକା ରହିଯିବାରୁ ଲୁକ୍‌ ଫିକା ଫିକା ଲାଗେ। ତେଣୁ ଏହି କଥାକୁ ଧ୍ୟାନରେ ରଖି ଏଠାରେ ସେମିତି କିଛି ଫ୍ୟାଶନ ଟିପ୍ସ ସମ୍ପର୍କରେ ଉଲ୍ଲେଖ କରାଗଲା, ଯାହାକୁ ଉପଯୋଗ କରି ଅତି ସହଜରେ ସୁନ୍ଦର ଟ୍ରାଇ କଲର୍‌ ଲୁକ୍‌ ପାଇହେବ…

ଟ୍ରାଇ କଲର୍‌ ଆଉଟ୍‌ଫିଟ୍‌: ଏବେ ଟ୍ରାଇ୍‌କଲର୍‌ ଥିମ୍‌ବାଲା ଭିନ୍ନ ଭିନ୍ନ ଫ୍ୟାବ୍ରିକ୍‌ର ଶାଢି ମାର୍କେଟ୍‌ରେ ମିଳିଲାଣି। ଯୁବତୀମାନେ ଚାହିଁଲେ ନିଜ ପସନ୍ଦ ମୁତାବକ ଯେ କୌଣସି ଫ୍ୟାବ୍ରିକ୍‌ର ଟ୍ରାଇ କଲର୍‌ ଶାଢି ପିନ୍ଧି ଏହିଦିନ ଦେଶୀ ଲୁକ୍‌ ପାଇପାରିବେ। ନଚେତ୍‌ ଧଳା ରଙ୍ଗର ଶାଢି ସହ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ବ୍ଲାଉଜ୍‌କୁ ମ୍ୟାଚିଂ କରି ଏହି ଅବସରରେ ପିନ୍ଧିପାରିବେ। ସେହିପରି ଧଳା ରଙ୍ଗର ସାଲଓ୍ବାର୍‌ ପିନ୍ଧି ଯୁବତୀମାନେ ତା’ଉପରେ ଟ୍ରାଇ କଲର୍‌ ଥିମ୍‌ ବାଲା ଦୁପଟ୍ଟା ପକାଇ ବି ଆରାମରେ ଟ୍ରାଇ କଲର୍‌ ଲୁକ୍‌ ପାଇପାରିବେ। ଏପରିକି କେବଳ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ଦୁପଟ୍ଟା ବା ଚୁନି ପକାଇ ମଧ୍ୟ ଆଟ୍ରାକ୍ଟିଭ୍‌ ଦେଶୀ ଲୁକ୍‌ ପାଇପାରିବେ।
ଟ୍ରାଇ କଲର୍‌ ଆସେସରିଜ୍‌
ଟ୍ରାଇ କଲର୍‌ ଶାଢି ହେଉ ଅବା ସାଲଓ୍ବାର ଶୁଟ୍‌ ଏହି ଦିନ ଯୁବତୀମାନେ ଯାହାବି ପିନ୍ଧନ୍ତୁ, ଯଦି ତା’ସହିତ ମ୍ୟାଚିଂ ଚୁଡ଼ି, ଇୟର ରିଂ, ବିନ୍ଦିକୁ ସେମାନେ ଟ୍ରାଏ କରିଥାନ୍ତି, ତା’ହେଲେ ଲୁକ୍‌ ଖୁବ୍‌ ଗର୍ଜିୟସ୍‌ ଲାଗିଥାଏ।
*ଟ୍ରାଇ କଲର୍‌ ଇୟର୍‌ ରିଂ- ଏହାର ମଧ୍ୟ ଅନେକ ଭେରାଇଟି ରହିଛି। ଯଥା: ଟ୍ରାଇ କଲର ପମ୍‌ ପମ୍‌ ଇୟର ରିଂ, ଟ୍ରାଇ କଲର୍‌ ଟାସେଲ୍‌ ଇୟର ରିଂ, ଟ୍ରାଇ କଲର ଝୁମ୍‌କା, ଟ୍ରାଇ କଲର ଷ୍ଟଡ୍‌ ଇୟର ରିଂ, ଟ୍ରାଇ କଲର ଲିଫ୍‌ ଇୟର ରିଂ, ଟ୍ରାଇ କଲର ବିଡ୍ସ ଇୟର୍‌ ରିଂ ଇତ୍ୟାଦି ଅନ୍ୟତମ ।
* ଟ୍ରାଇ କଲର୍‌ ଚୁଡ଼ି- ଏହା ବି ବିଭିନ୍ନ ଷ୍ଟାଇଲ୍‌ରେ ମିଳିଥାଏ। ଯଥା: ଟ୍ରାଇ କଲର୍‌ ପାଣି ଚୁଡ଼ି, ଟ୍ରାଇ କଲର୍‌ ମେଟାଲ୍‌ ଚୁଡ଼ି, ଟ୍ରାଇ କଲର୍‌ ଷ୍ଟୋନ ଲାଗିଥିବା କିମ୍ବା ସୂତା କାମ ହୋଇଥିବା ଷ୍ଟାଇଲିଶ୍‌ ଚୁଡ଼ି ପିନ୍ଧି ବି ଏହି ଦିନ ଯୁବତୀମାନେ ଟ୍ରେଣ୍ଡି ଲାଗିପାରିବେ।
ଟ୍ରାଇ କଲର୍‌ ନେଲ୍‌ଆର୍ଟ
ସ୍ବାଧୀନତା ଦିବସକୁ ଲକ୍ଷ୍ୟ କରି ଯୁବତୀମାନେ ନଖରେ ଟ୍ରାଇ କଲର୍‌ ନେଲ୍‌ଆର୍ଟ ବି କରିପାରିବେ। ଖାସ୍‌ କରି ଷ୍ଟ୍ରାଇପ୍‌, ଭର୍ଟିକାଲ୍‌, ହରାଇଜଣ୍ଟାଲ୍‌, ଫ୍ଲୋରାଲ୍‌, ଡଟେଡ୍‌, ନେଚର୍‌ ଥିମ୍‌ବାଲା ଟ୍ରାଇ କଲର୍‌ ନେଲ୍‌ ଆର୍ଟ ଏହିଦିନ ଯୁବତୀଙ୍କୁ ଭିନ୍ନ ଲୁକ୍‌ ଦେଇଥାଏ।
ଟ୍ରାଇ କଲର୍‌ ମେକ୍‌ଅପ୍‌
ଟ୍ରାଇ କଲର୍‌ ମେକ୍‌ଅପ୍‌ରେ ବି ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଖାସ୍‌କରି ସ୍ବାଧୀନତା ଦିବସ ଅବସରରେ ଦେଶୀ ଲୁକ୍‌ ପାଇବାକୁ ତଥା ଫ୍ୟାଶନେବଲ୍‌ ଦେଖାଯିବାକୁ ଯୁବତୀମାନେ ଚାହିଁଲେ ଜାତୀୟ ପତାକାର ରଙ୍ଗକୁ ମ୍ୟାଚ୍‌ କଲା ଭଳି ଆଖିରେ ଟ୍ରାଇ କଲର୍‌ର ଆଇଶାଡୋ ଲଗାଇପାରିବେ।
ଟ୍ରାଇ କଲର୍‌ ଟାଟୁ
ଏହାଛଡ଼ା ଗାଲରେ ଟ୍ରାଇ କଲର୍‌ ଆର୍ଟିଫିସିଆଲ୍‌ ଟାଟୁ କରି ବି ଯୁବତୀମାନେ ଏହିଦିନ କିଛିଟା ଭିନ୍ନ ଲୁକ୍‌ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

ତିହାଡ଼ିପାଲି ଶିବ ମନ୍ଦିର ନିକଟ ପୋଲ ଉପରେ ଚାଲିଛି ପାଣି: ଯାତାୟାତ ବାଧାପ୍ରାପ୍ତ

ଜମନକିରା, ୮।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ କୁଚିଣ୍ଡା-ଲାଡ-ଫାଶିମାଲ ଭାୟା ଧୁଡ଼ିପାଲି ପିଡବ୍ଲ୍ୟୁଡି ରାସ୍ତାରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ତିହାଡ଼ିପାଲି…

କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ଉତ୍ପୀଡନରୁ ସୁରକ୍ଷା, ପ୍ରତିକାର ଆଇନ

ଦିଗପହଣ୍ଡି, ୮|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଶକ୍ତିଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri