Posted inଫୁରସତ

ପାଣିରୁ ବାହାରି ଭୂମିରେ ବୁଲିଲା ଶାର୍କ, ବୈଜ୍ଞାନିକ ଆଶ୍ଚର୍ଯ୍ୟ

ପ୍ରକୃତି ଏହାର ରୂପ ବଦଳାଇବା ଭଳି ଜୀବମାନେ ମଧ୍ୟ ସେମାନଙ୍କର ଗତିବିଧି ବାସସ୍ଥାନ ପରିବର୍ତ୍ତନ କଲେଣି। ଏପରିକି ଭୂମିରେ ବାସ କରୁଥିବା ଜୀବମାନେ ପାଣିରେ ଚାଲୁଥିବା ବେଳେ ପାଣିରେ ବଞ୍ଚି ରହୁଥିବା ଜୀବମାନେ ଭୂମିରେ ବୁଲିଲେଣି। ଶାର୍କ ଏମିତି ଏକ ଜୀବ ଯିଏ କି ପାଣି ବିନା ନିମିଷେ ମାତ୍ର ବଞ୍ଚି ପାରିବନି। ମାତ୍ର ଏବେ ଏକ ଶାର୍କ ପାଣିରୁ ବାହାରି ୨ ଘଣ୍ଟା ଭୂମିରେ ଚାଲିଥିଲେ ମଧ୍ୟ ଜୀବିତ ରହିଛି। ଯାହା କି ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏକ ରିପୋର୍ଟ ଅନୁଯାୟୀ, ଫ୍ଲୋରିଡା ଆଟ୍‌ଲାଣ୍ଟିକ ୟୁନିଭର୍ସିଟିର ଅନୁସନ୍ଧାନକାରୀମାନେ ଅନୁସନ୍ଧାନ ମାଧ୍ୟମରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଆବିଷ୍କାର କରିଛନ୍ତି। ଅନୁସନ୍ଧାନରୁ ପ୍ରକାଶ, ଏପାଉଲେଟ୍‌ ଶାର୍କ ଜଳରୁ ବାହାରି ସ୍ଥଳଭାଗରେ ଚାଲିଛି। ଅମ୍ଳଜାନ କିମ୍ବା ଜଳ ବିନା ଏହା ପ୍ରାୟ ୨ ଘଣ୍ଟା ବଞ୍ଚିଛି। ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ, ପରିବେଶ ପରିବର୍ତ୍ତନ ହେତୁ ଏହିସବୁ ଘଟଣା ଘଟୁଛି।

ବର୍ତ୍ତମାନ ବୈଜ୍ଞାନିକମାନେ ଅନୁସନ୍ଧାନ କରି କହିଛନ୍ତି, ଏହି ପ୍ରଜାତିର ଶାର୍କ ଭୂମିରେ ଚାଲିବାରେ ସକ୍ଷମ ହୋଇପାରନ୍ତି। ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନର ଗତି ବଢୁଥିବାରୁ ଏପାଉଲେଟ ଶାର୍କରେ କେଉଁ ପରିବର୍ତ୍ତନ ଆସିପାରେ ସେନେଇ ବଜ୍ଞାନିକମାନେ ଅଧିକ ଅନୁସନ୍ଧାନ କରୁଛନ୍ତି। ଏହି ଶାର୍କ ୩ ଫୁଟ ଲମ୍ବ ପର୍ଯ୍ୟନ୍ତ ବଢ଼ିଥାଏ। ବର୍ତ୍ତମାନ ଏହାକୁ ଆଧାର କରି ବୈଜ୍ଞାନିକମାନେ ବିବର୍ତ୍ତନ ପ୍ରକ୍ରିୟା ବୁଝିବାକୁ ଚେଷ୍ଟା କରୁଛନ୍ତି। ଲଣ୍ଡନରେ ଥିବା ଜାତୀୟ ଇତିହାସ ସଂଗ୍ରହାଳୟ ଅନୁଯାୟୀ, ପ୍ରାୟ ୯ ନିୟୁତ ବର୍ଷ ପୂର୍ବେ ଏପାଉଲେଟ ଶାର୍କ ସେମାନଙ୍କର ଚାଲିବା କ୍ଷମତା ବିକାଶ କରିଥାଇପାରନ୍ତି। ସାଧାରଣ ଲୋକ ଜାଣନ୍ତି ଶାର୍କ ପାଣିରେ ରୁହେ। କିନ୍ତୁ ଚିନ୍ତା କରିବାର କିଛି ନାହିଁ କାରଣ ଏପାଉଲେଟ ଶାର୍କ ମାନବ ଜାତି ପାଇଁ ସାଂଘାତିକ ନୁହେଁ। ସେମାନେ କେବଳ ଛୋଟ ମାଛ କିମ୍ବା ଅନ୍ୟାନ୍ୟ ଛୋଟ ପ୍ରାଣୀ ଖାଇଥା’ନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ବାପାଙ୍କ ଫୋନ୍‌କୁ ୪ ବର୍ଷଧରି ମେସେଜ ଦେଉଥିଲେ ଝିଅ: ଅଚାନକ ଦିନେ ବାପାଙ୍କ ନମ୍ବରରୁ ଆସିଲା ଜବାବ, ଜାଣନ୍ତୁ ପୂରା ଘଟଣା

ଜୀବନରେ ମା’ବାପାଙ୍କ ସ୍ଥାନ କେହି ବି ନେଇ ନ ପାରେ। ଉଭୟଙ୍କ ମଧ୍ୟରୁ କାହାରିକୁ ହରାଇଦେବା ସନ୍ତାନଟିଏ ଗ୍ରହଣ କରିପାରେ ନାହିଁ। ତେବେ ପୁଅ ସହ...

ବିବାହର ୩ ଦିନ ପୂର୍ବରୁ କନ୍ୟାହେଲେ କରୋନା ପଜିଟିଭ୍‌: ସବୁ ଯୋଗାଡ଼ ସରିଥିବାରୁ ବର କଲେ ଏମିତି ବିବାହ

ବିବାହର ୩ ଦିନ ପୂର୍ବରୁ କନ୍ୟା କରୋନା ପରୀକ୍ଷା କରାଇଥିଲେ। ପରେ ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା। ମାତ୍ର ଏହା ସତ୍ତ୍ୱେ ବର, କନ୍ୟା...

ଜିଞ୍ଜର ବ୍ରେଡ୍‌ ସ୍ଥାପତ୍ୟ

ଆପଣ ଦେଖୁଥିବା ଡ୍ରାଗନ୍‌, ଡାଇନୋସର୍‌, ଟ୍ରିମ୍ୟାନର ଏହି ସ୍ଥାପତ୍ୟଗୁଡ଼ିକ କୌଣସି ଧାତୁ କିମ୍ବା ମାଟିରେ ତିଆରି ହୋଇନାହିଁ। ବରଂ ଏହା ତିଆରି ହୋଇଛି ଜିଞ୍ଜର ବ୍ରେଡ୍‌(ଏକ...

ମେଲାନିଆଙ୍କ ପସନ୍ଦର ଖାଦ୍ୟ

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସହଧର୍ମିଣୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ କୁଶନରଙ୍କ ସହ ୨ ଦିନିଆ ଭାରତ...

ସୁନା ଘୋଡ଼ା

ଖାଲି ଅଳଙ୍କାର ନୁହେଁ ସୁନାରେ ତିଆରି ସବୁ ଜିନିଷ ଲାଗେ ବେଶ୍‌ ଆକର୍ଷକ। ଠିକ୍‌ ଯେମିତି ଜାପାନରେ ତିଆରି ହୋଇଥିବା ଏକ ସୁନାର ଘୋଡା। ଉକ୍ତ...

ଅନ୍‌ଲାଇନ ଅର୍ଡର କ୍ୟାନସେଲ୍‌ କରିବାରୁ ଯୁବତୀଙ୍କ ଏମିତି ଅବସ୍ଥା କଲେ ଡେଲିଭରି ବୟ

ଆଜିକାଲି ଲୋକେ ସୁବିଧା ଆଉ ହାତ ପାହାନ୍ତାରେ ସାମଗ୍ରୀ ପାଇବା ପାଇଁ ଅନ୍‌ଲାଇନ୍‌ର ସାହାରା ନେଉଛନ୍ତି। ବେଳେବେଳେ ଏହି ସୁବିଧା ଲୋକଙ୍କୁ ଅସୁବିଧାରେ ବି ପକାଉଛି।...

ସମୁଦ୍ରର ଜୁଆର ମଧ୍ୟରେ ରୋମାଣ୍ଟିକ ଗୀତରେ ଝୁମିଲେ ବୃଦ୍ଧ ଦମ୍ପତି: ଭିଡିଓ ଭାଇରାଲ

ସମଗ୍ର ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।...

ଏହି ହୋଟେଲରେ ରାତିଟିଏ ରହିଲେ ଦେବାକୁ ପଡ଼େ ୮୬ ଟଙ୍କା, ଜାଣନ୍ତୁ କ’ଣ ରହିଛି ସର୍ତ୍ତ

ଆଜିକାଲି ସମୟରେ ହୋଟେଲର ଚାକଚକ୍ୟ ଅନୁଯାୟୀ ବହୁ ଅର୍ଥ ଦେବାକୁ ପଡ଼ିଥାଏ। କିନ୍ତୁ ଆଜିର ମହଙ୍ଗା ଯୁଗରେ ଏମିତି ଏକ ହୋଟେଲ ଅଛି, ଯେଉଁଠି ୧୦୦...

Advertisement
Archives

Model This Week