ପାକିସ୍ତାନର ବେଲୁଚିସ୍ତାନରେ ଭୟଙ୍କର ଆତ୍ମଘାତୀ କାର ବୋମା ବିସ୍ଫୋରଣ: ୫ ମୃତ, ୧୩ ଆହତ; ବିଏଲ୍ଏ ନେଲା ଦାୟିତ୍ବ

ବେଲୁଚିସ୍ତାନ,୧୩।୧୧: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ଏକ ସୁରକ୍ଷା ଚୌକି ଉପରେ ହୋଇଥିବା ଭୟଙ୍କର କାର ବୋମା ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଜଣେ ସୁରକ୍ଷା ଅଧିକାରୀ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି। ଗୁରୁବାର ଦିନ ମସ୍ତୁଙ୍ଗ ଜିଲାର କଣ୍ଡାୱା ଅଞ୍ଚଳରେ ଏହି ଆକ୍ରମଣ ଘଟିଛି। ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ିକୁ ଫ୍ରଣ୍ଟିୟର୍ କର୍ପସ୍ (FC) ଚୌକିରେ ଧକ୍କା ଦିଆଯାଇଥିଲା।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିହତ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଆତ୍ମଘାତୀ ବିସ୍ଫୋରଣକାରୀ ମଧ୍ୟ ସାମିଲ ଥିଲା। ଏହା ବ୍ୟତୀତ ବିସ୍ଫୋରଣରେ ସାଧାରଣ ନାଗରିକଙ୍କ ଜୀବନ ମଧ୍ୟ ଯାଇଛି। ଏଫ୍‌ସି (FC) ଯବାନଙ୍କ ସମେତ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖର ଘରଗୁଡ଼ିକ ଏବଂ ଏକ ମସଜିଦର ବ୍ୟାପକ କ୍ଷୟକ୍ଷତି ହୋଇଛି। ମୃତ ସାଧାରଣ ନାଗରିକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ରହିଥିବା ଜଣାପଡ଼ିଛି।

ପରେ ନିଷିଦ୍ଧ ସଂଗଠନ ‘ବେଲୁଚ୍ ଲିବରେସନ୍ ଆର୍ମି’ (BLA) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ ଆତ୍ମଘାତୀ ଆକ୍ରମଣକାରୀର ନାମ ଓସାମା ଶାହୱାନୀ ଥିଲା, ଯିଏକି ୨୦୨୨ ମସିହାରେ ଏହି ସଂଗଠନରେ ସାମିଲ ହୋଇଥିଲା। ତେବେ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ୨୦୨୪ ମସିହାରେ ନିଖୋଜ ବ୍ୟକ୍ତିଙ୍କ ତାଲିକାରେ ଶାହୱାନୀର ନାମ ସାମ୍ନାକୁ ଆସିଥିଲା।

ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ ଏହି ଘଟଣାରୁ ସ୍ପଷ୍ଟ ହେଉଛି କିପରି ଏହି ନିଷିଦ୍ଧ ବିଦ୍ରୋହୀ ଗୋଷ୍ଠୀ ବେଲୁଚ୍ ଯୁବକମାନଙ୍କୁ ଜୋରଜବରଦସ୍ତ ନିଜ ସଂଗଠନରେ ସାମିଲ କରୁଛି ଏବଂ ସେମାନଙ୍କ ଠିକଣା ବିଷୟରେ ପ୍ରଶାସନକୁ ବିଭ୍ରାନ୍ତ କରୁଛି।

ଏହା ପୂର୍ବରୁ ଗତ ନଭେମ୍ବର ୧୧ ତାରିଖରେ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରାନ୍ତରେ ଆତଙ୍କବାଦୀମାନେ ପୋଲିସ ଟିମ୍‌କୁ ଟାର୍ଗେଟ୍ କରି ବଡ଼ ଆକ୍ରମଣ କରିଥିଲେ। କୋହାଟ ଜିଲାରେ ପୂର୍ବରୁ ଛକି ରହି କରାଯାଇଥିବା ଏହି ଆକ୍ରମଣରେ ଜଣେ ଡିଏସପି (DSP) ଏବଂ ସବ୍-ଇନ୍ସପେକ୍ଟରଙ୍କ ସମେତ ଅତି କମରେ ୧୧ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିଲେ। ଏହି ସମୟରେ ଆତଙ୍କବାଦୀମାନେ ୫ଟି ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ବେଆଇନ ସୁନା ଖନନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଟିମ୍ ଯାଉଥିବା ବେଳେ ଦରବୋକାଚ ଜଲନ୍ଧର ବାନ୍ଦା ଅଞ୍ଚଳରେ ଆତଙ୍କବାଦୀମାନେ ଅତର୍କିତ ଭାବେ ଆଖିବୁଜା ଗୁଳିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିରୁ ବିଭତ୍ସ ହତ୍ୟାକାଣ୍ଡ: ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ମୋହନା, ୧୩।୧୧ (ମନ୍ମଥ ମିଶ୍ର): ପରକୀୟା ପ୍ରୀତିରୁ ଗଡ଼ିଲା ମୁଣ୍ଡ। ପତ୍ନୀଙ୍କ ସହ ଅନ୍ୟ ଜଣେ ବୃଦ୍ଧଙ୍କ ଅନୈତିକ ସମ୍ପର୍କକୁ ସହ୍ୟ କରିପାରିଲେନି ସ୍ୱାମୀ। ଶେଷରେ ପ୍ରତିଶୋଧ…

ଗଞ୍ଜାମ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍: ଶନିବାର-ରବିବାର ବି ଖୋଲା ରହିବ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।…

ଦିଗପହଣ୍ଡିରେ ୧୧୬୯ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ: ଶୁଭାରମ୍ଭ କଲେ ବିଧାୟକ ଡ. ସିଦ୍ଧାନ୍ତ

ଦିଗପହଣ୍ଡି, ୧୩।୧୧ (ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନସନ୍ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଏବଂ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ…

ଗିଡିପାବାଲି କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ: ଆରଡିସିଙ୍କ ଗସ୍ତ ପରେ ଜିଲାପାଳଙ୍କ ପଦକ୍ଷେପ

ଭଞ୍ଜନଗର, ୧୩ା୧୧ (ବାବୁଲା ପ୍ରଧାନ): ବନ୍ୟା ବିପର୍ଯ୍ୟୟରେ ସର୍ବସ୍ବ ହରାଇଥିବା ଗିଡିପାବାଲି ଓ ବାଉଁଶଲୁଣ୍ଡି ମଶାଣିସାହିର କ୍ଷତିଗ୍ରସ୍ତ ପରିବାରଙ୍କ ଥଇଥାନ ଓ ସହାୟତା ପାଇଁ ଜିଲା ପ୍ରଶାସନ…

ହରମନପ୍ରୀତ୍‌ଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ

ଜୟପୁର, ୧୩ା୧୧: ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟିକା ହରମନପ୍ରୀତ୍‌ କୌରଙ୍କ ଏକ ମହମ ପ୍ରତିମୂର୍ତ୍ତିକୁ ଶୁକ୍ରବାର ଉନ୍ମୋଚିତ କରାଯାଇଛି। ଏହା ତାଙ୍କ ପାଇଁ ଏକ ଗୌରବର…

UPMP ପୋର୍ଟାଲର ଶୁଭାରମ୍ଭ, ୬୧ ନୂତନ ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ

କେସିଙ୍ଗା, ୧୩।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଏନ୍‌ଏସି କାର୍ଯ୍ୟାଳୟ ପକ୍ଷରୁ ନୂତନ UPMP ପୋର୍ଟାଲର ଶୁଭାରମ୍ଭ କାର୍ଯ୍ୟକ୍ରମ ଶୁକ୍ରବାର ଆୟୋଜିତ ହୋଇଯାଇଛି। ଏହି ଅବସରରେ…

ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି: ଜାଣନ୍ତୁ ଏହି ଆଥ୍‌ଲେଟଙ୍କୁ ମିଳିଲା ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୧୩ା୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସମ୍ମାନଜନକ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। ଏଥର କେହି ଖେଳରନତ୍ ପୁରସ୍କାର ପାଇଁ ମନୋନୀତ ହୋଇ ନାହାନ୍ତି। ଅର୍ଜୁନ…

୧୮ ଘଣ୍ଟାର ବଡ଼ ଆଉଟେଜ୍‌ ପରେ ସ୍ବାଭାବିକ ହେଲା Microsoft ସେବା: କୋଟି କୋଟି ବ୍ୟବହାରକାରୀଙ୍କୁ ବଡ଼ ଆଶ୍ବସ୍ତି

ନୂଆଦିଲ୍ଲୀ,୧୩।୧୧: ବିଶ୍ବର କୋଟି କୋଟି ମାଇକ୍ରୋସଫ୍ଟ ୩୬୫ (Microsoft 365) ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ଗୁରୁବାର ରାତିରୁ ଆରମ୍ଭ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?