ୱାଲଟିୟର ଡିଆରଏମ୍‌ଙ୍କ ପାରଳାଖେମୁଣ୍ଡି ଗସ୍ତ

ପାରଳାଖେମୁଣ୍ଡି,୨୦ା୩(ଗିରିଧାରୀ ପରିଚ୍ଛା): ୱାଲଟିୟର ଡିଆରଏମ ବୁଧବାର ପାରଳାଖେମୁଣ୍ଡି ଗସ୍ତରେ ଆସି ପାରଳାଖେମୁଣ୍ଡି ରେଳ ଷ୍ଟେଶନର ସମୀକ୍ଷା କରିଛନ୍ତି। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମୃତ ଭାରତ ଯୋଜନା ମାଧ୍ୟମରେ ପାରଳାଖେମୁଣ୍ଡି ରେଳ ଷ୍ଟେଶନକୁ ଏକ ଅତ୍ୟାଧୁନିକ ଷ୍ଟେଶନ କରିବା ସହ ସମସ୍ତ ପ୍ରକାର ସୁିଧା ସୁଯୋଗ ଯୋଗାଇଦେବା ପାଇଁ କାର୍ଯ୍ୟ ଜାରି ରହିଛି। ଏହି କାର୍ଯ୍ୟକୁ ଅନୁଧ୍ୟାନ କରିବା ପାଇଁ ପାରଳାଖେମୁଣ୍ଡି ଗସ୍ତରେ ଆସିଥିଲେ ନୂତନ ଭାବେ ୱାଲଟିୟର ଡିଭିଜନ ଦ୍ବାୟିତ୍ୱ ନେଇଥିବା ଡିଆରଏମ୍‌ ଲଳିତ ବୋରା। ସେ ମଧ୍ୟାହ୍ନରେ ନୌପଡ଼ା ଠାରୁ ପାରଳାଖେମୁଣ୍ଡି ଲାଇନର ପରିଦର୍ଶନ କରିବା ସହ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାରଳାଖେମୁଣ୍ଡି ଷ୍ଟେସନରେ ପହଞ୍ଚିବାପରେ ସବୁ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ। ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଷ୍ଟେଶନରେ ସିସି ଟିଭି ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ସ୍ଥାନୀୟ ଲୋକଙ୍କ ଦାବି ଅନଯାୟୀ ଷ୍ଟେଶନ ପରିସରରେ ମହାରାଜାଙ୍କ ପ୍ରତିମୂର୍ତ୍ତି ରଖିବା ସମ୍ପର୍କରେ ଉତ୍ତର ରଖି ଡିଆରଏମ୍‌ କହିଛନ୍ତି ଯେ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିସରରେ ମହାରାଜାଙ୍କ ପ୍ରତିମୃର୍ତ୍ତି ବସାଇବା ଦାବି ସମ୍ପର୍କରେ ସେ ବର୍ତ୍ତମାନ କୌଣସି ଟିପଣି ଦେଇ ପାରିବେ ନାହଁ କମିଟିର ଆଲୋଚନା ଅନୁଯାୟୀ ପଦକକ୍ଷେପ ନିଆଯିବ। ଏହା ସହ ଗୁଣୁପୁରୁ ଠାରୁ ନୈପଡ଼ା ରେଳ ଲାଇନରେ ବେଗ ବଢ଼ାଇବା କାର୍ଯ୍ୟ ଚାଲୁରହିଥିଲେ ମଧ୍ୟ ସିଏସ୍‌ଆର ଟିମ୍‌ ଅନୁଧ୍ୟାନ ପରେ ଯାହା କାର୍ଯ୍ୟକାରୀ ହେବ। ହାଇଦ୍ରାବାଦ ଠାରୁ ବିଶାଖାପାଟଣା ଯାତାୟାତ କରୁଥିବା ଏକ୍ସପ୍ରେସ ଟ୍ରେନକୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସମ୍ପ୍ରସାରଣ ସମ୍ପର୍କରେ ସେ କହିଥିଲେ କି ବ୍ୟବସାୟୀକ ଦୃଷ୍ଟି କୋଣ ଏବଂ ସମୟ ସମାନୁକ୍ରମେ ଏହା
ଉପରେ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ: ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ୱାରା ମେଗା ଚାରାରୋପଣ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ଆଳି ବ୍ରାହ୍ମଣୀ ନଦୀରେ ଭାସୁଛି ବିରାଟକାୟ କୁମ୍ଭୀର, ଆତଙ୍କିତ ସ୍ଥାନୀୟ ଲୋକେ

ପଟ୍ଟାମୁଣ୍ଡାଇ,୭।୭(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳି ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ଏକ ବିରାଟକାୟ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି…

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri