ମାଆଙ୍କୁ ଟଣାଓଟରା ପ୍ରତିବାଦ କରିବାରୁ ଦୁଇ ଭାଇଙ୍କୁ ଛୁରୀ ଭୁସିଲେ; ଶ୍ୱଶୁର-ଜ୍ୱାଇଁ ଗିରଫ, ଜାମିନ ଖାରଜ ପରେ…

ଦିଗପହଣ୍ଡି, ୨୪।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଭାଇଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କରାଯାଇଛି। ଏହି ଘଟଣାରେ ଦିଗପହଣ୍ଡି ପୁଲିସ ଅଭିଯୁକ୍ତ ଶ୍ୱଶୁର ଓ ଜ୍ୱାଇଁଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଛୁରୀକୁ ମଧ୍ୟ ଜବତ କରାଯାଇଛି।

ମଙ୍ଗଳବାର ସକାଳ ପ୍ରାୟ ୭ଟା ସମୟରେ ଦକ୍ଷିଣପୁର ଗ୍ରାମର ଏଲ୍. ସୁନୀଲ ରେଡ୍ଡୀଙ୍କ ମାଆ ଉଷା ରେଡ୍ଡୀ ମନ୍ଦିରକୁ ଯାଉଥିବା ବେଳେ ରାସ୍ତାରେ ଗ୍ରାମର ଏଲ୍. ବୁଲି ରେଡ୍ଡୀ ଏବଂ ତାଙ୍କ ଝିଅ ଲକ୍ଷ୍ମୀ ରେଡ୍ଡୀ ତାଙ୍କୁ ଗାଳିଗୁଲଜ କରିବା ସହ ଟଣାଓଟରା କରି ତଳେ ପକାଇ ଦେଇଥିଲେ। ମାଆଙ୍କ ପାଟି ଶୁଣି ପୁଅ ଏଲ୍. ତୋଫାନ ରେଡ୍ଡୀ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଅଭିଯୁକ୍ତ ଏଲ୍. ମୋହନ ରେଡ୍ଡୀ (୫୨) ଏକ ଛୁରୀରେ ତାଙ୍କ ବେକ ଓ ଡାହାଣ ଜଙ୍ଘକୁ ଭୁସି ଦେଇଥିଲେ।

ଭାଇକୁ ଉଦ୍ଧାର କରିବା ପାଇଁ ନିକଟରେ ଥିବା ଏଲ୍. ସୁନୀଲ ରେଡ୍ଡୀ ଦୌଡ଼ି ଆସିବାରୁ, ମୋହନଙ୍କ ଜ୍ୱାଇଁ ତଥା ଶେରଗଡ଼ ଥାନା ରାମକୃଷ୍ଣପୁର କାଳିଆଘାଇ ଗ୍ରାମର ଏ. ବିଶ୍ୱଜିତ ରେଡ୍ଡୀ ଓରଫ ବାୟା (୩୩) ଶ୍ୱଶୁରଙ୍କ ହାତରୁ ଛୁରୀ ନେଇ ସୁନୀଲଙ୍କ ପେଟକୁ ଭୁସିବାକୁ ଉଦ୍ୟମ କରିଥିଲେ। ସୁନୀଲ ଡାହାଣ ହାତରେ ଛୁରୀକୁ ଅଟକାଇ ଦେବାରୁ ତାଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ଏହାପରେ ବିଶ୍ୱଜିତ ତାଙ୍କ ମୁଣ୍ଡ ଓ ପିଠିକୁ ମଧ୍ୟ ଆକ୍ରମଣ କରିଥିଲେ।

ରକ୍ତାକ୍ତ ଅବସ୍ଥାରେ ଦୁଇ ଭାଇଙ୍କୁ ତୁରନ୍ତ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତୋଫାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସୁନୀଲ ଦିଗପହଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ।

ତଦନ୍ତକାରୀ ଅଧିକାରୀ ତଥା ଆଇଆଇସି କିଶୋର କୁମାର ସାମଲ ଥାନା ମାମଲା ନଂ- ୪୯୧/୨୬, ବିଏନଏସ (BNS) ଦଫା ୨୯୬/୧୧୫(୨)/୧୧୭(୨)/୧୧୮(୧)/୧୨୬(୨)/୩୫୧(୨)/୧୦୯/୩(୫) ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ୱଶୁର ମୋହନ ଓ ଜ୍ୱାଇଁ ବିଶ୍ୱଜିତଙ୍କୁ ଗିରଫ କରିଥିଲେ। କୋର୍ଟରେ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ୍-ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୩ ତାରିଖ ରାତି ପ୍ରାୟ ସାଢ଼େ ୧୧ଟାରେ ମୋହନ ପୂର୍ବ ଶତ୍ରୁତାରୁ ସୁନୀଲଙ୍କ ଘର ସମ୍ମୁଖରେ ଥିବା ବାଇକ୍ (ନଂ- ଓଡ଼ି ୩୩ ଏସ୍-୩୪୭୫)କୁ ପେଟ୍ରୋଲ ପକାଇ ଜାଳି ଦେଇଥିଲେ। ଏନେଇ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଅଭିଯୁକ୍ତ ଭୁବନେଶ୍ୱର ଫେରାର ହୋଇଯାଇଥିଲେ। ସେତେବେଳେ ପୁଲିସ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଅଭିଯୁକ୍ତ ଗାଁକୁ ଫେରି ପୁଣିଥରେ ଏହି ମରଣାନ୍ତକ ଆକ୍ରମଣ କରିଥିବା ସୁନୀଲ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨ଟି ମ୍ୟାଚ୍‌ର ପ୍ରତିଶୋଧ, ପ୍ଲାନ କରି ବାଡେଇଲେ ୨୦୪ ରନ୍‌; ବୈଭବ ଖୋଲିଲେ ଗୁମର

ନୂଆଦିଲ୍ଲୀ,୨୪।୧୧: ଇଣ୍ଡିଆ-ଏ (India-A) ପାଇଁ ବୈଭବ ସୂର୍ଯ୍ୟବଂଶୀ ୨୦୪ ରନ୍‌ର ବିସ୍ଫୋରକ ପାଳି ଖେଳିଛନ୍ତି। ମଙ୍ଗଳବାର (୨୪ ନଭେମ୍ୱର) ୨୦୨୬ ରାଇଜିଂ ଷ୍ଟାର ଏସିଆ କପ୍‌ରେ ଇଣ୍ଡିଆ-ଏ…

ବଡ଼ବାପାଙ୍କ ହତ୍ୟାର ପ୍ରତିଶୋଧ ନେଲେ ପୁତୁରା, ୧୧ ବର୍ଷ ଜେଲ୍ କାଟି ଫେରିଥିବା ଅଭିଯୁକ୍ତଙ୍କୁ ପିଟିପିଟି…

ପାତ୍ରପୁର, ୨୪।୧୧ (ଉମା ଚରଣ ନେପାକ): ପୁରୁଣା ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି ତାଙ୍କ ପୁତୁରା। ପାତ୍ରପୁର ଗ୍ରାମର କୃଷ୍ଣ ବେହେରାଙ୍କ…

ଥାନାଧିକାରୀ ବଦଳୁଛନ୍ତି, କିନ୍ତୁ ଧରାପଡ଼ୁନାହାନ୍ତି ଅଭିଯୁକ୍ତ: ୫ କୋଟିର ଜାଲି ଗ୍ୟାରେଣ୍ଟି ଦେଇ ଚମ୍ପଟ ମାରିଛନ୍ତି ଲିଜଧାରୀ

ହାଟଡିହୀ, ୨୪।୧୧ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅନ୍ତର୍ଗତ ଗିରିଗାଁ ବୈତରଣୀ ବାଲି ଘାଟ ନିଲାମରେ ୫.୧୫ କୋଟି ଟଙ୍କାର ଜାଲି ବ୍ୟାଙ୍କ ଗ୍ୟାରେଣ୍ଟି…

କାର୍ତ୍ତିକ ପୂର୍ଣ୍ଣିମାରେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ବିଶ୍ୱପ୍ରସିଦ୍ଧ ଡେରାବେଶ ମୋହିଲା ଦର୍ଶକଙ୍କ ମନ

ବଡ଼କୋଦଣ୍ଡା, ୨୪/୧୧ (ବାବୁଲା ପ୍ରଧାନ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଘୁମୁସର ମାଟିର ପ୍ରସିଦ୍ଧ ଲୋକକଳା ଓ ପରମ୍ପରାର ପ୍ରତୀକ ବଡ଼କୋଦଣ୍ଡାର ବିଶ୍ୱପ୍ରସିଦ୍ଧ ଡେରାବେଶ ଉତ୍ସବ…

୧୪ତମ ଆନ୍ତର୍ଜାତୀୟ କଳା ଶିବିର ଓ ବାଲୁକା ଉତ୍ସବରେ କଳାକୃତି ପ୍ରଦର୍ଶନ କଲେ ଓମ୍‌ ପ୍ରକାଶ ସାହୁ

କର୍ଲାମୁଣ୍ଡା, ୨୪/୧୧ (ପ୍ରଦୀପ କୁମାର ସାହୁ): ବାଲେଶ୍ୱର ଜିଲାର ଡଗରା ବେଳାଭୂମିରେ ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ପକ୍ଷରୁ ନଭେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ୧୪ତମ ଆନ୍ତର୍ଜାତୀୟ…

ପରମ୍ପରାର ମହକରେ ମହକିଲା ରିଷିଡ଼ା, ଧୁମ୍‌ଧାମ୍‌ରେ ପାଳିତ ହେଲା ବୋଇତ ବନ୍ଦାଣ

ରିଷିଡ଼ା, ୨୪/୧୧ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡ଼ାଠାରେ ଶ୍ରୀଶ୍ରୀ ରାମଚନ୍ଦ୍ର ସ୍ୱାମୀ ଗ୍ରାମ୍ୟ ସମିତି ତୈଳିକ ବଳଦିଆ ବୈଶ୍ୟ ସମାଜ ପକ୍ଷରୁ…

ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ଝଲକ, ମହାନଦୀରେ ଜମ୍ବୁଦ୍ୱୀପ ବୋଇତ ବନ୍ଦାଣ: ମହାକାଳପଡ଼ାରେ ଉତ୍ସବମୁଖର କାର୍ତ୍ତିକ ପୂର୍ଣ୍ଣିମା

ମହାକାଳପଡ଼ା, ୨୪।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ପଞ୍ଚାୟତର ବାହାକୁଦସ୍ଥିତ ମହାନଦୀ କୂଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ…

ରାଷ୍ଟ୍ରପତିଙ୍କ ବୋଇତ ଯାତ୍ରା, ମହାନଦୀରେ ଭବ୍ୟ ଦୃଶ୍ୟ

କଟକ, ୨୪।୧୧: ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାମୁଦ୍ରିକ ଐତିହ୍ୟର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରା ଉତ୍ସବରେ ଯୋଗଦେଇଛନ୍ତି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?