କାର୍ତ୍ତିକ ପୂର୍ଣ୍ଣିମାରେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ବିଶ୍ୱପ୍ରସିଦ୍ଧ ଡେରାବେଶ ମୋହିଲା ଦର୍ଶକଙ୍କ ମନ

ବଡ଼କୋଦଣ୍ଡା, ୨୪/୧୧ (ବାବୁଲା ପ୍ରଧାନ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଘୁମୁସର ମାଟିର ପ୍ରସିଦ୍ଧ ଲୋକକଳା ଓ ପରମ୍ପରାର ପ୍ରତୀକ ବଡ଼କୋଦଣ୍ଡାର ବିଶ୍ୱପ୍ରସିଦ୍ଧ ଡେରାବେଶ ଉତ୍ସବ ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅନନ୍ୟ ଲୋକକଳାର ଦର୍ଶନ ପାଇଁ ବଡ଼କୋଦଣ୍ଡା ଗ୍ରାମରେ ହଜାର ହଜାର ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏଥିସହ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଶୈବପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା। ସହରସ୍ଥିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରେ ମଧ୍ୟ ଲୋକଙ୍କ ଭିଡ଼ ଜମିଥିଲା।

ଘୁମୁସର ମାଟିର ସମୃଦ୍ଧ ଲୋକସଂସ୍କୃତି ଓ ପାରମ୍ପରିକ କଳାର ଅନନ୍ୟ ପରିଚୟ ବହନ କରୁଥିବା ଏହି ଡେରାବେଶ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା କାଠରେ ନିର୍ମିତ ବିଶାଳ ପଶୁପକ୍ଷୀ, ପୌରାଣିକ ଚରିତ୍ର ଓ ବିଭିନ୍ନ ଆକର୍ଷଣୀୟ ପ୍ରତିକୃତି। ହାତୀ, ବାଘ, ସିଂହ, ଘୋଡ଼ା, ମୟୂର ଓ ନବଗୁଞ୍ଜର ଆଦିର ନିଖୁଣ କଳାତ୍ମକ ରୂପ ସହ ରାମାୟଣର ବିଭିନ୍ନ ପୌରାଣିକ ଚରିତ୍ରର ପ୍ରତିକୃତି ଦର୍ଶକଙ୍କ ମନ ମୋହିଥିଲା। କାଠରେ ନିର୍ମିତ ଏହି କଳାକୃତିଗୁଡ଼ିକରେ ରଙ୍ଗ, ଆଭୂଷଣ ଓ ରୂପବିନ୍ୟାସର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥିଲା।

ଗ୍ରାମର ବଡ଼ଦାଣ୍ଡରେ ପ୍ରଦର୍ଶିତ ଏହି ଆକର୍ଷଣୀୟ ପ୍ରତିକୃତିଗୁଡ଼ିକ ଏକ ଜୀବନ୍ତ ଲୋକକଳା ସଂଗ୍ରହାଳୟର ଭ୍ରମ ସୃଷ୍ଟି କରିଥିଲା। ଉତ୍ସବର ପରିବେଶ ଭକ୍ତି, ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଆବେଗରେ ଭରିଉଠିଥିଲା। ଏହି ଅନନ୍ୟ ପରମ୍ପରାକୁ ଜୀବନ୍ତ ରଖିବା ପଛରେ ଗ୍ରାମର କାରିଗର, କଳାକାର ଓ ଗ୍ରାମବାସୀଙ୍କ ସାମୂହିକ ଶ୍ରମ, ନିଷ୍ଠା ଓ ସୃଜନଶୀଳତା ରହିଛି।

ଆଧୁନିକତାର ପ୍ରଭାବରେ ଅନେକ ପାରମ୍ପରିକ ଲୋକକଳା ଧୀରେ ଧୀରେ ଲୁପ୍ତ ହେବାକୁ ବସିଥିବାବେଳେ ବଡ଼କୋଦଣ୍ଡାର ଡେରାବେଶ ଆଜି ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ଓ ଗୌରବ ବଜାୟ ରଖିଛି। ଏହା କେବଳ ଏକ ଉତ୍ସବ ନୁହେଁ, ବରଂ ଘୁମୁସର ମାଟିର କଳା, ଐତିହ୍ୟ, ଲୋକବିଶ୍ୱାସ ଓ ସାମୂହିକ ଏକତାର ଏକ ଅମୂଲ୍ୟ ପ୍ରତୀକ।

ଏହି ଅମୂଲ୍ୟ ଲୋକକଳାର ସଂରକ୍ଷଣ ଓ ପ୍ରଚାର-ପ୍ରସାର ଦିଗରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି। ସରକାରୀ ପ୍ରୋତ୍ସାହନ ମିଳିଲେ ଏହି ପାରମ୍ପରିକ କଳା ଆହୁରି ସମୃଦ୍ଧ ହେବା ସହ କାରିଗର ଓ କଳାକାରମାନେ ଉପଯୁକ୍ତ ସମ୍ମାନ ଏବଂ ସେମାନଙ୍କ ପରିଶ୍ରମର ଉଚିତ ମୂଲ୍ୟ ପାଇପାରିବେ ବୋଲି ଉପସ୍ଥିତ ଜନସାଧାରଣ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୪ତମ ଆନ୍ତର୍ଜାତୀୟ କଳା ଶିବିର ଓ ବାଲୁକା ଉତ୍ସବରେ କଳାକୃତି ପ୍ରଦର୍ଶନ କଲେ ଓମ୍‌ ପ୍ରକାଶ ସାହୁ

କର୍ଲାମୁଣ୍ଡା, ୨୪/୧୧ (ପ୍ରଦୀପ କୁମାର ସାହୁ): ବାଲେଶ୍ୱର ଜିଲାର ଡଗରା ବେଳାଭୂମିରେ ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ପକ୍ଷରୁ ନଭେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ୧୪ତମ ଆନ୍ତର୍ଜାତୀୟ…

ପରମ୍ପରାର ମହକରେ ମହକିଲା ରିଷିଡ଼ା, ଧୁମ୍‌ଧାମ୍‌ରେ ପାଳିତ ହେଲା ବୋଇତ ବନ୍ଦାଣ

ରିଷିଡ଼ା, ୨୪/୧୧ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡ଼ାଠାରେ ଶ୍ରୀଶ୍ରୀ ରାମଚନ୍ଦ୍ର ସ୍ୱାମୀ ଗ୍ରାମ୍ୟ ସମିତି ତୈଳିକ ବଳଦିଆ ବୈଶ୍ୟ ସମାଜ ପକ୍ଷରୁ…

ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ଝଲକ, ମହାନଦୀରେ ଜମ୍ବୁଦ୍ୱୀପ ବୋଇତ ବନ୍ଦାଣ: ମହାକାଳପଡ଼ାରେ ଉତ୍ସବମୁଖର କାର୍ତ୍ତିକ ପୂର୍ଣ୍ଣିମା

ମହାକାଳପଡ଼ା, ୨୪।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ପଞ୍ଚାୟତର ବାହାକୁଦସ୍ଥିତ ମହାନଦୀ କୂଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ…

ରାଷ୍ଟ୍ରପତିଙ୍କ ବୋଇତ ଯାତ୍ରା, ମହାନଦୀରେ ଭବ୍ୟ ଦୃଶ୍ୟ

କଟକ, ୨୪।୧୧: ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାମୁଦ୍ରିକ ଐତିହ୍ୟର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରା ଉତ୍ସବରେ ଯୋଗଦେଇଛନ୍ତି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।…

ସ୍କୁଟିକୁ ଧକ୍କା ଦେଇ ମହିଳାଙ୍କଠାରୁ ଝାମ୍ପିନେଲେ ୧ ଲକ୍ଷ ୪୧ ହଜାର ଟଙ୍କା

ଦିଗପହଣ୍ଡି,୨୪ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ସୋମବାର ଜଣେ ମହିଳା ଟଙ୍କା ଧରି ସ୍କୁଟିରେ ଯାଉଥିବା ବେଳେ କେତେଜଣ ଦୁର୍ବର୍ତ୍ତ ତାଙ୍କ ସ୍କୁଟିକୁ ଧକ୍କା ଦେଇ…

୨୮ ଛକା, ୨୦୪ ରନ୍‌ର ଝଡ଼; UAEକୁ ଧୂଳି ଚଟାଇଲେ ବୈଭବ: ସେମିଫାଇନାଲରେ ଭାରତ କଲା ଏଣ୍ଟ୍ରି

ନୂଆଦିଲ୍ଲୀ, ୨୪।୧୧: ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍‌ରେ ରନର ଝଡ଼। ମାତ୍ର ୫୩ଟି ବଲରେ ୭ଟି ଚୌକା ଓ ୨୮ଟି ଛକା ସହାୟତାରେ ୨୦୪ ରନର ଧୂଆଁଧାର ଇନିଂସ…

କ୍ରିକେଟ ଜଗତରେ ଚହଳ ପକାଇଲେ ବୈଭବ: ମାତ୍ର ଏତିକି ବଲରେ ଦ୍ୱିଶତକ ହାସଲ କରି କଲେ ବିଶ୍ୱ ରେକର୍ଡ, ସମସ୍ତେ ଚକିତ

ନୂଆଦିଲ୍ଲୀ, ୨୪।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ଶେଷରେ ଫର୍ମକୁ ଫେରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। UAE ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଲିଷ୍ଟ-A କ୍ରିକେଟରେ ଦ୍ରୁତତମ ଦ୍ୱିଶତକ…

ଡିସେମ୍ୱର ୧ରୁ ବଦଳୁଛି ୭ ବଡ଼ ନିୟମ: LPG ଦର, SBI କାର୍ଡ ଚାର୍ଜରୁ ପେନଶନ ଯାଏ ପଡ଼ିବ ସିଧା ପ୍ରଭାବ

ନୂଆଦିଲ୍ଲୀ,୨୪।୧୧: ନଭେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ମାତ୍ର କିଛି ଦିନ ମଧ୍ୟରେ ଡିସେମ୍ୱର ୨୦୨୬ ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟେକ ନୂଆ ମାସର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?