ଲଣ୍ଡନ,୧୬ା୧୧(ପି.ଟି.): ବ୍ରିଟିଶ ଯୁବରାଜ ଓ୍ବିଲିୟମ ୨୦୨୬ ଆର୍ଥଶଟ୍ ପ୍ରାଇଜ୍ ପାଇଁ ଯୁବରାଣୀ କେଟ୍ ମିଡିଲଟନ୍ଙ୍କ ସହ ସୋମବାର ମୁମ୍ବାଇ ଆସିବେ। ମଙ୍ଗଳବାର ସେମାନେ ନୂଆଦିଲ୍ଲୀ ଯାଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଭାରତ-ବ୍ରିଟେନ ସହଭାଗିତାର ଭବିଷ୍ୟତ କେବଳ ଆମ ସରକାରଙ୍କ ଦ୍ୱାରା ନୁହେଁ, ଆମ ଲୋକମାନଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ ଏବଂ ଏହି ଗସ୍ତ ୨ ଦେଶ ମଧ୍ୟରେ ନିବିଡ଼ ବ୍ୟକ୍ତିଗତ ସମ୍ପର୍କକୁ ମନାଇବାର ଏକ ଚମତ୍କାର ସୁଯୋଗ ବୋଲି ଭାରତରେ ଅବସ୍ଥାପିତ କାର୍ଯ୍ୟକାରୀ ବ୍ରିଟିଶ ଉଚ୍ଚାୟୁକ୍ତ ବେନ୍ ମେଲୋର କହିଛନ୍ତି।

