Posted inଜାତୀୟ

ଗାଡ଼ି ଜବତ କରିବାକୁ ଗୁଣ୍ଡା ବ୍ୟବହାର କରିପାରିବେନି ଫାଇନାନ୍ସ କମ୍ପାନୀ: ହାଇକୋର୍ଟ

ପ୍ରୟାଗରାଜ,୧୬ା୧୧(ପି.ଟି.): ଋଣ ପରିଶୋଧ କରୁ ନ ଥିବା କାରଣରୁ ଗାଡ଼ି ଜବତ କରିବା ପାଇଁ ଫାଇନାନ୍ସ କମ୍ପାନୀ ଗୁଣ୍ଡାଙ୍କୁ ବ୍ୟବହାର କରିପାରିବେ ନାହିଁ ଏବଂ ଚାପ ପକାଇବାକୁ କୌଣସି ଘରୋଇ ସଂସ୍ଥାକୁ କ୍ଷମତା ଦେଇପାରିବ ନାହିଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। ଅଦାଲତ କହିଛନ୍ତି, ଫାଇନାନ୍ସ କମ୍ପାନୀର ଗାଡ଼ି ଜବତ କରିବାର ଆଇନଗତ ଅଧିକାର କେବଳ ସିଭିଲ କୋର୍ଟ କିମ୍ବା ଆର୍ବିଟ୍ରେଟର ଭଳି ଆଇନସମ୍ମତ ପନ୍ଥା ମାଧ୍ୟମରେ କାର୍ଯ୍ୟକାରୀ କରିବା ଆବଶ୍ୟକ। ରିକଭରି ଏଜେଣ୍ଟମାନେ ରାସ୍ତାରେ ଋଣଗ୍ରହୀତାଙ୍କୁ ଅଟକାଇ ଜବରଦସ୍ତ ଗାଡ଼ି ଛଡ଼ାଇନେଇ ପାରିବେ ନାହିଁ। ସମ୍ପତ୍ତି ପୁନଃ ଦଖଲ ସମ୍ବନ୍ଧୀୟ ନିୟମକୁ ଏହାର ଆକ୍ଷରିକ ଅର୍ଥରେ ଗ୍ରହଣ କରି ଏମିତି କାର୍ଯ୍ୟ କରିବାକୁ ଅନୁମତି ଦିଆଗଲେ, ଏହା ଏକ ଘରୋଇ ସଂସ୍ଥା ହାତରେ ସରକାରଙ୍କ ଭଳି ବଳପ୍ରୟୋଗ କ୍ଷମତା ଟେକିଦେବା ସଦୃଶ ହେବ। ଋଣ ନେଇଥିବା ବ୍ୟକ୍ତି ୪୫ଟି କିସ୍ତି ମଧ୍ୟରୁ ୩୧ଟି ପୈଠ କରିସାରିଥିବାବେଳେ ରାସ୍ତାରେ ବନ୍ଧୁକ ମୁନରେ ତାଙ୍କ ଗାଡ଼ି ଜବତ କରାଯାଇଥିଲା। ଆବେଦନକାରୀ ସଦାବ ଅହମଦଙ୍କ ରିଟ୍‌ ପିଟିଶନ୍‌କୁ ଗ୍ରହଣ କରି ଜଷ୍ଟିସ୍‌ ଜେ.ଜେ. ମୁନିର ଏବଂ ଇନ୍ଦ୍ରଜିତ ଶୁଳ୍କାଙ୍କ ଖଣ୍ଡପୀଠ ବିନା ସର୍ତ୍ତରେ ଗାଡ଼ି ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ମାମଲା ଖର୍ଚ୍ଚ ବାବଦରେ ୧୦,୦୦୦ ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଏଥିସହିତ ଜରିମାନା ସୁଧ ବିନା ଋଣ ପୁନର୍ଗଠନ କରିବାକୁ ଖଣ୍ଡପୀଠ ଫାଇନାନ୍ସ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ପଞ୍ଜାବ ନିର୍ବାଚନ ଇସ୍ତାହାର କମିଟିରେ ରାଘବ, ହରଭଜନ

ଚଣ୍ଡିଗଡ଼,୧୬ା୧୧: ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭାଜପା ଏହାର ଇସ୍ତାହାର କମିଟିରେ ରାଜ୍ୟ ସଭା ସଦସ୍ୟ ରାଘବ ଚଢ଼ା ଏବଂ ହରଭଜନ…

ଆଜି ମୁମ୍ବାଇ ଆସିବେ ବ୍ରିଟିଶ ଯୁବରାଜ ଓ୍ବିଲିୟମ୍‌

ଲଣ୍ଡନ,୧୬ା୧୧(ପି.ଟି.): ବ୍ରିଟିଶ ଯୁବରାଜ ଓ୍ବିଲିୟମ ୨୦୨୬ ଆର୍ଥଶଟ୍‌ ପ୍ରାଇଜ୍‌ ପାଇଁ ଯୁବରାଣୀ କେଟ୍‌ ମିଡିଲଟନ୍‌ଙ୍କ ସହ ସୋମବାର ମୁମ୍ବାଇ ଆସିବେ। ମଙ୍ଗଳବାର ସେମାନେ ନୂଆଦିଲ୍ଲୀ ଯାଇ ବୁଧବାର…

ପାକ୍‌ ଲିଙ୍କ୍‌ ଥିବା ୨ ଅଭିଯୁକ୍ତ ପଞ୍ଜାବରୁ ଗିରଫ

ଚଣ୍ଡିଗଡ଼,୧୬ା୧୧: ରାଜସ୍ଥାନର ଶ୍ରୀଗଙ୍ଗାନଗର ରେଳଲାଇନରେ ବିସ୍ଫୋରଣ ସହ ସମ୍ପୃକ୍ତି ନେଇ ଜଣେ ମହିଳାଙ୍କ ସହ ୨ ଜଣଙ୍କୁ ପଞ୍ଜାବରୁ ଗିରଫ କରାଯାଇଛି। ରାଜସ୍ଥାନ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌…

୧୦ ହଜାରରୁ ଅଧିକ ବିମାନ ବାତିଲ

ଓ୍ବାଶିଂଟନ,୧୬ା୧୧: ଆମେରିକାରେ ତୃତୀୟ ଦିନ ପାଇଁ ବିମାନସେବା ପ୍ରଭାବିତ ହୋଇଛି। ୧୦ ହଜାରରୁ ଅଧିକ ବିମାନ ବାତିଲ ହୋଇଥିବା ସୂଚନା ମିଳିଛି। ୨୩୦୦ ବିମାନ ବାତିଲ ହୋଇଥିବା…

ପୂର୍ବରୁ ଭୋଟର ଥାଇ ଫର୍ମ-୬ ଭରିଲେ କାର୍ଯ୍ୟାନୁଷ୍ଠାନ ହେବନାହିଁ

ନୂଆଦିଲ୍ଲୀ,୧୬ା୧୧(ପି.ଟି.): ପୂର୍ବରୁ ଭୋଟର ତାଲିକାରେ ନାମ ପଞ୍ଜୀକୃତ ହୋଇଥିବା ସତ୍ତ୍ୱେ ଯଦି ଚିଠା ତାଲିକାରେ ନ ଥାଏ, ତେବେ ସମ୍ପୃକ୍ତ ବ୍ୟକ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ବିନା…

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?